Monday 3 January 2022

ବୋଉ

 




ବୋଉ

ବୋଉ ଲୋ,

ତୁ ତ ତୁଳସୀ ର ସମ ପବିତ୍ର,

ତୋ  ହୃଦୟ ମହାନ ଶ୍ରୀକ୍ଷେତ୍ର ,

ତୁ ତ କମଳ ପରିକା କୋମଳ,

ସଂସାର ବୃକ୍ଷେ "ଏକ ଦିବ୍ୟ ପୁଣ୍ୟ ଫଳ!"


ବୋଉ ଲୋ,

ହାଡଭଙ୍ଗା ଶୀତ ରାତି ର ତୁ ଅତି ପ୍ରିୟ ଉଷ୍ଣ କମ୍ବଳ,

ମୁକ୍ତି ପଥର ତୁହି ତ ଏକ ବିରଳ ଅମୁଲ୍ୟ ସମ୍ବଳ,

ନିଦାଘ ଦୁଃଖ ଝାଂଜି ରେ ତୁ ତ ପରମ ସୁଖ ର ବାଆ,

ସତରେ, କି ସ୍ବର୍ଗୀୟ ତୋ ଅତ୍ମୀୟତା, ଆହାଃ!"


ବୋଉ ଲୋ,

ତୋ 'ମୋ ଧନ ' ଡାକେ ଝରେ ଅହରହ ଅମୃତ,

ତୋ 'କୋଳ' ଚୀର ଶାନ୍ତି ର ଷୌଧ ନିର୍ମିତ,

ତୋ ସ୍ନେହରେ ଏ ସାରା ସଂସାର ଆତଯାତ,

ଆହାଃ! ତୋ ବିନା, କି ଏକ ଅଲୋଡ଼ା ନର୍କ ଏ ଜଗତ!


ବୋଉ ଲୋ,

ତୋ ରୁଣ କେହି କେବେ ସୁଝିପାରେନି,

ତୋ ପରି କେ, ପିଲାଙ୍କ ମନକୁ ବୁଝିପାରେନି,

ତୋ ପରି ମୁକୁତା କେଉଁଠି ବି କେବେ ମିଳିପାରେନି,

ଥରଟେ ମାତ୍ର, ତୋ ଛେଉଣ୍ଡ ପିଲାଙ୍କୁ ତୁ ଦେ ଅନାଇଁ,

ତୋ ଲେଉଟା ପଥ କୁ ଆମେ ଚାତକ ପରାୟ ରହିଛୁ ଚାହିଁ,

ତୋ ଘର ବାହୁଡା଼ କୁ ଆମେ ଏକ ଆଶା ର ମୀନାର ଗଢ଼ୁଛୁ ରହି !


ବିଶେଷ ଦ୍ରଷ୍ଟବ୍ୟ: ଉପରୋକ୍ତ କବିତା ଟି ଏକ ବନ୍ଧୁ ଙ୍କ ବୋଉ ଙ୍କର ତିରୋଧାନ ଉପଲକ୍ଷେ ଲିଖିତ!

Image courtesy : Google 

Copyright : Dr. Shankar D Mishra, Bhubaneswar, Odisha, India

Please save my whatsapp number (8270604524) to receive my poems regularly. TQ.

11 comments: