Wednesday 9 October 2024

AUDIBLE NO MORE AS BEFORE

 ଶୁଭ ନାହିଁ ଆଉ ଆଗ ଭଳି 

ଶୁଭ ନାହିଁ ଆଉ ସକାଳୁ ସକାଳୁ ଡାମରା କାଉର କାଆ କାଆ, ଗାଆଁ କି ସହରେ ଛୁଆଙ୍କ ତୁଣ୍ଡରେ ମଧୁର ସେ ଡାକ ମାଆ ମାଆ।
ଶୁଭ୍ର ନାହିଁ ଆଉ କେନ୍ଦେରା ଶବଦ ଟୀକା ଗୋବିନ୍ଦର ପଦାବଳୀ, ଅଳସ ପାଦରେ ଗାଆଁ ଦାଣ୍ଡେ ଦାଣ୍ଡେ ଚକୁଳିଆ ଗୀତ ଆଗ ଭଳି।
ଶୁଭୁ ନାହିଁ ଆଉ ବରଷା ଋତୁରେ ଗହୀର ବିଲରୁ ବେଙ୍ଗରଡ଼ି, ଗୋଧୂଳି ବେଳାରେ ଗୁହାଳ-ବାହୁଡ଼ା ଦୁଧୂଳୀ-ଗାଈ ହମ୍ମାରଡ଼ି ।
ଶୁଭୁ ନାହିଁ ଆଉ ମଶାଣି ପଦାରୁ କୁକୁରମାନଙ୍କ ଭୋଓ ଭୋଓ, ସଞ୍ଜବେଳେ ଅବା ପାହାନ୍ତା ପହରେ ଗାଆଁ ଗୋହିରିରୁ ହୁକେ ହୋଓ।
ଶୁଭ ନାହିଁ ଆଉ କାନ୍ଧୁଆଙ୍କ ବୋଲି ପାଲିଙ୍କିରେ ବର ଝୁଲିଝୁଲି ମଙ୍ଗୁଳା-କନିଆ କାନ୍ଦଣା ଲହରି ପଡ଼ିଶାଙ୍କ ଘର ବୁଲି ବୁଲି।
ଶୁଭ ନାହିଁ ଆଉ ଢିଙ୍କିର ଶବଦ ଚୂନା କୁଟିଯିବା ଆସ ମିତ, ଶୀତୁଆ ପାହାନ୍ତି ଆଖୁ-ଶାଳିଆଙ୍କ ମନଫୁଲାଣିଆ ଲୋକଗୀତ।
ଶୁଭ ନାହିଁ ଆଉ ଦୂର ବନାନୀରୁ ଭେରଣ୍ଡା କୁହାଟ ରହିରହି ଡାକବାଲା-ଡାକ, ସାଇକେଲ ଘଣ୍ଟି ଚିଠିନିଅ ଚିଠି କହି କହି ।
ଶୁଭ ନାହିଁ ଆଉ ଶୁଭ-ଶଙ୍ଖ ସୁନ ଚଉଁରା ମୂଳରୁ ସଞ୍ଜ ବେଳେ, ମଠମାନଙ୍କରୁ ଖଞ୍ଜଣି-ବାଦନ ଭଜନ କୀର୍ତ୍ତନ ରାତି ହେଲେ।
ନିରବେ ଧାଇଁଛି ସମୟର-ସ୍ରୋତ ନ ମାନି ବରଷା-ଶୀତ-ଖରା, ମାନ କି ନ ମାନ ଆଉ କିଛିଦିନେ ନିରବିଯିବ ଏ ବସୁନ୍ଧରା । ---
ହାତୀବନ୍ଧା, ପୁରୁଣିଆ, ଶାଳପଡ଼ା, କେନ୍ଦୁଝର-୭୫୮୦୨୦
AUDIBLE NO MORE AS BEFORE 

Alas! The ravens' cacophony at dawn is audible no more,
The sweet name of 'Maa' on the lips of the kids is uttered no more!

The strings of the Kendera and the quatrains of Tika Gobinda resonate no more
The lazy feet of the Chakulia Panda trudge not the village streets any more!

No more the fragrance of wet earth rises
No more the village paths with laughter compromises
No village fair, no festive delight
No echoes of drums through day and night
No more the rural melodies so sweet
No more the village school's gentle beat
No more the teacher's guiding hand
No more the village life's simple stand
No more the sound of bullock carts' wheels
No more the village lanes' gentle reveals
No more the evening's peaceful sigh
No more the village life's twinkling eye
No more the village temple's sacred bell
No more the devotional songs to tell
No more the village square's lively throng
No more the village life's joyful song
Time's current flows, unconcerned and cold
Disregarding seasons, young and old
Whether we heed or not, it's all the same
This earth will soon be devoid of its village name
---
Hatibanda, Purunia, Salapada, Kendujhar-758020




No comments:

Post a Comment