Tuesday 4 January 2022

EXTRACTS ODIA

 


EXTRACTS ODIA
ସ୍ମୃତି
*****
ତୁମେ ସେହି ସ୍ମୃତି ପ୍ରୀତି ଫୁଲ ଟିଏ
ଏ ହୃଦୟ ବଗିଚା ରେ
ମହ ମହ ହୋଇ ଫୁଟି ଉଠିଥିଲ
ଦିନେ ଏହି ଜୀବନ ରେ।
ତୁମେ ନିଶିଗନ୍ଧା ଚମ୍ପକ ବରଣା
ରଙ୍ଗ ଭରା ବାସ୍ନା ହୋଇ
ରଙ୍ଗାୟିତ ପରା କରି ଦେଇ ଥିଲ
ସଂଜ ସକାଳ କୁ ନେଇ।
କାହିଁକି କେଜାଣି ସେ ଅତୀତ ସ୍ମୃତି
କରଇ ଯେ ଆନ ମନା
ବିରହ ବେଦନା ଏତେ କଷ୍ଟ ସାଧ୍ୟ 
ଯେତେ ସହିଲେ ବି ସରେନା ।
ପାହାନ୍ତି ଆକାଶେ ତାରାଙ୍କ ମେଳରେ
ଜହ୍ନ କୁ ଦେଖଇ ଯେତେ
କାକର ରୂପ ରେ ପ୍ରୀୟା ର ପରଶ
ଛୁଇଁ ଯାଉଥାଏ ମୋତେ।
ଗୋଧୂଳି ଲଗନେ ସୁରୁଜ ନଇଁଲେ
ଜଳେ ଯେବେ ସଞ୍ଜବତୀ
ସତେକି ଆସଇ ସାନ୍ଧ୍ୟ ପ୍ରୀୟ ତମା
ବାଣ୍ଟିବାକୁ ପ୍ରୀୟା ପ୍ରୀତି।
ପ୍ରଥମ ପ୍ରେମ ର ସେ ଅଭୁଲା ସ୍ମୃତି
ଆଜି ବି ପଡଇ ମନେ
ବ୍ୟଥିତ କରଇ ବିଗତ କାହାଣୀ
ସ୍ମୃତି ହୋଇ ରେଖା ଟାଣେ।
ସତ ଚେଷ୍ଟା କରି ପାରେ ନାହିଁ ଭୁଲି
ପ୍ରୀୟା ର ନରମ ସ୍ପର୍ଶ
ଆସ ପ୍ରୀୟ ତମା ତୁମେ ଅନୁପମା
ଥରେ ମୋ ପାଖକୁ ଆସ।
ଅପେକ୍ଷାରେ ରତ ଗଲା ବହୁବର୍ଷ
ବୟସ ବି ଗଲା ଚାଲି
ତଥାପି ରହିଛି ଚାହିଁ ମୁଁ ଶୁନ୍ୟ କୁ
ନିଶ୍ଚୟ ଆସିବ ବୋଲି।
*******ସମାପ୍ତ******
Mina kumari Tahal, ଭାବଧାରା ସାହିତ୍ୟ ସଂସଦ 

1.*ସାଙ୍ଗ ମାନେ ଚାଲିଲ , ଟିକିଏ ଜିଇଁ ଶିଖିବା* 


ଆସିଲ କି?

ଦୁଆର ଖୋଲା ଅଛି

ସିଧା ଭିତରକୁ ପଶି ଆସ।


ନା, ଟିକିଏ ରୁହ।

ଦୁଆର ବନ୍ଧ ପାଖରେ ପାପୋଛ ପଡିଛି

ନିଜର ଅହଙ୍କାର ସବୁ ସେଥିରେ ପୋଛି ନିଅ।


ଚାଳିଆ ରେ ମଧୁମାଳତି ଫୁଟିଛି

ତାର ବାସ ବି ମହକୁଛି

ସେଠି ଅସନ୍ତୋଷ ସବୁ ଛାଡ଼ି ଦେଇ ଆସ।


ଅଗଣାରେ ତୁଳସୀ ଚଉରା  ଅଛି

ମନର ଉଚ୍ଚାଟପଣ ସବୁ

ସେଇଠି ଓଜାଡ଼ି ଦେଇ ଆସ।


ବ୍ୟସ୍ତତା ସବୁଙ୍କୁ ବାହାର କାନ୍ଥ କଣ୍ଟା ରେ

ଟାଙ୍ଗି ଦେଇ ଆସ।


ଜୋତା ସାଥିରେ ନକାରାତ୍ମକ

ଚିନ୍ତାଧାରାକୁ ବାହାରେ ଓହ୍ଲେଇ ଦେଇ ଆସ।


ଗାଁ ଦାଣ୍ଡରେ ପିଲା ମାନେ 

ହୋ ହଲ୍ଲା କରି ଖେଳୁଛନ୍ତି,

ସେମାନଙ୍କ ପାଖରୁ ଟିକିଏ ଦୁଷ୍ଟାମୀ

ଚୋରେଇ ନେଇ ଆସ।


ପିତଳ ଗାମଲା ରେ 

ଗୋଲାପ ଫୁଲ ଦୋଳି ଖେଳୁଛି

ତାପାଖରୁ ତୋଡାଏ ଖୁସି 

ଛିଣ୍ଡେଇ ନେଇ ଆସିବ।


ଆସ, ତୁମର ଦୁଃଖ ସବୁ ମତେ ଦେଇଦିଅ।

ବସ, ଖୁସି ର ପଙ୍ଖା ହଲେଇ 

ମୁଁ ତୁମର ଥକାପଣ ଦୂର କରି ଦିଏ।


ତୁମ ପାଇଁ ସଞ୍ଜ କୁ ସଜେଇ ଦେଇଛି

ସୂର୍ଯ୍ୟଙ୍କୁ ଚକ୍ରବାଳ ଉପରେ ଅଟକେଇ ରଖିଛି

ନାଲି ମୁରୁଜର ଝୋଟି ଆଙ୍କିଛି ଆକାଶ ରେ।


ପ୍ରେମ ଓ ବିଶ୍ବାସ ର ମିଞ୍ଜି ମିଞ୍ଜି ଆଞ୍ଚ ରେ

କେଟଲି ବସେଇ ଚା ଫୁଟେଇଛି।

ଧିରେ ଧିରେ ପିଇବ।


ହଁ ଶୁଣ, ଜୀବନ ଟା ଜିଇଁବା ଆସ, 

ଏତେ କଷ୍ଟକର ବି ନୁହେଁ ମ !!!

ସୁଖ ଓ ଦୁଃଖ, ଆସୁଛି ଓ ଆସୁଥିବ,

ମାତ୍ର, ଆମ ବନ୍ଧୁତ୍ୱ ପିଲାଦିନରୁ

             ଅଛି, ଥିବ ଓ ରହିଥିବ ।।

😃🎉🎻😃🎉🎻😃🎉🎻



2.



3. ##सफर(५)##


हमे पत्ता था तुम्हारी मोहबत मैं

जहर है, लेकिन पिलाएं में

इतना प्यार थी कि हमे ठुकरा

ना सके...!!!

          *****

ତୁମ କଥାରେ ବିଷ ପୁର୍ଣ୍ଣ ଥିବା

କଥା ମୋତେ ଜଣାଥିଲା ,କିନ୍ତୁ

ପିଆଇବା ସମୟରେ ଏତେ ପ୍ରୀତିପୂର୍ଣ୍ଣ

ଭାବ ଥିଲା ଯେ ମୁଁ ତାକୁ ଅସ୍ବୀକାର

କରି ପାରିଲି ନାହିଁ..!!!!

         ★★★★

4.


                          

©®@सुशांत मिश्र


5. ପ୍ରେମ ସପ୍ତାହ ଉପଲକ୍ଷେ

*****************

ଯେଉଁଠି ; 

ମାଆର ମମତା ଲୁହରେ ଭିଜୁଛି, 

ପିତାର ଭରଷା ଲହୁରେ ଝରୁଛି 

ପତ୍ନୀର ବିଶ୍ୱାସେ ଗରଳ ମିଶୁଛି   

ସାଥୀର ନିଶ୍ୱାସେ ସ୍ୱାର୍ଥ ଡ଼ହକୁଛି 

ପଶୁ ପ୍ରବୃତ୍ତିରେ ପ୍ରଣୟ ସରୁଛି 

ନାରୀର ମର୍ଯ୍ୟାଦା ଭୂମିରେ ଲୋଟୁଛି ; 


ସେଇଠି...............

ଚକୋଲେଟ ଆଉ ଗୋଲାପ ଫୁଲରେ  

ମାପୁଛ ପ୍ରେମର ମୂଲ????? 


ପ୍ରେମ କଣ ଖାଲି ଅଢେଇ ଦିନିଆ 

ଡ଼ାଳୁ ଡାଳ ଡେଇଁ ଖେଳେ ମାଙ୍କଡ଼ିଆ 

ମିଛ ଚେହେରାରେ ସମ୍ପର୍କ ଖଣ୍ଡିଆ 

କୁହୁଡି ପହଁରି ହୁଅ ହତାଶିଆ????? 


ପ୍ରେମ କଣ ଖାଲି ସୁନାମିର ଢେଉ 

ସମ୍ପର୍କ ମରୁରେ କ୍ଷଣେ ହାଉଯାଉ

ସରଳ ମନରେ ମରୀଚିକା ଭରି

ପଦ୍ମ ଘୁଂଚି, ପଙ୍କେ ପ୍ରାଣ ଯାଏ ସରି !


ଛଳନା ରହିତ ପଦେ ମିଠା କଥା 

ଅନ୍ତର ନିଗିଡ଼ା ସଫା ଅତ୍ମୀୟତା 

ଚେନାଏ ବିଶ୍ୱାସ ଅଷାଢୁଆ ସୂତା

ଅନାବିଳ ହସେ ନିଃସ୍ୱାର୍ଥପରତା 

ତ୍ୟାଗ ସମର୍ପଣେ ପ୍ରେମହିଁ ଦେବତା !

**********************

ଅନୀତା ଦାଶ I

ଅର୍ଥନୀତି ଓ ପରିସଂଖ୍ୟାନ ବିଭାଗ,

ଓଡିଶା I


No comments:

Post a Comment