Thursday 28 December 2023

ଓଡ଼ିଆ କବିତା 'ଭୁଲ ହୋଇଗଲା ତୋତେ ଭଲ ପାଇ' / TRANSLATED ENGLISH POEM ' TO HAVE LOVED YOU WAS A GREAT BLUNDER.'

 ଭୁଲ ହୋଇଗଲା ତୋତେ ଭଲ ପାଇ

      ବାସନ୍ତୀ ଲତା ଜେନା


ଭୁଲ ହୋଇଗଲା ତୋତେ ଭଲ ପାଇ

    ଅକୁହା ବେଦନା ଏତେ

କପଟତା ପୂର୍ଣ୍ଣ ମନ ତୋର ଥିଲା

     ଜାଣିବି କେମିତି ସତେ l୧l


ସ୍ୱଚ୍ଛ ମନରେ ମୁଁ ଭଲ ପାଇଥିଲି

     ମନ ପ୍ରାଣ ତୋତେ ଦେଇ

ଜୀବନ ସାଥୀର ସ୍ବପ୍ନ ଦେଖୁଥିଲି

        ଆଗାମୀ ଜୀବନ ପାଇଁ   l୨l


ଦଗା ଦେଇ ଗଲୁ ପରକରି ଦେଲୁ

       ଛଳନାର ରୂପ ଶିଖା

କାହା ହାତ ଧରି ପରକରି ଦେଲୁ

       ନ ପାଉଛି ତୋତେ ଦେଖା l୩l


ସମୟ କାଟିବା ତୋର କାମ ଥିଲା

     ମୁଁ ଯେ ଭାବି ଥିଲି ସତ

ପ୍ରେମିକା ସାଜି ତୁ କପଟତା କଲୁ

     ଛାଡି ଦେଲୁ ମୋର ହାତ l୪l


ମନ ଉଦ୍ୟାନ ମୋ ଶୁଷ୍କ ପଡି ଅଛି

      ହୁଦୁ ହୁଦୁ ଜଳେ ନିଆଁ

କହି ପାରୁ ନାହିଁ ରହି ପାରୁ ନାହିଁ

    ତୋ ମଙ୍ଗଳ ଚାହେଁ କିଆଁ l୫l


ବିରହ ଯୁଇରେ ଜଳୁଛି ଗୋ ପ୍ରିୟା

     କରେ ତୋ ଶୁଭ କାମନା 

ଯାହା ସାଥେ ଥାଅl ଖୁସିରେ ରହିଥା

      ଏହି ମୋ ମନ ଭାବନା l୬l


ଗାନ୍ଧୀନଗର, ପୋଷ୍ଟ / ଜିଲ୍ଲା : ନବରଙ୍ଗପୁର

No comments:

Post a Comment