▪︎▪︎ ବାପା ▪︎▪︎
ହଜାରେ କବିତା ଲେଖିଲିଣି ହେଲେ
ମନେ ତୃପ୍ତି ଦେଉ ନାହିଁ ,
ବାପା ବୋଲି ପଦେ ଲେଖିଦେଲେ ହୃଦେ
ଆନନ୍ଦ ଢେଉ ଖେଳଇ ।
ବାପା ବଟବୃକ୍ଷ, ବାପା ଦେବାଳୟ
ବାପା ସୁବିଶାଳ ବ୍ୟୋମ ,
ତାଙ୍କରି ଉଚ୍ଚତା ମାପି ହୁଏ ନାହିଁ
ସିଏ ମହାପୁଣ୍ୟ ଧାମ ।
ନାରୀକେଳ ପରି ଉପର କଠିନ
ମନଟି ନରମ ଭାରି ,
ଅନୁଶାସନରେ ଗଢି ଦେଇଥାନ୍ତି
ମାଟିକୁ ମଣିଷ କରି ।
ମାଟିବୈକୁଣ୍ଠର ଚଳନ୍ତି ଦେବତା
ବିଶ୍ୱାସର ବୋଧିଦ୍ରୁମ ,
ତୁଳନା ତୁମର କା' ସଙ୍ଗେ କରିବି
ଶବ୍ଦକୋଷ ହେବ ଭ୍ରମ ।
ଅନ୍ଧାରରୁ ସିଏ ଆଲୁଅ ଆଡ଼କୁ
ହାତଧରି ନେଉଥା'ନ୍ତି ,
ରକ୍ଷା କବଚଟେ ହୋଇ ପୁଣି ସିଏ
ପାଖେପାଖେ ରହିଥା'ନ୍ତି ।
ଝୁଣ୍ଟି ପଡୁଥିଲେ ପଡିବା ଆଗରୁ
ଆଦରେ ନିଅନ୍ତି ତୋଳି ,
ମୁଁ ସିନା ତାଙ୍କରି ଗେହ୍ଲେଇ ବନିତା
ସେ ମୋର ଅଳି ଅର୍ଦ୍ଦଳି ।
ବାପା ଡାକିଦେଲେ ଝରଇ ବହଳେ
ଶ୍ରଦ୍ଧା ଭକତିର ଫୁଲ ,
ମୋ' ଚଲାପଥରେ ଆପେ ବୁଣି ହୁଏ
ତାଙ୍କ ପୁଣ୍ୟ କର୍ମଫଳ ।
ଜୀବନ ପଥରେ ଆଲୋକଵର୍ତ୍ତିକା
କର୍ମରେ କର୍ମ-ସଂହିତା ,
କୋଟିଏ ପ୍ରଣାମ ତାଙ୍କରି ପାଦରେ
ସେ ମୋ' ଭାଗବତ ଗୀତା ।
© ଲୋପାମୁଦ୍ରା ଜେନା
I have written thousands of poems,
Yet none bring peace to my heart.
But when I write the word “Bapa”,
Joy overflows from within.
Father is a banyan tree, a sacred temple,
As vast and endless as the sky.
His greatness cannot be measured —
He is a shrine of divine virtue.
Like a coconut, tough on the outside
But soft and tender within,
Through his discipline, he shapes
Simple soil into a noble soul.
A living god of this earthly paradise,
A tree of wisdom rooted in faith,
How can I compare him with anyone?
Even the dictionary fails me.
From darkness, he leads me to light,
Holding my hand the whole way.
A shield of protection, always near,
Never letting me stray.
When I stumble, he lifts me up
With care, even before I fall.
I am the garland around his chest —
He is my strength, my all.
When I call out “Father,”
Flowers of devotion bloom and rain.
On my life’s path, his good deeds
Lay blessings like a sacred chain.
A radiant lamp in life’s long journey,
A scripture of righteous work,
Countless prostrations at his feet —
He is my Bhagavad Gita.
----------------------------------------
----------------------------------------
Courtesy: ChatGPT
No comments:
Post a Comment