Thursday 28 December 2023

ଓଡ଼ିଆ କବିତା 'ଭୁଲ ହୋଇଗଲା ତୋତେ ଭଲ ପାଇ' / TRANSLATED ENGLISH POEM ' TO HAVE LOVED YOU WAS A GREAT BLUNDER.'

 ଭୁଲ ହୋଇଗଲା ତୋତେ ଭଲ ପାଇ

      ବାସନ୍ତୀ ଲତା ଜେନା


ଭୁଲ ହୋଇଗଲା ତୋତେ ଭଲ ପାଇ

    ଅକୁହା ବେଦନା ଏତେ

କପଟତା ପୂର୍ଣ୍ଣ ମନ ତୋର ଥିଲା

     ଜାଣିବି କେମିତି ସତେ l୧l


ସ୍ୱଚ୍ଛ ମନରେ ମୁଁ ଭଲ ପାଇଥିଲି

     ମନ ପ୍ରାଣ ତୋତେ ଦେଇ

ଜୀବନ ସାଥୀର ସ୍ବପ୍ନ ଦେଖୁଥିଲି

        ଆଗାମୀ ଜୀବନ ପାଇଁ   l୨l


ଦଗା ଦେଇ ଗଲୁ ପରକରି ଦେଲୁ

       ଛଳନାର ରୂପ ଶିଖା

କାହା ହାତ ଧରି ପରକରି ଦେଲୁ

       ନ ପାଉଛି ତୋତେ ଦେଖା l୩l


ସମୟ କାଟିବା ତୋର କାମ ଥିଲା

     ମୁଁ ଯେ ଭାବି ଥିଲି ସତ

ପ୍ରେମିକା ସାଜି ତୁ କପଟତା କଲୁ

     ଛାଡି ଦେଲୁ ମୋର ହାତ l୪l


ମନ ଉଦ୍ୟାନ ମୋ ଶୁଷ୍କ ପଡି ଅଛି

      ହୁଦୁ ହୁଦୁ ଜଳେ ନିଆଁ

କହି ପାରୁ ନାହିଁ ରହି ପାରୁ ନାହିଁ

    ତୋ ମଙ୍ଗଳ ଚାହେଁ କିଆଁ l୫l


ବିରହ ଯୁଇରେ ଜଳୁଛି ଗୋ ପ୍ରିୟା

     କରେ ତୋ ଶୁଭ କାମନା 

ଯାହା ସାଥେ ଥାଅl ଖୁସିରେ ରହିଥା

      ଏହି ମୋ ମନ ଭାବନା l୬l


ଗାନ୍ଧୀନଗର, ପୋଷ୍ଟ / ଜିଲ୍ଲା : ନବରଙ୍ଗପୁର

Wednesday 27 December 2023

ଓଡ଼ିଆ କବିତା ଆମେ ବଞ୍ଚିବା ଓଡ଼ିଶା ପାଇଁରେ............. / TRANSLATED ENGLISH POEM "WE'LL LIVE FOR ODISHA."


ଆମେ
ବଞ୍ଚିବା ଓଡ଼ିଶା ପାଇଁରେ.............

 

ଆମେ ବଞ୍ଚିବା ଓଡ଼ିଶା ପାଇଁରେ 

ଆମେ ମରିବା ଓଡ଼ିଶା ପାଇଁରେ;

ଯାହାଙ୍କ ସପନ ଆଜି ରହିଛି ଅଧୁରା 

ମିଳିମିଶି ଆମେ ସବୁ କରିଦେବା ପୁରା 

ସେଥୂପାଇଁ ଯୁବଶକ୍ତି 

ଜାଗରେ ଜାଗରେ ଜାଗରେ..............

 ଆମେ ବଞ୍ଚିବା ଓଡ଼ିଶା ପାଇଁରେ .................. (1)

 

ଓଡିଶାରେ ଭରପୁର ଖଣିଜ ସମ୍ପଦ

ମହାନଦୀ ଋଷିକୂଲ୍ୟା କେତେ ନଦୀ ହ୍ରଦ  

ଭରିଅଛି ମାଟିରେ ଜଙ୍ଗଲ ସମ୍ପଦ

ଚାଷ ଜମି ଥାଇ ଶୁଭେ ଭୋକିଲାର ଶବ୍ଦ

ଏହାର କାରଣ ଆଜି

ଖୋଜରେ ଖୋଜରେ ଖୋଜରେ ................

ଆମେ ବଞ୍ଚିବା ଓଡ଼ିଶା ପାଇଁରେ .................. (2)

 

କେଉଁ ଗୁଣେ ସାଧବଟି ବିଦେଶେ ବେପାର

ଆଣୁଥୁଲା ଧନରତ୍ନ କରି ଭରପୁର

କେଉଁ ଶିକ୍ଷା ବଳେ ଆମେ ଦାଦନ ଖଟୁଛୁ

ଖଟି ଖଟି ବଞ୍ଚିବାରେ ମରୁଛୁ ସଢ଼ୁଛୁ

ନିଜ ଅଧୂକାର ଆଜି

ଜାଣରେ ଜାଣରେ ଜାଣରେ........

 ଆମେ ବଞ୍ଚିବା ଓଡ଼ିଶା ପାଇଁରେ ........... (3)

 

ସେ ସମୟେ ଯୁବଶକ୍ତି କୋଣାର୍କ ଗଢିଛି

ଆଜି ଏହି ଶକ୍ତି କିମ୍ପା ଏହାକୁ ଭୁଲୁଛି 

କୁଶଳୀ ହୋଇବା ଜାଣ ଏହା ଆମ ମନ୍ତ୍ର,

ଖବର ରହିବ ପାଶେ ଅସଲି ସେ ତନ୍ତ୍ର

ନିର୍ମାଣେ ଲାଗିବ ହାତ

କାମରେ କାମରେ କାମରେ .........

ଆମେ ବଞ୍ଚିବା ଓଡ଼ିଶା ପାଇଁରେ ........... (4)

 

 

ଆସ ସବୁ ସାଥୀ ମିସି କରିବା ଶପଥ

ବଞ୍ଚିବା ମରିବା ସାଥେ ଝରୁବା ରକତ

ସମ୍ଭାବନା ଯେତେ ଅଛି ହାତେଇ ଆଣିବା

ଓଡ଼ିଆ ହୋଇଣ ଆମେ ନିଶ୍ଚୟ ଜିଣିବା

ଓଡ଼ିଶାକୁ ନୂଆ କରି

ଦେଖରେ ଦେଖରେ ଦେଖରେ ....

ଆମେ ବଞ୍ଚିବା ଓଡ଼ିଶା ପାଇଁରେ ........... (5)

 

ମୂଳ ଓଡ଼ିଆ ରଚନା- ମଧୁସୂଦନ ଦାସ , NYP Odisha, Mobile No. 8895799190

 

YES, WE’LL LIVE FOR THE SAKE OF ODISHA.


Yes, we’ll live for the sake of Odisha

And we’ll as well die for Her sake.

Hark! At all costs we’ll together accomplish

Today, the unfulfilled dreams

Dreamt by many of our forefathers;

O Utkal’s youth powers do arise and wake,

For, we’ll live for the sake of Odisha.

 

Lo! Odisha is teemed with mineral resources,

She is enriched by the Mahanadi and the Rushikulya

And many more rivers and lakes.

This land too abounds with the wealth of emerald forests.

Alas! The sounds of the hungry are still heard for breads and cakes

Notwithstanding, there is no dearth of agricultural lands on Her breasts!

Yes, there are valid reasons behind it-

Do delve deep into them until they are met,

For, we’ll live for the sake of Odisha.

 

What acumen aided the Sadhabas to spread trades abroad

And earn lavish wealth and precious gems hoard?

But, what edification has turned us sold labourers

So that we rot and die from toil struggling through sores?

It’s high time today you knew your rights,

For, we’ll live for Odisha putting up bold, laudable fights.

 

In those days our youth powers built the Sun Temple,

But, why have today’s powers forgotten this?

Hark! Our motto is to be skilled without fail,

We must stay up to date with time sine complacency.

Let’s lay our hands on buildings and constructions,

For, we’ll live for Odisha by honest perspirations!

 

O dear brethren! Let’s all take an oath together

That we’ll live and die hand in hand even paying our blood.

We’ll make the most of the possibilities whatsoever

We’ll win the fort as the proud Odia having faith in God.

Muster energy to build Odisha anew’

For, we’ll live for Odisha with love and gratitude due!

 

Copyright: Dr. Shankar D Mishra, Sr. Lecturer in English, Kaling Bharati Sanskrit College, Balichandrapur, Jajpur, Odisha, India

Blog: sdmpoetry.blogspot.com

Whatsapp no. 8249297412

Please share this poem to your friends and groups. Thank you.


Saturday 23 December 2023

 

SERMON ONE TO GUDU AND BABA

 

Hark dear! As long as you have enough wealth;

You can, at will, fly in the loftiest sky,

You can savour the flavour of soup, curry or fry,

You can buy the goods of your choice, in true faith.


Hark dear! Unless you have sound health;

Turns instantly futile all your material wealth;

For, without it, a step seems farther than the horizon,

 All royal luxuries and  enjoyments vanish anon!

Monday 18 December 2023

ଓଡ଼ିଆ କବିତା "ତେବେ ଯିବି ମୋକ୍ଷପାଇ......" / TRANSLATED THEN ONLY WILL I ATTAIN SALVATION!"

 ତେବେ ଯିବି ମୋକ୍ଷପାଇ......


ଲୋଡ଼ାନାହିଁ ମତେ କୋକେଇ ଶେଯରେ

ଗଜରା ଫୁଲରେ ହାର,

ତୁମଘରେ ଯେତେ ଅଳିଆଅସନା 

ପିନ୍ଧାଅ ଗଳାରେ ମୋର ।।।


ପିନ୍ଧାଇବନାହିଁ ମନା ମୁଁ କରୁଚି 

ହୋଲି ଅବିର ର ଟୀକା,

ନିଶ୍ଚୟ ପିନ୍ଧାଇ ଦିଅ ମୋ ମଥାରେ

ତୁମ ମନ ଅହମିକା ।।।


ଦେବନାହିଁ ମତେ ଗାଆଁ ଶେଷମୁଣ୍ଡେ

କ୍ଷିରୀ ପୁରୀ ଭାତହାଣ୍ଡି,

ବୁଭୁକ୍ଷୁ ପେଟରେ ତୃଷାର୍ତ୍ତ ଓଠରେ 

ଦିଅ ଅନ୍ନ ପାଣି ଖଂଜି ।।।


କରନାହିଁ ମୋର ପ୍ରେତ କ୍ରିୟାକର୍ମ

ଅମୋକ୍ଷ ପଛେ ମୁଁ ହେବି,

ଅସହାୟ, ଅସମର୍ଥ, ନିରନ୍ନକୁ 

ଖଂଜିଲେ ମୁଁ ପାଇଯିବି ।।।


ନେବନାହିଁ ମତେ ପୁରୀ ସ୍ୱର୍ଗଦ୍ଵାରେ 

ଲୋଡ଼ା ନାହିଁ ମତେ ମୋକ୍ଷ,

ମୋ ଗାଆଁ ମଶାଣି କହୁ ମୋ କାହାଣୀ

ସେଇ ମୋର ଶେଷ ଲକ୍ଷ୍ୟ ।।।


ମୋର ଶବଦାହ କରିବନି କେବେ

ଘିଅ ଚନ୍ଦନ କାଠରେ,

ଅନାଥ ଅରକ୍ଷ ଅଭାଗାକୁ ଦେଇ

ହସ ଫୁଟାଅ ଓଠରେ ।।। 


ଦାହ ଶେଷରେ ମୋ ଅସ୍ଥି ଖଣ୍ଡ ଆଣି

ଗଙ୍ଗାରେ ପକାଅ ନାହିଁ,

ମୋ ଘର ଛକରେ ଖାଲ ଯାଗା ଦେଖି

ପୋତିଦିଅ ଦେଲି କହି ।।।


ଭିତରେ ରହି ମୁଁ ହାତରେ ଟିକେ ତ

ପାରିବି ସଭିଙ୍କୁ ଛୁଇଁ,

ଝୁଣ୍ଟିପଡୁଥିଲେ ଟେକି ଧରୁଥିବି 

ତେବେ ଯିବି ମୋକ୍ଷ ପାଇ ।।।👏👏


© ଆଶାଲତା ସାହୁ ।। 2023/12/16 18:49

Thursday 7 December 2023

ଓଡ଼ିଆ କବିତା "ମାଟି" / TRANSLATED POEM "SOIL"

 ମାଟି
            ଡକ୍ଟର ଚପଳା ପଣ୍ଡା।
   
ମାଟିରେ ଜନମ ମାଟିରେ ମରଣ
    ମାଟି ଘଟ ପିଣ୍ଡ ପ୍ରାଣ,
ମାଟି ପାଇଁ ଆମ ଜୀବନ ଦର୍ଶନ
    ଖାଦ୍ୟ ବସ୍ତ୍ର ଗୃହ ଜାଣ।
ପୃଥିବୀକୁ ମାଟି ଆଚ୍ଛାଦିତ କରି
    ଜୀବନ ଧାରାକୁ ବାଣ୍ଟେ,
ଶିଳା ଖଣ୍ଡ ଭାଙ୍ଗି ମାଟି ସୃଷ୍ଟି ହୁଏ
    ମାଟି ବିନା ଘଟ ଛୁଟେ।
କେତେ ରଙ୍ଗ କେତେ ଛଇ ଛଟକରେ
    ଦେଖାଇ ଦିଏ ତା ' ରୂପ,
ନାଲିଆ କାଳିଆ ଗେରୁଆ ବର୍ଣ୍ଣରେ
    ପୀତ ବର୍ଣ୍ଣା ଚାରୁ ଲେପ।
କେତେ ନାମ କେତେ କିସମ ମେଲାଇ
    ମାଟି ମାଆ ଆମେ ଭେଟୁ,
ଚିକିଟା ମଟାଳ ବାଲିଆ ଢଙ୍ଗରେ
    ପଙ୍କୁଆ ଦୋରସା ପଟୁ।
କୃଷ୍ଣ କାର୍ପାସ୍ ମୃତ୍ତିକା ସୂତ୍ରରେ
    ଚାଷ କାର୍ଯ୍ୟ ଶୁଭଙ୍କର,
ସେଥିପାଇଁ ମାଟି ମାଆ ପଦବାଚ୍ୟ
    ମାଟିକୁ ଜୁହାର କର।
ମାଟିରେ ରହିଛି କେତେ କେତେ ଗୁଣ
    ମିଠା କଷା ଖଟା ପିତା,
ଗଛ ବାଛିନିଏ ନିଜ ପତିଆରା
    ମଣିଷ ଖୋଜଇ ସତ୍ତା।
ମାଟିରେ ତିଆରି ହାଣ୍ଡି ଓ ମାଠିଆ
     ଇଟା ଚୁଲି ଘଡ଼ି ଘଡ଼ା,
ଟାଇଲି ଖେଳଣା ଦୀପ ସରା ମୂର୍ତ୍ତି
    ମାଟି ପାଇଁ ଆମେ ଛିଡ଼ା।
କ୍ଷିତି ଆପ ତେଜ ମରୁତ ବ୍ୟୋମକୁ
    ପଞ୍ଚ ମହାଭୂତ ଗଣି,
ମାନବ ଶରୀର ଗଢା ଏହି ଭୂତେ
    ମୂଳ ଉତ୍ସ ମାଟି ଜାଣି।
ମାଆ ଶବ୍ଦେ ଅଛି ମାଟି ଓ ଆକାଶ
    ମାଆ ମାଟି ଏକା ପରି,
ସେଇ ମାଟିକି ମୋ କୋଟି ଦଣ୍ଡବତ
    ମଥାର ତିଳକ ଶିରୀ।
                            ଖୋର୍ଦ୍ଧା।