ପ୍ରାର୍ଥନା
ସକାଳୁ ଉଠି ମୁଁ ପ୍ରଭୁ କରୁଛି ପ୍ରଣାମ
ଦୟା ବହି ଶୁଣ ମୋର ବିନୀତ ଜଣାଣ ।
ପିତାମାତାମାନଙ୍କୁ ମୁଁ କରିବି ଭକତି
ସର୍ବଦା କହିବି ସତ୍ୟ ଦିଅ ହେ ଶକତି ।
ଗୁରୁ ଗୁରୁଜନଙ୍କୁ ମୁଁ ଦେଖାଇବି ମାନ୍ୟ
ସାନଙ୍କୁ ସ୍ନେହରେ ବାନ୍ଧି ହେବି ମୁହଁ ଧନ୍ୟ ।
ଗର୍ବ, ହିଂସା, ଲୋଭ, ପାପ ନପଶୁ ମୋ ପାଖେ
ସକଳ ଜୀବଙ୍କୁ ମୁହିଁ ସମଭାବେ ଦେଖେ ।
ଅକର୍ମଣ୍ୟ, ବିକଳାଙ୍ଗ ଦେଖ ମୁଁ ଯେବେ
ବୁଝି ତାଙ୍କ ମନକଥା ଦାନା ଦେବି ତେବେ ।
ରୋଗେ ପଡ଼ି କଷ୍ଟ ପାଉଥିଲେ ଦୁଃଖୀଜନ
ସେବାକରି ତୋଷିବି ମୁଁ ତାହାଙ୍କର ମନ ।
ପଥି ଔଷଧ ବିତରି ମନ କିଣି ନେବି
ବଢ଼ି ମରୁଡ଼ି ବାତ୍ୟାରେ ଅନ୍ନବସ୍ତ୍ର ଦେବି ।
ଉଚ୍ଚନୀଚ ଭେଦଭାବ ଦେଶୁ ହଟାଇବି
ଦୁଃଖ ସୁଖ ସମ ମଣି ଦିନ କଟାଇବି ।
ମାଆ ପରି ଆମ ଦେଶ ତା’ ସେବା କରିବି
ଶତ୍ରୁ ପ୍ରତି ମିତ୍ର ଭାବ ସଦା ଆଚରିବି ।
କରି କରାଉଛ ପ୍ରଭୁ ଅଦୃଶ୍ୟରେ ଥାଇ
ଭଲକାମ କରିବି ମୁଁ ତୁମ ଆଜ୍ଞା ପାଇ ।
ଏତିକି ମାଗୁଣି ମୋର ଅନ୍ୟ ଲୋଡ଼ା ନାହିଁ
ତୁମ ନାମ ଜପି ଜପି ଦିନ ଯାଉ ବହି ।
PRAYER
O God! I do bow before you at this dawn,
I pray to you to listen to my humble
supplication.
To pay due respect to my parents, I do
take a solemn oath,
Do strengthen and embolden me to ever
speak the truth.
I'll show reverence to the Gurus and the
persons venerable,
By my deep love to children, I'll make
my birth memorable.
Let me not be trapped by pride,
violence, sin and temptation,
Let me love all creatures without any
partiality or discrimination.
If ever I happen to come across the
crippled and the wretched,
I must feel their misfortune and ache,
and not let them go unfed.
Should I come upon the diseased and the afflicted
men,
I'll promptly render my much needed
service to allay their pain.
I'll liberally hand out food, medicines
and clothes to the victims,
And allay the plight of the affected in
the floods, droughts or storms.
I'll banish from the country superior
and inferior complexity,
And live my life treating alike both
adversity and prosperity.
I'll serve my Mother-like country, with
full loyalty and integrity,
And deal with the enemies friendly without
hatred, bitterness or hostility.
O God! You are surely behind every
visible and invisible phenomenon,
Being blessed, let me ever proceed in my
noble missions with perfection.
O God, the Almighty! I beg of you
nothing more than this,
Let me spend the rest of my life
chanting Your Name in devotion and bliss.
ବରଷା ଆସିଲା
ଗୀରିଷମ ଗଲା ବରଷା ଆସିଲା
ଝିପି ଝିପି ମେଘ ବରଷିଲା
କୃଷକ ଚଷିଲା ବସୁଧା ହସିଲା
ଗଛଲତା ସବୁ ସରସିଲା ॥
ବାଦଲ ଭାସିଲା ସୂରୁଯ ଲୁଚିଲା
ଖରାଛାଇ ଖେଳେ ଲୁଚକାଳି
ଗରମ ନସହି ସ୍ନାନ ହେବା ପାଇଁ
ବେଦୀକୁ ଆସିଲେ ବନମାଳୀ ||
ସାତଟି ରଙ୍ଗରେ ଧନୁର ଢଙ୍ଗରେ
ଇନ୍ଦ୍ରଧନୁ ପାଏ ବଡ଼ ଶୋଭା
ପାହାଡ଼କୁ ଡିଏଁ ବାଦଲକୁ ଛୁଏଁ
ଉଡ଼ାଗୁଡ଼ି ବଡ଼ ମନଲୋଭା ||
ଗୁଣ୍ଡିଚା ଯାତରେ ଚଢ଼ିଣ ରଥରେ
ଭଉଣୀ ସାଥିରେ ଦୁଇଭାଇ
ଭ୍ରମଣରେ ଯାଇ ପୋଡ଼ପିଠା ଖାଇ
ଫେରନ୍ତି ମାଉସୀ ଘରେ ରହି ॥
ଗାଡ଼ିଆ ପୋଖରୀ ନଈନାଳ ପୁରି
ଚାଲୁଥାଏ କେତେ ପାଣିସୁଅ
ଆସି ବଡ଼ ବଢ଼ି ଘରଦିଏ ତାଡ଼ି
ଆଖରୁ ବୁହାଇ କେତେ ଲୁହ ॥
ବର୍ଷା ଆମ ବନ୍ଧୁ ଦୟା କୃପା ସିନ୍ଧୁ
ତା’ର ପାଇଁ ସିନା ଚାଷୀକୁଳ
ଫସଲ ଯୋଗାନ୍ତି ସଭିଙ୍କୁ ହସାନ୍ତି
ସବୁ ଈଶ୍ଵରଙ୍କ ଲୀଳାଖେଳ |
RAIN CAME…..
The Summer receded, the Rain
proceeded
And it joyously drizzled;
Farmers cultivated, Nature got
elated
The trees and creepers got
rejuvenated.
The clouds floated, and the Sun
seemed veiled
Light and shade merrily ‘hide and
seek’ played;
To bathe, Lord Banamali came to the
Bath Pandal
For, the unbearable heat threatened
life’s survival.
The seven captivating colours of the
rainbows
Like an embroidered crown, beautify
the head of the sky;
The kite leaps down the hill and
kisses the clouds soaring high
And captures the excited hearts with
its spectacular shows.
The two elder brothers,
together with their loving sister,
Adorned on their respective wooden
chariots on Car Festival
Make a visit to Gundicha Temple for
nine days’ sojourn there
And eating baked cakes at Mousi’s
House return after a Yatra celestial.
The pools and ponds, rivers
and canals are overfed
And the currents of water flow
beyond their brims;
By flood waters kachha houses
collapse and trees get uprooted
Alas! The sufferers in the calamity
shed bitter tears even in dreams.
Still, the Rain is our friend and
our benign benefactor,
Due to his bounty and mercy the
farmers grow crops better
So that they can feed us to stay
healthy and live in happiness;
So, we must humbly thank God for His
unfathomable kindness.
କବିତା ସଂଗୃହିତ ପୁସ୍ତକ
(ବିତର ଅହିଂସା ନୀତି, କବି ସ୍ବର୍ଗତ ବଂଶୀଧର ସେଠୀ)
ଦୀପଟିଏ ହେବି
ଦୀପଟିଏ ପରି ଅନ୍ଧାରକୁ ହରି
ଦୁର୍ନିତୀ କରିବି ଦୂର
ଦୁଃଖୀର ବିପଦ କାଳରେ ତାହାକୁ
ବିପଦୁ କରିବି ପାର ||
ଅସହାୟ କିମ୍ବା ଭିକାରୀ ଲୋକଙ୍କୁ
ଦେବି କିଛି ଭିକ୍ଷା ଦାନ
ରୋଗରେ ପଡ଼ିକେ କଷ୍ଟ ପାଉଥିଲେ
ପଥ୍ୟ କରାଇବି ପାନ ॥
ଦେଶର ମଙ୍ଗଳ ପାଇଁ ଲୋଡ଼ା ହେଲେ
ନିଜ ଜୀବନକୁ ଦେବି
ଜାତି ପାଇଁ କିଏ ମତେ ଦଣ୍ଡ ଦେଲେ
ମଥା ପାତି ସହିନେବି |
ଯଉତୁକ ବିନା ନାରୀ ନିର୍ଯ୍ୟାତନା
ନପାରିବି କେବେ ସହି
ଉଚ୍ଚନୀଚ ଜାତି ଭେଦ ଦୂର କରି
ନିର୍ମଳ କରିବି ମହୀ ॥|
ଦୀପ ପରି ଜଳି ସ୍ୱାର୍ଥ ଦେଇବଳି
ଅଜ୍ଞାନେ ହୋଇବି ସାହା
ସଂଗ୍ରାମ ଚଳାଇ ଅନୀତି ହଟାଇ
ଫିଟାଇବି ନୂଆ ରାହା ॥
LET
ME BE A LAMP.
As
a luminous lamp dispels darkness,
I’ll
deracinate corruption from the earth’s surface.
As
a benevolent prop, I’ll aid the needy and miserable
In
order to triumph over their distress insurmountable.
I’ll
take pity on the mendicants and the helpless
And
be a cause for their infrequent smiles and rare solace.
I’ll
heal the sick’s hurts and allay their aching plights
I’ll
quench their parched throats and alleviate their appetites.
Like
a selfless soldier, I’ll gift my life
If
the country gains, with little remorse or grief.
Yes,
for the welfare and laurels of the Nation,
I
can cuddle retributions sans regret or hesitation.
I
cannot put up with the unjust atrocity against women
Anywhere
for dowry or any other uncalled-for reason.
I’ll
try my utmost for the elimination of caste differences
I’ll
fight until the globe stops experiencing the acid rains.
I’ll
sacrifice my own interests, burning like a lamp
I’ll
compel ignorance to succumb at the earliest and decamp.
I’ll
strive tooth and nail so that injustice anon takes to heels
And
a new verve and vim is spawned to live, my heart feels.
*
spawned – produced/generated
………………………..
ବହି ପଢ଼
ଓଡ଼ିଆ ସାହିତ୍ୟ ବହୁତ ଉନ୍ନତ
ଅଛି ବଡ଼ ଗ୍ରନ୍ଥମାନ
ସାଇତି ରଖୁବା ନିଇତି ପଢ଼ିବା
ଅରଜିବା ମହାଜ୍ଞାନ ॥
ଗଣିତ ଆମର ଚିର ସହଚର
ସବୁବେଳେ କାମେ ଆସେ
ବଣିକ ବେପାର ଶିଳ୍ପ କାରିଗର
ପାଇଁ ଆମେ ଅଙ୍କ କଷେ ॥
ଆମ ଦେଶ ପରି କେତେ ଯେ ଆହୁରି
ରହିଛି ସାରା ସଂସାରେ
ସେ ଦେଶ ଚଳଣି ରାଜନୀତି ପୁଣି
ଲିପିବଦ୍ଧ ପୁସ୍ତକରେ ॥
ଜ୍ଞାନୀଜନମାନେ ପଢ଼ିଣ ବିଜ୍ଞାନ
ଗଢ଼ିଲେ ରକେଟ୍ ଯାନ
ସେଇଥିରେ ଯାଇ ମହାଶୂନ୍ୟେ ରହି
ମଙ୍ଗଳେ ପାଇଲେ ସ୍ଥାନ ॥
ଆମର ପୁରାଣ ଧର୍ମଗ୍ରନ୍ଥମାନ
ଭରପୁର ଉପଦେଶେ
ନିଇତି ପଢ଼ିଲେ ଅଥବା ଶୁଣିଲେ
ପାପ ନପଶିବ ପାଶେ ॥
ଇଂରାଜୀ ଫରାସୀ କେତେ ଭାଷାଭାଷୀ
କବି ଓ ଲେଖକ ଗଣ
ମୂଲ୍ୟବାନ ଗ୍ରନ୍ଥ ଲେଖୁ ଯାଇଛନ୍ତି
ପଢ଼ି ନାନା କଥା ଜାଣ ॥
ମନକରି ଦୃଢ଼ ନିତି ବହି ପଢ଼
ଅରଜିବ ମହାଜ୍ଞାନ
ସେ ଜ୍ଞାନ ବିତରି ଦିବ୍ୟ ଗୁରୁ ପରି
ପାଇବ ଉଚ୍ଚ ସମ୍ମାନ |
READ BOOKS.
Odia
literature is enriched and treasured, they say,
With
books and treatises of immense importance;
Let's
take care of them and avidly study them every day
So that
we can boost our brains with the most nutritious sustenance.
Mathematics
is forever our best companion
Life
without whom is indeed beyond imagination;
For, like
breath, it's needed in banks, trades and businesses
Life
would come to a standstill in both of their absences.
There are
many other countries big and small
All
around the whole world very similar to ours,
Their
customs, traditions, beliefs and social, economic and political status
Are
meticulously printed in the books for perusal and appraisal of all.
Having
studied technology and science
The
erudite brains and astute minds
Engineered
rocket engines and devised space crafts
To reign
in the space and land on the invincible Mars.
Our
religious books and sacred mythological scriptures
Are
replenished with inspirational injunctions and sermons,
Minds are
neither seduced for sins nor tempted for perversions
Should
they are regularly gone through or listened to with raptures.
The
poets, authors, thinkers and philosophers
Of
France, Rome, Italy, England, Greece and many other languages
Have
contributed to the mankind with their books of immortal pages
Only
after assiduous studies and sincere cultures.
Thus, study daily with a still mind
and firm conviction
If you are eager to muster mastery
and gain knowledge,
And should you spread it so that
people can take full advantage,
You will be highly loved, applauded
and honoured in the long run.
କବିତା ସଂଗୃହିତ
ପୁସ୍ତକ
(ଗୁରୁ ପୂଜା, କବି ସ୍ବର୍ଗତ ବଂଶୀଧର ସେଠୀ)
ଆସିଅଛେ ଦୁନିଆଁକୁ ଭଲକାମ ପାଇଁରେ
ଆସିଅଛୁ ଦୁନିଆକୁ ଭଲକାମ ପାଇଁରେ
କାମ ବିନା ଦୁନିଆଁରେ ଆଉ କିଛି ନାହିଁରେ ॥
ଭଲ ମନ୍ଦ ଚିନ୍ତା କରି ଭଲକାମ କରିବୁ
ସତ୍ୟରୂପୀ ହରି ସିଏ ସଦା ନାମ ଧରିବୁ ॥
ଦୁଃଖି ଜନେ ସେବି ଥିଲେ ତୋତେ ମନେ ରଖିବେ
ଆପଣାର ଭାବିନେବେ ଦେବ ପରି ଦେଖିବେ ॥
ପର ଉପକାର ଠାରୁ ବଡ଼କାମ ନାହିଁରେ
ଦେଶସେବା ଧର୍ମ କର୍ମ ଯଶ ରହେ ତହିଁରେ ॥
କର୍ମ ଶେଷେ ଚାଲିଯିବୁ ଦିନେ ତୁହି ମହୀରୁ
ତିଳେ ମାତ୍ର ନେବୁ ନାହିଁ ସଞ୍ଚିବୁ ଯହିଁରୁ ॥
ମନେରଖ ସଙ୍ଗେ ଯିବ ହାଏ ହାଏ ଶବଦ
ହୃଦଫଟା ଲୁହ ଝରି କରିଦେବ ସ୍ତବଧ ||
ଭଲକାମ କରିଥିଲେ ଲୋକେ ତୋତେ ଝୁରିବେ
ଆଖୁରୁ ଝରାଇ ଲୁହ ସଦା ପୂଜା କରିବେ ॥
WE’RE BORN FOR A NOBLE CAUSE.
We’re born on earth for a noble cause,
Life is futile if in misdeeds we indulge.
Deliberate over the outcomes, and do noble deeds,
You can feel in them divinity that everything leads.
Should you serve the poor, you’ll be remembered,
You’ll be loved as a kin, and be looked upon as god.
Nothing is as great a virtue as doing good to others,
Serving the Motherland one can turn life precious.
You have to leave once get over your tasks due,
Alas! None of your possessions will accompany you.
Hark! People’s love and tears will voyage with you,
An irreparable vacuum will be felt albeit death is not new.
If
you carry out good works, all will remember you forever,
Shedding
oceans of tears, they will salute you as well as adore.
ଦାନ କରୁଥାଅ ଦୁଇହାତରେ
ଗଛ ଖାଏ ନାହିଁ ବିତରେ ଫଳ
ନଦୀ ପିଏ ନାହିଁ ବାଣ୍ଟୁଛି ଜଳ
ଦାନ କରୁଛନ୍ତି ମହତ ପଣେ
ତାଙ୍କ ପରି ଆଉ କେ ଅଛି ଜଣେ ॥
ଫୁଲ ନିଏ ନାହିଁ ତା’ର ସୁବାସ
ଆଖୁ ପିଏ ନାହିଁ ତା’ ମିଠା ରସ
ବିତରନ୍ତି ସିଏ ଆମରି ପାଇଁ
ତାଙ୍କପରି ଆଉ କେ ଅଛି କାହିଁ ?
ମହୁ ବାଣ୍ଟିଦିଏ ଛୋଟିଆ ପୋକ
ସାଗର ପୋଷୁଛି ଦୁନିଆଁ ଲୋକ
ସରିଯାଏ ନାହିଁ ତାଙ୍କର ଧନ
ତାଙ୍କ ସମ ହେବେ ଜଗତ ଜନ ?
ଗାଈ ଦେଉଅଛି ତାହାର କ୍ଷୀର
ମେଘ ଢାଳିଦିଏ ଆକାଶୁ ନୀର
ସେ ଦୁହେଁ ଜଗତ ମଙ୍ଗଳକାରୀ
କହ କିଏ ଅଛି ତାଙ୍କରି ପରି ॥
ଏହିପରି କଥା ଅନେକ ଅଛି
ଦିଅନ୍ତି, ନିଅନ୍ତି ନାହିଁ ସେ କିଛି
ଦେଇଥିବ ଯେବେ ଦୁଇ ହାତରେ
ଢାଳିଦେବେ ପ୍ରଭୁ ବିନା କାତରେ ॥
LET BOTH YOUR HANDS BE LAVISHLY
GENEROUS.
The greedless trees devour not their own fruits
So that men can relish well and survive better.
The bounteous rivers drink not their own water
So that men can quench our parched throats;
Who can thus be so great as both of them are?
Flowers are never seen to have inhaled their own fragrance
Sugarcanes are never known to have sucked their sweet juice
So that they can bless us with their unique gifts in true sense;
Who else can thus be equal to their unmatched magnificence?
Bees bestow upon us their syrupy honey
Seas with their bounty make the earth happy
Nevertheless they are inexhaustible;
Who else can thus match their virtues inimitable?
Cows pour on us their nutritious milk cans
Clouds shower upon us their soothing rains,
Both of them helpful and beneficent to the earth,
Do say, who else can render us so much mirth?
Nature has such countless instances of benignant donors
Who take nothing but give everything as the rightful owners.
Thus, if you can let both your hands
be lavishly generous,
God will be more merciful to you, o
men vicious and voracious!
କବିତା ସଂଗୃହିତ
ପୁସ୍ତକ
(ସାଧବ ବୋହୁ, କବି ସ୍ବର୍ଗତ ବଂଶୀଧର ସେଠୀ)
ଫୁଲପରି ହୋଇବ
ଛୋଟ ଛୋଟ ଫୁଲ କଢ଼ି ଫୁଟି ଯିବ କାଲିକି
ଥିରି ଥିରି ପବନରେ ମହକିବ ହଲିକି ।
ଗୁଣୁ ଗୁଣୁ ଗୀତ ଗାଇ ଭ୍ରମର ତା ପାଖରେ
ମତୁଆଲା ହୋଇଯିବ ସୁମଧୁର ବାସରେ ।
କୁନି କୁନି ମହୁମାଛି ମଧୁ ତାର ଶୋଷିବେ
ଉଡ଼ି ଉଡ଼ି ପ୍ରଜାପତି ମନ ତାର ତୋଷିବେ ।
ମାଳୀ ଆସି ତୋଳି ନେଇ ଠାକୁରଙ୍କ ମଥାରେ
ହାରକରି ଚଢ଼ାଇବ ପୂଣ୍ୟ ତିଥ ପ୍ରଥାରେ ।
ଛୋଟ ସିନା ଫୁଲ ସିଏ ଗୁଣ ତାର ମହତ
ସେହିପରି ଚିଜଟିଏ କିଏ ଅଛି କହତ ?
ଆଜି ତୁମେ ପିଲା କାଲି ଫୁଲ ପରି ଫୁଟିବ
ଦେଶର ମଙ୍ଗଳ ପାଇଁ କାମ ଆସି ଜୁଟିବ ।
ସେତେବେଳେ ସାର୍ଥ ତେଜି ଦୀନ ସେବା କରିବ
ପାଖେ ପାଖେ ଠିଆ ହୋଇ ବେଦନାକୁ ହରିବ ।
କୋଟି କୋଟି ବାସହରା ବୁଲୁଛନ୍ତି ଦେଶରେ
ଆହା କହି ସାହା ହେବ ସଦା ସାଧୁ ବେଶରେ ।
ତେବେ ସିନା ଫୁଲ ପରି କାମ ତୁମ ହୋଇବ
ଦୁନିଆର ମନ୍ଦକାମ ସବୁତୁମେ ଧୋଇବ ।
DO BLOSSOM AS FLOWERS.
Tomorrow will blossom a million tiny gay buds
And spurt dancing in the breeze their aroma floods.
Enticed by their sweet, intoxicating fragrance
Black bees will encircle them singing a sweet sonance.
Tiny bees will avariciously suck the syrupy honey
The agile butterflies will bask in the dawns sunny
The gardeners will pluck them to make wreaths many
And adorn gods and goddesses auspicious moments
Flowers may be small but their attributes resemble saints’
Who can take after them, do acknowledge my dear crony?
O
today’s kids! You will bloom as tomorrow flowers
The
country’s welfare works you will surely come across,
Then
you should serve the poor ignoring personal gains
You
will stand by them to heal their hurts and remove pains;
Hark!
Millions of homeless are still rolling like dry leaves
You’ll
pity them and aid as angels with your hands and lips
And
you will wash away the earthly evils as the fresh showers
Then
your good deeds will smell far and near as scented flowers.
ଦୀପଟିଏ ହେବି
ଦୀପଟିଏ ହେବି ଆଲୋକ ମୁଁ ଦେବି
ଅନ୍ଧାର କରିବି ଦୂର,
ଗାଆଁ ଦାଣ୍ଡ ଘର କରି ପରିଷ୍କାର
ନିର୍ମଳ କରିବି ପୁର ।
ଫୁଲଟିଏ ହେବି ବାସନା ମୁଁ ଦେବି
ମହକି ଉଠିବ ଗାଆଁ,
ନିରକ୍ଷର କେହି ରଖିବି ମୁଁ ନାହିଁ
ବିଖ୍ୟାତ ହୋଇବ ନାଆଁ ।
ଜହ୍ନପରି ହୋଇ ଜୋଛନା ମୁଁ ଦେଇ
ସଚ୍ଛ ଭାରତ ଗଢ଼ିବି,
ରୋଗେ ପଡ଼ି କେହି ସଢ଼ିବେ ବା କାହିଁ
ମରଣ ସଙ୍ଗେ ଲଢ଼ିବି ।
ଗୋପବନ୍ଧୁ ପରି ସେବା କାମ କରି
ଅନ୍ନବସ୍ତ୍ର ଦାନ ଦେବି,
ଅନାଥ ଶିଶୁଙ୍କୁ ଆଶ୍ରମରେ ରଖ୍
ତାଙ୍କ ସେବା ଯତ୍ନ ନେବି ।
ଗାନ୍ଧିଜୀଙ୍କ ପରି ଅହିଂସା ଆଚରି
ଗାଆଁ କଳି ତୁଟାଇବି,
ନିଶା ନିବାରଣ କରିବାକୁ ପଣ
ନାରୀ ଶକ୍ତି ଯୁଟାଇବି ।
ଦୀପଟିଏ ହେବି ଆଲୋକ ମୁଁ ଦେବି
ଅନ୍ଧାର କରିବି ଦୂର,
ସବୁ ଦେଶ ମଧ୍ୟେ ମୋ ଦେଶ ସୁନ୍ଦର
ସତେବା ସରଗ ପୁର । ।
A
LAMP SHALL I BE.
To emit light a lamp shall I be
And make the whole earth dark free.
Rooms, lanes and village streets like days will light
And against all evils I shall ever put my steepest fight.
I shall be a flower and spray fragrance
So that my village will secrete scents.
I shall make my village literate cent percents
That Her fame will reach Russia, U.S.A and France.
I shall, like the Moon, emit light
And make my India clean and bright;
I shall nip the causes of diseases in the buds
That none will be their preys with mercy God’s.
Like Gopabandhu, I shall render service
I shall hand out food, clothes and peace.
I shall shelter the orphans in the orphanages
I shall look after them until they stand on legs.
କବିତା ସଂଗୃହିତ
ପୁସ୍ତକ
(ପିଲାଙ୍କ ପାଇଁ ପେନ୍ଥାଏ କବିତା, କବି
ସ୍ବର୍ଗତ ବଂଶୀଧର ସେଠୀ)
No comments:
Post a Comment