Sunday, 31 May 2020
Tuesday, 26 May 2020
Monday, 25 May 2020
TO THE ONLY FRIEND ON MY LIFE'S LONELY SHORE
HAPPY INTERNATIONAL 'FRIENDSHIP DAY'!
TO THE ONLY FRIEND ON MY LIFE'S LONELY SHORE
O the only friend on my life's lonely and salty wind-buffeted shore!
When you do fondly catch hold of my shivering, scared and solitary hands,
My happiness knows no bounds; and my drops of tears turn into beads of pearls galore;
For, a new hope sprouts, as the dried roots in June, and a new dawn of delight rises from my heart's sterile lands!
O the only friend on my life's lonely and gloomy gust-looming shore!
I really don't know what the people conceive of our fair and rare friendship,
Still, my lips are tight over their doubtful and vexing queries, for a satisfactory answer,
Albeit, we, like the loyal Jessica and Lorenzo, are about to board the Gondola for a Merryland's trip!

O the only friend on my life's lonely and stormy shore!
You came like a Sunny day when I was left alone in the hands of helpless darkness,
In your angelic presence did open, like a blooming Rose, my life's heydays' door,
Yes, your love fetched me ecstasy, and I slumbered with Salvation's Embrace!
Copyright: Shankar D Mishra 25.05.20
Thursday, 14 May 2020
NEED I EVER BLOW MY OWN TRUMPET?
NEED I EVER BLOW MY OWN TRUMPET?
Oh! Need I ever, as a genuine cook, blow my own trumpet as the chief Chef former,
Of Burj Al Arab Hotel while serving dishes at my home, to a newly arrived guest;
Before, his slaked, satiated and relished tongue does promptly and profusely shower,
Spontaneous adulations on me, and ask "May I be hosted by you life long?" with a meek request!
Copyright: Shankar D Mishra 14.05.20

Sunday, 10 May 2020
MY MOTHER
HAPPY MOTHER'S DAY!
MY MOTHER
Oh! My mother always bothers,
Very unlike others!
She ceaselessly strives to make her offspring better,
Yes, nothing else across the globe is greater!
She selflessly serves until Her sorrowful demise,
She is uneducated but exceptionally wise!
She is a fluorescent Full-Moon in guise,
Yes, unpayable is her most precious prize!
She is ever familiar with the stormy trials and turbulent tribulations
Still, beautifully bounteous She is in Her pure affection!
Passive resistance, is Her unique cream.
Alas! Happiness for Her is a dried up stream!
Oh! Me like an ingrate son,
Earth never witnessed ever born!
Oh! She is a radiant Rose, and myself a pricking thorn,
I am the hollow chaff, and she is the life sustaining corn!
Ah! Stars smile in Her august presence,
Alas! The Sun departs in Her gloomy absence!
Compassion looks soothingly through Her chaste glance,
Ah! To have Her in life is indeed a Heavenly chance!
Copyright:Shankar D Mishra
Saturday, 9 May 2020
A LETTER TO MY DEAR PARENTS
A LETTER TO MY DEAR PARENTS
Dear parents, I am precariously pressed under the intolerable weight of your unattainable expectations,
Oh! I am senselessly choked under the unbearable loads of your countless restrictions!
Ah! I am severely suffocated by the invisible smokes of your irritating and impractical comparisons,
Ouch! I am indeed unpalatably crushed under the gigantic wheels of excruciating frustrations!
Dear parents, I am never allowed to retire to my bed for a sound sleep without nightmares,
I am never permitted to freely and fearlessly dream my own dreams, and utilize my fathomless flairs!
What a pity! I am never granted to gambol like calves, flit like butterflies and leap like lambs on the lap of Nature!
Lo! There passes never a moment when I am not compelled to undergo deathly depression and mental torture!
Dear parents, I am ever an unsubscribed channel to perform with the constant commands of your relentless remote,
What a pity! I am ever a hijacked boat, dictated, in the bitter, adverse and unquiet water, to smoothly float!
O my God! I am ever a hapless bird destined to fly faster than a jet plane, while my wings are tied,
Alas! I am ever a rarest of the rare bud to blossom to fetch the highest price to fulfill your vanity and pride!
Dear parents, do trust me, my universal disclosure never aims to vent my anguish, or to display my displeasures,
But, to appeal to my generations to desist themselves, as parents, from forcing their kids to run on their whims' sharpest razors!
Copyright: Shankar D Mishra 09.05.20

Friday, 8 May 2020
IMPORTANT extracted Poems
ରାକ୍ଷୀ
*****************
ରହିଅଛି ରାକ୍ଷୀ ଅଦ୍ୟାବଧି ସାକ୍ଷୀ
ଭାଇ ଭଉଣୀ ସମ୍ପର୍କ
ଭାଇର ହସ୍ତରେ ଭଉଣୀ ପିନ୍ଧାଏ
ତାପାଇଁ ରକ୍ଷା କବଚ ।
ଦୌପଦୀ ବାନ୍ଧିଲେ କୃଷ୍ଣଙ୍କ କ୍ଷତକୁ
ନିଜ ପାଟ ବସ୍ତ୍ର ଚିରି
ବିପତ୍ତି ସମୟେ ରକ୍ଷାକରି ଥିଲେ
କୋଟି ବସ୍ତ୍ର ଦେଇ ହରି ।
ଭଉଣୀ ସୁଭଦ୍ରା ବାନ୍ଧିଦେଲେ ରାକ୍ଷୀ
ଦୁଇ ଭାଇଙ୍କ ହସ୍ତରେ
ଘୋଷଯାତ୍ରାବେଳେ ଭଉଣୀଙ୍କୁ ନେଲେ
ରହି ଆଗରେ ପଛରେ ।
ଭାବନି ସାମାନ୍ୟ ସୂତା ଖିଅ ଟିଏ
ଇଏ ମହାଶକ୍ତି ଡୋର
ବାନ୍ଧି ଦେଲେ ଯାଇ ଭାଇର ହାତରେ
ଭଉଣୀକୁ ନାହିଁ ଡର ।
ଭାଇ ଭଉଣୀଙ୍କ ସ୍ନେହର ସମ୍ପର୍କ
ହୁଏ ନାହିଁ ମନାନ୍ତର
ଭଉଣୀକଥା ଭାଇ ବୁଝୁଥାଏ
ଖୋଲି ଦେଇ ତା ଅନ୍ତର ।
ଭାଇର ମଙ୍ଗଳ ଭଉଣୀ ପାଞ୍ଚଇ
ପ୍ରଭୁଙ୍କୁ କରେ ପ୍ରାର୍ଥନା
ଭାଇକୁ ସର୍ବଦା ଭଲରେ ରଖନ୍ତୁ
ଏହାହିଁ ତାର କାମନା ।
ଶୁଣନ୍ତୁ ସଭିଏଁ ନର ନାରୀ ମାନେ
ସବୁ ଆମେ ଭଉଣୀ ଭାଇ
ଅସମୟ ବେଳେ ସହାୟ ହୋଇବା
ଏହି ଭାବନାକୁ ନେଇ ।
କରନ୍ତୁ ଆଶିଷ ପ୍ରଭୁ ଜଗଦୀଶ
ସମ୍ପର୍କ ରହୁ ନିବିଡ଼
ଭାଇ ଭଉଣୀଙ୍କ ସମ୍ପର୍କ ମଧ୍ୟରେ
କଦାପି ନଉଠୁ ଝଡ ।
**********
(କାହ୍ନୁ ଚରଣ ମିଶ୍ର,ଟାଙ୍ଗି ,ଖୋର୍ଦ୍ଧା)
ଗଣ୍ଠିଲି
**************************
ଜୀବନ ଗଣ୍ଠିଲି ବୋହି ମୁଁ ଚାଲୁଛି
ଥକି ଯାଇ ନାହିଁ କେବେ
ଦୁଃଖ ସୁଖ ସବୁ ଭେଗି ସାରିଲିଣି
ବାକି ନାହିଁ କିଛି ଏବେ ।
ଗଣ୍ଠିଲି ତ ଖୋଲି କେବେ ଦେଖି ନାହିଁ
ଅଛି କିବା ଅର୍ଥ କାମ
ଯାହାତ ଦେଇଛ ତାହା ମୋହ ପାଇଁ
ସବୁଠାରୁ ସର୍ବୋତ୍ତମ ।
ଗଣ୍ଠିଲି ମୋ ଖାଲି ହୋଇ ସାରିଲାଣି
ପରତେ ଯିବକି ନାହିଁ
କେତେ ଦିନ ଆଉ ବୋହୁଥିବି ମୁହିଁ
କହିଦିଅ ପ୍ରାଣସାଇଁ ।
ତୁମ ନାମ ଜପି ତୁମ ରୂପ ଧ୍ୟାୟୀ
କରିଯାଏ ମୁହିଁ କର୍ମ
ସଂସାର ସାଗରୁ କରିଦିଅ ପାରି
ତୁଣ୍ଡେ ଥାଉ ତୁମ ନାମ ।
========
(କାହ୍ନୁ ଚରଣ ମିଶ୍ର,ଟାଙ୍ଗି ,ଖୋର୍ଦ୍ଧା)
"ସ୍ୱାଗତମ୍ଭ "
ଟୁପୁରୁ ଟୁପୁରୁ ମେଘବରଷିଲା
ଶୀତଳ ବାଆ ବହିଲା
ଦାରୁଣ ନିଦାଘ ଅପସରି ଗଲା
ଗ୍ରୀଷ୍ମର ବହ୍ନି ଲିଭିଲା ।
ଗିରି, ବନ , ନଦୀ ନୀରସ ଜୀବନ
ପୀଡ଼ିତ ଗ୍ରୀଷ୍ମର ତେଜେ
ପାଇ ବର୍ଷାଜଳ ନବୀନ ପୁଲକେ
ନବ ଶୋଭା କାନ୍ତି ରାଜେ ।
ଅମ୍ବର ଗରଜେ ଘଡ଼ଘଡ଼ି ଶବ୍ଦେ
. ଧରିତ୍ରୀ କମ୍ପଇ କ୍ଷଣେ
ବାଜେ ବୀର ବାଜା ସାଜେ ମେଘ ରାଜା
ସୃଷ୍ଟିର ରକ୍ଷା କାରଣେ ।
ନୂଆମେଘ ! ଆଜି ସ୍ଵାଗତ କରୁଛୁ
ବରଷି ଧରା ପୃଷ୍ଠରେ
ନବଜନ୍ମ ଦିଅ ଜୀବ ଓ ପାଦପେ
ସନ୍ତାପରେ କାୟା ଥରେ ।
ତୁମ ଆଗମନେ ଚାତକ ପରାଏ
ଚାହିଁଛନ୍ତି କେ କୀ , ଭେକ
ମନ ଆନନ୍ଦରେ ସ୍ଵାଗତ କରୁଛି
ମଧୁର ସ୍ଵରେ ଡାହୁକ ।
ଝିଙ୍କାରି ର ରିଣି ଝିଣି ଶବ୍ଦ ପରା
ସ୍ଵାଗତ ବୀଣା ବଜାଏ
କୁମୁଦିନୀ ସାଥେ କଦମ୍ବ , ମାଳତି
ତୁମ ପଥ ଚାହିଁଥାଏ ।
ସର୍ବତ୍ର ବରିଷି ସବୁରି ମନରେ
ଭରି ଦିଅ ଉନ୍ମାଦନା
ତୁମ୍ଭ ବିନା ପରା ସୃଷ୍ଟି ଅସମ୍ଭବ
ତୁମେ ତ କରିତ୍ କର୍ମା ।
ଘନଶ୍ୟାମ ତ୍ରିପାଠୀ
ଏମ..ଭି.୧୯ ମାଲକାନଗିରି ।
ଅପେକ୍ଷା *basanti lata jena
ଅପେକ୍ଷା ଶବ୍ଦଟି ଭାରି କଷ୍ଟ କର
ବେଳେ ବେଳେ ଧୋକା ଦିଏ
ମନର ସାଥୀକୁ ପାଖରେ ଦେଖିଲେ
ସବୁ ଦୁଃଖ ଭୁଲି ଯାଏ l ୧l
ଅପେକ୍ଷାର ଅନ୍ତ ଯେତେ ବେଳେ ହୁଏ
ମିଳେ ସ୍ୱର୍ଗ ପାରିଜାତ
ସାରା ଦୁନିଆଟା ମିଠା ମିଠା ଲାଗେ
ମନ ଦୋଳି ଖେଳେ ସେତ l ୨l
କା ଭାଗେ ଅପେକ୍ଷା ଶେଷ ହୁଏ ନାହିଁ
ପାଷାଣ ପାଲଟି ଯାଏ
ଆଖି ଲୁହ ଧରେ ସେତ ନ ତରଳେ
ମାସ ବର୍ଷ ବିତି ଯାଏ l ୩l
ଜୀବନର ମୋହ କମିକମି ଯାଏ
ବଞ୍ଚିବା କଷ୍ଟ ଲାଗଇ
ମଲା ଶାବଟିଏ ହୋଇ ଜୀଇଁ ଥାଏ
ମୁଖରେ ହସ ଫୁଟଇ l ୪l
ଅନ୍ତର ବେଦନା ଅନ୍ତରରେ ରହେ
କହିତ ପାରେନା ସିଏ
ବୁକୁ ଫଟା କୋହ ଅନ୍ତରରେ ଚାପି
ଭଗବାନ ଡାକୁ ଥାଏ l ୫l
କୁଞ୍ଜ ବନେ ରାଧା ଅପେକ୍ଷା କରିଛି
କାହ୍ନୁର ପରଶ ପାଇଁ
ସ୍ୱଳ୍ପ ବିଳମ୍ବରେ ବ୍ୟତି ବ୍ୟସ୍ଥ ହୁଏ
ମନ ତା ଲାଗଇ ନାହିଁ l ୬l
ସରସୀର କଇଁ ରହିଛି ଅନାଇ
ଆକାଶର ଚାନ୍ଦ ପାଇଁ
ସାରା ଦିନ କଇଁ ଶଶୀ କଥା ଭାବେ
କେବେ ସେ ଆସିବ ଉଇଁ l 7 l
ପଦ୍ମ ରହି ଥାଏ ସୂର୍ୟ୍ଯ ଅପେକ୍ଷାରେ
କେବେ ସେ ଉଦୟ ହେବ
ଅପେକ୍ଷାର ତାର ଅନ୍ତ ଯେ ଘଟିବ
ମନେ ପୁଲକ ଭରିବ l ୮l
ପୁତ୍ର ଯାଇଥିଲା ସୀମାନ୍ତ ଯୁଦ୍ଧରେ
ଆଉ ସେ ଫେରିଲା ନାହିଁ
ମା କାନି ପଣନ୍ତ ଲୁହରେ ଭିଯୁଛୁ
ଆଉ ସେ ଶୁଖିବ ବହି l ୯l
ଗଲା ଲୋକ ପାଇଁ ଆପେକ୍ଷ ସରେନା
ଜୀବନଟା ହୁଏ କ୍ଷୀଣ
ପାଇବାରେ ଶାନ୍ତି ହରାଇବା କଷ୍ଟ ହୋଇ ଯାଏ ବହୁ ଗୁଣ l ୧୦l
Basanti lata jena, teachea ଗାନ୍ଧିନଗର, ନବରଙ୍ଗପୁର, ମୋ, :8658655978
*ଅପେକ୍ଷା*
ତୁମ ଅପେକ୍ଷାରେ ବସିଥିଲି ମୁହିଁ
ତୁମେ ତ ଫେରିଲ ନାହିଁ
ଆଖିରେ ସାଇତା କେତେ ଯେ ସପନ
ବହିଗଲା ଲୁହ ହୋଇ .....
ମାତୃଭୂମି ପାଇଁ ଶୋଇଗଲ ସିନା
ସୀମାନ୍ତରେ ମଥା ଦେଇ
ମୋ ମଥା -ସୀମନ୍ତ ଖାଲି କରିଦେଲ
ସାଥୀ ଚିରକାଳ ପାଇଁ....
ଯେତେ ବୁଝାଇଲେ ମନକୁ ମୋହର
ମନେପଡେ ତୁମ ସ୍ମୃତି
କିମ୍ପାଇ ଆସିଲ ସାଜି ମୋ ଜୀବନେ
ଅଳପ ଦିନର ସାଥୀ .....
ଗର୍ବ କରେ ଆଜି ଏ ଦେଶ ଜନନୀ
ତୁମ ବଳିଦାନ ପାଇଁ
ବଞ୍ଚିବାର ଆଶା ହରାଇଛି ଆଜି
ବଞ୍ଚିବି ମୁଁ କାହାପାଇଁ ?
ଅପେକ୍ଷାର ଫଳ ଅତି ଯେ ମଧୁର
କହନ୍ତି ଦୁନିଆସାରା
ମୋର ଏ ଅପେକ୍ଷା ଚିରଦିନ ପାଇଁ
ହେଲା ଯେ ବେଦନାଭରା ...
ବୀର ଶହୀଦର ସହଧର୍ମିଣୀ ମୁଁ
ଝରାଇପାରୁନି ଲୁହ
ସାତ ଜନ୍ମ ପାଇଁ ଅପେକ୍ଷା କରିବି
ହୃଦୟରେ ଚାପି କୋହ.....
ଭରତୀ ରଥ (ଶିକ୍ଷୟିତ୍ରୀ)
ରଗଡି, ବାଙ୍କୀ, କଟକ
.
ଆଇଁଷିଆ ଭାବ
ଅରୂପ କୁମାର ବିଶ୍ବାଳ
ଏତେ ସରି ହେଲା ତଥାପି ଛାଡୁନି
ନର ଆଇଁଷିଆ ଭାବ,
ପରବ ହଉକି ଛୁଟି ଦିନ ହଉ
ମାରେ ପଲପଲ ଜୀଵ।
କଲବଲ କରି ଛେଳି କୁକୁଡାକୁ
ହାଣୁଛି କଟୁରି ଧରି,
ଜୀବ ରକ୍ତେ ଭିଜେ ରାସ୍ତାଘାଟ ସବୁ
ଦେଖି ଦେହ ଉଠେ ଥରି।
ମାଂସ ଦୋକାନରେ ଭାରି ଭିଡ ଲାଗେ
ରଜ ହେଉ ଛାଡଖାଇ,
ବିନା ଆଇଁଷରେ ଗୁଣ୍ଡା ଉଠେ ନାହିଁ
ଆତ୍ମା ଶାନ୍ତି ହୁଏ ନାହିଁ।
ବିନା ଆଇଁଷରେ ପର୍ବ କାଳେ ଲାଗେ
ରଙ୍ଗହୀନ ପାଣିଚିଆ,
ନାଲିପାଣି ଯଦି ନହେଲା ତା ସାଥେ
ପାଣିରେ ଲାଗଇ ନିଆଁ।
ମଣିଷ ଶରୀର ମାଂସାଶୀ ନୁହଁଇ
ସ୍ରଷ୍ଟା ଗଢିଛନ୍ତି ତାକୁ,
ସ୍ରଷ୍ଟାଙ୍କ ନିୟମ କରେ ବ୍ୟତିକ୍ରମ
ଡାକଇ ନିତି ରୋଗକୁ।
ସ୍ରଷ୍ଟା ଗଢିଥିଲେ କେତେ ଜୀବଜନ୍ତୁ
ବୁଡାଏ ତାଙ୍କର କୂଳ,
ହାତୀ,ବାଘ,ଭାଲୁ ସଭିଁଙ୍କୁ ଖାଇଲା
ଜଙ୍ଗଲ କରିଲା ଖୋଳ।
ବିପଦକୁ ନିଜେ ନିମନ୍ତ୍ରଣ କଲା
ମହାମାରୀ ଆସେ ଧାଇଁ,
ଔଷଧ ମିଳୁନି ଟିକା ବି ମିଳୁନି
କୁଳ କିନାରା ତ ନାହିଁ।
ଗୋରଡ଼,ପାରାଦୀପ, ଜଗତସିଂହପୁର
ପାନ୍ଥଶାଳା ମୁଁ
+++++++++++++++++++
କ୍ଳାନ୍ତ ପଥିକର ଅଟେ ମୁଁ ସେବକ
ମୋ କୋଳେ ପାଏ ସେ ତୃପ୍ତି
ପରିଚୟ ମୋର ଅଟେ ପାନ୍ଥ ଶାଳା
ମୋ ପାଖେ ଥାଏ ବି ଶାନ୍ତି।
ନାହିଁ ପ୍ରତିବାଦ ନାହିଁ ଅବଶୋଷ
ନାହିଁ ମନେ ମୋ ବିଷାଦ
ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ମୁଁ
କରିନି କେବେ ପ୍ରଭେଦ।
ପ୍ରତାରଣା ପୁଣି କରେନା କା' ସାଥେ
ରୋଗୀ ଭୋଗୀ ଦୁଃଖି ଯେତେ
ସଭିଙ୍କର ମୁହିଁ ଅଟେ ହିତାକାଂକ୍ଷୀ
ସଭିଏଁ ଲୋଡ଼ନ୍ତି ମୋତେ ।
ସମୀକ୍ଷା ମୋହର କିଏବି କରିନି
ବୁଝେନା ମନ ବେଦନା
ମୋ ଛାତିରେ କେତେ ରକତର ଚିହ୍ନ
ପାଏ ମୁଁ କେତେ ଯାତନା ।
ଅସନା କରନ୍ତି ପାଦରେ ଆଡେଇ
ତଥାପି ମୁଁ ନିରୁତ୍ତର
ମୋ' କୋଳରେ ଯେବେ ନିଅନ୍ତି ବିଶ୍ରାମ
କରନ୍ତି ବି ହତାଦର।
ଅଜାଣତେ ପୁଣି କିଏ ପଶି ଆସେ
ଥାଏ ନିଶାଗ୍ରସ୍ତ ଯେବେ
ତା'ଶଙ୍ଖ ମହଲ ଶୟନ କକ୍ଷଟି
ମୋତେ ଭାବି ନିଏ ତେବେ।
ବିଜନ ରଜନୀ କହେ ତା' କାହାଣୀ
ଶୁଣେ ମୁଁ ତା'ର ବେଦନା
ପ୍ରେମ ପ୍ରତାରଣା ନିଅନ୍ତି ଆସରା
ଦେଖେ ମୁଁ ତାଙ୍କ ଯାତନା।
ନିଆଶା ଜନର ଆଶାର ସୌଧ ମୁଁ
ମୋ' ପାଖେ ଆସରା ନିଏ
ଅନବରତ ମୁଁ ସଭିଙ୍କ ସେବାରେ
ବିଶ୍ରାମ କେବେ ନ ଥାଏ।
ଘୁଉ ଘୁଉ ଶବ୍ଦ କରୁଣ ଚିତ୍କାରେ
ଛାତି ମୋ' ହୁଏ କମ୍ପନ
ମୋ ଦୁଃଖ ଯନ୍ତ୍ରଣା କିଏ ବା ବୁଝିବ
କେତେ ସତେ ହୀନିମାନ।
ଗଙ୍ଗା ନଦୀ ପରି ଅଟେ ମୁଁ ପବିତ୍ର
ସ୍ୱଚ୍ଛ ନିରିମଳ ମନ
ହସ୍ତ ପ୍ରସାରି ମୁଁ ସ୍ଵାଗତ କରଇ
କିଣେ ମୁଁ ସଭିଙ୍କ ମନ।
କଁଅଳ ଶିଶୁର କ୍ରନ୍ଦନ ର ସ୍ୱର
ରୋଗୀର ଚିତ୍କାର ଯେତେ
କା'ଆଖିର କୋହ କା'ଓଠର ହସ
ସାଇତିଛି ହୃଦେ କେତେ।
ଆଲୁଅ ଅନ୍ଧାର ଲୁଚକାଳି ଖେଳ
ନାମ ମୋ' କେତେ ବିଚିତ୍ର
ସଭିଙ୍କ ପାଇଁମୁ ମୋ' ପାଇଁ ବା କିଏ
ମୁଁ ଅଟେ ସଭିଙ୍କ ମିତ୍ର।
**********************
କବି ଭାରତୀ ସରିତା ମହାନ୍ତି
ବାଲିଆ ପାଳ
ବାଲେଶ୍ୱର
*****************
ହେ ମରଣ
👏🏻👏🏻👏🏻👏🏻👏🏻👏🏻👏🏻👏🏻
ହେ ମରଣ....
କହିବକି ଏ ଧରାକୁ ଆସ କାହିଁ ପାଇଁ
ଅନ୍ୟକୁ କନ୍ଦାଅ ତୁମେ କେଉଁ ସ୍ୱାର୍ଥ ନେଇ
ସରଳ ନିରୀହ ଜୀବ ସ୍ୱପ୍ନେ ଥିଲା ମାତି
କାହିଁ ଆସି ତାଜୀବନେ ମାରିଦେଲ କାତି
ହେ ମରଣ..
ତୁମକୁ ତ ଡ଼ାକେନା କେ କରେନା ସ୍ୱାଗତ
ତଥାପି କାହିଁକି ତୁମେ ହେଉଛ ଆଗତ
ବନ୍ଦାପନା କରେନାହିଁ କରେନା ଆଦର
ତଥାପି ପୃଥିକୁ ଆସ କିମ୍ପା ବାରମ୍ବାର
ହେ ମରଣ...
ନେଇ ଯାଅ ଜୀବନକୁ ଛଟପଟ କରି
ଭାବିଛ କି, ପରିବାର କାନ୍ଦନ୍ତି କିପରି
ଶୁଣିଛ କି, ବିଧବା ର ଛାତି ଫଟା କୋହ
ଦେଖିନ କି ଅନାଥର ଆଖି ର ସେ ଲୁହ?
ହେ ମରଣ..
ନିର୍ଦୟ ନିଷ୍ଠୁର ତୁମେ ଅଟ ନିଦାରୁଣ
ଅନାୟାସେ ଆସିପାର କିପରି ମରଣ
ଅଲୋଡ଼ା ଅଖୋଜା ତୁମ ମୁଖେ ନାହିଁ ଲାଜ
ଅସହାୟ ମଣିଷର ତୁମେ ଅଟ ବୋଝ
ହେ ମରଣ....
କେତେ ରାଜା ମହାରାଜା ଦେବତା ବ୍ରାହ୍ମଣ
ଶେଷ କରି ଯୁଗେ ଯୁଗେ ନ କାନ୍ଦେ ତୋ ପ୍ରାଣ
ଦେବତା ଜନ୍ମିଲେ ମର୍ତ୍ୟ ଦେଉଛୁ ତୁ ମାରି
ନାହିଁକିରେ ଦୟା ମାୟା କରୁଣା ତୋହରି
ହେ ମରଣ...
ଚାଲିଯାଅ ଦୂରେ ପୁଣି ନ ଫେର ଏ ପୁର
ଭସାଇଲୁ କେତେ ପ୍ରାଣ ଲୁହର ସାଗର
ସ୍ନେହ ପ୍ରେମ କରୁଣାର ଯିଏ ଅଧିକାରୀ
ଦୟା ଆସେ ନାହିଁ ତାଙ୍କୁ ନେଉ ତୁ କିପରି?
ନନ୍ଦିନୀ ରାଉତ, ବାଲିପଟ୍ଟା, ଅନୁଗୋଳ
8. *ଶେଷ ବିଶ୍ରାମ*
ଦେଖିଛ କି କେବେ କବି ର ହୃଦୟେ
ସାଇତା ଯେ କେତେ କୋହ ?
ତଥାପି ଲେଖେ ସେ ଜଗତ ହିତ ରେ
ନିଜେ ପିଇ ନିଜ ଲୁହ ।
ପ୍ରଶଂସା, ଗାଳିକୁ ଭୃକ୍ଷେପ ନ କରି
ଲେଖିଚାଲେ ଦିନ ରାତି
ନିନ୍ଦା ଅପନିନ୍ଦା ମାନ ଅପମାନ
ସହିଯାଏ ମଥାପାତି ।
ଆଞ୍ଜୁଳାଏ ସ୍ନେହ ଖୋଜୁଥାଏ ସିଏ
ତା ସାଥିରେ ଟିକେ ତାଳି
ଲେଖନୀକୁ ତା'ର ବିରାମ ଦିଏନି
ଦେଉ ଯିଏ ଯେତେ ଗାଳି ।
ପାଠକ ଓ ଶ୍ରୋତା ଦୁଇ ବାହୁ ତା'ର
ପ୍ରେରଣା ତା'ବଡ଼ ବଳ
ସବୁରି ଓଠ ରେ ହସ ଫୁଟିଗଲେ
ପୁରିଉଠେ ତା'ର କୋଳ ।
ପଦ ପଦବୀ ରେ ନ ଥାଏ ଲାଳସା
ନ ଥାଏ ବି ଅର୍ଥ ଲୋଭ
କାଗଜ କଲମ ସହ ବନ୍ଧୁ ପରି
ରଖିଥାଏ ସିଏ ଭାବ ।
ସମାଜର ନାଲି ଆଖିକୁ ନ ଡରି
ଲେଖିଚାଲେ ଅବିରାମ
ମଶାଣି ଜୁଇ ରେ ଶୋଇଗଲା ପରେ
କଲମ ନିଏ ବିଶ୍ରାମ ।
ଜାଣିବାକୁ କେବେ ଦିଏନି କାହାକୁ
ହୃଦୟ ତଳ ର ବ୍ୟଥା
ଜଳି ଜଳି ନିଜେ ଖୁସି ବାଣ୍ଟିଚାଲେ
ଏଇ ତା'ର ଆତ୍ମ କଥା ।
ଭାରତୀ ରଥ. ରଗଡି, ବାଙ୍କୀ, କଟକ
7. *ଏମିତି କାହିଁକି ହୁଏ*
ନିଶବଦ ମନ ମୋର
ଖୋଜେ କା'ପରଶ
ନୀରବ ମୋ ଓଠ ଚାହେଁ
ମତୁଆଲା ହସ.
ବିନା ଶବଦରେ ଧାଏଁ
ଦୁଆର ପାଖକୁ
କାହାକୁ ଖୋଜୁଛି ମୁଁ ଯେ
ପଚାରେ ମନକୁ.
ଅବୁଝା ମନଟା କିଛି
ଦିଏନା ଉତ୍ତର
ସତେକି ଜାଣେନା ସିଏ
ଠିକଣା କାହାର.
ଏମିତି ତ କେହି କେବେ
ଆସେନି ନଜରେ
ତଥାପି ମୃଦୁ କମ୍ପନ
ଜାଗେ ହୃଦୟରେ.
ଶୟନେ ସ୍ୱପନେ ପୁଣି
କିଏ ତେବେ ଆସେ
ଅଜାଣତେ ମୋ ହୃଦୟେ
ବସା ବାନ୍ଧି ବସେ.
ଏକା ଏକା ଭାବିବାକୁ
ଲାଗେ ଭାରି ଭଲ
କାହା ଭାବନାରେ ହଜେ
ମୋ ସଞ୍ଜ ସକାଳ.
ମନେ ମନେ କାହା ସାଥେ
ଗପେ ଏତେ ମୁହିଁ
ଯେତେ ଗପୁଥିଲେ ମୋର
ମନ ଭରେ ନାହିଁ.
କାହା ଲାଗି ମନ ନାଚେ
ଅଜଣା ପୁଲକେ
କା' ମିଠା ବାସ୍ନାରେ ମନ
ଅଗଣା ମହକେ.
ତନୁ ମନେ ଶିହରଣ
ସୃଷ୍ଟି କରେ କିଏ?
ଜାଣେନା ନିଜେ ଏମିତି
କାହିଁକି ଯେ ହୁଏ.
ଭାରତୀ ରଥ
ରଗଡି, ବାଙ୍କୀ, କଟକ.
6. *ଭାରି ଭଲଲାଗେ*
ଭାରି ଭଲଲାଗେ କେହି ଜଣେ ଯଦି
ଚାହିଁ ବସିଥାଏ ବାଟ
ମନର ଅକୁହା କଥା ବୁଝିଯାଏ
ଖୋଲିବା ଆଗରୁ ଓଠ ।
ଭାରି ଭଲଲାଗେ କେହି ଜଣେଯେବେ
ବୁଝିଥାଏ ଭଲମନ୍ଦ
ତା'ମିଠା କଥାରେ ଭରିଦିଏ ପୁଣି
ବିରସ ମନେ ଆନନ୍ଦ ।
ଭାରି ଭଲଲାଗେ ଆପଣାର ଭାବି
କରେ ଯଦି କେ ଆକଟ
ସେନେହ ଡୋରିରେ ବାନ୍ଧିହୁଏ ମନ
ପୁରିଯାଏ ପୁଣି ପେଟ ।
ଭାରି ଭଲଲାଗେ କେହି ଯଦି କେବେ
ଦିଏ ଛୋଟ ଉପହାର
ମିଳିଯାଏ ସତେ ସରଗର ସୁଖ
ଲାଗେ ଅତି ଆପଣାର ।
ଭାରି ଭଲଲାଗେ କା'କୋମଳ ହାତ
ପୋଛିଦିଏ ଯେବେ ଲୁହ
ଅଶାନ୍ତ ମନଟା ବଶୀଭୂତ ହୁଏ
ଜାଗେ ବଞ୍ଚିବାର ମୋହ ।
ଭାରି ଭଲଲାଗେ କେହି ଯଦି କେବେ
ବୁଝେ ମନତଳ ବ୍ୟଥା
ଇଚ୍ଛାହୁଏ ସତେ ବାଣ୍ଟି ଦେବାପାଇଁ
ନୀରବରେ କେତେ କଥା ।
ଭାରି ଭଲଲାଗେ କେହି ଯଦି କେବେ
ମିଛେ ରୁଷେ ବାରମ୍ବାର
ମନ ଖୋଜିବସେ କେବଳ ବାହାନା
ଗପିବାକୁ ସାଥେ ତା'ର ।
ଭାରି ଭଲଲାଗେ କେ ଯଦି ଢାଳଇ
ହୃଦୟରେ ମଧୁପ୍ରୀତି
ମନ ଫରୁଆରେ ସାଇତା ହୁଏ ସେ
ସାଜି ମିଠା ମିଠା ସ୍ମୃତି ।
ଭାରତୀ ରଥ(ଶିକ୍ଷୟିତ୍ରୀ)
ରଗଡି, ବାଙ୍କୀ, କଟକ
5.*ସମ୍ମୋହନ*
କାହିଁକି ଲାଗୁଛି ମୋତେ
ମୋ ହୃଦୟ ଅଜାଣତେ
କା'ପାଉଁଜି ସୁରେ ଯେ ଅଧିର
କା' କବରୀ ଘନ କେଶ
ରଜନୀଗନ୍ଧାର ବାସ
କରୁଛି ସତେ ମୋତେ ବିଭୋର...
ସତେକି ଆସିଛି ପ୍ରିୟା
ଦେଖେଇ ଦେଇ ତା' ହିଆ
ବାରବାର କରେ ସମ୍ମୋହନ
ହସିଦେଇ ଖିଲିଖିଲି
ଦୁରେ ପୁଣି ଯାଏ ଚାଲି
ଭାବେ ମୁଁ ସତ ନା ଏ ସପନ...
ଚୁପିଚୁପି ପାଶେ ଆସେ
ନିରବେ ନିରବେ ହସେ
କହିଯାଏ କେତେ ମିଠାକଥା
ଗୁଣୁଗୁଣୁ ଗୀତ ଗାଇ
ମନ ମୋର ନିଏ ମୋହି
ହରିନିଏ ମନତଳ ବ୍ୟଥା...
ଅଳସ ତନ୍ଦ୍ରାରେ ମୋର
ଆସେ ସିଏ ବାରବାର
ଦେଇଯାଏ ତା' ପ୍ରୀତି ପରଶ
ଦେଖେ ଯେବେ ଆଖିଖୋଲି
କାହିଁ ସିଏ ଯାଏ ଚାଲି
ଛାଡିଯାଏ ତା' ମଧୁର ହସ....
ଭାରତୀ ରଥ
ରଗଡି, ବାଙ୍କୀ, କଟକ
1.*ଏମିତି ବି ଏଠି ହୁଏ*
ଏମିତି ବି ଏଠି ହୁଏ
ମହକ ରେ ତା'ର ମୋହିବା ଆଗରୁ
ବଣ ମଲ୍ଲୀ ଝରିଯାଏ ।
ଏମିତି........
କୋଠା ପରେ କୋଠା ଯିଏ ଗଢିଥାଏ
ସରକାରୀ ଦାନ ସବୁ ସିଏ ପାଏ
ଗରିବ ଟି କାନ୍ଦୁଥାଏ ।
ଏମିତି.........
ଗରିବ ର ଥାଉ ହଜାରେ ଯୋଗ୍ୟତା
ଦୁସ୍ଥ ସମାଜରେ ହରାଇ ସେ ସତ୍ତା
ଭାଗ୍ୟ କୁ ଯେ ନିନ୍ଦୁ ଥାଏ ।
ଏମିତି........
ପଶ୍ଚାତ୍ୟ ସଂସ୍କୃତି ପଛରେ ଦଉଡି
ଯୁବ ପିଢ଼ି ଏଵେ ଯାଏ ଦେଶ ଛାଡି
ପରମ୍ପରା ଭୁଲି ଯାଏ ।
ଏମିତି......
ନିଜ ମାଆ କୁ ଯେ ଛାଡି ଜରାଶ୍ରମେ
ପତ୍ନୀ ର ମାଆ କୁ ସାଥେ ଧରି ଭ୍ରମେ
କୁଳାଙ୍ଗାର ପୁଅଟିଏ
ଏମିତି.......
ରାଜରାସ୍ତାପରେ ଅବା ଆଶ୍ରମ ରେ
ଗଣ ଦୁଷ୍କର୍ମ ର ରାକ୍ଷସ ହାତ ରେ
ନାରୀ ଯେ ଶିକାର ହୁଏ
ଏମିତି......
"ମାଆ କୁ ସମ୍ମାନ",ଦେଇଯେ ସ୍ଲୋଗାନ
ରାଜନୀତି ପାଇଁ ଚାଲେ ପ୍ରହସନ
ଚୋର ବି ସାଧୁ ବୋଲାଏ
ଏମିତି........
ଚାପ ପଡେ ଏଠି ଗଣମାଧ୍ୟମକୁ
ଅସଲ କଥାକୁ ଚାପି ରଖିବାକୁ
ସ୍ୱର କୁ ତା' ଦବା ଯାଏ ।
ଏମିତି.......
.ମାନବ ସମାଜ ସ୍ଥାଣୁ ପାଲଟିଛି
ସବୁ ଦେଖି ଆଜି ଜଳକା ସାଜିଛି
ଦାୟୀ ଏଥିପାଇଁ କିଏ?
ଏମିତି.......
ଭାରତୀ ରଥ, ରଗଡି, ବାଙ୍କୀ, କଟକ.
2.*ମୋ ଶବ ଧାରେ*
** ** ** ** **
ଜନମ ଲଭିଲେ ମୃତ୍ୟୁ ସୁନିଶ୍ଚିତ
ଜାଣି ବି ଅଜଣା ମୁଁ ଯେ
ମିଛ ମାୟା ମୋହେ ଦଉଡି ଦଉଡି
ନିଜକୁ ନିଜେ ମୁଁ ଖୋଜେ......
ମୃତ୍ୟୁ ନାଁ ଶୁଣି ଡରୁଥିଲି ଦିନେ
ଆଜି ଚାହେଁ ମାରିବାକୁ
ବନ୍ଧୁ ପରିଜନ ଘେରି ରହିଥିବେ
ଆହା ଟିକେ କରିବାକୁ.....
ଭାବୁଥିଲି ଦିନେ ପୁଅଟିଏ ନାହିଁ
ତୁଣ୍ଡେ ଦେବ କିଏ ନିଆଁ
ଏବେ ଦେଖେ ମୋର କେତେ ପୁଅ, ଭାଇ
ଦୁଃଖ ମୁଁ କରିବି କିଆଁ?
ଶବଟିଏ ହୋଇ ପଡ଼ିଥିବି ଯେବେ
ସଭିଏଁ ଆସିବେ ଧାଇଁ
ଦୂର ଦୂରାନ୍ତରୁ କେତେ କବିଗଣ
ସାଜି ମୋ ଭଉଣୀ ଭାଇ.....
କେତେଯେ କବିତା, ହୋଇ ମୋର ଚିତା
ଜଳିଯିବ ନିମିଷକେ
"ରାମ ନାମ ସତ୍ୟ"କହି କାନ୍ଦୁଥିବେ
ବନ୍ଧୁ ପରିଜନ ଦୁଃଖେ .....
ଲୋଡ଼ା ହେବନାହିଁ ରଙ୍ଗ ଅବିର ମୋ
କଲମ ର ଯେତେ କାଳି
ଆଉ ସଞ୍ଚିବାର ମାନେ କିଛି ନାହିଁ
ମୋ ଦେହରେ ଦେବେ ଢାଳି.......
ମାନପତ୍ର ଆଉ ଉତ୍ତରିୟ ଯେତେ
ଜୁଇ ରେ ଦେବେ ମୋ ଜାଳି
ସ୍ମୃତି ସଭାଟିଏ ମୋ ପାଇଁ କରିବେ
ଦେବାପାଇଁ ଶ୍ରଦ୍ଧାଞ୍ଜଳି.......
ନେବିନାହିଁ କିଛି, ଛାଡିଯିବି ସ୍ମୃତି
ଶୋଇବି ଚିର ନିଦ୍ରାରେ
ଲୁହ କେଇଟୋପା ଝରୁଥିବ ଖାଲି
ମୋର ଏଇ ଶବ ଧାରେ......
ଭାରତୀ ରଥ, ରଗଡି, ବାଙ୍କୀ, କଟକ.
3.*ସାଇତା ସ୍ମୃତି*
କାଗଜଟୁକୁଡା ଭାବି ଦିନେ ତୁମେ
ଫୋପାଡ଼ି ଥିଲ ଯାହାକୁ
ତୁମ ମନକଥା ଲେଖାଥିଲା ବୋଲି
ସାଇତି ରଖିଛି ତାକୁ.
ସରିଯାଇଥିବା କଲମକୁ କେତେ
ରଖିଛି ଆଜି ସାଇତି
ତୁମ ପାଇଁ ଯାହା ଅଲୋଡ଼ା ଅଖୋଜା
ମୋ ପାଇଁ ଯେ ତାହା ସ୍ମୃତି.
ପ୍ରଥମ ଦେଖାର ଗୋଲାପ ଫୁଲକୁ ମନେ ରଖିଛ କି କୁହ
ମଉଳା ପାଖୁଡା ଭିତରେ ଏଵେ ବି
ଖୋଜି ବସେ ତୁମ ମୁହଁ.
ଯେଉଁ ଛତା ତଳେ ପାଇଥିଲି ମୁଁ ଯେ
ତୁମରି ପ୍ରଥମ ଛୁଆଁ
ବରଷାରେ ତାକୁ ଦିନେ ବି ଖୋଲିନି
ଏବେ ବି ରଖିଛି ନୂଆ.
ଅତର ଶିଶିରୁ ସରିଛି ଅତର
ତଥାପି ରଖିଛି ପାଶେ
ନୀରବେ ବସିଲେ ତୁମେ ଆସିବାର
ମିଠା ମହକ ଯେ ଆସେ.
ଯେଉଁ ରୁମାଲରେ ପୋଛିଦେଇଥିଲ
ମୋ ଆଖିରୁ ଦିନେ ଲୁହ
ସେ ରୁମାଲ ଆଜି ସାଇତି ରଖିଛି
କେମିତି ଭୁଲିବି କୁହ.
ତୁମ ସାଥେ ମୋର ପ୍ରଥମ ସାକ୍ଷାତ
ହୋଇଥିଲା ଯେଉଁ ସ୍ଥାନେ
ସେ ସ୍ଥାନ ଠିକଣା ଲେଖା ହୋଇଅଛି
ଆଜି ବି ମୋ ଭଙ୍ଗା ମନେ.
ଏ କି ଥିଲା ମୋର ଭଲପାଇବା ମୁଁ
ଜାଣି ପାରିଲିନି ନିଜେ
କେଜାଣି କାହିଁକି ସେ ବିଗତ ଦିନ
ମନେ ମନେ ଆଜି ଖୋଜେ.
ସମୟ ସୁଅରେ ହଜିଯିବ ସବୁ
ତୁମେ ତ ରହିବ ମନେ
ଏଇ ବୋଧେ ଥିଲା ମୋ ପ୍ରଥମ ପ୍ରେମ
ଶେଷ ବି ଏଇ ଜୀବନେ.
ବଂଚିବା ମାରିବା ସବୁ ତ ସମାନ
ଆଜି ମୋ ପାଇଁ ହେ ସାଥି
ଜଳାଇ ଜଳାଇ ଦିନରାତି ମାରେ
ତୁମରି ସାଇତା ସ୍ମୃତି.
ଭାରତୀ ରଥ (ଶିକ୍ଷୟିତ୍ରୀ )
ରଗଡି. ବାଙ୍କୀ, କଟକ.
4.*🌷ବିଜନ ବେଳା ର ସାଥି*🌷
ତୁମେ କିଏ ମୋର
ପଚାରେ ଯଦି କେ
କି ଦେବି ତାକୁ ମୁଁ ଉତ୍ତର?
ବିଜନ ବେଳା ର ସାଥିଟିଏ ହୋଇ
ଆସିଲ ଜୀବନେ ମୋହର ।
ଖସଡ଼ା ପଥରେ ବାଟ ଚାଲୁ ଚାଲୁ
ଧରିନେଲ ହାତ ମୋର
ଅଙ୍କା ବଙ୍କା ନଈ ବହିଯାଏ ମୁହିଁ
ସାଜିଲ ତୁଠ ପଥର
ଚାଲିବାକୁ ମୋତେ ଦେଖାଇଲ ପଥ
ହେଉଵା ଯେତେ ସେ ବନ୍ଧୁର ।
ବିଜନ..........
ଏତେ ବଡ଼ ଏଇ ଦୁନିଆଟା ଯେବେ
ହାତ ଛାଡି ଦେଲା ଠେଲି
ତୁମେ ହିଁ ତ ଥିଲ ଏକୋଇ ସାହାରା
ନେଇଥିଲ ହେ ସମ୍ଭାଳି
କି ନାମ ଦେବି ମୁଁ ଜାଣି ପାରେନାହିଁ
ଦେହାତୀତ ଏଇ ସମ୍ପର୍କ ର ।
ବିଜନ...............
ଜୀବନ ମରୂରେ ମରୂଦ୍ୟାନ ସମ
ଆଶା -ଫଳ ଦେଲ ବିଞ୍ଚି
ମରୀଚିକା ପଛେ ଧାଇଁଲା ବେଳକୁ
ମାୟା -ଜଳ ଦେଲ ସିଞ୍ଚି
ତୁମ ଇଙ୍ଗିତ ରେ ତୁମ କୁ ଖୋଜୁଛି
ଜଳ, ସ୍ଥଳ ଚରାଚର ।
ବିଜନ...........
ମାୟା ଜାଲେ ପଡ଼ି ଖୋଜେ ଆଖି ଖୋଲି
ତୁମରି ସ୍ନିଗ୍ଧ ପରଶ
ଜୀବନ -ପାତ୍ରରେ ଭରିଲ ଅମୃତ
ହରି ନେଇ ସବୁ ବିଷ
ଦୁନିଆ କୁ କିବା ବୁଝେଇ ପାରିବି
ତୁମେ ମୋ ଭାବ ର ଠାକୁର ।
ବିଜନ.............
*ଭାରତୀ ରଥ*
ରଗଡି, ବାଙ୍କୀ, କଟକ.
Thursday, 7 May 2020
BUDDHA, THE LIGHT OF ASIA, IN A NUTSHELL
BUDDHA, THE LIGHT OF ASIA, IN A NUTSHELL
The Prince Siddhartha was drowned with all the coveted royal care, luxury and abundance,
Until he was unaware of the inseparable pangs of poverty, hunger, sorrow and sufferance!
Thus, his enviable palatial life could hardly tempt him to be glued to suck material merriment any longer,
For, his irresistible quest of the Truth and unquenchable thirst for Enlightenment grew steadily in him stronger!
Ah! The sights of a sick man, an old man, a funeral procession, and a monk on a roadside at last,
While at 25, he was being driven by his charioteer for hunting pleasurably fast,
Forced him to renounce the enjoyments of the palace, his beautiful wife and his only son,
And, so long as he was not blessed with the Enlightenment under a fig tree, he kept roaming on!
Hark! The sight of the sick man suddenly said to him, "All are, on earth, subject to disease!"
The spectacle of the old man whispered to him, "The wintry old age replaces the youth of the vernal breeze!"
He heard a mumble from the scene of the hearse, "The only undeniable fact of life is demise!"
And, the glimpse of the meditating monk murmured to him, "The detached ascetics are truly wise!"
Thus, Siddhartha shattered the mundane bonds rigid, unshakable and tight,
And, he came to be known the world over for his Enlightenment 'Buddha, Asia's Light!'
Copyright: Shankar D Mishra 07.05.20
Please share this poem.

Saturday, 2 May 2020
THE SOLILOQUY OF A MIRROR
THE SOLILOQUY OF A MIRROR
Hark! I am a lifeless Mirror, yet I am livelier than anyone else,
I am without eyes, yet I can see more impartially than anyone else,
I am not a Judge, yet my judgment is neither biased nor questionable,
I have no brain, yet my Conscience is unmatched as well as unfathomable!
Hark! I am only an honorary representative of the Almighty God,
I am only a selfless benefactor to obey the dustless Decree of my Lord,
I am only an unselfish and honest volunteer to serve you dutifully unpaid,
Yes, under all the circumstances, I am cool, composed, unperturbed and fully staid!
Hark! I have no role in either praising or despising your outward contour,
I am to only apprise flawlessly whether it is normally sweet or abnormally sour.
Thus, let me neither be excessively eulogized, nor be bitterly censured,
Let me not be grimaced grimly, nor be embraced enviably with a reward!
Hark! Without my free service, how can you assess your fleshy features,
And, how can you beautify and embellish you, O the mortal creatures?
I am only a detached and obedient disciple of the great and generous Nature,
I wish you all to follow my untrodden, yet praiseworthy footprints, and nurture.
Hark! There is a subtle mirror meticulously set in every person.
Have you ever peeped into to see its indiscriminate manifestation?
It ceaselessly exhibits your Inner Self in an incredibly explicit fashion,
Thus, you must follow it every passing instant for Moksha – your final Destination!
* SOLILOQUY – a talking to oneself, a speech of this nature made by a character in a play
* eulogized – praised excessively, * grimaced – made a disagreeable face
N.B. This poem is inspired by Sylvia Plath’s poem “Mirror’.
Copyright: Shankar D Mishra 16.05.20

Friday, 1 May 2020
Subscribe to:
Posts (Atom)