Monday 26 June 2023

ଅମ୍ରିତା ସିଂ ଙ୍କ ଓଡ଼ିଆ କବିତା

 1.ରୁଦ୍ଧ ବିବେକର ଦ୍ବାର

କେତେ ଉଜୁଡ୍ରିଲା ଫୁଲଚନ

ଝଡ଼ିଗଲା ସୁକୋମଳ କଢ଼

ଜଳିଗଲା ପଦ୍ମର କୋରକ

କିଏ ତାର ରଖୁଛି ଖବର ?

ସବୁଠି ସାପଙ୍କର ମେଳ,

 ଲହ ଲହ ଲାଳସାର ଜିହ୍ବାମେଲି

ଖେଳୁଥାନ୍ତି ଖେଳ,

ପାଶବିକ କୃରତା ଭିତରେ

ଢାଙ୍କିଥାନ୍ତି ମଣିଷର ଖୋଳ

ଭଦ୍ରଲୋକି ମୁଖାତଳେ

କାଳକୂଟ ହଳାହଳ l 

କାହାର ଆର୍ତ୍ତନାଦ ଓ କରୁଣ ଚିତ୍କାର

ଅସମାହିତ ଜ୍ଵଳନର ଡହଳ ବିକଳ

ଭେଦିପାରେ ନାହିଁ ରାକ୍ଷସଙ୍କ କର୍ଣ୍ଣର ପଟଳ

ରୁଦ୍ଧ ତାଙ୍କ ବିବେକର ଦ୍ଵାର।

ସେମାନେ ନୁହଁନ୍ତି ମହାନ ମନୁଙ୍କ ବଂଶଜ

 କ୍ରୂର ବିଷଧର ଭିନ୍ନ ପ୍ରଜାତିର।

କିଏ ଖଞ୍ଜିଦେବ ବୃନ୍ତରେ ଫୁଲ ?

ଝଡ଼ା ପାଖୁଡ଼ାକୁ ତୋଳି କିଏ ବୋଳିଦେବ ରଙ୍ଗ ମହକ !

ଉଜୁଡ଼ା ରେଣୁକୁ ସାଉଁଟି କିଏ ପୁଣି ସଜାଇବ

ପ୍ରକୃତି ଉଦ୍ୟାନ ?


2. ଭଲପାଏ ବୋଲି

ତମକୁ ମୁଁ

ଭଲପାଏ ବୋଲି

ଜୀବନର ଜଉଘରେ

ଲାଗିଗଲା ନିଆଁ,

କାନିପାତି ମାଗିନେଲି

ଅସରା ଯାତନା।

ସୁଖକୁ ମୋ ବିନ୍ଧାରଖ୍

ପିନ୍ଧିନେଲି ଅପବାଦର ଗହଣା

ଦେହ ଓ ମନରେ ମାଖେ

ନିନ୍ଦା ଓ ଲାଞ୍ଛନା

ଭଲ ପାଏ ବୋଲି

ହଜାଇ ଦେଇଛି।

ନିଜର ଠିକଣା।

3.ସମ୍ପର୍କ


ସମ୍ପର୍କ ଏକ ସେତୁଟିଏ

ହୃଦୟରୁ ହୃଦୟକୁ ପାର ହେବା ପାଇ

 ଜୀବନର ଅସରନ୍ତି ଅମଡ଼ାବାଟକୁ।


ସମ୍ପର୍କ ଏକ ଫୁଲର ବଗିଚା

କେବେ ତାକୁ ଜାଳିଦିଏ

ବଇଶାଖୀ ଖରା

କେବେ ତାକୁ ଛୁଇଁ ଯାଏ

ପ୍ରେମଭରା ଶ୍ରାବଣର ଧାରା।


4. ସ୍ବପ୍ନ

ବଣ ଫୁଲ ବାସ୍ନାରେ ରୋମାଞ୍ଚିତ ମୁଁ

ପୁନଶ୍ଚ ଥରି ଉଠଛି ଅଜଣା ଅଶରେ

ପାଦ ତଳୁ ଖସି ପଡୁଛି ସ୍ବପ୍ନ ଓ ବିଶ୍ୱାସ ର ମାଟି,

ପାହାଡ଼, ଜଙ୍ଗଲ ଓ ଉପତ୍ୟକା ରେ

ସବୁଠି ଆତଙ୍କ!

ସଞ୍ଚରି ଯାଉଛି ମାଟିରୁ ଆକାଶ ଡୁଚି ଯାଉଛି ମହୁର ସୂର୍ଯ୍ୟ ।

କେବେ ଅପସରି ଯିବ ଅନ୍ଧାର ଚେଇଁ ଉଠିବେ ସୁମନ୍ତ ପାହାଡ଼ ଓ

ମଲା ନଈର ସୁଅ

ଉଡ଼ି ବୁଲିବେ ଡେଣାହରାପକ୍ଷୀ

ଫୁଲର ବଗିଚା ଖୋଜିବେ ପ୍ରଜାପତି ।

ମାଟିରୁ ଆକାଶ ସ୍ଵପ୍ନମୟ

ଆଖ ପହଁରାଇ ନେଲେ

ଦୃଶ୍ୟରୁ ଦୃଶ୍ୟାନ୍ତର ଯାଏ

ଉଡ଼ି ବୁଲୁଥବେ କପୋତୀ କପୋଡ

କେବେ ସିନ୍ଦୁରା ଫାଟିବ

ଉପଗତ ହେବ ବ୍ରାହ୍ମ ମୁହୂର୍ତ୍ତକ












No comments:

Post a Comment