FLOAT
MY PAPER BOAT….
ପବନ ବହୁଛି ଝିପିଝିପି ମେଘ ବରଷଇ,
ବିଜୁଳି ଚମକେ ଘଡ଼ଘଡ଼ି ଡାକେ ରହିରହି ।
କେତେ ମଜା ଲାଗେ ଓଳିରୁ ବରଷା ପଡ଼େ ଝରି,
ଫୁଟି ଭାସି ଯାଏ ପାଣିରେ ଫୋଟକା ଅସୁମାରି ।
ଭାସି ଯାଆ ମୋର କାଗଜ ଡଙ୍ଗା ଭାସିଯାଆ,
ଡରିଯିବୁ ନାହିଁ ଆକାଶରେ ଦେଖି ମେଘ ବାଆ ।
ଝୁଲିଝୁଲି ତୁହି ଦୂଜକୁ ଦୂରକୁ ଯାଆ ଭାସି,
ଡଙ୍ଗାରେ ! ତୋତେ ମେଲାଣି ଦେଲି ମୁଁ ହସିହସି ।
କାର୍ତ୍ତିକ ମାସେ ବୋଇତ ମେଲାଇ ଦରିଆରେ,
ସାଧବେ ଆମର ଯାଉଥିଲେ ଦୂର ଦେଶ ପାରେ।
ଝଡ଼ ତୋଫାନଳୁ ନ ଥିଲା ତାଙ୍କର ତିଳେ ଡର,
ଆସୁଥିଲେ ଫେରି ଆଷାଢ଼ରେ ସାରି କାରବାର ।
ବୋଇତରେ ଭରି ଧନ ଦଉଲତ ହୋଇ ଖୁସି,
ଫେରୁଥିଲେ ଘରେ ଦରିଆ ପାରିରୁ ମିଳିମିଶି ।
ବୋଇତ ମଙ୍ଗେ ଶୁଭ ନାରିକେଳ ଜଳ ଢାଳି,
ଝିଅ ବୋହୁ ମିଶି ବନ୍ଦାଉଥିଲେ ଦୀପ ଜାଳି ।
The
wind is blowing; it’s drizzling
It’s
lightning; now and then it’s thundering
Rain
drops falling from the eves is heartening
Countless
bubbles drift in the water gladdening.
Float,
float my paper boat
Let
not the cloudy winds in the sky dry your throat.
Move
away to the far off lands frolicking and swinging
O
my Boat! I’m bidding you a farewell heartily smiling.
Odia
Sadhabas, used to embark on their business tours foreign
Sailing
their boats in the sea on Kartik Purnami day.
But,they
were never afraid of the storms coming in their way
After
their trades, in the month of Ashadh, they used to return.
Amassing
much wealth, they all used to come back home elated
On
the shore by the kins with typical Odia rituals they were greeted.
No comments:
Post a Comment