Thursday 29 April 2021

MANOJ DAS, IN A NUTSHELL

 MANOJ DAS, IN A NUTSHELL



*ମନୋଜ   ଦାସ  ଙ୍କୁ ଆମର ଶ୍ରଦ୍ଧାଞ୍ଜଳି*


ଜନ୍ମ : ୨୭ ଫେବୃଆରୀ ୧୯୩୪, ଜନ୍ମସ୍ଥାନ: ଶଙ୍ଖାରି, ବାଲେଶ୍ୱର

ମୃତ୍ୟୁ: ୨୭ ଅପ୍ରେଲ ୨୦୨୧ (ବୟସ ୮୭), ପଣ୍ଡିଚେରୀ

ବୃତ୍ତି: ପ୍ରାଧ୍ୟାପକ , ଭାଷା: ଓଡ଼ିଆ, ଇଂରାଜୀ

ଜାତୀୟତା : ଭାରତୀୟ, ଶିକ୍ଷା: ସ୍ନାତକୋତ୍ତର, (ଇଂରାଜୀ ଭାଷା)

ଶିକ୍ଷାନୁଷ୍ଠାନ: ଫକୀର ମୋହନ ମହାବିଦ୍ୟାଳୟ, ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ, ରେଭେନ୍ସା ମହାବିଦ୍ୟାଳୟ

ପୁରସ୍କାର: ସରସ୍ୱତୀ ସମ୍ମାନ, ଶାରଳା ପୁରସ୍କାର, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଜୀବନ ସାଥି: ପ୍ରତିଜ୍ଞା ଦେବୀ, ଜ୍ଞାତି କୁଟୁମ୍ବ: କାଦମ୍ବିନୀ ଦେବୀ (ମାଆ), ମନ୍ମଥନାଥ ଦାସ (ବଡ଼ ଭାଇ)


ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ଗାଳ୍ପିକ ଓ ଔପନ୍ୟାସିକ ଥିଲେ । ସେ ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ ସହିତ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସର୍ବୋଚ୍ଚ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ, ସରସ୍ୱତୀ ସମ୍ମାନ ଓ ଭାରତ ସରକାରଙ୍କଠାରୁ ୨୦୦୧ ମସିହାରେ ପଦ୍ମଶ୍ରୀ ଓ ୨୦୨୦ ମସିହାରେ ପଦ୍ମ ଭୂଷଣ ସହ ସାହିତ୍ୟ ଏକାଡେମୀ ଫେଲୋସିପ ପାଇଥିଲେ । ସେ ଟାଇମସ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ, ଦି ହିନ୍ଦୁ, ଷ୍ଟେଟ୍ସମ୍ୟାନ ଆଦି ଅନେକ ଦୈନିକ ଜଣାଶୁଣା ଖବରକାଗଜରେ ଲେଖାମାନ ଲେଖିଥିଲେ । ତାଙ୍କର ଲେଖାରେ ଗଭୀର ସତକଥା, ନାନା ଅସୁବିଧା ଭିତରେ ଲୁଚି ରହିଥିବା ଘଟଣାକୁ ଏକାସାଙ୍ଗରେ ବ୍ୟଙ୍ଗ ଓ ଗଭୀର ନିଦର୍ଶନ ମିଳେ 

ପରିବାର ଓ ପ୍ରାଥମିକ ଜୀବନ

ମନୋଜ ଦାସ ବାଲେଶ୍ୱର ଜିଲ୍ଲାର ଶଙ୍ଖାରି ଗ୍ରାମଠାରେ ୧୯୩୪ ମସିହା ଫେବୃଆରୀ ୨୭ ତାରିଖଦିନ ଗୋଟିଏ ସଂଭ୍ରାନ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ପରିବାରରେ ପ୍ରଥମ ଦୁଇ ସନ୍ତାନ ପୁଅ, ତାପର ଦୁଇ ସନ୍ତାନ ଝିଅ ସେ ପଞ୍ଚମ ତଥା କନିଷ୍ଠ ସନ୍ତାନ ଅଟନ୍ତି । ମାତା କାଦମ୍ବିନୀ ଦେବୀଙ୍କ ପ୍ରଭାବରେ ବାଲ୍ୟକାଳରୁ ମନୋଜ ଦାସ ରାମାୟଣ ଓ ମହାଭାରତ ପ୍ରତି ଶ୍ରଦ୍ଧା ଜାତ ହୋଇଥିଲା । ପରବର୍ତ୍ତୀ ସମୟରେ ସେ ଏହି ଦୁଇଟି ଗ୍ରନ୍ଥକୁ 'ଅଲୌକିକ ଶକ୍ତିର ଉତ୍ସ' ଭାବେ ଅଭିହିତ କରିଛନ୍ତି । ବାଲେଶ୍ୱର ଜିଲ୍ଲା ସ୍କୁଲରେ ପଢ଼ିବା ସମୟରେ ତାଙ୍କ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ବିକଶିତ ହୋଇଥିଲା । ସେତେବେଳେ ବଡ଼ଭାଇ ମନ୍ମଥ ନାଥ ଦାସ ଫକୀର ମୋହନ ମହାବିଦ୍ୟାଳୟର ଇତିହାସ ଅଧ୍ୟାପକ । ସେମାନେ ଯେଉଁ ଘରେ ରହୁଥିଲେ, ତାହା ଥିଲା ବ୍ୟାସକବି ଫକୀର ମୋହନ ସେନାପତିଙ୍କ ବାସଗୃହ । ଏହା ଜାଣିବା ପରେ ମନୋଜ ଦାସଙ୍କ ହୃଦୟ, ସୃଜନ ସମ୍ଭାରର ପରିବ୍ୟାପ୍ତ ହୋଇଯାଇଥିଲା । ବାଲେଶ୍ୱରରେ ଅଧ୍ୟୟନ କରୁଥିବା ସମୟରେ ତାଙ୍କର ପ୍ରଥମ ଗ୍ରନ୍ଥ ସଂକଳନ 'ସମୁଦ୍ରର କ୍ଷୁଧା' ପ୍ରକାଶ ପାଇଲା ଏବଂ ସେହି ସମୟରେ 'ଦିଗନ୍ତ' ପତ୍ରିକା ସମ୍ପାଦନା ଆରମ୍ଭ କରିଥିଲେ । ପରେ ସେ ବାମପନ୍ଥୀ ଆନ୍ଦୋଳନ ସହିତ ଯୋଗ ଦେଇଥିଲେ । ୧୯୫୨ ମସିହାରେ ଫକୀର ମୋହନ ମହାବିଦ୍ୟାଳୟରେ ପ୍ରଥମ ବର୍ଷର ଛାତ୍ର ସମୟରେ ସେ ଛାତ୍ର ୟୁନିୟନର ସଭାପତି ଏବଂ ରାଜ୍ୟ ଛାତ୍ର ଫେଡେରେସନର ଉପସଭାପତି ନିର୍ବାଚିତ ହୋଇଥିଲେ । ୧୯୫୫ ମସିହାରେ ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରି କଟକରେ ଆଇନ ଅଧ୍ୟୟନ କଲେ । ସେତେବେଳକୁ 'ଜୀବନର ସ୍ୱାଦ' ଗଳ୍ପ ସଂକଳନ ସହିତ ବିଭିନ୍ନ ଇଂରାଜୀ ପତ୍ରିକାରେ ତାଙ୍କ ଲେଖା ପ୍ରକାଶିତ ହେଉଥାଏ । ୧୯୫୬ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟ ଆଇନ କଲେଜର ଛାତ୍ର ସଂଘର ସଭପତି ରୂପେ ଇଣ୍ଡୋନେସିଆରେ ଆୟୋଜିତ ଛାତ୍ର ସମ୍ମିଳନୀରେ ଯୋଗ ଦେଇଥିଲେ ଏବଂ ରେଭେନ୍ସା ମହାବିଦ୍ୟାଳୟରୁ ଇଂରାଜୀ ସ୍ନାତକୋତ୍ତର ଅଧ୍ୟୟନ ପରେ ୧୯୫୯ ମସିହାରେ ଖ୍ରୀଷ୍ଟ ମହବିଦ୍ୟାଳୟରେ ଅଧ୍ୟାପନା କଲେ । ସେହି ବର୍ଷ ତାଙ୍କ ଜୀବନର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଘଟଣାର ସୂତ୍ରପାତ ହୋଇଥିଲା । ଦିଗନ୍ତ ମାସିକ ପତ୍ରିକାର ପୁନଃ ପ୍ରକାଶ ଏବଂ କୁଜଙ୍ଗ ରାଜପରିବାରର କନ୍ୟା ପ୍ରତିଜ୍ଞା ଦେବୀଙ୍କ ସହିତ ବିବାହ । ସମଗ୍ର ଭାରତବର୍ଷରେ ରାଜାରାଜୁଡାଙ୍କ ମଧ୍ୟରୁ କୁଜଙ୍ଗ ରାଜପରିବାର ସ୍ୱାଧୀନତା ଆନ୍ଦୋଳନରେ ସମ୍ପୂର୍ଣ୍ଣ ଭାବେ ସାମିଲ ହୋଇଥିଲେ । ୧୯୬୧ ମସିହାରେ 'ଆରଣ୍ୟକ' ପ୍ରକାଶ ପାଇବା ପରେ ଓଡି଼ଆ ଗଳ୍ପ ସାହିତ୍ୟର ମାନଦଣ୍ଡ ନିରୂପିତ ହୋଇଥିଲା । ୧୯୬୩ ମସିହାରେ ମନୋଜ ଦାସ ପଣ୍ଡିଚେରୀ ଶ୍ରୀ ଅରବିନ୍ଦ ଆଶ୍ରମରେ ଇଂରାଜୀ ସାହିତ୍ୟର ଅଧ୍ୟାପକ ଏବଂ ପ୍ରତିଜ୍ଞା ଦେବୀ ମନସ୍ତତ୍ୱ ବିଭାଗରେ ଅଧ୍ୟାପିକା ଭାବେ ଯୋଗ ଦେଲେ । ୧୯୬୫ ମସିହାରେ 'ଶେଷ ବସନ୍ତର ଚିଠି' ପ୍ରକାଶ ପାଇବା ପରେ ୧୯୬୬ ମସିହାରେ ଓଡ଼ିଶା ସାହିତ୍ୟ ଅକାଦେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ ।

୧୯୬୩ ମସିହାଠାରୁ ସେ ପଣ୍ଡିଚେରୀର ଶ୍ରୀ ଅରବିନ୍ଦ ଆଶ୍ରମଠାରେ ଅବସ୍ଥାନ କରି ଆସୁଥିଲେ । ସେ ସେଠାକାର ଶ୍ରୀ ଅରବିନ୍ଦ ଆନ୍ତର୍ଜାତିକ ଶିକ୍ଷା କେନ୍ଦ୍ରରେ ଇଂରାଜୀ ଭାଷା ପ୍ରାଧ୍ୟାପକ ଭାବେ ଶିକ୍ଷାଦାନ କରୁଥିଲେ ।

ମନୋଜ ଦାସଙ୍କୁ ତାଙ୍କର ନିଆରା ଲେଖା ଶୈଳୀ ପାଇଁ ଓଡ଼ିଆ ସାହିତ୍ୟର ବିଷ୍ଣୁ ଶର୍ମା ବୋଲି କୁହାଯାଏ ଆଉ ସେଥି ନିମନ୍ତେ ସେ ଭାରତର ଜଣେ ସୁଗାଳ୍ପିକ ଭାବରେ ଜଣାଶୁଣା ।

୨୦୨୧ ମସିହା ଅପ୍ରେଲ ୨୭ ତାରିଖରେ ପଣ୍ଡିଚେରୀଠାରେ ତାଙ୍କର ପରଲୋକ ଘଟିଥିଲା ।

ରଚନାବଳୀ

                                                                                ଗଳ୍ପ ସଙ୍କଳନ

ମନୋଜ ଦାସଙ୍କ ଗଳ୍ପ (୧୯୯)

ଅବୋଲକରା କାହାଣୀ (୧୯୯୧)

ଚତୁର୍ଥ ବନ୍ଧୁ ଓ ଅନ୍ୟାନ୍ୟ କାହାଣୀ (୧୯୯୦)

ଭିନ୍ନ ମଣିଷ ଓ ଅନ୍ୟାନ୍ୟ କାହାଣୀ (୧୯୮୭)

ମନୋଜ ପଞ୍ଚବିଂଶତି (୧୯୮୩)

ଧୂମ୍ରାଭ ଦିଗନ୍ତ ଓ ଅନ୍ୟ କାହାଣୀ (୧୯୭୭)

ଆବୁପୁରୁଷ ଓ ଅନ୍ୟାନ୍ୟ କାହାଣୀ (୧୯୭୫)

ଲକ୍ଷ୍ମୀର ଅଭିସାର (୧୯୭୪)

ମନୋଜ ଦାସଙ୍କ କଥା ଓ କାହାଣୀ, (୧୯୭୧)

ଶେଷ ବସନ୍ତର ଚିଠି (୧୯୬୫)

ଆରଣ୍ୟକ (୧୯୬୧)

ବିଷକନ୍ୟାର କାହାଣୀ (୧୯୫୪)

ଜୀବନର ସ୍ୱାଦ (୧୯୫୩)

ସମୁଦ୍ରର କ୍ଷୁଧା (୧୯୫୨)

କବିତା ସଙ୍କଳନ

କବିତା ଉତ୍କଳ (୨୦୦୩)

ତୁମଗାଁ ଓ ଅନ୍ୟାନ୍ୟ କବିତା (୧୯୯୨)

ଉପନିବେଶ (୧୯୬୬)

ନନ୍ଦାବତୀର ମାଝି (୧୯୫୭)

ପଦଧ୍ୱନୀ (୧୯୫୦)

ବିପ୍ଳବୀ ଫକୀରମୋହନ (୧୯୫୦)

ଶତାବ୍ଦୀର ଆର୍ତ୍ତନାଦ (୧୯୪୯)

ଉପନ୍ୟାସ

ତନ୍ଦ୍ରାଲୋକର ପ୍ରହରୀ - ୨୦୦୦

ଆକାଶର ଇସାରା - ୧୯୯୭

ଅମୃତ ଫଳ - ୧୯୯୬ (ସରସ୍ୱତୀ ସମ୍ମାନ)

ଗୋଧୁଳିର ବାଘ -୧୯୯୫

ପ୍ରଭଞ୍ଜନ -୧୯୯୨

ବୁଲଡୋଜର୍ସ -୧୯୮୯

ପ୍ରବନ୍ଧ, ରମ୍ୟରଚନା ଓ ଅନ୍ୟାନ୍ୟ

ପ୍ରଜ୍ଞା - ପ୍ରଦୀପିକା (୨୦୧୨)

ଉପକଥା ଶତକ (୨୦୦୨)

ସତ୍ୟ-ଅସତ୍ୟ ଓ ଅନ୍ୟାନ୍ୟ ପ୍ରସଙ୍ଗ (୨୦୦୨)

ସ୍ମୃତି ଓ ବିସ୍ମୃତିର ସାରନାଥ

ଅରଣ୍ୟ ଉଲ୍ଲାସ (୧୯୯୯)

ଭାରତର ଐତିହ୍ୟ: ଶତେକ ପ୍ରଶ୍ନର ଉତ୍ତର (୧୯୯୮)

ମହାଯୋଗୀ ଶ୍ରୀ ଅରବିନ୍ଦ (୧୯୯୭)

ସମୁଦ୍ର କୂଳର ଏକ ଗ୍ରାମ (୧୯୯୬)

ସନ୍ଧାନ ଓ ସଙ୍କେତ (୧୯୯୯)

ବିପୁଳାଚ ପୃଥ୍ୱୀ (୧୯୯୪)

କେତେ ଦିଗନ୍ତ (୧୯୮୬)

ଶିଶୁ ସାହିତ୍ୟ

ରାକ୍ଷସର ସନ୍ଧାନରେ (୨୦୧୦)

କନକ ଉପତ୍ୟକାର କାହାଣୀ (୧୯୯୪)

ଅମର ସାହିତ୍ୟ (୧୯୭୩)

ଆଲୋକ ଓ ଆନନ୍ଦର କାହାଣୀ (୧୯୭୦)

ଇଂରାଜୀ ରଚନାବଳୀ

ଚେଜିଙ୍ଗ ଦି ରେନବୋ: ଗ୍ରୋଇଙ୍ଗ ଅପ ଇନ ଆନ ଇଣ୍ଡିଆନ ଭିଲେଜ, ୨୦୦୪

ଲେଜେଣ୍ଡ ଅଫ ଦି ଗୋଲ୍ଡେନ ଭ୍ୟାଲି, ୧୯୯୬

ଦି ସବମର୍ଜଡ ଭ୍ୟାଲି ଆଣ୍ଡ ଅଦର ଷ୍ଟୋରିଜ, ୧୯୮୬

ଫେଆରବେଲ ଟୁ ଅ ଘୋଷ୍ଟ: ସର୍ଟ ଷ୍ଟୋରିଜ ଆଣ୍ଡ ଅ ନଭେଲେଟେ, ୧୯୯୪

ଦି କ୍ରୋକୋଡାଇଲ ଲେଡି: ଏ କଲେକସନ ଅଫ ଷ୍ଟୋରିଜ, ୧୯୭୫

ଏ ଟାଇଗର ଆଟ ଟୁଇଲାଇଟ

ସମ୍ମାନ ଓ ପୁରସ୍କାର

ପଦ୍ମ ଭୂଷଣ, ୨୦୨୦ [୧]

ପଦ୍ମଶ୍ରୀ, ୨୦୦୧[୧୧]

ସରସ୍ୱତୀ ସମ୍ମାନ - (ଅମୃତ ଫଳ, ୨୦୦୦)

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର [୧୨] - (ମନୋଜ ଦାସଙ୍କ କଥା ଓ କାହାଣୀ, ୧୯୭୨)

ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଦୁଇ ଥର), ୧୯୬୨ ଓ ୧୯୮୭

ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ୨୦୦୭

ସାହିତ୍ୟ ଏକାଡେମୀ ଫେଲୋସିପ, ୨୦୦୬

ଶାରଳା ପୁରସ୍କାର, ୧୯୮୧

ସାରଳା ସମ୍ମାନ, ୨୦୦୬ (ସାରଳା ସାହିତ୍ୟ ସଂସଦ, କଟକ)

ଉତ୍କଳ ରତ୍ନ ସମ୍ମାନ, ୨୦୦୧

ବିଷୁବ ପୁରସ୍କାର - ୧୯୮୭

ସାହିତ୍ୟ ଭାରତୀ ସମ୍ମାନ, ୧୯୯୫


(  ସଂଗୃହୀତ)

Whatsapp ରୁ ପାଇଛି।

N.B. I have collected the above message from the Facebook Literary Group, "Manoj Das Fans"

No comments:

Post a Comment