Tuesday, 29 April 2025

ଓଡ଼ିଆ କବିତା "ମୋ ହୃଦ କନ୍ଦରରେ ବସିଯା’ ସାଆନ୍ତେ l" Translated English Poem, 'O Lord! Be Seated in The Core Of My Heart.'

 

ମୋ ହୃଦକନ୍ଦରରେ ବସିଯା’ ସାଆନ୍ତେ
ଅଧ୍ୟାପକ ଅଶୋକ କୁମାର ନାୟକ

ମୋ ହୃଦକନ୍ଦରରେ ବସିଯା’ ସାଆନ୍ତେ ନନ୍ଦିଘୋଷରୁ ଓହ୍ଲାଇ 
ମନମନ୍ଦିର ମୋ ସାଇତି ରଖୁଛି ତୁମପାଇଁ ଆହେ ସାଇଁ । 
ଗଙ୍ଗାଜଳ କାହୁଁ ପାଇବି ମଣିମା ? ରଖୁଛି ଆଖୁର ଲୁହ 
ଭାବସରାଗରେ ପାଦ ଧୋଇଦେବି ଲୁଚାଇ ମନର କୋହ ।।

ପୀରତି କୁସୁମେ ତନୁ ସଜାଇବି ଆବେଗ ଚନ୍ଦନ ଦେଇ 
ମୋ ଦୁଃଖକୁ ଧୂପ କରିଛି ସାଆନ୍ତେ ତୋ ଆଗେ ଜାଳିବା ପାଇଁ 
ଜ୍ଞାନର ପ୍ରଦୀପ ଜାଳିବି ବା କାହୁଁ ? ଅଜ୍ଞାନ ମୁଁ ଚିରକାଳ 
ନୟନ-ଦୀପ ମୋ ନିଇତି ଜାଳୁଛି ଢାଳି ଶରଧା-ତଇଳ ॥

ଭକତି-ନୈବେଦ୍ୟ ବାଢ଼ିଦେବା ପାଇଁ, ଶକତି ନାହିଁ କାଳିଆ 
ଥରୁଟିଏ ଆଖି ପକାଇ ଦେଏରେ ତ୍ରୁଟି ଯାଉ ସବୁ ମାୟା 
ବାୟା ମନ ମୋର ଥୟ ହୋଇଯାଉ ତୋ ଚକାନୟନ ଦେଖି 
ତୋର ମୋର ଭାବ ସେଇମିତି ଥାଉ ତୁହି ରହିଥାଆ ସାକ୍ଷୀ ॥

ତୋତେ ଦେଖୁଦେଖୁ ଛୁଟିଯାଉ ଦେହ ପରାଣ ପଞ୍ଜୁରୀ ଛାଡି 
ମରଣ କାଳରେ କର୍ଣ୍ଣ ଶୁଣୁଥାଉ ଜୟ ଜଗନ୍ନାଥ ରଡ଼ି 
ଜ‌ୟ ଜଗନ୍ନାଥ ରଡ଼ି, ଜ‌ୟ ଜଗନ୍ନାଥ ରଡ଼ି ॥

ରୁମ୍ ନଂ- ଏଫ୍, ପ୍ରଥମ ମହଲା, ଶାନ୍ତି ଆପାର୍ଟମେଣ୍ଟ୍‌, ରାମଚଣ୍ଡୀ ସାହି, ପୁରୀ, ୭୫୨୦୦୧ ଭ୍ରାମ୍ୟଭାଷ- ୯୧୨୪୫୦ ୧୭୫୧

O Lord! Be Seated In The Core Of My Heart.

O Lord! Descending from the Chariot of Nandighosh,
Be kindly seated in the core of my humble heart
Set aside for You by the temple of my mind, rapt.
Whence can I find the water of the Ganges? Thus,
O Lord! Stored I’ve the tears of my eyes to wash
Your lotus Feet, hiding my agony, with ecstasy devout.

Applying the fragrant sandals of fervour and excitation,
With the flowers of felicity and love I'll embellish Your figure.
Before you, the incense sticks of my grief and melancholy, I’ll burn.
How can I light the lamp of knowledge, for I’m ignorant forever?
Still I’m daily burning the lamp of my eyes with the oil of absorption.

O Kalia! I am too poor to serve You the delicacies of devotions,
However, let a single glance of Yours end all my material illusions!
Let my frantic mind be calm beholding your spherical divine Eyes!
Let our heavenly bond remain the same, and let You be its witness!
 
O Lord! This is my last wish: As soon as I look at You,
Let my Soul get liberated from the cage of this mortal body!
Let me ceaselessly listen to the chants of “Jai Jagannath”,
And let me repetitively recollect the same emancipating Melody!

Copyright: Dr. Shankar D Mishra, Sr. Lecturer in English, Bhubaneswar
WhatsApp number: 8249297412
Please share this poem. Thank you.

N.B. This English poem has been translated from an Odia poem “Mo Hruda Kandarare Basija Saaante”, written by Lect. Ashok Kumar Nayak, Ramachandi Sahi, Puri, 9124501751, published in a quarterly Spiritual and Cultural magazine “Ama Jagatanatha”.




No comments:

Post a Comment