Monday, 28 August 2023

ଓଡ଼ିଆ କବିତା "ଆମ ଜହ୍ନ ମାମୁ "/TRANSLATED ENGLISH POEM 'OUR UNCLE MOON"

 

ଆମ ଜହ୍ନମାମୁଁ ସରଗ ଶଶୀ

ଭାରତ ସହିତ ସମ୍ପର୍କ ବେଶି

 

ବିକ୍ରମ ଯାଇଛି ମାମୁଁ ଘରକୁ

ବୁଲିବ ସେଠାରେ ମନ ଇଛାକୁ

 

ପ୍ରଜ୍ଞାନ ଯାଇଛି ସାଙ୍ଗରେ ତା'

ଫଟୋ ଉଠେଇବ ଥରକୁ ଥର

 

ମାମୁଁ ଘରେ ମାଇଁ ଅଛି କି ନାହିଁ

ଖବର ବୁଝିବେ ସେ ଦୁଇ ଭାଇ

 

ଜଣେ ବୁଦ୍ଧିଆକୁ ଜଣେ ବଳୁଆ

ପ୍ରଜ୍ଞାନ-ବିକ୍ରମ ଜଗା ବଳିଆ

 

ବୁଲିବେ ମାମୁଁଙ୍କ ଘର ଦୁଆର

ବାରି ବଗିଚା କି ଅଛି ସେଠାର

 

କଠିନ ମାଟି କି ଅବା ନରମ

ଜଳବାୟୁ ଥଣ୍ଡା କିବା ଗରମ

 

ଠେକୁଆ ଅଛି କି ମାମୁଁଙ୍କ ଘରେ

ଅବା କେଉଁ ଜୀବ ଅଛି ସେଠାରେ

 

ମାଟି ତଳେ ମାମୁଁ ରଖିଛ କିସ

ସୁନା, ହୀରା, ଲୀଳା ଅବା ପିୟୂଷ

 

ଭଣଜା ହାତରେ ଦେବ ପଠାଇ

ସାଙ୍ଗରେ ଗାଡ଼ି ନେଇଛି ସେହି

 

ତମ ପଟେ ଖରା, ବରଷା, ଶୀତ

ଏବେ କୋଉ ପାଗ କହି ଦେବ

 

ବୋଉ ଏଠି ଅଛି ତୁମେ ସେଠାରେ

ଭଲ ମାମୁଁ ତମେ ଏତେ ଦୂରରେ

 

ଜହ୍ନମାମୁଁ ବୋଲି ହୁରି ପଡୁଛି

ଭଣଜାକୁ ଛାଡି ମାମୁଁ ବୁଲୁଛି

 

ପଚାରୁନି ପୁଅ କେମିତି ଅଛ

ଭଉଣୀ କଥା ଭୁଲି ଯାଇଛ

 

ଦୁହିତା ସମ୍ପତ୍ତି ଭାଗ ବୋଉର

ଚନ୍ଦ୍ର ମଣ୍ଡଳ ଆମ ଅଜାର

 

ସେକଥା ତୁମେ କି ପାଶୋରି ଅଛ

ଭଣଜାମାନଙ୍କୁ ଭୁଲି ଯାଇଛ

 

ଆମେ ଭୁଲି ନାହୁଁ ମାମୁଁ ତୁମକୁ

ଆଜି ଗଲୁ ତେଣୁ ତୁମ ଘରକୁ

 

ଭଣଜାଙ୍କ ଭଲ ମନ୍ଦ ବୁଝିବ

ତୁମ ଘର କଥା ସବୁ ଲେଖିବ

 

ଇସ୍ରୋ ଡାକଘର ଆମ ଠିକଣା

ଉଡୁଥିବ ସେଠି ତ୍ରିରଙ୍ଗା ବାନା🙏

 

 

 

Saturday, 26 August 2023

ଓଡ଼ିଆ କବିତା 'ଧରମା'

ସାନ ସିନା, ଦାନ ତା ମହାନ
 କେତେ କେତେ ଫୁଲ ଫୁଟେ ବଗିଚାରେ
ନ ପାରନ୍ତି କେହି ଗଣି,
କେତେ ମହୁମାଛି ପ୍ରଜାପତି ଆସି
ରସ ନିଅନ୍ତି ତା ଟାଣି ।
ସେହି
ରସ ନେଇ
ମହୁମାଛି କରେ
ବସାରେ ବାହାରେ ମହୁ
ସେପରି ସୁଆଦ
ଦରବ ଜଗତେ
କେଉଁଠି ନ ମିଳେ ଆଉ!
ଖରାବର୍ଷା ଶୀତେ
ରସ ଗୋଟାଇ ସେ ଆଣେ
କିଏ ବୁଝେ ଏହି ମହୁମାଛି କଥା
ଅନୁଭବୀ ତାହା ଜାଣେ।
ଉଲପରି କେତେ
ଛୋଟ ଜୀବଟିଏ
ଗଢ଼ର ବିରାଟ ଘର
ଝଡ଼ ତୋଫାନକୁ
ବାଆ ବତାସକୁ
ନଥାଏ ଟିକିଏ ଦୂର ।
ତୁମେତ ନୁହଁଇ ତାଙ୍କଠାରୁ ସାନ
ବୁଦ୍ଧି ତାଙ୍କ ଠାରୁ ଶିଖ
କରି କିଛି ଶ୍ରମ
ଦେଇ କିଛି ଦାନ
ରଈ ଯା ଦେଶର ଟେକ

ଧରମା

ଚନ୍ଦ୍ରଭାଗା କୂଳେ
ଲାଗିଛି ଗହଳ
ଦିନେ ଅଧେ ନୁହେଁ ବାରବରଷ,
ମୁଣ୍ଡି ମରୁ ନାହିଁ
କାରିଗରଙ୍କର ମନ ବିରସ ।
ଆଦେଶିଲେ ରାଜା
ନରସିଂହ ଦେବ
ସାତଦିନ ମଧେ ନହେଲେ ଶେଷ,
ବାରଶ ବଢ଼େଇ
ମୁଣ୍ଡ କାଟହେବ
ନ ରହିବେ ଆଉ ବଢ଼େଇ ବଂଶ।
ଭାଳେଣି ପଡ଼ିଛି
କାରଗର କୁଳେ
ବିଶୁ ମହାରଣା ଚିନ୍ତଇ ବସି,
ବଳିଆ ସାଥ୍‌ରେ
ବରକୋଳି ଧରି
କିଏସେ ମିଳଇ ପାଖରେ ଆସି।
ଚମକି ଦେଖଇ ପାଦଠାରୁ ମଥା
ଆଉ ଏକ ବିଶୁ ହେଲାକି ଉଭା,
କୁଣ୍ଢାଇ ଅଧୀରେ
ତୁହି କ’ଣ ମୋର ଜୀବନ ପ୍ରଭା !
ପାଦ ଧୂଳି ଦେଇ
ମୁଣ୍ଡରେ ଲଗାଇ
କହିଲା ଧରମା ଆସିବା କଥା,
କୁହ ପିତା ମୋତେ ବିରସ କିମ୍ପାଇଁ
କ୍ଷଣେ ହଟାଇବି ସକଳ ବ୍ୟଥା।
ମୁଣ୍ଡକୁ ଆଉଁସି
ଛଳ ଛଳ ନେତ୍ରେ
ବୁଝାଇ କହିଲା ଗୋଟିକି ଗୋଟି, ସବୁ ଶୁଣି ସାରି
କହଇ ଧରମା
ଆଜି ଶେଷ କରି ଦେବି ଚୂଡ଼ାଟି।
ଉଦେହେଲେ ଶଶୀ
ପୂରୁବ ଆକାଶେ
ବଢ଼ିଲା ଧରମା
ଦେଉଳ
ଚୂଳେ,
ରାତିକ ଭିତରେ ମୁଣ୍ଡିମାରି ଦେଇ
ଓହ୍ଲାଇ ଆସିଲା ଦେଉଳ ମୂଳେ।
ବାରଶ ବଢ଼େଇ
ହୋଇଲେ ଚକିତ
ବିମୁଖ ମନରେ ଭାଳନ୍ତି ବସି,
ଜାଣିଲେ ନରେଶ
ଧରମା କୀରତି
ଆମେ କ’ଣ ଯାଇ ପାରିବା ଖସି !
କହିଲେ ସକଳେ
ବିଶୁକୁ ଅନାଇଁ
ଜାତିରେ ଦାୟନା ପୁଅରେ ଦାୟୀ,
କହେ ବିଶୁ ଦୁଃଖେ
ଯାଉ ପଛେ ପୁଅ
ଥାଆନ୍ତୁ ମୋର ଏ ବାରଶ ଭାଇ। ରବି ନ ଉଠୁଣୁ
ପୂରୁବ ଆକାଶୁ
ଧରମା ବଢ଼ିଲା ଦେଉଳ ଚୂଳେ
କ୍ଷଣକ ଭିତରେ
ଡେଇଁ ପଡ଼ିଲା ସେ
ଲୀନ ହୋଇ ଗଲା ସାଗର ଜଳେ।
ନାହିଁ ସେ ଧରମା
ନାହିଁ ନରସିଂହ
ଭଗ୍ନ ଅବସ୍ଥାରେ ଦେଉଳ ଆଜି
ଭୁଲି ହେବ ନାହିଁ
ବାର ବରଷର
ଓଡ଼ିଆ ପୁଅର କୀରତି ରାଜି।

Thursday, 24 August 2023

A TRIBUTE TO BANSHIDHAR SETHY ON HIS 1ST DEATH ANNIVERSARY

ନଂଶୀଧର ସେଠୀ ଙ୍କ କେତୋଟି ଓଡ଼ିଆ କବିତା ର ଇଂଲିଶ ଭାଷାନ୍ତର/ SOME TRANSLATED POEMS OF LATE BANSIDHAR SETHY

ପ୍ରାର୍ଥନା

ସକାଳୁ ଉଠି ମୁଁ ପ୍ରଭୁ କରୁଛି ପ୍ରଣାମ

ଦୟା ବହି ଶୁଣ ମୋର ବିନୀତ ଜଣାଣ

ପିତାମାତାମାନଙ୍କୁ ମୁଁ କରିବି ଭକତି

ସର୍ବଦା କହିବି ସତ୍ୟ ଦିଅ ହେ ଶକତି


ଗୁରୁ ଗୁରୁଜନଙ୍କୁ ମୁଁ ଦେଖାଇବି ମାନ୍ୟ

ସାନଙ୍କୁ ସ୍ନେହରେ ବାନ୍ଧି ହେବି ମୁହଁ ଧନ୍ୟ

 

ଗର୍ବ, ହିଂସା, ଲୋଭ, ପାପ ନପଶୁ ମୋ ପାଖେ

ସକଳ ଜୀବଙ୍କୁ ମୁହିଁ ସମଭାବେ ଦେଖେ

ଅକର୍ମଣ୍ୟ, ବିକଳାଙ୍ଗ ଦେଖ ମୁଁ ଯେବେ

ବୁଝି ତାଙ୍କ ମନକଥା ଦାନା ଦେବି ତେବେ


ରୋଗେ ପଡ଼ି କଷ୍ଟ ପାଉଥିଲେ ଦୁଃଖୀଜନ

ସେବାକରି ତୋଷିବି ମୁଁ ତାହାଙ୍କର ମନ

ଥି ଔଷଧ ବିତରି ମନ କିଣି ନେବି

ବଢ଼ି ମରୁଡ଼ି ବାତ୍ୟାରେ ଅନ୍ନବସ୍ତ୍ର ଦେବି

 

ଉଚ୍ଚନୀଚ ଭେଦଭାବ ଦେଶୁ ହଟାଇବି

ଦୁଃଖ ସୁଖ ସମ ମଣି ଦିନ କଟାଇବି

ମାଆ ପରି ଆମ ଦେଶ ତାସେବା କରିବି

ଶତ୍ରୁ ପ୍ରତି ମିତ୍ର ଭାବ ସଦା ଆଚରିବି

 

କରି କରାଉଛ ପ୍ରଭୁ ଅଦୃଶ୍ୟରେ ଥାଇ

ଭଲକାମ କରିବି ମୁଁ ତୁମ ଆଜ୍ଞା ପାଇ

ଏତିକି ମାଗୁଣି ମୋର ଅନ୍ୟ ଲୋଡ଼ା ନାହିଁ

ତୁମ ନାମ ଜପି ଜପି ଦିନ ଯାଉ ବହି

 

PRAYER

 

O God! I do bow before you at this dawn,

I pray to you to listen to my humble supplication.

 

To pay due respect to my parents, I do take a solemn oath,

Do strengthen and embolden me to ever speak the truth.

 

I'll show reverence to the Gurus and the persons venerable,

By my deep love to children, I'll make my birth memorable.

 

Let me not be trapped by pride, violence, sin and temptation,

Let me love all creatures without any partiality or discrimination.

 

If ever I happen to come across the crippled and the wretched,

I must feel their misfortune and ache, and not let them go unfed.

 

Should I come upon the diseased and the afflicted men,

I'll promptly render my much needed service to allay their pain.

 

I'll liberally hand out food, medicines and clothes to the victims,

And allay the plight of the affected in the floods, droughts or storms.

 

I'll banish from the country superior and inferior complexity,

And live my life treating alike both adversity and prosperity.

 

I'll serve my Mother-like country, with full loyalty and integrity,

And deal with the enemies friendly without hatred, bitterness or hostility.

 

O God! You are surely behind every visible and invisible phenomenon,

Being blessed, let me ever proceed in my noble missions with perfection.

 

O God, the Almighty! I beg of you nothing more than this,

Let me spend the rest of my life chanting Your Name in devotion and bliss.

 

 

ବରଷା ଆସିଲା

 

ଗୀରିଷମ ଗଲା ବରଷା ଆସିଲା

ଝିପି ଝିପି ମେଘ ବରଷିଲା

କୃଷକ ଚଷିଲା ବସୁଧା ହସିଲା

ଗଛଲତା ସବୁ ସରସିଲା

 

ବାଦଲ ଭାସିଲା ସୂରୁଯ ଲୁଚିଲା

ଖରାଛାଇ ଖେଳେ ଲୁଚକାଳି

ଗରମ ନସହି ସ୍ନାନ ହେବା ପାଇଁ

ବେଦୀକୁ ଆସିଲେ ବନମାଳୀ ||

 

ସାତଟି ରଙ୍ଗରେ ଧନୁର ଢଙ୍ଗରେ

ଇନ୍ଦ୍ରଧନୁ ପାଏ ବଡ଼ ଶୋଭା

ପାହାଡ଼କୁ ଡିଏଁ  ବାଦଲକୁ ଛୁଏଁ

ଉଡ଼ାଗୁଡ଼ି ବଡ଼ ମନଲୋଭା ||

 

ଗୁଣ୍ଡିଚା ଯାତରେ ଚଢ଼ିଣ ରଥରେ

ଭଉଣୀ ସାଥିରେ ଦୁଇଭାଇ

ଭ୍ରମଣରେ ଯାଇ ପୋଡ଼ପିଠା ଖାଇ

ଫେରନ୍ତି ମାଉସୀ ଘରେ ରହି

 

ଗାଡ଼ିଆ ପୋଖରୀ ନଈନାଳ ପୁରି

ଚାଲୁଥାଏ କେତେ ପାଣିସୁଅ

ଆସି ବଡ଼ ବଢ଼ି ଘରଦିଏ ତାଡ଼ି

ଆଖରୁ ବୁହାଇ କେତେ ଲୁହ

 

ବର୍ଷା ଆମ ବନ୍ଧୁ ଦୟା କୃପା ସିନ୍ଧୁ

ତା ପାଇଁ ସିନା ଚାଷୀକୁଳ

ଫସଲ ଯୋଗାନ୍ତି ସଭିଙ୍କୁ ହସାନ୍ତି

ସବୁ ଈଶ୍ଵରଙ୍କ ଲୀଳାଖେଳ |

 

RAIN CAME….. 

 

The Summer receded, the Rain proceeded

And it joyously drizzled;

Farmers cultivated, Nature got elated

The trees and creepers got rejuvenated.

 

The clouds floated, and the Sun seemed veiled

Light and shade merrily ‘hide and seek’ played;

To bathe, Lord Banamali came to the Bath Pandal

For, the unbearable heat threatened life’s survival.

 

The seven captivating colours of the rainbows

Like an embroidered crown, beautify the head of the sky;

The kite leaps down the hill and kisses the clouds soaring high

And captures the excited hearts with its spectacular shows.

 

 The two elder brothers, together with their loving sister,

Adorned on their respective wooden chariots on Car Festival

Make a visit to Gundicha Temple for nine days’ sojourn there

And eating baked cakes at Mousi’s House return after a Yatra celestial.

 

 The pools and ponds, rivers and canals are overfed

And the currents of water flow beyond their brims;

By flood waters kachha houses collapse and trees get uprooted

Alas! The sufferers in the calamity shed bitter tears even in dreams.

 

Still, the Rain is our friend and our benign benefactor,

Due to his bounty and mercy the farmers grow crops better

So that they can feed us to stay healthy and live in happiness;

So, we must humbly thank God for His unfathomable kindness.


କବିତା ସଂଗୃହିତ ପୁସ୍ତକ

(ବିତର ଅହିଂସା ନୀତି, କବି ସ୍ବର୍ଗତ ବଂଶୀଧର ସେଠୀ)

 

ଦୀପଟିଏ ହେବି

 

ଦୀପଟିଏ ପରି ଅନ୍ଧାରକୁ ହରି

ଦୁର୍ନିତୀ କରିବି ଦୂର

ଦୁଃଖୀର ବିପଦ କାଳରେ ତାହାକୁ

ବିପଦୁ କରିବି ପାର ||

 

ଅସହାୟ କିମ୍ବା ଭିକାରୀ ଲୋକଙ୍କୁ

ଦେବି କିଛି ଭିକ୍ଷା ଦାନ

ରୋଗରେ ପଡ଼ିକେ  କଷ୍ଟ ପାଉଥିଲେ

ପଥ୍ୟ କରାଇବି ପାନ

 

ଦେଶର ମଙ୍ଗଳ  ପାଇଁ ଲୋଡ଼ା ହେଲେ

ନିଜ ଜୀବନକୁ ଦେବି

ଜାତି ପାଇଁ କିଏ  ମତେ ଦଣ୍ଡ ଦେଲେ

ମଥା ପାତି ସହିନେବି |

 

ଯଉତୁକ ବିନା ନାରୀ ନିର୍ଯ୍ୟାତନା

ନପାରିବି କେବେ ସହି

ଉଚ୍ଚନୀଚ ଜାତି ଭେଦ ଦୂର କରି

ନିର୍ମଳ କରିବି ମହୀ |

 

ଦୀପ ପରି ଜଳି ସ୍ୱାର୍ଥ ଦେଇବଳି

ଅଜ୍ଞାନେ ହୋଇବି ସାହା

ସଂଗ୍ରାମ ଚଳାଇ ଅନୀତି ହଟାଇ

ଫିଟାଇବି ନୂଆ ରାହା

 

LET ME BE A LAMP.

 

As a luminous lamp dispels darkness,

I’ll deracinate corruption from the earth’s surface.

As a benevolent prop, I’ll aid the needy and miserable

In order to triumph over their distress insurmountable.

 

I’ll take pity on the mendicants and the helpless

And be a cause for their infrequent smiles and rare solace.

I’ll heal the sick’s hurts and allay their aching plights

I’ll quench their parched throats and alleviate their appetites.

 

Like a selfless soldier, I’ll gift my life

If the country gains, with little remorse or grief.

Yes, for the welfare and laurels of the Nation,

I can cuddle retributions sans regret or hesitation.

 

I cannot put up with the unjust atrocity against women

Anywhere for dowry or any other uncalled-for reason.

I’ll try my utmost for the elimination of caste differences

I’ll fight until the globe stops experiencing the acid rains.

 

I’ll sacrifice my own interests, burning like a lamp

I’ll compel ignorance to succumb at the earliest and decamp.

I’ll strive tooth and nail so that injustice anon takes to heels

And a new verve and vim is spawned to live, my heart feels.

 

* spawned – produced/generated

………………………..

ବହି ପଢ଼

 

ଓଡ଼ିଆ ସାହିତ୍ୟ ବହୁତ ଉନ୍ନତ

ଅଛି ବଡ଼ ଗ୍ରନ୍ଥମାନ

ସାଇତି ରଖୁବା ନିଇତି ପଢ଼ିବା

ଅରଜିବା ମହାଜ୍ଞାନ

 

ଗଣିତ ଆମର ଚିର ସହଚର

ସବୁବେଳେ କାମେ ଆସେ

ବଣିକ ବେପାର ଶିଳ୍ପ କାରିଗର

ପାଇଁ ଆମେ ଅଙ୍କ କଷେ

 

ଆମ ଦେଶ ପରି କେତେ ଯେ ଆହୁରି

ରହିଛି ସାରା ସଂସାରେ

ସେ ଦେଶ ଚଳଣି ରାଜନୀତି ପୁଣି

ଲିପିବଦ୍ଧ ପୁସ୍ତକରେ

 

ଜ୍ଞାନୀଜନମାନେ ପଢ଼ିଣ ବିଜ୍ଞାନ

ଗଢ଼ିଲେ ରକେଟ୍ ଯାନ

ସେଇଥିରେ ଯାଇ ମହାଶୂନ୍ୟେ ରହି

ମଙ୍ଗଳେ ପାଇଲେ ସ୍ଥାନ

 

ଆମର ପୁରାଣ ଧର୍ମଗ୍ରନ୍ଥମାନ

ଭରପୁର ଉପଦେଶେ

ନିଇତି ପଢ଼ିଲେ ଅଥବା ଶୁଣିଲେ

ପାପ ନପଶିବ ପାଶେ

 

ଇଂରାଜୀ ଫରାସୀ କେତେ ଭାଷାଭାଷୀ

କବି ଲେଖକ ଗଣ

ମୂଲ୍ୟବାନ ଗ୍ରନ୍ଥ ଲେଖୁ ଯାଇଛନ୍ତି

ପଢ଼ି ନାନା କଥା ଜାଣ

 

ମନକରି ଦୃଢ଼ ନିତି ବହି ପଢ଼

ଅରଜିବ ମହାଜ୍ଞାନ

ସେ ଜ୍ଞାନ ବିତରି ଦିବ୍ୟ ଗୁରୁ ପରି

ପାଇବ ଉଚ୍ଚ ସମ୍ମାନ |

 

READ BOOKS.

 

Odia literature is enriched and treasured, they say,

With books and treatises of immense importance;

Let's take care of them and avidly study them every day

So that we can boost our brains with the most nutritious sustenance.

 

Mathematics is forever our best companion

Life without whom is indeed beyond imagination;

For, like breath, it's needed in banks, trades and businesses

Life would come to a standstill in both of their absences.

 

There are many other countries big and small

All around the whole world very similar to ours,

Their customs, traditions, beliefs and social, economic and political status

Are meticulously printed in the books for perusal and appraisal of all.

 

Having studied technology and science

The erudite brains and astute minds

Engineered rocket engines and  devised space crafts

To reign in the space and land on the invincible Mars.

 

Our religious books and sacred mythological scriptures

Are replenished with inspirational injunctions and sermons,

Minds are neither seduced for sins nor tempted for perversions

Should they are regularly gone through or listened to with raptures.

 

 

The poets, authors, thinkers and philosophers

Of France, Rome, Italy, England, Greece and many other languages

Have contributed to the mankind with their books of immortal pages

Only after assiduous studies and sincere cultures.

 

Thus, study daily with a still mind and firm conviction

If you are eager to muster mastery and gain knowledge,

And should you spread it so that people can take full advantage,

You will be highly loved, applauded and honoured in the long run.

 

 

କବିତା ସଂଗୃହିତ ପୁସ୍ତକ

(ଗୁରୁ ପୂଜା, କବି ସ୍ବର୍ଗତ ବଂଶୀଧର ସେଠୀ)

 

ଆସିଅଛେ ଦୁନିଆଁକୁ ଭଲକାମ ପାଇଁରେ


ଆସିଅଛୁ ଦୁନିଆକୁ ଭଲକାମ ପାଇଁରେ

କାମ ବିନା ଦୁନିଆଁରେ ଆଉ କିଛି ନାହିଁରେ


ଭଲ ମନ୍ଦ ଚିନ୍ତା କରି ଭଲକାମ କରିବୁ

ସତ୍ୟରୂପୀ ହରି ସିଏ ସଦା ନାମ ଧରିବୁ


ଦୁଃଖି ଜନେ ସେବି ଥିଲେ ତୋତେ ମନେ ରଖିବେ
ଆପଣାର ଭାବିନେବେ ଦେବ ପରି ଦେଖିବେ


ପର ଉପକାର ଠାରୁ ବଡ଼କାମ ନାହିଁରେ
ଦେଶସେବା ଧର୍ମ କର୍ମ ଯଶ ରହେ ତହିଁରେ

 

କର୍ମ ଶେଷେ ଚାଲିଯିବୁ ଦିନେ ତୁହି ମହୀରୁ
ତିଳେ ମାତ୍ର ନେବୁ ନାହିଁ ସଞ୍ଚିବୁ ଯହିଁରୁ


ମନେରଖ ସଙ୍ଗେ ଯିବ ହାଏ ହାଏ ଶବଦ
ହୃଦଫଟା ଲୁହ ଝରି କରିଦେବ ସ୍ତବଧ ||


ଭଲକାମ କରିଥିଲେ ଲୋକେ ତୋତେ ଝୁରିବେ
ଆଖୁରୁ ଝରାଇ ଲୁହ ସଦା ପୂଜା କରିବେ

 

WE’RE BORN FOR A NOBLE CAUSE.

 

We’re born on earth for a noble cause,

Life is futile if in misdeeds we indulge.

 

Deliberate over the outcomes, and do noble deeds,

You can feel in them divinity that everything leads.

 

Should you serve the poor, you’ll be remembered,

You’ll be loved as a kin, and be looked upon as god.

 

Nothing is as great a virtue as doing good to others,

Serving the Motherland one can turn life precious.

 

You have to leave once get over your tasks due,

Alas! None of your possessions will accompany you.


Hark! People’s love and tears will voyage with you,

An irreparable vacuum will be felt albeit death is not new.

 

If you carry out good works, all will remember you forever,

Shedding oceans of tears, they will salute you as well as adore.

 

 ଦାନ କରୁଥାଅ ଦୁଇହାତରେ


ଗଛ ଖାଏ ନାହିଁ ବିତରେ ଫଳ

ନଦୀ ପିଏ ନାହିଁ ବାଣ୍ଟୁଛି ଜଳ

ଦାନ କରୁଛନ୍ତି ମହତ ପଣେ

ତାଙ୍କ ପରି ଆଉ କେ ଅଛି ଜଣେ


ଫୁଲ ନିଏ ନାହିଁ ତା ସୁବାସ

ଆଖୁ ପିଏ ନାହିଁ ତାମିଠା ରସ

ବିତରନ୍ତି ସିଏ ଆମରି ପାଇଁ

ତାଙ୍କପରି ଆଉ କେ ଅଛି କାହିଁ ?


ମହୁ ବାଣ୍ଟିଦିଏ ଛୋଟିଆ ପୋକ
ସାଗର ପୋଷୁଛି ଦୁନିଆଁ ଲୋକ

ସରିଯାଏ ନାହିଁ ତାଙ୍କର ଧନ
ତାଙ୍କ ସମ ହେବେ ଜଗତ ଜନ ?

 

ଗାଈ ଦେଉଅଛି ତାହାର କ୍ଷୀର

ମେଘ ଢାଳିଦିଏ ଆକାଶୁ ନୀର

ସେ ଦୁହେଁ ଜଗତ ମଙ୍ଗଳକାରୀ

କହ କିଏ ଅଛି ତାଙ୍କରି ପରି

 

ଏହିପରି କଥା ଅନେକ ଅଛି

ଦିଅନ୍ତି, ନିଅନ୍ତି ନାହିଁ ସେ କିଛି

ଦେଇଥିବ ଯେବେ ଦୁଇ ହାତରେ

ଢାଳିଦେବେ ପ୍ରଭୁ ବିନା କାତରେ

 

LET BOTH YOUR HANDS BE LAVISHLY GENEROUS.

 

The greedless trees devour not their own fruits

So that men can relish well and survive better.

The bounteous rivers drink not their own water

So that men can quench our parched throats;

Who can thus be so great as both of them are?

 

Flowers are never seen to have inhaled their own fragrance

Sugarcanes are never known to have sucked their sweet juice

So that they can bless us with their unique gifts in true sense;

Who else can thus be equal to their unmatched magnificence?

 

Bees bestow upon us their syrupy honey

Seas with their bounty make the earth happy

Nevertheless they are inexhaustible;

Who else can thus match their virtues inimitable?

 

Cows pour on us their nutritious milk cans

Clouds shower upon us their soothing rains,

Both of them helpful and beneficent to the earth,

Do say, who else can render us so much mirth?

 

Nature has such countless instances of benignant donors

Who take nothing but give everything as the rightful owners.

Thus, if you can let both your hands be lavishly generous,

God will be more merciful to you, o men vicious and voracious!

 

କବିତା ସଂଗୃହିତ ପୁସ୍ତକ

(ସାଧବ ବୋହୁ, କବି ସ୍ବର୍ଗତ ବଂଶୀଧର ସେଠୀ)


ଫୁଲପରି ହୋଇବ


ଛୋଟ ଛୋଟ ଫୁଲ କଢ଼ି ଫୁଟି ଯିବ କାଲିକି

ଥିରି ଥିରି ପବନରେ ମହକିବ ହଲିକି

ଗୁଣୁ ଗୁଣୁ ଗୀତ ଗାଇ ଭ୍ରମର ତା ପାଖରେ

ମତୁଆଲା ହୋଇଯିବ ସୁମଧୁର ବାସରେ

କୁନି କୁନି ମହୁମାଛି ମଧୁ ତାର ଶୋଷିବେ

ଉଡ଼ି ଉଡ଼ି ପ୍ରଜାପତି ମନ ତାର ତୋଷିବେ

ମାଳୀ ଆସି ତୋଳି ନେଇ ଠାକୁରଙ୍କ ମଥାରେ

ହାରକରି ଚଢ଼ାଇବ ପୂଣ୍ୟ ତିଥ ପ୍ରଥାରେ

ଛୋଟ ସିନା ଫୁଲ ସିଏ ଗୁଣ ତାର ମହତ

ସେହିପରି ଚିଜଟିଏ କିଏ ଅଛି କହତ ?


ଆଜି ତୁମେ ପିଲା କାଲି ଫୁଲ ପରି ଫୁଟିବ

ଦେଶର ମଙ୍ଗଳ ପାଇଁ କାମ ଆସି ଜୁଟିବ

ସେତେବେଳେ ସାର୍ଥ ତେଜି ଦୀନ ସେବା କରିବ

ପାଖେ ପାଖେ ଠିଆ ହୋଇ ବେଦନାକୁ ହରିବ

କୋଟି କୋଟି ବାସହରା ବୁଲୁଛନ୍ତି ଦେଶରେ

ଆହା କହି ସାହା ହେବ ସଦା ସାଧୁ ବେଶରେ

ତେବେ ସିନା ଫୁଲ ପରି କାମ ତୁମ ହୋଇବ

ଦୁନିଆର ମନ୍ଦକାମ ସବୁତୁମେ ଧୋଇବ

DO BLOSSOM AS FLOWERS.

 

Tomorrow will blossom a million tiny gay buds

And spurt dancing in the breeze their aroma floods.

Enticed by their sweet, intoxicating fragrance

Black bees will encircle them singing a sweet sonance.

 

Tiny bees will avariciously suck the syrupy honey

The agile butterflies will bask in the dawns sunny

The gardeners will pluck them to make wreaths many

And adorn gods and goddesses auspicious moments

Flowers may be small but their attributes resemble saints’

Who can take after them, do acknowledge my dear crony?

 

O today’s kids! You will bloom as tomorrow flowers

The country’s welfare works you will surely come across,

Then you should serve the poor ignoring personal gains

You will stand by them to heal their hurts and remove pains;

Hark! Millions of homeless are still rolling like dry leaves

You’ll pity them and aid as angels with your hands and lips

And you will wash away the earthly evils as the fresh showers

Then your good deeds will smell far and near as scented flowers.


ଦୀପଟିଏ ହେବି


ଦୀପଟିଏ ହେବି ଆଲୋକ ମୁଁ ଦେବି
ଅନ୍ଧାର କରିବି ଦୂର,

ଗାଆଁ ଦାଣ୍ଡ ଘର କରି ପରିଷ୍କାର

ନିର୍ମଳ କରିବି ପୁର

 

ଫୁଲଟିଏ ହେବି ବାସନା ମୁଁ ଦେବି

ମହକି ଉଠିବ ଗାଆଁ,

ନିରକ୍ଷର କେହି ରଖିବି ମୁଁ ନାହିଁ

ବିଖ୍ୟାତ ହୋଇବ ନାଆଁ

ଜହ୍ନପରି ହୋଇ ଜୋଛନା ମୁଁ ଦେଇ

ସଚ୍ଛ ଭାରତ ଗଢ଼ିବି,

ରୋଗେ ପଡ଼ି କେହି ସଢ଼ିବେ ବା କାହିଁ

ମରଣ ସଙ୍ଗେ ଲଢ଼ିବି

 

ଗୋପବନ୍ଧୁ ପରି ସେବା କାମ କରି

ଅନ୍ନବସ୍ତ୍ର ଦାନ ଦେବି,

ଅନାଥ ଶିଶୁଙ୍କୁ ଆଶ୍ରମରେ ରଖ୍

ତାଙ୍କ ସେବା ଯତ୍ନ ନେବି

 

ଗାନ୍ଧିଜୀଙ୍କ ପରି ଅହିଂସା ଆଚରି

ଗାଆଁ କଳି ତୁଟାଇବି,

ନିଶା ନିବାରଣ କରିବାକୁ ପଣ

ନାରୀ ଶକ୍ତି ଯୁଟାଇବି

 

ଦୀପଟିଏ ହେବି ଆଲୋକ ମୁଁ ଦେବି

ଅନ୍ଧାର କରିବି ଦୂର,

ସବୁ ଦେଶ ମଧ୍ୟେ ମୋ ଦେଶ ସୁନ୍ଦର

ସତେବା ସରଗ ପୁର

 

A LAMP SHALL I BE.

 

To emit light a lamp shall I be

And make the whole earth dark free.

Rooms, lanes and village streets like days will light

And against all evils I shall ever put my steepest fight.

 

I shall be a flower and spray fragrance

So that my village will secrete scents.

I shall make my village literate cent percents

That Her fame will reach Russia, U.S.A and France.

 

I shall, like the Moon, emit light

And make my India clean and bright;

I shall nip the causes of diseases in the buds

That none will be their preys with mercy God’s.

 

Like Gopabandhu, I shall render service

I shall hand out food, clothes and peace.

I shall shelter the orphans in the orphanages

I shall look after them until they stand on legs.

 

 

କବିତା ସଂଗୃହିତ ପୁସ୍ତକ

(ପିଲାଙ୍କ ପାଇଁ ପେନ୍ଥାଏ କବିତା, କବି ସ୍ବର୍ଗତ ବଂଶୀଧର ସେଠୀ)

Copyright of the translated English poems: Dr. Shankar D Mishra, Sr. Lecturer in English, Kalinga Bharati Sanskrit College, Balichandrapur, Jajpur, Odisha, India Whatsapp No. 8249297412

N. B. Any poet can contact Dr. Mishra for the translation of his/her Odia poems.