Wednesday 10 July 2024

ଓଡ଼ିଆ କବିତା "ଏବେ" / TRANSLATED ENGLISH POEM "NOW"

 

ଏବେ 
ପରଷ୍ପର ମଧ୍ଯେ କଥା ହେବା ପାଇଁ
    ମନେ ନାହିଁ ଆଉ ଶକ୍ତି
ଫେସ ବୁକ ଆଉ ହ୍ଵାଟସ୍ ଆପରେ
  ବିତେ ଘଣ୍ଟା ଘଣ୍ଟା ନିତି I

ପିଲା ଠାରୁ ବୁଢା ସଭିଁଏ ଆଶକ୍ତ
 ସୋସିଆଲ ମେଡିଆରେ
କଥା ପଦଟିଏ ହେବା ପାଇଁ ଆଜି
    ସମୟ ନାହିଁ ପାଖରେ I

ସାରା ପରିବାର ଏକାସାଥେ ବସି 
 ଚରଚା କରନ୍ତି ନାହିଁ
ମୋବାଇଲ ଫୋନ ଆୟୁଧ ହୋଇଛି
   ସବୁ ଆଲୋଚନା ପାଇଁ I

ଦିନକୁ ଦିନତ ହଜି ଯାଉଅଛି
   ଅତୀତର ନିତୀ ଗତି
ନିଜନିଜମଧ୍ଯେ କମିତ ଯାଉଛି
 ସ୍ନେହ ପ୍ରେମ ଭାବ ଭକ୍ତି I

 ଅଜଣା ସାଥିଙ୍କ ଅଜବ କାହାଣୀ
   ପଢି ଶୁଣି ବିତେ ଦିନ
ଲାଭ ଲୋଭ ମୋହ କବଳେ ପଡିଲେ
 ଜୀବନ ହେବ ବିପନ୍ନ I

ବିଶ୍ଵାସ ବନ୍ଧୁତା ମିଷ୍ଟାଳାପ ପରେ
  ପ୍ରତିହିଂସା ପ୍ରତାରଣା
ଛାରଖାର ହୁଏ ସହସ୍ର ଜୀବନ
 ଲକ୍ଷ ହୁଏ ବାଟବଣା I

ପଡୋଶୀ ହେଉବା ପରିବାର ହେଉ
    ହେଉଅବା ସାଙ୍ଗ ସାଥୀ
ସମୟ ଆସିଛି ଭାବି ଦେଖିବାକୁ
 କେଉଁ ଆଡେ ଆମ ଗତି ?

 ଚାରିପଟେ ଆମ ଅଛନ୍ତି ଯେତେକ
 ଗରିବ ଗୁରୁବା ଲୋକ
ସେମାନଙ୍କ ସହ କଥା ହେବା ପଦେ
   ବୁଝିବା ତାଙ୍କର ଦୁଃଖ I

ଯେତେ ସବୁ ଅଛି ସୁବିଧା ସୁଯୋଗ
 ତାଙ୍କୁ ଆମେ ଜଣାଇବା
ଭବିଷ୍ଯ କିପରି ସୁରକ୍ଷିତ ହେବ
  ସେକଥାଟି ବୁଝାଇବା I

ମୁହଁରେ ତାଙ୍କର ଫୁଟାଇ ପାରିଲେ
  ସାମାନ୍ଯ ଟିକିଏ ହସ
ସୁଖ ଶାନ୍ତିରେ ବଞ୍ଚିବେ ସଭିଏଁ
   ରାମ ରାଜ୍ଯ ହେବ ଦେଶ I

@ ଅନନ୍ତ ଚରଣ ସ୍ଵାଇଁ
  ୧୦ ଜୁଲାଇ ୨୦୨୪
୭୩୮୧୦୪୬୪୭୭

NOW

Now, alas, we all of us lack zeal to have a talk together
Albeit we can spend hours daily on Whatsapp and Facebook!
The social media mania does entice the youth and old as a hook,
While dryly we run out of time to have a word among one another!

Now, the whole family can’t sit together for a warm say,
For, mobiles have replaced men for all sorts of conversations!
The age old customs and traditions are missing each passing day
While love and intimacy dwindles among the close relations!

Now, days are spent reading and listening to the strangers’ tales and songs.
Life gets endangered being a prey to easy gains, greed and temptations!
Betrayal and violence under the garb of trust, intimacy and sugary tongues
Spoils millions of lives and turns the smooth roads into distant destinations!

Let’s let them know of all the prevailing facilities and privileges
And enlighten them ungrudgingly how they can secure their future
So that all of us can live in abundant peace, harmony and rapture
And our Nation can be Lord Shri Ram’s realm, an abode of sages!

Now, it’s time to ponder over where we are heading to
While dealing with our neighbours or family or any comrade;
Let’s have a word of empathy with the poor and needy who shed
Tears of pain and sorrow around us leading tough lives too!
 
Copyright: Dr. Shankar D Mishra, Sr. Lecturer in English, Bhubaneswar
Original Odia poem “Ebe” written by Ananta Charan Swain
Please share this poem to your friends and groups. Thank you.
Whatsapp number. :  8270604524
Image courtesy: Google

No comments:

Post a Comment