ସାନ ସିନା, ଦାନ ତା ମହାନ
କେତେ କେତେ ଫୁଲ ଫୁଟେ ବଗିଚାରେ
ନ ପାରନ୍ତି କେହି ଗଣି,
କେତେ ମହୁମାଛି ପ୍ରଜାପତି ଆସି
ରସ ନିଅନ୍ତି ତା ଟାଣି ।
ସେହି
ରସ ନେଇ
ମହୁମାଛି କରେ
ବସାରେ ବାହାରେ ମହୁ
ସେପରି ସୁଆଦ
ଦରବ ଜଗତେ
କେଉଁଠି ନ ମିଳେ ଆଉ!
ଖରାବର୍ଷା ଶୀତେ
ରସ ଗୋଟାଇ ସେ ଆଣେ
କିଏ ବୁଝେ ଏହି ମହୁମାଛି କଥା
ଅନୁଭବୀ ତାହା ଜାଣେ।
ଉଲପରି କେତେ
ଛୋଟ ଜୀବଟିଏ
ଗଢ଼ର ବିରାଟ ଘର
ଝଡ଼ ତୋଫାନକୁ
ବାଆ ବତାସକୁ
ନଥାଏ ଟିକିଏ ଦୂର ।
ତୁମେତ ନୁହଁଇ ତାଙ୍କଠାରୁ ସାନ
ବୁଦ୍ଧି ତାଙ୍କ ଠାରୁ ଶିଖ
କରି କିଛି ଶ୍ରମ
ଦେଇ କିଛି ଦାନ
ରଈ ଯା ଦେଶର ଟେକ
ଧରମା
ନ ପାରନ୍ତି କେହି ଗଣି,
କେତେ ମହୁମାଛି ପ୍ରଜାପତି ଆସି
ରସ ନିଅନ୍ତି ତା ଟାଣି ।
ସେହି
ରସ ନେଇ
ମହୁମାଛି କରେ
ବସାରେ ବାହାରେ ମହୁ
ସେପରି ସୁଆଦ
ଦରବ ଜଗତେ
କେଉଁଠି ନ ମିଳେ ଆଉ!
ଖରାବର୍ଷା ଶୀତେ
ରସ ଗୋଟାଇ ସେ ଆଣେ
କିଏ ବୁଝେ ଏହି ମହୁମାଛି କଥା
ଅନୁଭବୀ ତାହା ଜାଣେ।
ଉଲପରି କେତେ
ଛୋଟ ଜୀବଟିଏ
ଗଢ଼ର ବିରାଟ ଘର
ଝଡ଼ ତୋଫାନକୁ
ବାଆ ବତାସକୁ
ନଥାଏ ଟିକିଏ ଦୂର ।
ତୁମେତ ନୁହଁଇ ତାଙ୍କଠାରୁ ସାନ
ବୁଦ୍ଧି ତାଙ୍କ ଠାରୁ ଶିଖ
କରି କିଛି ଶ୍ରମ
ଦେଇ କିଛି ଦାନ
ରଈ ଯା ଦେଶର ଟେକ
ଧରମା
ଚନ୍ଦ୍ରଭାଗା କୂଳେ
ଲାଗିଛି ଗହଳ
ଦିନେ ଅଧେ ନୁହେଁ ବାରବରଷ,
ମୁଣ୍ଡି ମରୁ ନାହିଁ
କାରିଗରଙ୍କର ମନ ବିରସ ।
ଆଦେଶିଲେ ରାଜା
ନରସିଂହ ଦେବ
ସାତଦିନ ମଧେ ନହେଲେ ଶେଷ,
ବାରଶ ବଢ଼େଇ
ମୁଣ୍ଡ କାଟହେବ
ନ ରହିବେ ଆଉ ବଢ଼େଇ ବଂଶ।
ଭାଳେଣି ପଡ଼ିଛି
କାରଗର କୁଳେ
ବିଶୁ ମହାରଣା ଚିନ୍ତଇ ବସି,
ବଳିଆ ସାଥ୍ରେ
ବରକୋଳି ଧରି
କିଏସେ ମିଳଇ ପାଖରେ ଆସି।
ଚମକି ଦେଖଇ ପାଦଠାରୁ ମଥା
ଆଉ ଏକ ବିଶୁ ହେଲାକି ଉଭା,
କୁଣ୍ଢାଇ ଅଧୀରେ
ତୁହି କ’ଣ ମୋର ଜୀବନ ପ୍ରଭା !
ପାଦ ଧୂଳି ଦେଇ
ମୁଣ୍ଡରେ ଲଗାଇ
କହିଲା ଧରମା ଆସିବା କଥା,
କୁହ ପିତା ମୋତେ ବିରସ କିମ୍ପାଇଁ
କ୍ଷଣେ ହଟାଇବି ସକଳ ବ୍ୟଥା।
ମୁଣ୍ଡକୁ ଆଉଁସି
ଛଳ ଛଳ ନେତ୍ରେ
ବୁଝାଇ କହିଲା ଗୋଟିକି ଗୋଟି, ସବୁ ଶୁଣି ସାରି
କହଇ ଧରମା
ଆଜି ଶେଷ କରି ଦେବି ଚୂଡ଼ାଟି।
ଉଦେହେଲେ ଶଶୀ
ପୂରୁବ ଆକାଶେ
ବଢ଼ିଲା ଧରମା
ଦେଉଳ
ଚୂଳେ,
ରାତିକ ଭିତରେ ମୁଣ୍ଡିମାରି ଦେଇ
ଓହ୍ଲାଇ ଆସିଲା ଦେଉଳ ମୂଳେ।
ବାରଶ ବଢ଼େଇ
ହୋଇଲେ ଚକିତ
ବିମୁଖ ମନରେ ଭାଳନ୍ତି ବସି,
ଜାଣିଲେ ନରେଶ
ଧରମା କୀରତି
ଆମେ କ’ଣ ଯାଇ ପାରିବା ଖସି !
କହିଲେ ସକଳେ
ବିଶୁକୁ ଅନାଇଁ
ଜାତିରେ ଦାୟନା ପୁଅରେ ଦାୟୀ,
କହେ ବିଶୁ ଦୁଃଖେ
ଯାଉ ପଛେ ପୁଅ
ଥାଆନ୍ତୁ ମୋର ଏ ବାରଶ ଭାଇ। ରବି ନ ଉଠୁଣୁ
ପୂରୁବ ଆକାଶୁ
ଧରମା ବଢ଼ିଲା ଦେଉଳ ଚୂଳେ
କ୍ଷଣକ ଭିତରେ
ଡେଇଁ ପଡ଼ିଲା ସେ
ଲୀନ ହୋଇ ଗଲା ସାଗର ଜଳେ।
ନାହିଁ ସେ ଧରମା
ନାହିଁ ନରସିଂହ
ଭଗ୍ନ ଅବସ୍ଥାରେ ଦେଉଳ ଆଜି
ଭୁଲି ହେବ ନାହିଁ
ବାର ବରଷର
ଓଡ଼ିଆ ପୁଅର କୀରତି ରାଜି।
No comments:
Post a Comment