Saturday 24 June 2023

ଓଡ଼ିଆ କବିତା "ବର୍ଷା" / TRANSLATED POEM "RAIN"

 ବର୍ଷା


ବର୍ଷା ଗୋ ତୁମ ଆସନ୍ତା ଖବରେ

ଆନମନା ମୋର ମନ

ତାପିତ ଛାତିରେ ପରଶ ଦିଅଗୋ

ତୃପ୍ତ ହେଉ ମୋର ତନ

ରହି ରହି ଶୁଭେ ରୋଷାଣୀ ତୁମର

ବଜ୍ର ବିଜୁଳି ନାଦେ

ପୁଲକିତ ହୁଏ ପରାଣ ମୋହର

ଭିଜା ଭିଜା ମାଟି ଗନ୍ଧ

ପରିଣୟ ହେବ ମାଟି ଓ ମେଘର ପ୍ରକୃତିରାଣୀ ମୁଁ ହସେ

ଆଷାଢ଼ ଆଖୁରେ କାଦମ୍ବରୀ ଭିଜେ

କଦମ୍ବ କଦମ୍ବ ବାସେ

ଦାରୁଣ ନିଦାଘ ଲୁଟିନେଇଥିଲା ସବୁଜ ବସନ ମୋର

ପୁଷ୍ପ ହେଉ ଯେତେ ପତିତ ପରାଗ

ଧରିଛି ବକ୍ଷ ମୋର

ବର୍ଷା ବିଧୁରା ପ୍ରଣୟିନୀ ତୁମ

ଖୋଜେ ତୁମ ଆଲିଙ୍ଗନ

ସବୁଜ ପାଟର ସମ୍ଭାର ଦିଅଗୋ

ଭିଜୁ ମୋର ତନମନ


......ଯଶୋଧାରା .....

No comments:

Post a Comment