ମାଟି
ଡକ୍ଟର ଚପଳା ପଣ୍ଡା।
ମାଟିରେ ଜନମ ମାଟିରେ ମରଣ
ମାଟି ଘଟ ପିଣ୍ଡ ପ୍ରାଣ,
ମାଟି ପାଇଁ ଆମ ଜୀବନ ଦର୍ଶନ
ଖାଦ୍ୟ ବସ୍ତ୍ର ଗୃହ ଜାଣ।
ପୃଥିବୀକୁ ମାଟି ଆଚ୍ଛାଦିତ କରି
ଜୀବନ ଧାରାକୁ ବାଣ୍ଟେ,
ଶିଳା ଖଣ୍ଡ ଭାଙ୍ଗି ମାଟି ସୃଷ୍ଟି ହୁଏ
ମାଟି ବିନା ଘଟ ଛୁଟେ।
କେତେ ରଙ୍ଗ କେତେ ଛଇ ଛଟକରେ
ଦେଖାଇ ଦିଏ ତା ' ରୂପ,
ନାଲିଆ କାଳିଆ ଗେରୁଆ ବର୍ଣ୍ଣରେ
ପୀତ ବର୍ଣ୍ଣା ଚାରୁ ଲେପ।
କେତେ ନାମ କେତେ କିସମ ମେଲାଇ
ମାଟି ମାଆ ଆମେ ଭେଟୁ,
ଚିକିଟା ମଟାଳ ବାଲିଆ ଢଙ୍ଗରେ
ପଙ୍କୁଆ ଦୋରସା ପଟୁ।
କୃଷ୍ଣ କାର୍ପାସ୍ ମୃତ୍ତିକା ସୂତ୍ରରେ
ଚାଷ କାର୍ଯ୍ୟ ଶୁଭଙ୍କର,
ସେଥିପାଇଁ ମାଟି ମାଆ ପଦବାଚ୍ୟ
ମାଟିକୁ ଜୁହାର କର।
ମାଟିରେ ରହିଛି କେତେ କେତେ ଗୁଣ
ମିଠା କଷା ଖଟା ପିତା,
ଗଛ ବାଛିନିଏ ନିଜ ପତିଆରା
ମଣିଷ ଖୋଜଇ ସତ୍ତା।
ମାଟିରେ ତିଆରି ହାଣ୍ଡି ଓ ମାଠିଆ
ଇଟା ଚୁଲି ଘଡ଼ି ଘଡ଼ା,
ଟାଇଲି ଖେଳଣା ଦୀପ ସରା ମୂର୍ତ୍ତି
ମାଟି ପାଇଁ ଆମେ ଛିଡ଼ା।
କ୍ଷିତି ଆପ ତେଜ ମରୁତ ବ୍ୟୋମକୁ
ପଞ୍ଚ ମହାଭୂତ ଗଣି,
ମାନବ ଶରୀର ଗଢା ଏହି ଭୂତେ
ମୂଳ ଉତ୍ସ ମାଟି ଜାଣି।
ମାଆ ଶବ୍ଦେ ଅଛି ମାଟି ଓ ଆକାଶ
ମାଆ ମାଟି ଏକା ପରି,
ସେଇ ମାଟିକି ମୋ କୋଟି ଦଣ୍ଡବତ
ମଥାର ତିଳକ ଶିରୀ।
ଖୋର୍ଦ୍ଧା।
ଡକ୍ଟର ଚପଳା ପଣ୍ଡା।
ମାଟିରେ ଜନମ ମାଟିରେ ମରଣ
ମାଟି ଘଟ ପିଣ୍ଡ ପ୍ରାଣ,
ମାଟି ପାଇଁ ଆମ ଜୀବନ ଦର୍ଶନ
ଖାଦ୍ୟ ବସ୍ତ୍ର ଗୃହ ଜାଣ।
ପୃଥିବୀକୁ ମାଟି ଆଚ୍ଛାଦିତ କରି
ଜୀବନ ଧାରାକୁ ବାଣ୍ଟେ,
ଶିଳା ଖଣ୍ଡ ଭାଙ୍ଗି ମାଟି ସୃଷ୍ଟି ହୁଏ
ମାଟି ବିନା ଘଟ ଛୁଟେ।
କେତେ ରଙ୍ଗ କେତେ ଛଇ ଛଟକରେ
ଦେଖାଇ ଦିଏ ତା ' ରୂପ,
ନାଲିଆ କାଳିଆ ଗେରୁଆ ବର୍ଣ୍ଣରେ
ପୀତ ବର୍ଣ୍ଣା ଚାରୁ ଲେପ।
କେତେ ନାମ କେତେ କିସମ ମେଲାଇ
ମାଟି ମାଆ ଆମେ ଭେଟୁ,
ଚିକିଟା ମଟାଳ ବାଲିଆ ଢଙ୍ଗରେ
ପଙ୍କୁଆ ଦୋରସା ପଟୁ।
କୃଷ୍ଣ କାର୍ପାସ୍ ମୃତ୍ତିକା ସୂତ୍ରରେ
ଚାଷ କାର୍ଯ୍ୟ ଶୁଭଙ୍କର,
ସେଥିପାଇଁ ମାଟି ମାଆ ପଦବାଚ୍ୟ
ମାଟିକୁ ଜୁହାର କର।
ମାଟିରେ ରହିଛି କେତେ କେତେ ଗୁଣ
ମିଠା କଷା ଖଟା ପିତା,
ଗଛ ବାଛିନିଏ ନିଜ ପତିଆରା
ମଣିଷ ଖୋଜଇ ସତ୍ତା।
ମାଟିରେ ତିଆରି ହାଣ୍ଡି ଓ ମାଠିଆ
ଇଟା ଚୁଲି ଘଡ଼ି ଘଡ଼ା,
ଟାଇଲି ଖେଳଣା ଦୀପ ସରା ମୂର୍ତ୍ତି
ମାଟି ପାଇଁ ଆମେ ଛିଡ଼ା।
କ୍ଷିତି ଆପ ତେଜ ମରୁତ ବ୍ୟୋମକୁ
ପଞ୍ଚ ମହାଭୂତ ଗଣି,
ମାନବ ଶରୀର ଗଢା ଏହି ଭୂତେ
ମୂଳ ଉତ୍ସ ମାଟି ଜାଣି।
ମାଆ ଶବ୍ଦେ ଅଛି ମାଟି ଓ ଆକାଶ
ମାଆ ମାଟି ଏକା ପରି,
ସେଇ ମାଟିକି ମୋ କୋଟି ଦଣ୍ଡବତ
ମଥାର ତିଳକ ଶିରୀ।
ଖୋର୍ଦ୍ଧା।
No comments:
Post a Comment