Saturday, 24 December 2022

WHATSAPP ODIA COLLECTIONS

 WHATSAPP ODIA COLLECTIONS





*ଶଙ୍ଖ* 🌻

ସମୁଦ୍ର ମନ୍ଥନରୁ ମିଳିଥିବା *୧୪ ଗୋଟି ରତ୍ନ* ମଧ୍ୟରୁ *ଶଙ୍ଖ* ଅନ୍ୟତମ ଅଟେ l କୋରୋନା କାଳରେ ଆମେ ଶଙ୍ଖ ଧ୍ଵନିର ଆବଶ୍ୟକତା ଅନୁଭବ କରିବାରୁ ଶଙ୍ଖ ବଜାଇଲେ l ସେତେବେଳେ ବୋଧେ ଭାରତୀୟ ସଂସ୍କୃତି ଏବଂ ବିଜ୍ଞାନ ଆଡକୁ ସମସ୍ତେ ଆସିବାକୁ ଇଛୁକ ଥିଲେ, ସେ ଭୟରେ ହେଉ କିମ୍ବା ଶ୍ରଦ୍ଧାରେ ବି ହେଉ, ସତରେ କଣ ଶଙ୍ଖ ଧ୍ଵନିରେ କିଛି ବିଜ୍ଞାନ ରହିଛି ? ନା, ଏହା ମାତ୍ର ଏକ ଅନ୍ଧବିଶ୍ୱାସ ଅଟେ l ଶାସ୍ତ୍ରରେ ଶଙ୍ଖର ଶବ୍ଦ କୁ ଅତ୍ୟନ୍ତ ଲାଭଦାୟକ ଏବଂ ଉପକାରୀ ବୋଲି ବର୍ଣ୍ଣନା କରାଯାଇଛି l


କୁହାଯାଏ ଯେ, ଶଙ୍ଖର ଶବ୍ଦ ଯେଉଁଠାରେ ପହଞ୍ଚେ ସେଇଠି ଲୋକଙ୍କ କଲ୍ୟାଣ ହେବା ଆରମ୍ଭ ହୋଇଥାଏ l


 👉 _*ଶଙ୍ଖ ଫୁଙ୍କିବା ଫୁସଫୁସ୍ କୁ ମଜବୁତ୍ କରେ*_


 👉 _*ଶଙ୍ଖ ଫୁଙ୍କିବା ଶବ୍ଦ ରକ୍ତଚାପକୁ ଠିକ୍ ରଖେ*_


 👉 _*ଥାଇରଏଡ୍ ରୋଗରେ ଶଙ୍ଖ ବହୁତ ଉପକାରୀ*_


ଏବେ ଆସନ୍ତୁ ବିସ୍ତାର ଭାବରେ ଶଙ୍ଖର ଉପକାରିତା ସବୁ ଜାଣିବା 🌻


୧) ଦୈନିକ ଶଙ୍ଖ ଫୁଙ୍କିବା ଦ୍ୱାରା ମଳଦ୍ୱାରର ମାଂସପେଶୀ ଶକ୍ତିଶାଳୀ ହୁଏ l ଶଙ୍ଖ ଫୁଙ୍କିବା ମୂତ୍ରାଶୟ, ଯୌନାଙ୍ଗ, ତଳି ପେଟ, ଛାତି ଏବଂ ବେକର ମାଂସପେଶୀ ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ପ୍ରମାଣ କରେ |  ଏହି ଅଙ୍ଗଗୁଡ଼ିକ ଶଙ୍ଖ ବଜାଇଲେ ବ୍ୟାୟାମ ହୋଇଥାଏ l


 ୨) ଶଙ୍ଖକୁ ଫୁଙ୍କିବା ଦ୍ୱାରା ପ୍ରଶ୍ୱାସ ନେବା କ୍ଷମତା ଉନ୍ନତ ହୁଏ l ଏହା ଆପଣଙ୍କ ଥାଇରଏଡ୍ ଗ୍ରନ୍ଥି ଏବଂ ସ୍ବରପେଟିକୁ ବ୍ୟାୟାମ କରେ l ଏହା କଥା କହିବା ସହ ଜଡିତ ଯେ କୌଣସି ପ୍ରକାରର ସମସ୍ୟାକୁ ଭଲ କରିବାରେ ସାହାଯ୍ୟ କରେ l


୩) ଶଙ୍ଖ ଫୁଙ୍କିବା ଦ୍ୱାରା ଆପଣଙ୍କର ବୃଦ୍ଧାବସ୍ଥାରେ ଦେଖାଉଥିବା କୁଞ୍ଚନ ସମସ୍ୟା ମଧ୍ୟ ହ୍ରାସ ହୋଇପାରେ l ମୁଖର ମାଂସପେଶୀ ବିସ୍ତାରିତ ହୁଏ, ଯାହା କୁଞ୍ଚନ କୁ ହ୍ରାସ କରିଥାଏ l


୪) ଶଙ୍ଖ କ୍ୟାଲସିୟମ୍ ର ଏକ ବଡ଼ ଉତ୍ସ ଅଟେ l ରାତିରେ ପାଣିରେ ଭର୍ତି ହୋଇଥିବା ଏକ ଶଙ୍ଖର ପାଣି ପିଇଲେ ଶରୀରର କ୍ୟାଲସିୟମ ଅଭାବ ଦୂର ହୋଇଥାଏ l ଏହାକୁ ଚର୍ମରେ ମାଲିସ୍ କଲେ ଅନେକ ଚର୍ମ ରୋଗରୁ ମୁକ୍ତି ମିଳିପାରିବ l


୫) ଶଙ୍ଖ ଫୁଙ୍କିବା ଦ୍ୱାରା ମାନସିକ ଚାପରୁ ମୁକ୍ତି ମିଳିଥାଏ l ଯେଉଁମାନେ ବହୁତ ମାନସିକ ଚାପରେ ଅଛନ୍ତି ସେମାନେ ନିଶ୍ଚିତ ଭାବରେ ଶଙ୍ଖ ଫୁଙ୍କିବା ଉଚିତ, କାରଣ ଏହା ଫୁଙ୍କିବା ଦ୍ୱାରା ସମସ୍ତ ବ୍ୟାଧି ମନରୁ ଦୂରେଇ ଯାଏ l ଶଙ୍ଖ ବଜାଇବା ଦ୍ୱାରା ଘର ଭିତରକୁ ଆସୁଥିବା ନକାରାତ୍ମକ ଶକ୍ତି ମଧ୍ୟ ଦୂରରେ ରହିଥାଏ l ଯେଉଁ ଘରଗୁଡ଼ିକରେ ଶଙ୍ଖ ରଖାଯାଏ ସେଠାରେ କୌଣସି ନକାରାତ୍ମକତା ରୁହେ ନାହିଁ l


୬) ଶଙ୍ଖ ଫୁଙ୍କିବା ଦ୍ୱାରା ଆପଣ ହୃଦଘାତରୁ ମଧ୍ୟ ରକ୍ଷା ପାଇପାରିବେ, ଯେଉଁ ବ୍ୟକ୍ତି ନିୟମିତ ଭାବରେ ଶଙ୍ଖକୁ ଫୁଙ୍କେ ତାକୁ ହୃଦଘାତ ହୁଏ ନାହିଁ l ଶଙ୍ଖ ଫୁଙ୍କିବା ଦ୍ୱାରା ହୃତପିଣ୍ଡ ଓ ରକ୍ତ ନଳିରେ ଥିବା ସମସ୍ତ ଅବରୋଧ ହଟିଯାଇଥାଏ l ସେହିଭଳି, ବାରମ୍ବାର ନିଶ୍ୱାସ ପ୍ରଶ୍ୱାସ ନେବା ଦ୍ୱାରା ଫୁସଫୁସ ମଧ୍ୟ ସୁସ୍ଥ ରହିଥାଏ l ଶଙ୍ଖ ଫୁଙ୍କିବା ଦ୍ୱାରା ଯୋଗର ତିନୋଟି କାର୍ଯ୍ୟକଳାପ ଯେମିତିକି କୁମ୍ଭକ, ରେଚକ ଏବଂ ପ୍ରାଣାୟାମ ଇତ୍ୟାଦି ଏକା ସାଙ୍ଗରେ ହୋଇଥାଏ l


୭) ଯେଉଁମାନଙ୍କର ଶ୍ୱାସକ୍ରିୟା ସମସ୍ୟା ରହିଛି, ସେମାନେ ଶଙ୍ଖ ଫୁଙ୍କିଲେ ଏଥିରୁ ମୁକ୍ତି ପାଇପାରିବେ l ଯେଉଁମାନେ ପ୍ରତିଦିନ ଶଙ୍ଖ ଫୁଙ୍କନ୍ତି ସେମାନେ ଗଳା ଏବଂ ଫୁସଫୁସର ରୋଗ ପାଆନ୍ତି ନାହିଁ, ଏହା ସ୍ମୃତି ଶକ୍ତିକୁ ମଧ୍ୟ ବଢ଼ାଇଥାଏ |


୮) ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଯେ ଏକ ଶଙ୍ଖ ସେଲକୁ ଫୁଙ୍କିଲେ, ଏହାର ଧ୍ଵନି ଯେଉଁ ପର୍ଯ୍ୟନ୍ତ ଯାଏ  ଅନେକ ରୋଗର ଜୀବାଣୁ ମଧ୍ୟ ଏହାର ଶବ୍ଦ କମ୍ପନ ଦ୍ୱାରା ଦୁର୍ବଳ ହୋଇଯାଆନ୍ତି କିମ୍ବା ନଷ୍ଟ ହୋଇଯାଆନ୍ତି l ଯଦି ପ୍ରତିଦିନ ଶଙ୍ଖ ବଜାଯାଏ ପରିବେଶ ଜୀବାଣୁମୁକ୍ତ ହୋଇପାରେ l ବର୍ଲିନ୍ ବିଶ୍ୱବିଦ୍ୟାଳୟ ଶଙ୍ଖ ସେଲ ଉପରେ ଗବେଷଣା କଲା ଏବଂ ଜାଣିବାକୁ ପାଇଲା ଯେ ଏହାର ତରଙ୍ଗ ଜୀବାଣୁ ଏବଂ ଅନ୍ୟାନ୍ୟ ସୂକ୍ଷ୍ମ ଅଣୁଜୀବ(ମାଇକ୍ରୋବସ୍) ନଷ୍ଟ କରିବା ପାଇଁ ସର୍ବୋତ୍ତମ ଔଷଧ ଅଟେ ଳ


୯) ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ଶଙ୍ଖ ବଜାଇବା ଦ୍ୱାରା ବାୟୁମଣ୍ଡଳ ଜୀବାଣୁମୁକ୍ତ ହୋଇଯାଏ l ବୈଜ୍ଞାନିକମାନେ କହିଛନ୍ତି ଯେ ସୂର୍ଯ୍ୟ କିରଣ ଶବ୍ଦ ତରଙ୍ଗରେ ବାଧା ସୃଷ୍ଟି କରିଥାଏ, ସେଥିପାଇଁ ସକାଳେ ଓ ସନ୍ଧ୍ୟାରେ ଶଙ୍ଖ ବଜେଇବାର ପରମ୍ପରା ରହିଛି l


୧୦) ଶଙ୍ଖରେ କ୍ୟାଲସିୟମ୍, ସଲଫର୍ ଏବଂ ଫସଫରସ୍ ବହୁ ପରିମାଣରେ ମିଳିଥାଏ, ଶକ୍ତିଶାଳୀ ହାଡ ପାଇଁ ଏହି ଉପାଦାନଗୁଡ଼ିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ l ତେଣୁ ଶଙ୍ଖରେ ୧୨-୨୪ ଘଣ୍ଟା ରଖାଯାଇଥିବା ପାଣି ପିଅନ୍ତୁ, ଏହା ଦାନ୍ତକୁ ଶକ୍ତ କରିବାରେ ମଧ୍ୟ ସହାୟ ହୋଇଥାଏ l


୧୧) ଶଙ୍ଖର ଔଷଧୀୟ ବ୍ୟବହାର ମଧ୍ୟ ଅତ୍ୟନ୍ତ ପ୍ରଭାବଶାଳୀ l ଜଣେ ମୂକ ବ୍ୟକ୍ତିକୁ ପ୍ରତିଦିନ ୨-୩ ଘଣ୍ଟା ପାଇଁ ଶଙ୍ଖ ବଜାଇବାକୁ ଦିଅନ୍ତୁ, ତାଙ୍କୁ ପ୍ରତିଦିନ ୨୪ ଘଣ୍ଟା ପାଇଁ ଏକ ବଡ ଶଙ୍ଖରେ ରଖାଯାଇଥିବା ପାଣି ପିଇବାକୁ ଦିଅନ୍ତୁ l ଛୋଟ ଶଙ୍ଖ ଶେଲ୍ ର ଏକ ମାଳ ତିଆରି କରି ଏବଂ ଏହାକୁ ବେକରେ ପିନ୍ଧାଇ ଦିଅନ୍ତୁ, ଏବଂ ୫୦-ମିଲିଗ୍ରାମ୍ ରୁ ୨୫୦-ମିଲିଗ୍ରାମ୍ ଶଙ୍ଖଭସ୍ମ ମହୁ ସହିତ ଚଟେଇ ଦିଅନ୍ତୁ ଉଭୟ ସକାଳ ଏବଂ ସନ୍ଧ୍ୟାରେ, ଏହା ମୂକତାକୁ ଦୂର କରେ l ଶଙ୍ଖ ଭସ୍ମ (୫୦-ମିଲିଗ୍ରାମ୍ ରୁ ୨୫୦-ମିଲିଗ୍ରାମ୍)କୁ ୧-ମିଲିଗ୍ରାମ୍ ରୁ ୨-ମିଲିଗ୍ରାମ୍ ଅଁଳା ଚୂର୍ଣ୍ଣରେ ଘିଅ ସହିତ ସକାଳ ଏବଂ ସଂନ୍ଧ୍ୟାରେ ଖାଇବାକୁ ଦେଲେ ତୁତଲାପଣ  ଦୂର ହୁଏ l


୧୨) ଛୋଟ ଶଙ୍ଖକୁ ଫୁଙ୍କିଲେ ଅଧିକ ଶକ୍ତି ଖର୍ଚ୍ଚ କରିବାକୁ ପଡ଼ିଥାଏ କିନ୍ତୁ, ଏହା ଗଳା ସମ୍ବନ୍ଧୀୟ ରୋଗ ପାଇଁ ଅବ୍ୟର୍ଥ ଔଷଧ ଅଟେ l


୧୩) ଶଙ୍ଖର ଧ୍ଵନିକୁ ନିୟମିତ ଶୁଣୁଥିବା, କାଲା ବ୍ୟକ୍ତିର ଶ୍ରବଣ ଶକ୍ତି ଫେରିଆସିଥାଏ l ଏହା କାନ ଚିକିତ୍ସା ପାଇଁ ମଧ୍ୟ ଅଦ୍ଭୁତ ଭାବେ କାମକରେ l


୧୪) ଦକ୍ଷିଣବର୍ତ୍ତୀ ଶଙ୍ଖ ବହୁତ ଦୁର୍ଲ୍ଲଭ ଅଟେ ଏହାକୁ ପାଇଲେ ନିଶ୍ଚିତ ଘରକୁ ଆଣନ୍ତୁ, ଏହା ବାମାବର୍ତ୍ତୀ ଶଙ୍ଖ ଅପେକ୍ଷା ଅଧିକ ଶୁଭ ଫଳ ପ୍ରଦାନ କରେ l ଏହା ସମସ୍ତ ପ୍ରକାରର ବାସ୍ତୁଦୋଷକୁ ଠିକ୍ କରିବା ସହିତ ଘରକୁ ସୁଖ ସମୃଦ୍ଧି ଆଣିଥାଏ l


୧୫) ଶଙ୍ଖକୁ ସାଢେ ତିନି ଥର ହିଁ କେବଳ ଫୁଙ୍କାଯାଏ ଏବଂ ସବୁବେଳେ ଏମିତି ଜାଗାରେ ରଖାଯାଏ, ଯେମିତି ତାହା ଧରିତ୍ରୀକୁ ସ୍ପର୍ଶ ନକରେ l ଏହା ପଛରେ ବିଜ୍ଞାନ ରହିଛି l


👉  ଶଙ୍ଖ ବିଷୟ ବହୁତ ବଡ଼ ବିଷୟ, ଏହାକୁ ମୋ' ଆଈମା ସ୍ୱାସ୍ଥ୍ୟ କଥାରେ ଆମେ ଛୋଟ କରିକି ସମ୍ବିଳିତ କରିଛୁ l ଶଙ୍ଖ ଉପରେ ଏକ ବହି ଆସିବ ଆଗାମୀ ଦିନରେ ସେଥିରେ ଅଧିକ ତଥ୍ୟ ସମ୍ବଳିତ ରହିବ l


*ଜୟ ଶ୍ରୀଜଗନ୍ନାଥ* 🙏🙏🙏


🌹୨୦୨୩🌹 *ନବ-ବର୍ଷ ହେଉ ବରଣ* 🙏🛕

~~~~~~~~~~~~~~~~~~~~~~

ଇନ୍ଦ୍ର ଢାଳିଦେଉ ଚନ୍ଦନର ଧାର 

             ସୂର୍ଯ୍ୟ ଦେଉ ସ୍ବର୍ଣ୍ଣ କିରଣ, 

ପ୍ରୀତି-ମନ୍ଦାକିନୀ ହୃଦୟେ ଜାବୁଡ଼ି

              ନବବର୍ଷ ହେଉ ବରଣ ।


ଉପବନ ଦେଉ ସୁଗନ୍ଧ ମହକ

             ଶୁଭୁ ହେ କୋକିଳ କୂଜନ, 

ଶୁଭଶଙ୍ଖ ବାଜୁ ମନ ମନ୍ଦିରରୁ

              ନବ-ବର୍ଷ ହେଉ ବରଣ ।


ସୁଲୁସୁଲ ମୃଦୁ ମଳୟ ଆସୁ ହେ

           ଧୀର ହେଉ ଶୀତ ପବନ, 

ଝରଣାର ଜଳ ଅମୃତ ଅଜାଡ଼ୁ

            ନବ-ବର୍ଷ ହେଉ ବରଣ ।


ପାତର ଅନ୍ତର ଦୂର କରୁ ଆମ୍ଭେ

             ଧରିତ୍ରୀ ମାତାର ସନ୍ତାନ, 

ଅଧର୍ମ କୁକର୍ମ ପାପ ତାପ ନାଶି

            ନବ-ବର୍ଷ ହେଉ ବରଣ ।


ସମାଜବାଦର ଚେତନା ବିକାଶୁ 

             ଆତଙ୍କବାଦର ମରଣ, 

ସବୁରି ମୁଖରେ ଫୁଟି ଉଠୁ ହସ

            ନବବର୍ଷ ହେଉ ବରଣ ।


ସୁଖ-ଦୁଃଖ ସବୁ ହେଉ ଏକାକାର

             ଜାତି ବର୍ଣ୍ଣ ଧର୍ମ ହରଣ, 

ଶାନ୍ତି-ମୈତ୍ରୀ-ପ୍ରୀତି ହୃଦୟେ ମହକୁ

           ନବ-ବର୍ଷ ହେଉ ବରଣ ।


ବାତ୍ଯା ବନ୍ଯା କିବା ମରୁଡ଼ି ନ ଆସୁ

            ଜଗନ୍ନାଥେ ଆମ୍ଭ ଜଣାଣ, 

ସୁଜଳା ସୁଫଳା ହସୁ ବସୁନ୍ଧରା

          ନବ-ବର୍ଷ ହେଉ ବରଣ ।🙏


ଶମ୍ଭୁନାଥ ଦାସ (ମୁଖ୍ଯ ସମ୍ପାଦକ : ଅଭିଯାନ) 

ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ୟ ପତ୍ରିକା : କୋଲକାତା


ଆରାଧନା

ସ୍ତୁତି ଆରାଧନା  କି ଅବା କରିବି

ତୁମେ ବ୍ରହ୍ମାଣ୍ଡ ଠାକୁର,

କିବା ଦେଇ ମୁଁ ଯେ ପୂଜିବି ତୁମକୁ

କିଛି ନୁହେଁ ଏଠି ମୋର। 

କେଉଁ ଫୁଲ ଦେଇ ପୂଜିବି ଚରଣ

ତୁମେ ସୁଗନ୍ଧ ମହକ,

କେଉଁ ଦୀପ ତୁମ ପାଖେ ମୁଁ ଜାଳିବି

ତୁମେ ଅଖଣ୍ଡ ଜ୍ୟୋତିର ପ୍ରକାଶ। 

କେଉଁ ଫଳ ଅବା ଭୋଗ ଲଗାଇବି

ସବୁ ତ ତୁମରି ଦାନ,

ଯାହା ତ ଦେଖୁଛି ସବୁ ତ ତୁମର

ତୁମେ ଏକା ମୋର ଧନ। 

ଏତିକି ମିନତୀ ଭାବ ଡୋର ପ୍ରୀତି

ମୋ ସହ ତୁମର ଥାଉ,

ଦୁଃଖକୁ ସୁଖ ମୁଁମଣି ଚାଲୁଥିବି

ମୋ ମନ ମରି ନ ଯାଉ। 

ଶରୀର ଦୁର୍ବଳ ହୋଇଯାଉ ପଛେ

ଅନ୍ୟର ମଙ୍ଗଳପାଇଁ,।

ସୁନ୍ଦରତା ଆଶା କଲ୍ୟାଣ ପ୍ରଚେଷ୍ଟା

ମନରେ ରଖିବି ମୁହିଁ।  

ସତ୍ୟ ଆଦର୍ଶର ପଥେ ଚାଲୁଥିବି

ଆସୁ ପଛେ ଯେତେ କଷ୍ଟ

ମାନବ କଲ୍ୟାଣେ ଜୀବନ ଉଦ୍ଦିଷ୍ଟ

ନ ହେବି ମୁଁ ପଥଭ୍ରଷ୍ଟ।  

ସୁନ୍ଦରତମ ସୃଷ୍ଟିରେ ପ୍ରଭୁ

ନ ରହୁକାହାର କ୍ଳେଶ,।

ସବୁରି ମନରୁ ଚାଲିଯାଉ ଘୁଞ୍ଚି

ରାଗ,ହିଂସା ଈର୍ଷା    ଦ୍ୱେଷ। 

ଫଳ, ଫୁଲ ଭରା ନଦୀ,ନାଳ ପୂର୍ଣ

ଝରଣା ପାହାଡ ଭରା

ଭରି ରଖିଅଛ ନହେଉ ଯେ ନଷ୍ଟ

ସୁନ୍ଦର ତମ ଧରା। 

ପଶୁପକ୍ଷୀ ଆଉ ଜୀବଜନ୍ତୁ  ନର

ସରବେ ରୁହନ୍ତୁ  ଖୁସୀରେ,

ଏତିକି ମିନତୀ ଆହେ ଶିରୀପତି

 ମାଗୁଣି ତୁମ ପୟରେ। 


ବିବାସିନୀ ପଟ୍ଟନାୟକ

କାଳୁପଡାଘାଟ

ଖୋର୍ଦ୍ଧା

The heart's echo of a neglected beloved

*ମାନସୀ*

ଭରା ବସନ୍ତର କୁଞ୍ଜବନ ପରେ

       ବିକ୍ଷିପ୍ତ ତୁମ ଭାବନା

କେମିତି ପଢିବି ତୁମକୁ ମୁଁ କହ

      ଭରିଅଛି ସବୁଜିମା ।


ଖୋଲା ଆକାଶରେ ଅସୁମାରୀ ତାରା

       ତା'ଭିତରେ ତୁମ ମନ

କେମିତି ଖୋଜିବି ତୁମକୁ ମୁଁ କହ

      ହସୁଛି ଫୁଲେଇ ଜହ୍ନ ।


ପୂବେଇ ପବନେ ଭାସିଯାଏ ପରା

        ତୁମରି ଅଳସ ହସ

କେମିତି ହସିବି ତୁମ ସାଥେ କୁହ

       ପ୍ରାଚୀ କରେ ଉପହାସ ।


ଓଠ ତଳେ ତୁମ ଅକୁହା ଶବଦ

       ଆଖି କୁହେ ତୁମ କଥା

କେମିତି ବୁଝିବି ସେ ଆଖିର ଭାଷା

      ହୃଦୟେ ହେଲେ ସାଇତା ।


ମୁକ ପାହାଡର ଅଳସୀ କନ୍ୟା ଯେ

      ତୁମେ ତ ମୋର ମାନସୀ

ଦର ଆଉଜା ମୋ ହୃଦୟ ଭିତରେ

      କେବେ ଗୋ ବସିବ ଆସି ?


ଭାରତୀ ରଥ(ଶିକ୍ଷୟିତ୍ରୀ)

ରଗଡ଼ି, ବାଙ୍କୀ, କଟକ

*ସାଇତା ସ୍ମୃତି*

କାଗଜ ଟୁକୁଡା ଭାବି ତୁମେ ଦିନେ

     ଫୋପାଡ଼ି ଥିଲ ଯାହାକୁ

ତୁମ ମନକଥା ଲେଖାଥିଲା ବୋଲି

       ସାଇତି ରଖିଛି  ତାକୁ ।

ସାରିଯାଇଥିବା କଲମକୁ କେତେ

      ରଖିଛି ଆଜି ସାଇତି

ତୁମ ପାଇଁ ଯାହା ଅଲୋଡ଼ା ଅଖୋଜା

      ମୋ ପାଇଁ ଯେ ତାହା ସ୍ମୃତି ।

ପ୍ରଥମ ଦେଖାର ଗୋଲାପ ଫୁଲକୁ

      ମନେ ରଖିଛ କି କୁହ

ମଉଳା ପାଖୁଡ଼ା ଭିତରେ ଏବେ ବି

     ଖୋଜି ବସେ ତୁମ ମୁହଁ ।

ଯେଉଁ ଛତା ତଳେ ପାଇଥିଲି ମୁଁ ଯେ

         ତୁମରି ପ୍ରଥମ ଛୁଆଁ

ବରଷାରେ ତାକୁ ଦିନେ ବି ଖୋଲିନି

         ଆଜି ବି ରଖିଛି ନୂଆ ।

ଅତର  ଶିଶିରୁ  ସରିଛି  ଅତର

      ତଥାପି ରଖିଛି ପାଶେ

ନିରବେ ବସିଲେ ତୁମ ଆସିବାର

       ମିଠା ମହକ ଯେ ଆସେ ।

ଯେଉଁ ରୁମାଲରେ ପୋଛି ଦେଇଥିଲ

       ମୋ ଆଖିରୁ ଦିନେ ଲୁହ

ସେ ରୁମାଲ ଆଜି ସାଇତି ରଖିଛି

        କେମିତି ଭୁଲିବି କୁହ  ?

ତୁମ ସାଥେ ମୋର ପ୍ରଥମ ସାକ୍ଷାତ

     ହୋଇଥିଲା ଯେଉଁ ସ୍ଥାନେ

ସେ ସ୍ଥାନ ଠିକଣା ଲେଖା ହୋଇଅଛି

     ଆଜି ବି ମୋ ଭଙ୍ଗା ମନେ ।

ଏ କି ଥିଲା ମୋର ଭଲ ପାଇବା ମୁଁ

       ଜାଣି ପାରିଲିନି ନିଜେ

କେଜାଣି କାହିଁକି ସେ ବିଗତ ଦିନ

     ମନେ ମନେ ଆଜି ଖୋଜେ ।

ସମୟ  ସୁଅରେ  ହଜିଯିବ  ସବୁ

     ତୁମେ ତ ରହିବ ମନେ

ଏଇ ବୋଧେ ଥିଲା ମୋ ପ୍ରଥମ ପ୍ରେମ

     ଶେଷ ବି ଏଇ ଜୀବନେ ।

ବଞ୍ଚିବା  ମରିବା  ସବୁ  ତ  ସମାନ

     ମୋ ପାଇଁ ଆଜି ହେ ସାଥି

ଜଳାଇ ଜଳାଇ ଦିନରାତି ମାରେ

       ତୁମରି  ସାଇତା  ସ୍ମୃତି  ।


ଭାରତୀ ରଥ(ଶିକ୍ଷୟିତ୍ରୀ)

ରଗଡ଼ି, ବାଙ୍କୀ, କଟକ



*ମାତୃଭାଷା* 

...................…...............


ମାଆର ସେନେହ

ମମତାର ମୂଲ

            କେବେ ପାରିବିନି ସୁଝି

ତଳେ ପଡୁପଡୁ

ତା'ର କଥା ଠାର 

             ସବୁ ପାରୁଥିଲି ବୁଝି ।


ଶିଖିବା ପାଇଁକି

ବାପା ମାମା ଡାକ

               ପଢିନଥିଲି ମୁଁ ପାଠ

ଦେଖିନଥିଲି ବି

ଗୁରୁଙ୍କ ପାଞ୍ଚଣ

          ଚାଟଶାଳୀ ଘର ବାଟ ।


ଧରିବା ଆଗରୁ

କାଗଜ କଲମ

               ପଢିବା ଆଗରୁ ବହି

ମାଆର ପାଟିରୁ

ଶୁଣିଶୁଣି ସବୁ

           କଥା ପାରୁଥିଲି କହି ।


କାନ୍ଥ ବାଡ ଛାତ

ଚଟାଣ ଚଉକି

             କବାଟ ଟେବୁଲ ଖଟ

ଥାଳି ଗିନା ବେଲା

ତାଟିଆ ଚାମୁଚି

             ସଉପ ମଶିଣା ଚଟ ।


ଆଖି କାନ ନାକ

ପାଟି ହାତଗୋଡ  

             ଘରର ଠିକଣା ଗାଆଁ

ଭାତ ତରକାରୀ

ଡାଲେମା ସନ୍ତଳା

             ଶିଖିଗଲି ସବୁ ନାଆଁ ।

ଆଳୁ ବାଇଗଣ

ପୋଟଳ କାଙ୍କଣ

           ଭେଣ୍ଡି ଜହ୍ନି ବୋଦି ଭଜା

ନପଢି ନଲେଖି

କହିଲି କେମିତି

         ଭାବିଲେ‌ ଲାଗୁଛି ମଜା ।


ନଶୋଇଲେ ମାଆ

ପିଠି ଥାପୁଡେଇ

            ଗାଉଥିଲା ନାନା ଗୀତ

କହୁଥିଲା ଗପ

ବୁଢୀ ଅସୁରୁଣୀ

           ମାଙ୍କଡ କୁମ୍ଭୀର ମିତ ।


ଶିଖିଥିଲି ଯହା

ନପଢି ନଲେଖି

             ଶୁଣିକି ମାଆର କଥା

ସେହି *ମାତୃଭାଷା* 

ଦିବସରେ ଆଜି

         ନଇଁଯାଉ ମୋର ମଥା ।

.....................................

        *ପ୍ରସନ୍ନ ମଣ୍ଡଳ* 

        କୋଟପଲ୍ଲା, ଖୋର୍ଦ୍ଧା

[12/17, 9:52 PM] Dr.Shankar D Mishra: ଘରୁ ରାଗିକି ବାହାରି ପଳେଇ ଆସିଲି।ଏତେ ରାଗି ଯାଇଥିଲି ଯେ ମୁଁ ମୋ ଜୋତା ପିନ୍ଧିବା ବଦଳ ରେ ବାପାଙ୍କ ଜୋତା ପିନ୍ଧି ପଳେଇ ଆସିଥିଲି। 

ମନେ ମନେ ଭାବୁଥିଲି ଯଦି ବାଇକ କିଣି ନ ଦେଇ ପାରିବ ତାହେଲେ କାହିଁକି ଇଞ୍ଜିନିୟରିଂ କଲେଜ ରେ ଭର୍ତ୍ତି କରାଉ ଥିଲ।ବାଇକ ବିନା ମୁଁ କଲେଜ ଯିବିନି।

କିଛି ବାଟ ଗଲା ପରେ ମୋ ପାଦରେ ଟିକେ କଷ୍ଟ ଅନୁଭବ ହେଲା।ଜୋତା ଟା ଖୋଲି ଦେଖିଲି ସେଥିରୁ ଗୋଟେ ପିନ ବାହାରିଛି । ଆଉ ସେ ପିନ ବାଜି ପାଦରୁ ଟିକେ ଟିକେ ରକ୍ତ ବି ବାହାରୁଚି।ସେ ରକ୍ତ କୁ ଖାତିର ନକରି ମୁଁ ଆହୁରି ଜୋର ଚାଲିଲି। କିଛି ସମୟ ପରେ ପାଦ ଟିକେ ଭିଜା ଭିଜା ଲାଗିଲା।ଦେଖିଲା ବେଳକୁ ରକ୍ତ ବାହାରି ପାଦ ଟା ପୁରା ରକ୍ତାକ୍ତ ହେଇଯାଇଛି।

 

ଜୋତା ଖୋଲି ଦେଖିଲି।ଜୋତା ର ତଳ ଭାଗ ପୁରା ନଷ୍ଟ ହେଇଯାଇଛି।ଏହା ଭିତରେ ମୁଁ ବସ ଷ୍ଟାଣ୍ଡ ପହଂଚି ଯାଇଥିଲି।ଷ୍ଟାଣ୍ଡ ରେ ପହଂଚି ଜାଣିଲି ଯେ ବସ ଆସିବା ପାଇଁ ଏବେ ଆହୁରି ଘଣ୍ଟେ ବାକି ଅଛି।ତେଣୁ ମୁଁ କିଛି ସମୟ ସେଇଠି ବସି ରହିଲି।ସେଠି ବସି ବସି ହଠାତ ମନେ ପଡ଼ିଲା ବାପାଙ୍କ ମନି ପର୍ସ ମୁଁ ସାଙ୍ଗ ରେ ଭୁଲ ରେ ନେଇ ଆସିଛି।ଯୋଉ ପର୍ସ କୁ ସେ କେବେ କାହାକୁ ହାତ ଲଗେଇବା ପାଇଁ ଦିଅନ୍ତି ନାହିଁ ଏମିତି କି ମୋ ମା କୁ ବି ନୁହଁ।

ପର୍ସ ରେ କେତେ ପଇସା ଅଛି ବୋଲି ଖୋଲିଲା ବେଳକୁ ସେଥିରୁ ବାହାରିଲା ଚାଳିଶ ରୁ ପଚାଶ ଟଙ୍କା ଆଉ ତିନିଟା ମୋଡ଼ା ହେଇଥିବା ତିନିଟା କାଗଜ।

 ସେ କାଗଜ ସବୁକୁ ଖୋଲି ଯେତେବେଳେ ମୁଁ ପଡିଲି ।ପଢ଼ି ସାରି ମୁଁ ପୁରା ସ୍ତବ୍ଧ ହେଇଗଲି।

ପ୍ରଥମେ କାଗଜ ରେ ଲେଖା ଥିଲା "ଲାପଟପ ପାଇଁ ଚାଳିଶ ହଜାର ଟଙ୍କାର ଋଣ ଏବେ ବି ବାକି ଅଛି" ହଁ ମୋ ପାଖରେ ଗୋଟେ ଲାପଟପ ଥିଲା ଆଉ ବାପା ସେଟା ଦୁଇ ତିନି ମାସ ଆଗରୁ କିଣି ଦେଇଥିଲେ।କିନ୍ତୁ ଗୋଟେ ଲାପଟପ ର ଦାମ ଏତେ ଆଉ ବାପା ୟାକୁ କିଣିବା ପାଇଁ ଋଣ ଆଣିଛନ୍ତି ସେ କଥା କେବେ ମତେ କି ମା କୁ କହି ନାହାନ୍ତି।

ୟା ପରେ ଦ୍ୱିତୀୟ କାଗଜ ଖୋଲି ପଢ଼ିଲି।ଏଟା ଗୋଟେ ଡାକ୍ତର ଙ୍କ ପ୍ରେସକ୍ରିପ୍ସନ ଥିଲା ଆଉ ସେଥିରେ ଲେଖା ଥିଲା ଯେ "ଗୋଟେ ନୂଆ ଜୋତା କିଣି ପିନ୍ଧନ୍ତୁ ନହେଲେ ପାଦ ଖରାପ ହେଇଯିବ"

ମୋର ମନେ ନାହିଁ ବାପା ତାଙ୍କ ପାଇଁ ଶେଷ ଥର କେବେ ନୂଆ ଜୋତା କିଣି ଥିଲେ।ମୋ ମା ଯେତେବେଳେ ବି ତାଙ୍କୁ ନୂଆ ଜୋତା କିଣିବା ପାଇଁ କୁହେ ବାପା କୁହନ୍ତି "ଏଇ ଜୋତା ତ ଏବେ ଠିକ ଅଛି ଆହୁରି ଛଅ ମାସ ପାଖା ପାଖି ଯିବ।

ୟା ପରେ ଶେଷ କାଗଜ ଟି ଖୋଲି ପଢ଼ିଲି।ସେଟା ଗୋଟେ ବାଇକ ସୋରୁମ ର କାଗଜ ଥିଲା।ଯୋଉଠି ଲେଖା ଥିଲା"ପୁରୁଣା ସ୍କୁଟର ବଦଳ ରେ ନେଇ ଯାଅନ୍ତୁ ଗୋଟେ ନୂଆ ବାଇକ"

ମନେ ପଡ଼ିଲା ବାପାଙ୍କ ର ଗୋଟେ ପୁରୁଣା ସ୍କୁଟର ଅଛି ଆଉ କିଛି ଦିନ ତଳେ ସେ କହୁଥିଲେ ସେଟା କୁ ସେ ବିକି ଦେବେ ବୋଲି।

ଏବେ ମୁଁ ଜାଣି ପାରିଲି କାହିଁକି ସେ କହୁଥିଲେ ସ୍କୁଟର ବିକି ଦେବେ ବୋଲି, ମତେ ଗୋଟେ ନୂଆ ବାଇକ କିଣି ଦେବେ ବୋଲି।

ଏସବୁ ଜାଣି ସାରିଲା ପରେ ମୁଁ ପୁରା ଏକ ମୁହାଁ ହେଇ ଘରେ ଆଡ଼କୁ ଦ୍ରୁତ ଗତିରେ ଦୌଡ଼ିବା ପାଇଁ ଲାଗିଲି।ଘରେ ଯାଇ ମା କୁ ପଚାରିଲି "ବାପା କୋଉଠି"ମା କହିଲା ବାପା ସକାଳୁ ସ୍କୁଟର ଟା କୁ ନେଇ କୁଆଡେ଼ ଯାଇଛନ୍ତି ବୋଲି।

 ମୁଁ ଜାଣି ଗଲି ବାପା କୁଆଡେ ଯାଇଛନ୍ତି ବୋଲି।ନିଶ୍ଚୟ ସେ ବାଇକ ସୋରୁମ ଯାଇଥିବେ।ଏହା ପରେ ଡେରି ନ କରି ମୁଁ ସୋରୁମ ଆଡ଼କୁ ଦୌଡ଼ିଲି।ଆଉ ସେଠି ଯାଇଦେଖିଲି ବାପା ଖରା ରେ ଗୋଟେ ଲାଇନ ଛିଡ଼ା ହେଇଛନ୍ତି।ଯୋଉଠି ସ୍କୁଟର ଏକ୍ସଚେଞ୍ଜ ଚାଲିଥିଲା।


ମୁଁ ପଛରୁ ଦୌଡ଼ି ଯାଇ ବାପାଙ୍କୁ ଜାବୁଡି ଧରି ତାଙ୍କ କାନ୍ଧ ରେ ମୁଣ୍ଡ ରଖି କାନ୍ଦିଲି।କାନ୍ଦୁ କାନ୍ଦୁ ବାପାଙ୍କ କାନ୍ଧ କୁ ପୁରା ଭିଜେଇ ଦେଲି।ଆଉ ତାଙ୍କୁ କହିଲି "ବାପା ମୋର ଭୁଲ ହେଇଯାଇଛି,ମୋର ବାଇକ ଦରକାର ନାହିଁ, ଆଗ ତୁମ ପାଇଁ ତମେ ଗୋଟେ ଭଲ ଜୋତା କିଣ।ବାପା ମୁଁ ଏବେ ତୁମ କଥା ଅନୁସାରେ ଇଞ୍ଜିନିୟରିଂ ମନ ଦେଇ ପଢ଼ିବି।


ମା ହେଉଛି ଏମିତି ଏକ ବ୍ୟାଙ୍କ ଯୋଉଠି ଆମେ ଆମର ସବୁ ରାଗ ଅଭିମାନ କଷ୍ଟ ଜମା ରଖିପାରୁ।କିନ୍ତୁ ବାପା ହେଉଛନ୍ତି ଏମିତି ଏକ କ୍ରେଡିଟ କାର୍ଡ ଯାହା ଦ୍ୱାରା ପୃଥିବୀର ସବୁ ସୁଖ ଶାନ୍ତି କିଣି ପାରିବା।

ଶେଷରେ ଏତିକି କହିବି

  "ପୃଥିବୀ ରେ ସବୁ ବାପା ଙ୍କୁ ଭଲରେ ରଖନ୍ତୁ"

🙏🙏🙏 ଲେଖକ ଭିକାରୀ ମୋଣ୍ଟୁ !

[12/18, 11:03 AM] Dr.Shankar D Mishra: *ସ୍ୱର୍ଗଦ୍ୱାର ଯାତ୍ରା*


ଏବେ ଦିନେ ପୁରୀ ସ୍ବର୍ଗଦ୍ବାରକୁ ଯିବାର ସୌଭାଗ୍ୟ ମିଳିଥିଲା କୋକେଇ ଉପରେ ଶୋଇକି ନୁହେଁ, କୋକେଇ ସାଥ୍‌ରେ ଚାଲିକି । କିଏ ଜଣେ କହିଲା ଯେ ପୁରୀ ସ୍ବର୍ଗଦ୍ବାର କୁଆଡ଼େ ଭାରି ଚକାଚକ୍ ହୋଇଯାଇଛି। ଭାବିଲି ଶୋଇକି ଯିବା ପୂର୍ବରୁ ଥରେ ଚାଲିକି ଯାଇ ଦେଖୁ ଆସେ । ମନଟା ଯେମିତି ଶୋଇକି ଗଲାବେଳେ ଅପରିଷ୍କାର ଜାଗାଟା ବୋଲି ଭାବି ଆଉ ଦୁକୁଦୁକୁ ହେଉ ନଥବ । କିଏ ଜାଣେ କେତେବେଳେ କ'ଣ ଘଟିବ? ଅନ୍ତତଃ ମଣିଷ ଟିକେ ଶାନ୍ତିରେ ତ ପୋଡ଼ା ହେବ । 

     ସତରେ ଭାରି ଚକାଚକ୍ ହୋଇଯାଇଛି । ଦେଖିଲେ ମରିଯିବାକୁ ଆଉ ଡର ମାଡୁନାହିଁ । ଶୁଣିଲି, ପୁରୀ ସ୍ବର୍ଗଦ୍ବାର କିଛି ନୁହଁ। ଦିଲ୍ଲୀ, ବେଙ୍ଗାଲୁରୁ ଓ ହାଇଦରାବାଦରେ ଏପରି ସବୁ ପଞ୍ଚତାରକା ସ୍ବର୍ଗଦ୍ବାର ନିର୍ମାଣ ହୋଇଛି ଯେ ତାକୁ ଦେଖିଲେ ଆପଣଙ୍କର ସେଇଠି ମରିଯିବାକୁ ଇଚ୍ଛା ହେବ । ଯାହା ହେଉ ସେମତି ନ ହେଲେ ବି ଆଉ ଆଗ ଭଳି ଅପରିଷ୍କାର ଅପରିଚ୍ଛନ୍ନ ନାହିଁ । ଚାରିଆଡ଼େ ମାର୍ବଲ, ଗ୍ରାନାଇଟ, ଆଲୋକସଜ୍ଜା ଓ ବିଭିନ୍ନ ଗଛପତ୍ର ଲାଗି ବେଶ୍ ସୁନ୍ଦର ହୋଇଯାଇଛି । ସବୁ କଥା ଗୋଟିଏ ନିର୍ଦ୍ଦିଷ୍ଟ ଧାରାରେ ହେଉଛି । ଆଗେ ଯେମିତି ଯିଏ ଯେଉଁଠି ପାଇଲା ସେଇଠି ପୋଡି ଦେଉଥିଲା ସେମିତି ଆଉ ନାହିଁ । ଆପଣଙ୍କୁ ନିୟମାନୁଯାୟୀ ତାଲିକାଭୁକ୍ତ

ହେବା ପରେ ଆପଣଙ୍କ ସଂଖ୍ୟା ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଛି। ଅପେକ୍ଷାରତ ମୃତ ଶରୀର ପାଇଁ ସ୍ବତନ୍ତ୍ର ମାର୍ବଲ ଓ ଗ୍ରାନାଇଟ ପିଣ୍ଡିମାନ ତିଆରି ହୋଇଛି । ଅନ୍ତିମ ସଂସ୍କାର ନିମନ୍ତେ ପଣ୍ଡିତ ମିଳିବା ସହିତ ପୂଜା କରିବା ନିମନ୍ତେ ସମସ୍ତ ପ୍ରକାର ଫୁଲ ଓ ସାମଗ୍ରୀ ମଧ୍ୟ ବିକ୍ରି ହେଉଛି । ଜାଳେଣି କାଠ ଯେତିକି ଦରକାର ସେତିକି ମିଳୁଛି । ଏପରି କି ବସିବା, ଶୋଇବା ଓ ପିଇବା ପାଇଁ ଆଧୁନିକ ଶୀତତାପ ନିୟନ୍ତ୍ରିତ ଭୋଜନାଳୟର ମଧ୍ୟ ବ୍ୟବସ୍ଥା ରହିଛି। ଡାକବାଜି ଯନ୍ତ୍ର ମଧ୍ୟରେ ନିରନ୍ତର ଗାୟତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ର ବୋଲା ଚାଲିଛି ଓ ଆବଶ୍ୟକୀୟ ସୂଚନା ମଝିରେ ମଝିରେ ଦିଆ ଚାଲିଛି ।

        ସବୁ ଠିକ୍ ଅଛି କିନ୍ତୁ ବ୍ୟବହାର କରିବା ପାଇଁ ଯେତିକି ପିଣ୍ଡି ଅଛି, ତାହାଠାରୁ ଅଧିକ ଶବ ହୋଇଯିବାରୁ ଦ୍ବାରଦେଶରେ କିଛି ଶବ ଅପେକ୍ଷାରତ ଅବସ୍ଥାରେ ଦେଖିବାକୁ ମିଳିଲା ସବୁ ପିଣ୍ଡିରେ ଶବଗୁଡ଼ିକ ହୁତୁହୁତୁ ହୋଇ ଜଳୁଥିଲେ; କିନ୍ତୁ ସମୁଦ୍ର କୂଳକୁ ଲାଗି ପ୍ରାୟ ଆଠଟି ପିଣ୍ଡି ଖାଲି ପଡିଥିଲା। ଏଣେ ପିଣ୍ଡି ଖାଲି ପଡିଛି, ଆଉ ତେଣେ ଶବ ଓ ଶବବାହକମାନେ ଅପେକ୍ଷା କରି ରହିଛନ୍ତି। କାରଣ କ'ଣ? ବୁଝୁବୁଝୁ ଜଣାପଡିଲା ଯେ ଏହି ପିଣ୍ଡିଗୁଡ଼ିକ କୁଆଡ଼େ ଅତି ବିଶିଷ୍ଟ ବ୍ୟକ୍ତି (ଭିଆଇପି) ଙ୍କ ଶବଗୁଡ଼ିକ ପାଇଁ ସଂରକ୍ଷିତ ହୋଇ ରହିଛି। ହେ ଭଗବାନ, ଏଠି ବି ଭିଆଇପି.! ଜିଇଥୁଲା ଯାକ ତ ଆପଣମାନେ ଭିଆଇପି ହୋଇକି ଉପଦ୍ରବ କଲେ। ରାସ୍ତାରେ ଘାଟରେ ଆମକୁ ଟିକେ ଶାନ୍ତିରେ ଚାଲିବାକୁ ଦେଲେନାହିଁ; ଆଉ ଏବେ ମଲା ପରେ ବି ଆମକୁ ଟିକେ ଶାନ୍ତିରେ ମରିବାକୁ ବି ଦେବେ ନାହିଁ।

    ଏହି ଅତି ବିଶିଷ୍ଟ ବ୍ୟକ୍ତିମାନେ ଜିଇଥିଲା ଯାକ ଯେତେବେଳେ ପୁରୀ ବଡ଼ଠାକୁରଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି, ମନରେ ପ୍ରଶ୍ନ ଉଠେ କିଏ କାହାକୁ ଦର୍ଶନ କରିଥାନ୍ତି? ଏମାନେ ଠାକୁରଙ୍କୁ ଦର୍ଶନ କରନ୍ତି ନା ଠାକୁର ଏମାନଙ୍କୁ ଦର୍ଶନ କରନ୍ତି । ଆମ୍ଭେମାନେ ସାଧାରଣତଃ ଠାକୁରଙ୍କୁ ଦର୍ଶନ କରିବାକୁ ଅପେକ୍ଷା କରିଥାଉ। ଏମାନଙ୍କ ପାଇଁ ବୋଧହୁଏ ଠାକୁର ଦର୍ଶନ ଦେବାକୁ ଅପେକ୍ଷା କରିଥାନ୍ତି, କାରଣ ଏମାନେ ଆସିବା ପୂର୍ବରୁ ଆମ୍ଭମାନଙ୍କୁ ସବୁ ମନ୍ଦିର ଭିତରୁ ଘଉଡ଼େଇ ଦିଆଯାଇଥାଏ ଓ ବଡ଼ଠାକୁରଙ୍କୁ ଏମାନଙ୍କ ପାଇଁ ଦର୍ଶନ ନିମନ୍ତେ ସଂରକ୍ଷଣ କରି ରଖାଯାଇଥାଏ। ଜୀବନଯାକ ମନ୍ଦିର ଭିତରେ ଏହି ସଂରକ୍ଷଣ ବ୍ୟବସ୍ଥା। ଏମାନଙ୍କ ପାଇଁ ରଖାଯାଇଥାଏ; କିନ୍ତୁ ମୃତ୍ୟୁ ପରେ ବି ଏହି ବ୍ୟବସ୍ଥା ସ୍ବର୍ଗଦ୍ବାରରେ ଲାଗୁ ହେଉଛି ବୋଲି ଦେଖିବାକୁ ପଡିଲା । ମନେ ହୁଏ ସତେ ଯେମିତି ଯମରାଜ ମଧ୍ୟ ଏମାନଙ୍କୁ ସ୍ବାଗତ କରିବାକୁ ଗେଣ୍ଡୁ ଫୁଲମାଳ ଧରି ସ୍ଵର୍ଗର ମୁଖ୍ୟଦ୍ଵାରରେ ଅପେକ୍ଷା କରି ରହିଛନ୍ତି ଏବଂ ବାଟରେ କାଳେ କିଛି ଅଘଟଣ ଘଟିଯିବ, ତେଣୁ ଏମାନଙ୍କ ଯିବା ନିମନ୍ତେ ସ୍ବର୍ଗଦ୍ବାରରେ ସ୍ବତନ୍ତ୍ର ଏହି ବ୍ୟବସ୍ଥା ରହିଛି।

        ଇତିହାସ କହେ ମିଶର ଦେଶର ରାଜା ମହାରାଜାମାନଙ୍କ ନିମନ୍ତେ ମୃତ୍ୟୁପରେ ପିରାମିଡ଼ ନିର୍ମାଣ କରାଯାଇ ଏହି ପରି ସ୍ଵତନ୍ତ୍ର ବ୍ୟବସ୍ଥା ସବୁ କରାଯାଉଥିଲା। ଏହି ପିରାମିଡ଼ ମଧ୍ୟରେ ସେମାନଙ୍କ ଶବ ସହିତ ଅଜସ୍ର ଧନ ସମ୍ପତ୍ତିର ବ୍ୟବସ୍ଥା କରାଯାଉଥିଲା ଓ ସେମାନଙ୍କର ସେବା ଶୁଶ୍ରୂଷା ନିମନ୍ତେ ଅନେକ ରାଣୀ, ମହାରାଣୀ, କ୍ରୀତଦାସ ଓ ସୁରକ୍ଷା କର୍ମଚାରୀମାନଙ୍କୁ ମଧ୍ୟ ଜୀବନ୍ତ ସମାଧୂ ଦିଆଯାଉଥିଲା, ଯେପରି କି ମଲାପରେ ବି ସେମାନଙ୍କୁ ଯଥାବିଧୂ ସେବା ଶୁଶ୍ରୂଷା ମିଳିବାରେ କୌଣସି ବ୍ୟାଘାତ ନ ଘଟେ। ରକ୍ଷା ଅଛି, ଏ ପରି ବ୍ୟବସ୍ଥା ଆଉ ନାହିଁ, ନଚେତ୍ ଆମ ଦେଶର ଏହି ଅତି ବିଶିଷ୍ଟ ବ୍ୟକ୍ତିମାନେ କେବଳ ସ୍ବର୍ଗଦ୍ବାରରେ ପିଣ୍ଡି ନୁହେଁ, ସ୍ବର୍ଗରେ ମଧ୍ୟ ଆବଶ୍ୟକ ମନୋରଞ୍ଜନ ଓ ସୁରକ୍ଷାର ସ୍ବତନ୍ତ୍ର ବ୍ୟବସ୍ଥା କରି ଦେଇଥା'ନ୍ତେ ।

       ସ୍ଵର୍ଗଦ୍ଵାରରେ ଏହି ଅତି ବିଶିଷ୍ଟ ଶବ ଓ ଶବବାହକ ମାନଙ୍କର ଗର୍ବ ଓ ଆସୁଦ୍ଧା ଦେଖିଲେ ଅଷ୍ଟାଦଶ ଶତାବ୍ଦୀର ପ୍ରସିଦ୍ଧ ଇଂରାଜୀ କବି ଶୈଲିଙ୍କର କାଳଜୟୀ କବିତା ‘ଓଜିମାଣ୍ଡିୟସ’ କଥା ମନେ ପଡ଼େ । ଏହି କବିତାରେ ବିଶାଳ ମରୁଭୂମିରେ ଅବକ୍ଷୟ ହୋଇ ଅଧା ପୋତି ହୋଇ ପଡିଥିବା ମହାନ ପରାକ୍ରମୀ ବିଶ୍ବବିଜୟୀ ସମ୍ରାଟ ଓଜିମାଣ୍ଡିୟସଙ୍କ ପ୍ରତିମୂର୍ତ୍ତି ତଳେ ଲେଖା ବାକ୍ୟଗୁଡିକ ଅତ୍ୟନ୍ତ ଗର୍ବ ଓ ଅହଙ୍କାର ସହିତ କହୁଛନ୍ତି, “ମୁଁ ହେଉଛି ଓଜିମାଣ୍ଡିୟସ । ମୁଁ ହେଉଛି ସମ୍ରାଟମାନଙ୍କର ସମ୍ରାଟ । ତୁମେ ଯେତେ ରାଜା ଓ ମହାରାଜାମାନେ ଉପସ୍ଥିତ ଅଛ, ମୋତେ ଦୃଷ୍ଟି ନିକ୍ଷେପ କର ଏବଂ ମୋ ସାମ୍ନାରେ ତୁମେମାନେ କେତେ ତୁଚ୍ଛ ଓ କ୍ଷୁଦ୍ରତିକ୍ଷୁଦ୍ର ତାହା ଅନୁଭବ କର।” କବିଙ୍କ ଭାଷାରେ ଅତ୍ୟନ୍ତ ବିଡ଼ମ୍ବନାର ବିଷୟ ଏହି ଯେ ଯେଉଁ ଓଜିମାଣ୍ଡିୟସ ଏ କଥା କହୁଛନ୍ତି ତାଙ୍କର କେବଳ ବିଶାଳ ଭଗ୍ନ ଜାନୁ ଯୋଡିକ ମରୁଭୂମିର ବାଲି ଉପରେ ଛିଡ଼ା ହୋଇ ରହିଛି ଓ ମୁଣ୍ଡ ଗଣ୍ଡିଠାରୁ ଚ୍ଛିନ୍ନ ହୋଇ ଅର୍ଦ୍ଧେକ ବାଲି ଭିତରେ ପୋତି ହୋଇଯାଇଛି। ଚତୁଃଦିଗରେ କେବଳ ବାଲି ଓ କେତେ ଖଣ୍ଡ ନିର୍ଜୀବ ଶିଳାଖଣ୍ଡ ମାତ୍ର ଏହି ବକ୍ତବ୍ୟର ସାକ୍ଷୀ ହୋଇ ରହିଛନ୍ତି । ସବୁ ମହାକାଳ ଗର୍ଭରେ ପୋତି ହୋଇଯାଇଛି ।

          ବନ୍ଧୁଗଣ, ଥରେ ଜଣେ ଦାର୍ଶନିକ କହିଥିଲେ 'ମୃତ୍ୟୁ ହେଉଛି ଏହି ସଂସାରର ସର୍ବଶ୍ରେଷ୍ଠ ସାମ୍ୟବାଦୀ’, ଯାହା ପାଇଁ ଧନୀ ଗରିବ, ଉଚ୍ଚ ନୀଚ ଓ ବଡ଼ ସାନ ସମସ୍ତେ ସମାନ । କିନ୍ତୁ ବିଶିଷ୍ଟ ଲେଖକ ଜର୍ଜ ଅରୱେଲ ତାଙ୍କ ‘ଆନିମଲ ଫାର୍ମ’ ଉପନ୍ୟାସରେ ପ୍ରମାଣ କରିଦେଇଛନ୍ତି ଯେ ଏ ସଂସାରରେ ସମସ୍ତେ ସମାନ ହୋଇପାରନ୍ତି କିନ୍ତୁ କେତେ ଜଣ ବ୍ୟକ୍ତି ସର୍ବଦା ସମସ୍ତଙ୍କଠାରୁ ଅଧିକ ସମାନ ହୋଇଥାଆନ୍ତି। ପୁରୀ ସ୍ବର୍ଗଦ୍ବାର ଏହାର ଅନ୍ୟତମ ନିଛକ ପ୍ରମାଣ।

[12/19, 11:06 AM] Dr.Shankar D Mishra: *ବିଦ୍ୟା ଦଦାତି ବିନୟମ୍*

~~~~~~~~~~~~

(ମୂଳଲେଖା ହିନ୍ଦି ସାହିତ୍ୟରୁ ଅନୁବାଦ)


*କାଳିଦାସ* --- ମା', ମତେ ବଡ଼ ଶୋଷ। ଟିକେ ପାଣି ଦିଅ। ବହୁତ ପୁଣ୍ୟ ହେବ।


*ବୁଢ଼ୀ* --- ପୁଅ, ତୁମକୁ ତ ମୁଁ ଚିହ୍ନେ ନା, ନିଜର ପରିଚୟ ଦିଅ। ମୁଁ ତୁମକୁ ନିଶ୍ଚୟ ପାଣି ପିଆଇବି।


*କାଳିଦାସ କହୁଛନ୍ତି* --- ମୁଁ ବାଟୋଇ, ଦୟା କରି ପାଣି ଟିକିଏ ଦିଅ।


*ବୁଢ଼ୀ କହୁଛନ୍ତି* --- ତୁମେ ବାଟୋଇ କେମିତି ହୋଇ ପାରିବ ? ବାଟୋଇ ତ ମାତ୍ର ଦୁଇଜଣ। ଜଣେ ସୂର୍ଯ୍ୟ ☀️ ଆଉ ଜଣେ ଚନ୍ଦ୍ର🌙। ଏମାନେ ସବୁବେଳେ ଚାଲୁ ଥାଆନ୍ତି। କେବେ ଅଟକନ୍ତି ନାହିଁ। ତୁମେ ଏ ଦୁହିଙ୍କ ଭିତରୁ କିଏ, ସତ କରି କୁହ ? 


*କାଳିଦାସ* --- ମୁଁ ତା'ହେଲେ ଜଣେ ଅତିଥି, ବଡ଼ ଶୋଷ। ଦୟା କରି ପାଣି ଟୋପାଏ ପିଇଵାକୁ ଦିଅ।


*ବୃଦ୍ଧା କହୁଛନ୍ତି* --- ତୁମେ ଅତିଥି କେମିତି ହୋଇ ପାରିବ ! ସଂସାରରେ ଦୁଇ ଜଣ ମାତ୍ର ଅତିଥି। ଜଣେ ଧନ ଓ ଆଉ ଜଣେ ଯୌବନ। ଏମାନେ ଆସନ୍ତି ଆଉ ଚାଲି ବି ଯାଆନ୍ତି। ସତ କୁହ, ତୁମେ କିଏ ?


*କାଳିଦାସ ଯୁକ୍ତିରେ ପରାଜିତ, ହତାଶ ହୋଇ କହିଲେ* --- ମୁଁ ଜଣେ ସହନଶୀଳ ବ୍ୟକ୍ତି, ଏଥର ଅନ୍ତତଃ ଟିକିଏ ପାଣି ଦିଅ !


*ବୁଢ଼ୀ କହୁଛନ୍ତି* --- ନା, ନା ! ସହନଶୀଳ ତ ମାତ୍ର ଦୁଇ ଜଣ, ଜଣେ ପୃଥିବୀ, ଯେ ମହପାପୀ ଓ ପୁଣ୍ୟବନ୍ତ ସମସ୍ତଙ୍କର ଭାର ବୋହିଥାନ୍ତି ଏବଂ ଦ୍ଵିତୀୟଟି ହେଲା ବୃକ୍ଷ --- ତା ଉପରକୁ ଯେତେ ବି ଢେଲା ମାରି ଆଘାତ କଲେ ମଧ୍ୟ ସେ ମିଠାମିଠା ଫଳ ଦେବା ବନ୍ଦ୍ କରେନା। ସତ କୁହ, ତୁମେ କିଏ ?


*କାଳିଦାସ ବିରକ୍ତ ହୋଇ ବଡ଼ ପାଟିରେ କହି ଉଠିଲେ* --- ତା'ହେଲେ ମୁଁ ହେଉଛି ଜିଦଖୋର୍ । ଏଥର ତ ପାଣି ଟିକିଏ ଦିଅ !


*ବୁଢ଼ୀ କହିଲେ* --- ତୁମେ ମିଛ କହୁଛ। ଜିଦଖୋର୍ ମାତ୍ର ଦୁଇ ଜଣ। ଜଣେ ନଖ ଓ ଆଉ ଜଣେ ହେଲେ କେଶ। ଏମାନଙ୍କୁ ଯେତେ ବି କାଟ, ସେମାନେ ପୁଣି ବଢ଼ି ଚାଲିବେ। ବ୍ରାହ୍ମଣ, ସତ କରି କୁହ, ତୁମେ କିଏ ?


*ଅପମାନିତ, ପରାଜିତ ହୋଇ କାଳିଦାସ କହିଲେ* --- ତା'ହେଲେ ଧରିନିଅନ୍ତୁ ମୁଁ ମୂର୍ଖ, ଏଥର ତ ପାଣି ମୁନ୍ଦେ ମିଳୁ ?


*ବୁଢ଼ୀ କହିଲେ* --- ତୁମେ ମୂର୍ଖ କେମିତି ହୋଇ ପାରିବ ? ମୂର୍ଖ ତ ମାତ୍ର ଦୁଇ ଜଣ। ଜଣେ ହେଲେ ରାଜା, ଯାହାର କୌଣସି ଯୋଗ୍ୟତା ନ ଥାଇ ମଧ୍ୟ ସମସ୍ତଙ୍କ ଉପରେ ଶାସନ କରେ। ଆଉ ଜଣେ ହେଲେ ରାଜ ପୁରୋହିତ ଯେ କେବଳ ରାଜାଙ୍କୁ ଖୁସି କରିବା ପାଇଁ ଭୁଲ୍ ଭାଲ୍ ଯୁକ୍ତିର ସାହାଯ୍ୟ ନେଇ ଭୁଲ୍ କୁ ଠିକ୍ ବୋଲି ପ୍ରମାଣିତ କରିବାର ଚେଷ୍ଟା କରନ୍ତି !


*କାଳିଦାସ* ଆଉ କିଛି କହି ନ ପାରି ସିଧା ବୃଦ୍ଧାଙ୍କ ପାଦ ତଳେ ପଡ଼ି କ୍ଷମା ପ୍ରାର୍ଥନା କଲେ ।


*ବୃଦ୍ଧା କହି ଉଠିଲେ* --- *ଉଠ ବତ୍ସ !*

ବୃଦ୍ଧାଙ୍କ ପରିବର୍ତ୍ତିତ କଣ୍ଠସ୍ବର ଶୁଣି ଆଶ୍ଚର୍ଯ୍ୟ ଚକିତ ହୋଇ କାଳିଦାସ ଆଖି ଖୋଲି ଦେଖନ୍ତି ସାମ୍ନାରେ ଦଣ୍ଡାୟମାନ *ମାଆ ସରସ୍ଵତୀ* !


*କାଳିଦାସ* ଯୋଡ଼ ହସ୍ତରେ କ୍ଷମା ଭିକ୍ଷା କଲେ।


*ମାଆ କହିବାକୁ ଆରମ୍ଭ କଲେ* --- ବତ୍ସ ! ସବୁବେଳେ ମନେ ରଖିବ ବିଦ୍ୟା କେବେ ହେଲେ ଗର୍ବ ବା ଅହଙ୍କାର ଦିଏ ନାହିଁ। ଯାହା ଶିକ୍ଷା ଦିଏ ତାହା ହେଲା *ବିନୟ ଭାବ ବା ନମ୍ରତା* ! 


ଏ ଦୁଇଟି ଗୁଣ ଯାହା ପାଖରେ ନାହିଁ ସେ ଯେତେ ଶିକ୍ଷିତ ହେଲେ ମଧ୍ୟ ଜ୍ଞାନୀ ନୁହଁନ୍ତି। ସେ ପ୍ରକୃତ ଶିକ୍ଷା ଲାଭ କରି ନାହାଁନ୍ତି।


*ବିଦ୍ୟା ଦଦାତି ବିନୟମ୍ !*

ବହୁତ ଶିକ୍ଷଣୀୟ । ଅଶେଷ ଅଶେଷ ଧନ୍ୟବାଦ !

☘🍀🍁☘🍀🍁☘🍀🍁

[12/20, 8:07 AM] Dr.Shankar D Mishra: *ସମ୍ପର୍କର ସମୀକରଣ*

ଗୁରୁଙ୍କ ପାଖକୁ ଆସିଲେ ଜଣେ ବୃଦ୍ଧ। ସେ କହିଲେ- ମହାଶୟ, ମୋ ପୁଅ ଆଉ ମୋର ହୋଇ ରହିନାହିଁ। ସେ ଗୋଟାପଣେ ତାର ସ୍ତ୍ରୀ ର ହୋଇଯାଇଛି। ମୁଁ ଭାରି କଷ୍ଟରେ ଅଛି। ଏହା ଶୁଣି ଗୁରୁଜୀ କହିଲେ, ଏଇଟା ଖାଲି ତୁମର ସମସ୍ୟା ନୁହେଁ। ଆମ ସମସ୍ତଙ୍କ ସମସ୍ୟା। ଆମେ ସଦାବେଳେ ବିଚାର କରୁ କିଏ ଆମର ବା ଆମେ କାହାର ? ଯେମିତି ମା କହେ ପୁଅ ମୋର। ସେଇ ପୁଅ ବାହା ହୋଇଗଲା ପରେ ସ୍ତ୍ରୀ କହେ ନା ୟେ ମୋର। ପ୍ରିୟତମ ବନ୍ଧୁ କହେ, ୟେ ମୋର ସବୁଠାରୁ ପ୍ରିୟ ବନ୍ଧୁ ଏଣୁ ୟେ ମୋର। ତେବେ ଆମେ କାହାର ? ଶୁଣନ୍ତୁ କଥାଟିଏ । ବୁଝି ପାରିବେ।


ଥରେ ପ୍ରଶ୍ନଟେ ଉଠିଲା, ନଦୀ କାହାର ? ପର୍ବତ କହିଲା, ନଦୀ ମୋର। ମୋ ଦେହରୁ ବାହାରି ନଦୀ ବହି ଯାଉଛି। ଦୁଇ କୁଳ ଦୁଇ ବାହୁ ପ୍ରସାର କରି କହିଲା, ନଦୀ ମୋର। 

ମୁଁ ତାକୁ ମୋର ଗଭୀର ଆଶ୍ଳେଷ ଭିତରେ ବନ୍ଦୀ କରି ରଖିଛି। ନୌକା କହିଲା, ନଦୀ ମୋର। ମୁଁ ତାରି ବକ୍ଷରେ ଚାଲିଛି। ମୁଁ ତାର ଓ ସେ ମୋର। ନଦୀ କୂଳରେ ରହୁଥିବା ମଣିଷ କହିଲେ, ନଦୀ ଆମର। ସେ ଆମକୁ ଜଳ ଦେଇଛି । ତାରି ଉପରେ ନିର୍ଭର କରି ଗଢି ଉଠିଛି ଆମ ଗାଁ ଓ ସହର । ଜୀବ ଜନ୍ତୁ କହିଲେ , ନଦୀ ଆମର । ଆମେ ତାରି ପାଣି ପିଇ ବଞ୍ଚିଛୁ । 


ନଦୀ ସମସ୍ତଙ୍କ କଥା ଶୁଣି ଶୁଣି ବହି ଚାଲିଥାଏ।


ଶେଷରେ ସେ ଶୁଣିଲା ଏକ ଗର୍ଜନ। ସେ ଗର୍ଜନ ତାକୁ ଆହ୍ଵାନ କରୁଥିଲା। ତାହା ଥିଲା ସମୁଦ୍ରର ଆହ୍ୱାନ। ନଦୀ ଯାଇ ସମୁଦ୍ର ରେ ମିଶିଗଲା। ଥରେ ମିଶିଗଲା ପରେ ସମୁଦ୍ରରୁ ନଦୀକୁ କେହି ଅଲଗା କରି ପାରିଲେ ନାହିଁ। ଏଥର ନଦୀ କହିଲା, ବୁଝିଲ ତ ମୁଁ କାହାର ? ମୁଁ ମୋ ଗତି ପଥରେ ସମସ୍ତଙ୍କୁ ଭେଟେ। ସମସ୍ତଙ୍କ ସୁଖ ଓ ଦୁଃଖରେ ସାଥି ହୁଏ। କିନ୍ତୁ ଶେଷରେ ମୁଁ ସେଇ ସାଗର ସହିତ ମିଶିଯାଏ। ମୁଁ ପ୍ରକୃତରେ ହେଉଛି ତାର।


ଗୁରୁଜୀ ପଚାରିଲେ, ଏବେ କହ ଆମେ କାହାର ?


ବୃଦ୍ଧା ନିରବ ରହିଲେ। ଗୁରୁଜୀ କିନ୍ତୁ କହି ଚାଲିଲେ - ଆମେ ହେଉଛୁ ସେଇ ପରମାତ୍ମାଙ୍କର। ଆମର ଜୀବନର ନଈ ପରମାତ୍ମା ରୂପକ ମହାସାଗର ରେ ମିଶିବାକୁ ଧାଇଁଛି। ଆମ ସମସ୍ତଙ୍କ ଆଖିରେ ଅନ୍ଧପୁଟୁଳି ବନ୍ଧା ହୋଇଛି ବୋଲି ଆମେ ତାହା ଦେଖିପାରୁ ନାହୁଁ । ପୁଅ କୁ ବିଭା ଦେଲା ପରେ ତୁମେ ଆଉ ସେଥିରେ ପଶ ନାହିଁ । ତୁମ ଆଖିରୁ ଯଦି ଅନ୍ଧପୁଟୁଳି ଖୋଲିଛି , ତେବେ ତୁମେ ସେଇ ପ୍ରଶ୍ନରୁ ମୁକ୍ତ ହୁଅ । ଯାହା ଆଖିରେ ଅନ୍ଧ ପୁଟୁଳି ଅଛି , ସେ ସେଥିରେ ଧନ୍ଦି ହୁଅନ୍ତୁ ଓ ଜୀବନ ତମାମ ସନ୍ତୁଳି ହୁଅନ୍ତୁ ଓ କଷ୍ଟ ପାଆନ୍ତୁ ।


ଜୟ ଶ୍ରୀଜଗନ୍ନାଥ ମହାପ୍ରଭୁ🙏

ବିଦ୍ର- ସଂଗୃହିତ ଅଧ୍ୟାତ୍ମ କାହାଣୀ

[12/21, 8:47 AM] Dr.Shankar D Mishra: *Here is the essence of all the 18 chapters of Geeta in just 18 sentences.*



*Chapter 1 - Wrong thinking is the only problem in life .*


*Chapter 2 - Right knowledge is the ultimate solution to all our problems .*


*Chapter 3 - Selflessness is the only way to progress and prosperity .*


*Chapter 4 - Every act can be an act of prayer .*


*Chapter 5 - Renounce the ego of individuality and rejoice the bliss of infinity .*


*Chapter 6 - Connect to the higher consciousness daily.*


*Chapter 7 - Live what you learn .*


*Chapter 8 - Never give up on yourself .*


*Chapter 9 - Value your blessings .*


*Chapter 10 - See divinity all around .*


*Chapter 11 - Have enough surrender to see the truth as it is.*


*Chapter 12 - Absorb your mind in the higher.*


*Chapter 13 - Detach from Maya and attach to divine .*


*Chapter 14 - Live a life- style that matches your vision.*


*Chapter 15 - Give priority to Divinity .*


*Chapter 16 - Being good is a reward in itself .*


*Chapter 17 - Choosing the right over the pleasant is a sign of power .*


*Chapter 18 - Let go, let us move to union with God .*


    *🙏Om Shree Krishna 🙏*

[12/21, 3:58 PM] Mohan Sir: ॥ *ଖାଇଲେ ଶାଗ!*

*ହେବନି ରୋଗ!!*


*ଓଡ଼ିଶାର ଶାଗ* ॥

*ସବୁଠୁ ଆଗ।।*


*(୧)ପାଳଙ୍ଗ ଶାଗ*

*(୨)କୋଶଳା ଶାଗ*

*(୩)ସଜନା ଶାଗ*

*(୪)ଲେଉଟିଆ ଶାଗ*

*(୫)ଖଡ଼ା ଶାଗ*

*(୬)ପୋଇ ଶାଗ*

*(୭)କଳମ ଶାଗ*

*(*୮)ଶୁଣୁଶୁଣିଆ ଶାଗ*

*(୯)ମେଥି ଶାଗ*

*(୧୦)ସୋରିଷ ଶାଗ*


*(୧୧)ଅଣିଚଣା ଶାଗ*

*(୧୨)ମଦରଙ୍ଗା ଶାଗ*

*(୧୩)ପୀତଗମା ଶାଗ*

*(୧୪)ଶ୍ୱେତପର୍ଣ୍ଣୀ ଶାଗ*

*(୧୫)ଲାଉ ପତ୍ର/ଡଙ୍କଶାଗ*

*(୧୬)କଖାରୁ ପତ୍ର/ଡଙ୍କ ଶାଗ*

*(୧୭)ମାରିଶ ଶାଗ*

*(୧୮)ଚଣା ଶାଗ*

*(୧୯)ବାଥୁଆ ଶାଗ*

*(୨୦)ଗନ୍ଧଳି ପତ୍ର ଶାଗ*


*(୨୧)ମୂଳାପତ୍ର ଶାଗ*

*(୨୨)କୋବିପତ୍ର ଶାଗ*

*(୨୩)ଅଗସ୍ତି ଶାଗ*

*(୨୪)ଆମ୍ବଳିତି ଶାଗ*

*(୨୫)ଅମ୍ଲଲୋଣିକା*

*(୨୬)ଖଟା ପାଳଙ୍ଗ*

*(୨୭)ଅଳ୍ପମାରିଷ ଶାଗ*

*(୨୮)କାଣିଲେଉଟିଆ ଶାଗ*

*(୨୯)କଣ୍ଟାଲେଉଟିଆ ଶାଗ*

*(୩୦)କଣ୍ଟାମାରିଷ ଶାଗ*


*(୩୧)ଶୁନୁଶୁନିଆ ଶାଗ* 

*(୩୨)ଇନ୍ଦ୍ରମାରିଷ/ ଝଡ଼ା ଶାଗ*

*(୩୩)ନାକରଣା ଶାଗ*

*(୩୪)ଓଲପାଏର ଶାଗ*

*(୩୫)କଇଁଜର ଶାଗ*

*(୩୬)କଚରଙ୍ଗା ଶାଗ*

*(୩୭)କଞ୍ଚଟ ଶାଗ*

*(୩୮)କଞ୍ଜେର ଶାଗ*

*(୩୯)କନିଶିରି ଶାଗ*

*(୪୦)ମୁଥା ଶାଗ*


*(୪୧)ବ୍ରାହ୍ମୀ ଶାଗ*

*(୪୨)କପୂରା ଶାଗ*

*(୪୩)କଳମ୍ବ ଶାଗ*

*(୪୪)କାନ୍‌ସିଡ଼ା ଶାଗ*

*(୪୫)କାଳ କାସୁନ୍ଦି ଶାଗ* 

*(୪୬)କାନ୍ଦୁରୀ ଶାଗ*

*(୪୭)କାଶମର୍ଦ୍ଦ ଶାଗ*

*(୪୮)କୁଇଲେର୍‌ ଶାଗ*

*(୪୯)କୁକୁର୍‌ଝୁଣ୍ଟିଆ ଶାଗ*

*(୫୦)କୋଇଲିଖିଆ ଶାଗ*


*(୫୧)କୁଳିକା*

*(୫୨)କୁଲ୍ୟାଳି ଶାଗ*

*(୫୩)କେନା ଶାଗ*

*(୫୪)ଲଟା କୋଶଳା*

*(୫୫)ଡେଙ୍ଗା କୋଶଳା*

*(୫୬)ଗଧପୂର୍ଣ୍ଣୀ/ ଗଦହପୁରାନା ଶାଗ*

*(୫୭)ଶ୍ୱେତପର୍ଣ୍ଣୀ ଶାଗ*

*(୫୮) ପୁନର୍ନବା ଶାଗ*

*(୫୯)ଗନ୍ଧଣା ଶାଗ*

*(୬୦)ଗୟାଖଡ଼ା ଶାଗ*


*(୬୧)ଗିରେଲ୍‌ ଶାଗ*

*(୬୨)ଗୁବି ଶାଗ*

*(୬୩)ଗୁର୍ରୁ ଶାଗ*

*(୬୪)ଗୋବରିଆ ଖଡ଼ା ଶାଗ*

*(୬୫)ହିଡ଼ମିଚି ଶାଗ*

*(୬୬)ଚଞ୍ଚୁ ଶାଗ*

"(୬୭)ଚନ୍ଦ୍ରିଳ ଶାଗ*

(୬୮)ଚିତା ଶାଗ*

(୬୯)ଚୋଖି ଶାଗ*

*(୭୦)ଜଳବ୍ରହ୍ମୀ ଶାଗ*


*(୭୧)ଜାଫରାନ୍‌ ଶାଗ* 

*(୭୨)ଝୁମ୍ପୁଡ଼ି ଶାଗ*

*(୭୩)ଟଙ୍ଗବଥୁଆ ଶାଗ*

*(୭୪)ପୃକ୍କା ଶାଗ / ପିଡ଼ଙ୍ଗ* 

*(୭୫)ପିତା ଶାଗ*

*(୭୬)କଲରା ପତ୍ର ଶାଗ*

*(୭୭)ତିତିରି ଶାଗ*

*(୭୮)ହିଲମୋଚିକା ଶାଗ* 

*(୭୯)ଧଣିଆଁ / ଧଣିଚା ଶାଗ*

*(୮୦)ନଖପୁଙ୍ଖୀ ଶାଗ*


*(୮୧)ନାଲି ପୁରୁଣା ଶାଗ*

*(୮୨)ନରଡ଼ ଡଙ୍କ ଶାଗ*

*(୮୩)ନଳିତା ଶାଗ*

*(୮୪)ନଳିକା ଶାଗ*

*(୮୫)ନଳିଚା ଶାଗ*

*(୮୬)ନାଜକୁରି ଶାଗ*

*(୮୭)ନାଡ଼ିପତ୍ର ଶାଗ*

*(୮୮)କଳା ଚାକୁଣ୍ଡା ଶାଗ* 

*(୮୯)ନାଲି କୋଶଳା*

*(୯୦)ପରବତ କାଉଁରିଆ ଶାଗ*


*(୯୧)ପାଏନ୍‌ ଶାଗ*

*(୯୨)ପାଣି ଲାଜକୁଳୀ ଶାଗ* 

*(୯୩)ପାଣି ଲେଉଟିଆ ଶାଗ*

*(୯୪)ପାଣି ଶୋଲରି ଶାଗ*

*(୯୫)ପିଆଜ ପତ୍ର/ନାଡ଼ ଶାଗ*

*(୯୬)ପିତା ଗହମା ଶାଗ*

*(୯୭)ପୁଦିନା ଶାଗ*

*(୯୮)ପୁରୁଣୀ ଶାଗ*

*(୯୯)ପୂନେଇ ଶାଗ*

*(୧୦୦)ପେଟଫୁଲା ଶାଗ*


*(୧୦୧)ଫାନ୍ଦି ଶାଗ*

*(୧୦୨)ବଦର ଶାଗ*

*(୧୦୩)ବରହଡ଼ା ଶାଗ*

*(୧୦୪)ବରହମ୍‌ ଝାଁଟ୍‌*

*(୧୦୫)ବର୍ଷକେତୁ ଶାଗ*

*(୧୦୬)ବର୍ଶାଙ୍ଗୀ ଶାଗ*

*( ୧୦୭)ବଲବଲିଆ ଶାଗ*

*(୧୦୮)ବସୁକ ଶାଗ*

*(୧୦୯)ବାଘ ଲହଡ଼ା ଶାଗ*

*(୧୧୦)ବାଳୁ ବାଳୁ ଶାଗ*


*(୧୧୧)ବାଷ୍ପକ ଶାଗ*

*(୧୧୨)ବିଚ୍ଛତ୍ରକ ଶାଗ*

*(୧୧୩)ବିଷଘ୍ନୀ ଶାଗ*

*(୧୧୪)ବୀର ଶାକ/ ଧଳା ବାଥୁଆ*

*(୧୧୫)ବୁଟ ଶାଗ*

*(୧୧୬)ଭାଲାଙ୍କ ଶାଗ*

*(୧୧୭)ମତ୍ସ୍ୟାକ୍ଷୀ ଶାଗ*

*(୧୧୮)ମଦଘ୍ନୀ ଶାଗ*

*(୧୧୯)ମଧୁରା ଶାଗ*


*(୧୨୦)ମନୁ ଶାଗ*

*(୧୨୧)ମହାରୁଣ୍ଠା ଶାଗ*

*(୧୨୨)ମୁଠି ଶାଗ*

*(୧୨୩)ମୁଣ୍ଡିକା ଶାଗ*

*(୧୨୪)ମୁନ୍‌ମୁନିଆ ଶାଗ*

*(୧୨୫)ମୂଳା ଶାଗ*

*(୧୨୬)ମେଥି ଶାଗ*

*(୧୨୭)ମେଣ୍ଢୀ ଶାଗ*

*(୧୨୮)ଯବ ଶାଗ*

*(୧୨୯)ରକ୍ତକାଣ୍ଡ ଶାଗ*

*(୧୩୦)ରାଜଗିରା ଶାଗ*


*( ୧୩୧)ରୋଚନୀ ଶାଗ*

*(୧୩୨)ଲଙ୍କାପିକା ଶାଗ*

*(୧୩୩)ଲହ ଶାଗ*

*(୧୩୪)ଲାଙ୍ଗଳୀ ଶାଗ*

*(୧୩୫)ଲୁଣି ଶାଗ*

*(୧୩୬)ଲୋଣି ଶାଗ*

*(୧୩୭)ଜଳ ପିପ୍ପଳୀ ଶାଗ*

*(୧୩୮)ଶଦରଙ୍ଗା ଶାଗ/ ଶାଳିଥି/ଶାଲିଞ୍ଚ*

*(୧୩୯)ସୁକୁ ମଦରଙ୍ଗା ଶାଗ*

*(୧୪୦)ସଲୋଜ ଶାଗ*


.*... ଆଉ ଆମ ଓଡ଼ିଶାର ଯେଉଁ ଶାଗ ନାଁ ଲେଖିପାରିଲିନି ଜଣାଇଲେ ଯୋଡ଼ିଦେବା।* *ସ୍ଥାନଅନୁସାରେ ଶାଗର ନାଁ ରେ ଟିକିଏ ଭିନ୍ନତା ଆସିପାରେ ।*

( *ଆମେ ଆମ ଶାଗ ସମୂହକୁ ଭୁଲିଯିବା ଆଗରୁ ମନେପକାଇବା ଓ ଆମ ପର ପିଢିଙ୍କୁ ଜଣାଇବା ଆମର ଦାୟୀତ୍ୱ)*

*...ଆମେ ଓଡ଼ିଆ ଆମ ଓଡ଼ିଶା...*

[12/22, 7:25 AM] Dr.Shankar D Mishra: *ସଙ୍ଗତି ଉପରେ ସ୍ଵାମୀ ବିବେକାନନ୍ଦଙ୍କ ମନୋରମ ଉଦାହରଣ:-*


ସଙ୍ଗତି ଉପରେ ବୁଝାଇବାକୁ ଯାଇ ସେ କହିଥିଲେ," ଆକାଶରୁ ପଡ଼ୁଥିବା ଜଳ ଟୋପା ଯଦି ହାତରେ ଧରାଯାଏ, ଏହା ପାନ କରିବା ପାଇଁ ଅତ୍ୟନ୍ତ ଶୁଦ୍ଧ ହୋଇଥାଏ । ଯଦି ଏହା ନର୍ଦ୍ଦମାରେ ପଡିଗଲା ତେବେ ଏହାର ମୂଲ୍ୟ ଏତେ କମିଯାଏ ଯେ ଏହା ପାଦ ଧୋଇବା ପାଇଁ ମଧ୍ୟ ଉପଯୁକ୍ତ ହୋଇ ନଥାଏ । ଏହା ଯଦି ଉତ୍ତପ୍ତ ପାତ୍ର ଉପରେ ପଡିଯାଏ ଏହା ବିନାଶ ହୁଏ । ଏହା ଯଦି ପଦ୍ମ ପତ୍ର ଉପରେ ପଡେ ଏହା ଏକ ମୁକ୍ତା ଭଳି ଚମକି ଉଠେ ଓ ପରିଶେଷରେ ଯଦି ଏହା ଶାମୁକା ଉପରେ ପଡ଼େ ଏହା ଏକ ମୁକ୍ତା ରେ ପରିଣତ ହୋଇଥାଏ । ପାଣି ଟୋପା ସବୁଠି ସମାନ ଥାଏ କିନ୍ତୁ ଏହାର ଅସ୍ତିତ୍ବ ଓ ମୂଲ୍ୟ ନିର୍ଭର କରେ ଯାହା ସହିତ ଏହା ସଙ୍ଗିତ କରେ ।


ଯେଉଁ ମାନଙ୍କର ହୃଦୟ ଉତ୍ତମ ସବୁବେଳେ ସେଇ ଲୋକମାନଙ୍କ ସହ ସଙ୍ଗିତ କରନ୍ତୁ ।   

                                                         ✿❁❣️༒ *ଜୟ ଜଗନ୍ନାଥ* ༒❣️❁✿

[12/22, 10:32 AM] Rajendra Mishra, Principal Biraja: 💝 ଆଜିର ଅନୁଚିନ୍ତା 💝

🌷🌻 (ତାରିଖ-29/03/2022) 🌷🌻 


     ଜୀବନରେ ଏତେ ଭୁଲ୍ କରନାହିଁ ଯେ ପେନସିଲ ପୂର୍ବରୁ ରବର ସରିଯିବ !ଆଉ ରବରକୁ ଏତେ ଘସ ନାହିଁ ଯେ ଜୀବନର ଫର୍ଦ୍ଦ ଚିରିଯିବ !

                                                                                        ଅସଲ ଶତୃ ସେ ନୁହେଁ ଯିଏ ତୁମ ସହିତ ଖୋଲାଖୋଲି ଲଢୁଛି,ଅସଲ ଶତୃ ହେଉଛି ସିଏ ଯିଏ ତୁମକୁ ମିତ୍ର ଆଚରଣ କରି ପଛରେ ଷଡଯନ୍ତ୍ର କରୁଛି ।


     ଶୀତ ସକାଳର କୁହୁଡି ବି ଆମକୁ ଏକ ଶିକ୍ଷା ଦିଏ,ରାସ୍ତା ଯେତିକି ପର୍ଯ୍ୟନ୍ତ ଦେଖା ଯାଉଛି କିଛି ଚିନ୍ତା ନକରି ସେତିକି ଯାଅ ସେଠି ପହଞ୍ଚିବା ପରେ ରାସ୍ତା ଆପେ ଆପେ ଦେଖାଯିବ ।


   ଯେତେ ତୀର୍ଥ ଜାଗାକୁ ଗଲେବି ,ଯେତେ ଭକ୍ତିରେ ପୂଜା କଲେବି,ଯଦି କର୍ମ ଓ ବ୍ୟବହାର ଭଲ ନ ଥାଏ ତେବେ ସେଗୁଡିକର କିଛି ବି ମହତ୍ତ୍ୱ ରହିବ ନାହିଁ । 


   ସମୟ,ଶକ୍ତି,ଶରୀର,ପଇସା ସବୁ ସମୟରେ ସହଯୋଗ କରିନଥାଏ ଜୀବନରେ ।କିନ୍ତୁ ଭଲ ବ୍ୟବହାର,ଭଲ ଭାବନା ଶକ୍ତି,ଭଲ ଆଧ୍ଯାତ୍ମିକତା,ଭଲ ଆନ୍ତରିକତା ସବୁ ସମୟରେ ସାହାଯ୍ୟ କରିଥାଏ ।


  ପ୍ରକୃତ ଭଲ ପାଇବା ସିଏ ନୁହେଁ ଯିଏ free ଟାଇମ୍ ରେ ତୁମ ସହ କଥା ହେବ ---

          ପ୍ରକୃତ ଭଲ ପାଇବା ସିଏ ଯିଏ ଯେତେ ବ୍ଯସ୍ତ ଥିଲେ ବି ତୁମ ପାଇଁ Time ବାହାର କରି ପାରିବ ।


     

          🙏🙏 ଓଁ ଗୁରୁ ଗୋବିନ୍ଦାୟ ନମଃ 🙏🙏

[12/23, 8:29 AM] Dr.Shankar D Mishra: ମନେପଡେ ପିଲାଦିନ ମାଟିକାନ୍ଥ ଚାଳଘର,

ହାଣ୍ଡିଶାଳେ ଝୁଲୁଥିବା ଆଟିକାରେ କ୍ଷୀର ସର ।


ଭଲ ଲାଗେ ମାର୍ଗଶୀର ମାଣବସା ଗୁରୁବାର ,

ଘରଟାର ସୁନ୍ଦରତା ଝୋଟି ପକା କାନ୍ଥ ତାର ।


ବାଡିପଟ ଢ଼ିଙ୍କି ଶାଳ , ଧାନ ଉଁଷା ଚୁଲିମୁଣ୍ଡ,

କାଦୁଅରେ ସରସର, ଅଙ୍କାବଙ୍କା ଗାଆଁ ଦାଣ୍ଡ ।


ମନଲୋଭା ଘରମଝି ଦୁଆରରେ ଡଙ୍ଗା ଭସା,

ମିଞ୍ଜିମିଞ୍ଜି ଆଲୁଅରେ ସନ୍ଧ୍ୟା ବେଳ ଅଙ୍କ କଷା ।


ଘର ଛାଆ ସକାଳର ଗୁଡ଼ ମିଶା ଚୁଡ଼ା କଂସା,

ସୁଆଦିଆ ଭାରି ଲାଗେ ବୋଉ ହାତ ମାଂସକଷା ।


ଭଲ ଲାଗେ ପିଲାବେଳେ ଅମାରରୁ ଧାନକଢା,

ବଡ଼ବଡ଼ କଖାରୁରେ ସୁନ୍ଦର ସେ ଘର ପିଢ଼ା ।


ମନେପଡେ ସେଦିନର ସାଙ୍ଗସାଥୀ ମରାମରି,

ପୁଅଝିଅ ଏକାକାର ଗୋଡ଼ି ଡିଆଁ ,ବୋହୁ ଚୋରି ।


ଘରପାଖ ପୋଖରୀରେ ଅଧା ଓଳି ପହଁରିବା,

ଗୁରୁଙ୍କର ନିର୍ଦ୍ଦେଶରେ ଗୋଡିରଖି ଆଣ୍ଠେଇବା ।


ଆଣ୍ଠୁ ମଧ୍ୟେ ଭିଡିଧରି ବାରିକର ଚୁଟିକଟା, 

ମନାକଲେ କାନଧରି ଉଠବସ୍ ଘଣ୍ଟା ଘଣ୍ଟା।


ମନେପଡେ ଦଣ୍ଡାର ସେ ଖଟାମିଠା ଜାମୁକୋଳି,

ଘରପାଖ ଧାନବିଲ ଦଳଭର୍ତ୍ତି ପାଟନାଳି।


ଧାନବିଲ ହିଡମୁଣ୍ଡେ ଖଇଁଚିରେ ମାଛମରା,

ମନେପଡେ ଖେଳଛୁଟି, ସାଙ୍ଗ ମେଳେ କଙ୍କିଧରା।


ସ୍ମୃତି ସବୁ ମନେ ପଡି ନୟନଟା ଭରାଭରା, 

ଭାବି ଭାବି ଖୁସିରେ ମୁଁ ହେଉଅଛି ଆତ୍ମହରା ।।


            ଜଗନ୍ନାଥ ଶରଣମ୍ ଜୀ ।

                   🙏🌹🙏

[12/24, 10:05 AM] Dr.Shankar D Mishra: *ସାଙ୍ଗ ମାନେ ଚାଲିଲ , ଟିକିଏ ଜିଇଁ ଶିଖିବା* 


ଆସିଲ କି?

ଦୁଆର ଖୋଲା ଅଛି

ସିଧା ଭିତରକୁ ପଶି ଆସ।


ନା, ଟିକିଏ ରୁହ।

ଦୁଆର ବନ୍ଧ ପାଖରେ ପାପୋଛ ପଡିଛି

ନିଜର ଅହଙ୍କାର ସବୁ ସେଥିରେ ପୋଛି ନିଅ।


ଚାଳିଆ ରେ ମଧୁମାଳତି ଫୁଟିଛି

ତାର ବାସ ବି ମହକୁଛି

ସେଠି ଅସନ୍ତୋଷ ସବୁ ଛାଡ଼ି ଦେଇ ଆସ।


ଅଗଣାରେ ତୁଳସୀ ଚଉରା ଅଛି

ମନର ଉଚ୍ଚାଟପଣ ସବୁ

ସେଇଠି ଓଜାଡ଼ି ଦେଇ ଆସ।


ବ୍ୟସ୍ତତା ସବୁଙ୍କୁ ବାହାର କାନ୍ଥ କଣ୍ଟା ରେ

ଟାଙ୍ଗି ଦେଇ ଆସ।


ଜୋତା ସାଥିରେ ନକାରାତ୍ମକ

ଚିନ୍ତାଧାରାକୁ ବାହାରେ ଓହ୍ଲେଇ ଦେଇ ଆସ।


ଗାଁ ଦାଣ୍ଡରେ ପିଲା ମାନେ 

ହୋ ହଲ୍ଲା କରି ଖେଳୁଛନ୍ତି,

ସେମାନଙ୍କ ପାଖରୁ ଟିକିଏ ଦୁଷ୍ଟାମୀ

ଚୋରେଇ ନେଇ ଆସ।


ପିତଳ ଗାମଲା ରେ 

ଗୋଲାପ ଫୁଲ ଦୋଳି ଖେଳୁଛି

ତାପାଖରୁ ତୋଡାଏ ଖୁସି 

ଛିଣ୍ଡେଇ ନେଇ ଆସିବ।


ଆସ, ତୁମର ଦୁଃଖ ସବୁ ମତେ ଦେଇଦିଅ।

ବସ, ଖୁସି ର ପଙ୍ଖା ହଲେଇ 

ମୁଁ ତୁମର ଥକାପଣ ଦୂର କରି ଦିଏ।


ତୁମ ପାଇଁ ସଞ୍ଜ କୁ ସଜେଇ ଦେଇଛି

ସୂର୍ଯ୍ୟଙ୍କୁ ଚକ୍ରବାଳ ଉପରେ ଅଟକେଇ ରଖିଛି

ନାଲି ମୁରୁଜର ଝୋଟି ଆଙ୍କିଛି ଆକାଶ ରେ।


ପ୍ରେମ ଓ ବିଶ୍ବାସ ର ମିଞ୍ଜି ମିଞ୍ଜି ଆଞ୍ଚ ରେ

କେଟଲି ବସେଇ ଚା ଫୁଟେଇଛି।

ଧିରେ ଧିରେ ପିଇବ।


ହଁ ଶୁଣ, ଜୀବନ ଟା ଜିଇଁବା ଆସ, 

ଏତେ କଷ୍ଟକର ବି ନୁହେଁ ମ !!!

ସୁଖ ଓ ଦୁଃଖ, ଆସୁଛି ଓ ଆସୁଥିବ,

ମାତ୍ର, ଆମ ବନ୍ଧୁତ୍ୱ ପିଲାଦିନରୁ

             ଅଛି, ଥିବ ଓ ଚୀରଦିନ ରହିଥିବ ।।

🌹😃💞🤣❤️😍😄❤️💞🌹

[12/24, 10:31 AM] Rajendra Mishra, Principal Biraja: . *_♨️🙏🏻ଆଜିର ଅନୁଚିନ୍ତା 🙏🏻♨️_*   

  

     *🏪ତାରିଖ :୨୪.୧୨.୨୦୨୨ ଶନିବାର*

⚜⚜⚜⚜⚜⚜⚜⚜⚜⚜⚜


*📝 ଧନ ଜନ ନେଇ ଗର୍ବ କର ନାହିଁ*

    *କିଛି ନୁହେଁ ଚିରସ୍ଥାୟୀ ।*

*ଜୀବନ ଟି ଏଠି ପାଣିର ଫୋଟକା*

    *ଆଜି ଅଛି କାଲି ନାହିଁ ।*    


*📝 ଶିକ୍ଷା ହେଉଛି ପ୍ରତ୍ୟେକ ମନୁଷ୍ୟର ସବୁଠାରୁ ଭଲ ବନ୍ଧୁ, କାରଣ ଏହା ଆପଣଙ୍କୁ ସବୁବେଳେ ସମ୍ମାନର ଅଧିକାର ଦେଇଥାଏ ।*


*📝 ସର୍ବଦା "ଅପଚୟ" ଓ "ଅହଙ୍କାର" ଠାରୁ ଦୂରେଇ ରୁହନ୍ତୁ ,ଆଉ ଏହା ବି ମନେ ରଖନ୍ତୁ ଯେ ତୁମେ ଏ ପୃଥିବୀରେ ଅତିଥି , ମାଲିକ ନୁହେଁ ।*


*📝 କୌଣସି Relationship ରେ କେବେ ହେଲେ କାହା ପ୍ରତି ego ରଖିବା ଉଚିତ୍ ନୁହେଁ। ସେଥିପାଇଁ ଆପଣଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ ।*


                   *✳ଶୁଭ ସକାଳ✳*

       *🌹🌸🙏ଜୟ ଶ୍ରୀକୃଷ୍ଣ🙏🌸🌹*

        _*ଦିନଟି ଆପଣଙ୍କର ମଙ୍ଗଳମୟ ହେଉ*_

▪️▪️▪️▪️▪️▪️▪️▪️▪️▪️▪️

[12/22, 5:35 PM] N. C Bibasini:

ଶ୍ରୀ ଜଗନ୍ନାଥ

ବଡଦେଉଳର ବଡଠାକୁର ତୁ

ବଡଖିଆ ଜଗନ୍ନାଥ,

ସିଂହାସନ ପୁଣି ରତ୍ନ ସିଂହାସନ

କ୍ଷେତ୍ର ପୁଣି ଶିରୀକ୍ଷେତ୍ର। 

ଅନ୍ନ ଅଟେ ତୋର ଶ୍ରୀ ମହାପ୍ରସାଦ

ଦାଣ୍ଡ ପୁଣି ବଡଦାଣ୍ଡ,

ବାନା ଅଟେ ପୁଣି ପତିତପାବନ

ତ୍ରିତାପୁ ମିଳେ ମୁକତ। 

ମୃତ୍ୟୁଦ୍ୱାର ପୁଣି ସ୍ୱର୍ଗଦ୍ୱାର ଅଟେ

ପଣ୍ଡା ଅଟେ ବଡ ପଣ୍ଡା,

ଛତିଶା ନିଯୋଗ ସେବାୟତ ପୁଣି

ସେବା ପଣେ ତୋର ଖଞ୍ଜା। 

କୃଷ୍ନଙ୍କର ସର୍ବ ଅଂଶ ଲୀନ ପରେ

ଯାହା ରହିଲା ଅବଶ୍ୟ,

ବାର ବରଷରେ ନୂଆ ଶରୀରରେ

ରଖାଯାଏ ସେହି ଘଟ। 

ସ୍ୱୟଂ ନାରାୟଣ ମର୍ତ୍ତ୍ୟ ବୈକୁଣ୍ଠରେ

କରୁଛୁ ତୁ ଲୀଳା ଖେଳା,

ମୁ ଖ ପ୍ରକ୍ଷାଳନ ଠାରୁ ଯେ ଶୟନ

ନୀତିରେ ସେବକ ଧରା। 

ଛପନ ଭୋଗର ଅଶେଷ ମାହାତ୍ମ୍ୟ

ତୋ ନିର୍ମାଲ୍ୟ ମୁକ୍ତିପଥ,

ଏଇଠୁ ଥାଇ ମୁଁ କରେ ପ୍ରଣିପାତ

ଘେନା କର ଜଗନ୍ନାଥ। 


ବିବାସିନୀ ପଟ୍ଟନାୟକ

କାଳୁପଡା ଘାଟ

ଖୋର୍ଦ୍ଧା

[12/23, 8:35 AM] N. C Bilasini Prusty:

ବଡ଼ ସିଂହାର ବେଶ 🙏

  🙏ଜୟ ଜଗନ୍ନାଥ 🙏

🏵️🏵️🏵️🏵️🏵️🏵️

ରସିକ ନାଗର ରାଧା ଚିତ୍ତ ଚୋର

ମହାଲକ୍ଷ୍ମୀ ପ୍ରାଣଧନ

ଜୟଦେବ ଗୀତ ଗୋବିନ୍ଦ ଶୁଣନ୍ତି

ପ୍ରତ୍ୟେକ ରାତ୍ର ମୋହନ 

ଖଣ୍ଡୁଆପାଟକୁ ବଡ଼ସିଂହାର ର

ବେଶରେ ହୋଇ ସଜ୍ଜିତ

ଅନୁପମ ଶୋଭା ଚହଟଇ ବାସ

ରସିକ କମଳା କାନ୍ତ

ନିତ୍ୟ ସନ୍ଧ୍ୟା ଧୂପ ମଇଲମ ପରେ

ଚନ୍ଦନ ଚର୍ଚ୍ଚିତ ହୋଇ

ଗୀତ ଗୋବିନ୍ଦ ରୁ ପଦଟେ ଶୁଣିଲେ

ନିଦ୍ରାଦେବୀ ଘାରିଥାଇ

ଚନ୍ଦନ, କସ୍ତୁରୀ, କର୍ପୁର ଲେପନ

ପୁଷ୍ପେ ହୁଏ ସାଜ ସଜ୍ଜା

ଶିରରେ ଚନ୍ଦ୍ରିକା ଫୁଲରେ ତିଳକ

ଝୁମ୍ପା, ନାକୁଆସୀ ଖଞ୍ଜା

ନାସିକାରେ ଗୁଣା ଅଧରେ ଦୟଣା

ଅଧର ମାଳି ପିନ୍ଧଇ

ମକର କୁଣ୍ଡଳ ହୃଦେ ଶ୍ରୀ ପଦକ

ପୟର ମାଳା ଲମ୍ବାଇ

କଟିଦେଶେ କେଳି ପଦକ କୌସ୍ତୁଭ

ଦୁଇ ଭୂଜେ ପଞ୍ଚସରି

ଦ୍ବାଦଶ ପୁଷ୍ପାଳଙ୍କାର ଲାଗି ହୁଏ

ବଡ଼ ସିଂହାର ତାହାରି

ଭିତର ପୁରକୁ ଗମନ କରନ୍ତି

ଶ୍ରୀହରି କମଳା କାନ୍ତ

ଲକ୍ଷ୍ମୀଠାକୁରାଣୀ ଚାହିଁ ରହିଥାନ୍ତି

ବିଶ୍ରାମ ନିଅନ୍ତି ନାଥ

ମାନବର ଧର୍ମ ଲୀଳା ଖେଳା ମାନ

କରନ୍ତି ଜଗତ ସାଇଁ

ବଡ଼ସିଂହାର ବେଶ ଲାଗି ହୁଅନ୍ତି

ପ୍ରକୃତି ପୁରୁଷ ହୋଇ

ପ୍ରକୃତି ପୁରୁଷ ହୋଇ

ବିଳାସିନୀ ପୃଷ୍ଟି, ଭୁବନ, ଢେଙ୍କାନାଳ 🙏🙏

[12/23, 10:10 AM] N. C Bibasini:

ବଉଳ ଅମାବାସ୍ୟା

ଓଡିଆ ସଂସ୍କୃତି ପ୍ରଥା ପରମ୍ପରା

ଆଧ୍ୟାତ୍ମିକ ତତ୍ତ୍ୱ କଥା,

ଦିନକୁ ଦିନ ତ ବିଲୁପ୍ତ ହେଲାଣି

ଉତ୍କଳୀୟପୂର୍ବ ଗାଥା। 

ବାରମାସେ ତେର ପର୍ବ ପ୍ରଚଳିତ

ପଞ୍ଚତତ୍ତ୍ୱ ପ୍ରକୃତିର,

ପୁଣି ବି କିଛିଟା ଈଶ୍ୱରୀୟ ଭାବେ

ପୂଜାବିଧିର ପ୍ରକାର। 

ସବୁର ପ୍ରଭାବ ରହିଛି ଧରାରେ

ମଣିଷ ଜୀବନ ସାଥେ,

ଆଧୁନିକଢଙ୍ଗେ ଭୂଲିଛି ସେତତ୍ତ୍ୱ

ଦିନେ ବୁଝିବ ସେ ନିଶ୍ଚେ। 

ପୌଷମାସର ବକୁଳ ଲାଗିରେ

ଦେବତାହୁଅନ୍ତିତୁଷ୍ଟ,

ଆମ୍ବଗଛ ମୂଳେ ଲିପି ଗୋବରରେ

ସ୍ଥାନ କରାଇ ପବିତ୍ର। 

ହଳଦୀ ଚନ୍ଦନ ସିନ୍ଦୁର ଲଗାଇ

ଚୂନାରେ ଗଇଁଠା କରି,

ବିଧି ମତ ଭାବେ ବଉଳ ସାଥୀରେ

ସଜା ସରଞ୍ଜାମ ଧରି। 

ପୂଜା ପରେ ମନେ କରେ ସମ୍ଭାଷଣ

ଦିଅହେ ପ୍ରଚୁର ଫଳ,

ଅନ୍ତ୍ର ଦୁର୍ବଳରେ ଆଜି ପରା ଦିନେ

ଖାଆନ୍ଥି ସର୍ବେ ବଉଳ। 

ତ୍ରେତୟା ଯୁଗରେ ଅଶୋକା ବାଟୀରେ

ସୀତାଙ୍କ ବ୍ୟଥାକୁ ଦେଖି,

ତ୍ରିଜଟା ବିଶ୍ୱାସେ ଆମ୍ବ ଗଛପାଖେ 

ସୀତାଙ୍କ ସଂପର୍କ ରଖି। 

ସେଇ ପରମ୍ପରା ଆଜି ବି ଉଛୁଳେ

ଆମ୍ବ ବଉଳକୁ ଘେନି,

ବଉଳ ବସନ୍ତି ଜୀବନର ଯାଏଁ

ସଙ୍ଗତ୍ୱ ଭାବ ପ୍ରମାଣି। 

ଜଗନ୍ନାଥଙ୍କର ସକାଳ ଧୂପରେ

ବଉଳ ଗଇଁଠା ତାଟ

ଭୋଗ ଲାଗି ହୋଇ ଅମାବାସ୍ୟା ପ୍ରଭୁ

ଯାଆନ୍ତି ସାଗର ତଟ। 

ବନ୍ଦାପନା ପରେ ଫେରି ଆସନ୍ତି ସେ

ନାନା କାହାଣୀ ରହିଛି,

ହିଦ୍ଦୁ ପରମ୍ପରା ଜଗାର ସଂସକୃତି

ଭୂଲନି ମିନତୀ କରୁଛି। 

ବିବାସିନୀ ପଟ୍ଟନାୟକ

କାଳୁପଡା ଘାଟ

ଖୋର୍ଦ୍ଧା

[12/23, 11:22 AM] N. C amma9785:

ଆଶିଷ 🙏🙏✍️✍️

************

ଆଶିଷ ତୁମର  ଢାଳି ଦିଅ ହରି

ଚରଣେ ଶରଣ ଗଲି,

କଲମ ଟି ମୋର ଗୀତି କବିତା ଟି

ଲେଖି ଯିବ ହଲି ଝୁଲି. !!

ପାବନ ପୁରୁଷ ଶ୍ରୀ ପୁରୁଷୋତ୍ତମ

ଏ ସବୁ ତୁମରି କୃପା,

ତୁମେ ନ ଧରିଲେ ଆଶିଷ ନ ହେଲେ

ଜଳିବ କି ଜ୍ଞାନ ଦୀପ !!

ତୁମ ନାମ ଗାନ ତୁମ ନାମ ଧ୍ୟାନ

ତୁମ ଦରଶନ ବିନା,

ନିତ୍ୟ ନିରନ୍ତର. ନିଜ ଜୀବନ ର

ନିଜେ ହୁଏ ଆନ ମନା  !!

ଭାବଗ୍ରାହୀ ଆହେ ଭାବ ର ଠାକୁର

ମୋ ଭାବ କୁ ବୁଝି ପାର,

ଭବ ସାଗର ରେ ଭାସୁଛି ବୁଡୁଛି

ଏ ଭବୁ ଉଦ୍ଧାର କର,

ଏ ସବୁ ସମ୍ମାନ, ମାନପତ୍ର ମାନ

ତୁମ କରୁଣା ଶ୍ରୀ ହରି,

ଗର୍ବ ଅହଂକାର ନ ଦିଅ ମୋ ମନେ

ଏତିକି ମାଗୁଣି ମୋରି!!

ପତିତ ପାବନ ଶ୍ରୀ ମଧୁସୂଦନ

ଗରବ ଗଞ୍ଜନ ଦେବ,

ମୋ ହୃଦ ରେ ଆସି ବିରାଜିତ ହୁଅ

କୃପାକର ପଦ୍ମନାଭ  !!

**********************

ଲକ୍ଷ୍ମୀ,,,,ବ୍ରହ୍ମପୁର,,,,ଗଞ୍ଜାମ

[12/23, 3:18 PM] N. C Pratap Kishore Rout: *ସପନ ଦୀପରେ ଆଶା ସଳିତା*

-----------💝💝💝----------

    *ପ୍ରତାପ କିଶୋର ରାଉତ*

ସପନ ଦୀପରେ ଆଶାର ସଳିତା

         ଜଳୁଛି ଅନବରତ

କିଏ ଜାଣେ ଅବା ସେହି ସପନ ଯେ

       ମିଛ ଅବା ହେବ ସତ ।୧।


ଜୀବନର ପଥ ବଡ଼ ଅଙ୍କା ବଙ୍କା

       ପଥିକ ହୁଅଇ ଭ୍ରମ

କାହା ଭାଗ୍ୟେ କିବା ଲେଖିଥାଏ ବିଧି

       ଜାଣିବା ବଡ଼ ବିଷମ ।୨।


ଏମିତିବି ହୁଏ ରାତି ସରି ଯାଏ

       ସପନ ରହେ ଅଧୁରା

ଆଶାର ସଳିତା ନିମିଷେ ଲିଭଇ

      ପଥ ଲାଗଇ ଅଫେରା ।୩।


ଖିଆଲରେ ନର ଦେଖୁଟାଏ ସତେ

      କେତେଯେ ଦିବା ସପନ

ସେ ସପନ କେବେ ହେବନି ପୂରଣ

     ବୁଝେ ନାହିଁ ମୁଢ ମନ ।୪।


ସପନ ଟି ସତ ହୋଇବ ନିଶ୍ଚୟ

      ହେବ ଯଦି ଦୃଢମନା

ପରିସ୍ଥିତି କେବେ ରୋକି ପାରିବନି

     ପୂରଣ ହେବ ବାସନା ।୫।


ନିଷ୍ଠା ଓ ବିଶ୍ୱାସ ଅଧ୍ୟବସାୟ ରେ

      ସପନ ହୁଅଇ ସତ

ନିୟତି କପାଳେ ଲେଖିଦେଇଥାଏ

     ଜୀବନର ଜୟ ଗୀତ।୬।


ଶୋଇ ରହି ଯିଏ ସପନ ଦେଖଇ

     ସେ ସପନ ମୂଲ୍ୟ ହୀନ

ଜାଗ୍ରତ ହୋଇ ଯେ ସପନ ଦେଖଇ

     ସେ ସପନ ଚିରନ୍ତନ ।୭।


-----------////////////------------


*ତେନ୍ତୁଳିପଦୀ , ହାଟଡ଼ିହି , କେନ୍ଦୁଝର*


           

[12/23, 3:58 PM] Kmsghar "ଦୀନକୃଷ୍ଣ କବିତା ମହାମଞ୍ଚ "-(ସମ୍ପାଦକ): ହେବ ଲୋକ ହସା 

==========



ବାଟିକା ସମ୍ପତ୍ତି          ମାଲିକାନା ବୋଲି 

          ଶୁଭୁଥାଏ ମୁଖେ ଭାଷା 

ଭୋକିଲା ପେଟର       କାହାଣୀ ବଖାଣି 

          ହୁଅ କାହିଁ ଲୋକ ହସା ।।

           

ନଭଶ୍ଚୁମ୍ବି  ପରି           ପ୍ରାସାଦ  ବୋଲାଅ

           ଆଉ କିଛି ନାହିଁ ଆଶା 

ମୁଣ୍ଡ ଗୁଞ୍ଜିବାକୁ            ମୁଣ୍ଡ  ଗଢାଇକି 

          ହୁଅ କାହିଁ ଲୋକ ହସା ।।


ଗଣ୍ଡେ ପୁତ୍ର ବୋଲି         ବୋଲାଅ ବ୍ରହ୍ମାଣ୍ଡ

           ମାଡିଯାନ୍ତି ଚାରି ଦିଶା 

ବଂଶ ପିଣ୍ଡ ଦାନେ         କଥା ଭାବି ତେବେ 

           ହୁଅ କାହିଁ ଲୋକ ହସା ।।


ନାନା ଅନୁଷ୍ଠାନ           ପ୍ରମାଣ ସାଉଁଟି

           ଚାକିରୀକୁ କଲ ପେସା 

ଚାକିରୀର କ୍ଷେତ୍ରେ        ଅପାରଗ ବୋଲି 

           ହୁଅ କାହିଁ ଲୋକ ହସା ।।


ଦେଶ ସୁରକ୍ଷାରେ          ମନ ବଳାଇଲେ 

             ଜାତିକୁ ମିଳେ ଭରଷା 

ସଇନିକ  ହୋଇ           ଶତ୍ରୁକୁ  ଡରିଲେ 

            ହେବ ସିନା ଲୋକ ହସା ।।


ଭଲପାଇ ଯେବେ           ଆଗକୁ  ବଢିବ 

              ତୁମକୁ କରିବେ ଆଶା 

ସେଇ ମୂଲ୍ୟ ଯେବେ       ଦେଇ ନ ପାରିବ 

             ହେବ ସିନା ଲୋକ ହସା ।।


ଜୀବ ପାଇଁ କିଛି            କର୍ମ ଇଛା ଥିଲେ 

            ସେବାକୁ କରିବ ନିଶା  

ବିଚ୍ୟୁତି ହୋଇଲେ           ଲକ୍ଷ୍ୟଟି ଜାଣିବ 

           ହେବ ସିନା ଲୋକ ହସା ।।


ହରି ନାମ ଧରି             ଯିବା ପାଇଁ ତରି 

           ଧରମେ ବାନ୍ଧିବ  ବସା

କୁତ୍ସିତ କର୍ମରେ              ରହିଥିଲେ ଲିପ୍ତ 

          ନିଶ୍ଚେ ହେବ ଲୋକ ହସା ।।


ଜ୍ଞାନୀ ସଂଗେ ଯଦି         ସତସଙ୍ଗ ଯାଉଛ 

            ରଖି ଜ୍ଞାନର ପିପାସା 

ସଭା ସ୍ଥଳେ ଯେବେ       ଅଜ୍ଞାନୀ ବୋଲିବେ

          ହେବ ସିନା ଲୋକ ହସା ।।


ତିଳକ ଚନ୍ଦନ            ଲେପି ଦେଇ କଲେ 

           ସାଧୁ ସଙ୍ଗେ ଉଠାବସା 

ମୌକା ପାଇଲେ           ତଣ୍ଟି କାଟୁଥିଲେ 

          ହେବ ସିନା ଲୋକ ହସା ।।

       ------------#------------


ନିକୁଞ୍ଜ କୁମାର ଘୋଷ ।

ସା-ମାଧବପୁରପୋ-ଲକ୍ଷ୍ମଣନାଥ ଥାନା-ଜଳେଶ୍ୱର ଜିଲ୍ଲା-ବାଲେଶ୍ବର ଓଡିଶା ।ପିନ୍-756032 .ମୋ-8144851045 .

[12/24, 8:38 AM] N. C6: ଦୀପଟିଏ ମୋତେ କରିଦିଅ ପ୍ରଭୁ


କରୁଛି ଗୁହାରି ଆହେ ନରହରି

ଦୀପଟିଏ ମୋତେ କର

ନିତି ଜଳୁଥିବି ଆଲୋକ ଦେବାକୁ

ବନ୍ଦୁଛି ତୁମ ପୟର।


ଆନ ପାଇଁ ମୋର ଜନ୍ମ ହେଉ ସାର

ଅସମୟେ ଦରକାର

ବ୍ରତ ହେଉ ମୋର ପର ଉପକାର

ଆଶିଷ ରହୁ ତୁମର।


ଛୋଟ  ହେଉ ପଛେ  ଦୁଃଖ ନାହିଁ ତିଳେ

କର୍ମ ତ ମହତ  ହେଉ

ପର ହିତ ପାଇଁ ଯାଉ ମୋ ଜୀବନ

ଏତିକି ମାଗୁଣା ହେଉ।


ଧନ୍ୟ ହେବି ପ୍ରଭୁ  ପୁର୍ଣ ହେଲେ ଆଶା

କାମନା ବାସନା ମୋର

ଆବଶ୍ୟକ ନାହିଁ  ଏ ମାୟା ସଂସାର

ଏତିକି ପ୍ରାର୍ଥନା ମୋର।


@ ରମେଶ ଚନ୍ଦ୍ର ପ୍ରଧାନୀ

ବଲାଙ୍ଗୀର

No comments:

Post a Comment