Thursday 14 March 2024

ଓଡ଼ିଆ କବିତା "ମାନିବା ଆସ....." / TRANSLATED ENGLISH POEM "LET'S OBEY AND CARRY OUT......"


ମାନିବା
ଆସ.....


ହାତ କହିଲା ଭଲ କାମରେ
ଲଗାରେ ମତେ ନିତି,

ଭଲ କାମଟି କରିଲେ ତୁହି
ସବୁଠି ଯିବୁ ଜିତି ।।


ପାଦ କହିଲା ସଞ୍ଜ ସକାଳେ
ଖେଳ କୁଦରେ ଲଗା,

ଏମିତି କଲେ ଅକାଳେ ଆସି
ରୋଗ ଦେବନି ଦଗା ।।


କାନ କହିଲା ଭଲ କଥାକୁ
ନିତି ଶୁଣିବା ପାଇଁ,

ଲଗାରେ ମତେ ଏଇ କାମରେ
କରି ଜମାନାହିଁ।।


ପାଟି କହିଲା ନିଇତି ତୁହି
କହିବୁ ଭଲ କଥା,

ଭଲ ପାନୀୟ ଭଲ ଖାଦ୍ୟକୁ
ଦେବାକୁ ଘୁରା ମଥା ।।


ଆଖି କହିଲା ଭଲ ଦେଖାରେ
ଲଗାଉଥିବୁ ମତେ,

ଖରାପ ଜମା ଦେଖାଇବୁନି
କହି ଦେଉଛି ତତେ ।।


ମୁଣ୍ଡ କହିଲା ଭଲ ଚିନ୍ତାରେ
ଲଗାଉଥିଲେ ବାବୁ,

ଦୁଃଖ ସମସ୍ୟା ରୋଗ ଯନ୍ତ୍ରଣା
କରିବ ନାହିଁ କାବୁ ।।


ପେଟ କହିଲା ସୁଷମ ଖାଦ୍ୟ
ମୋ ଦେହେ ଭରି ଦେବୁ,

ଅଖାଦ୍ୟ ଦେଇ ନିଇତି କାହିଁ
ହଇରାଣ ତୁ ହେବୁ ।।


ମନ କହିଲା କହୁଛି ତତେ
ବିବେକ କଥା ମାନି,

ଚଳାଉଥିବୁ ନିଇତି ମତେ
ହେବନି କିଛି ହାନି ।।


ଶରୀର ଆମ କହୁଛି ଯାହା
ମାନିବା ଯଦି ତାକୁ,

ଇଛା ହୋଇବ ସୁସ୍ଥରେ ରହି
ଆମେରେ ବଞ୍ଚିବାକୁ ।।


Copyright : ଭକ୍ତ ଚରଣ ସାହୁ, ବାଲିଚନ୍ଦ୍ରପୁର, ଯାଜପୁର 
୯୪୩୭୨୭୬୬୩୩

 

LET’S OBEY AND CARRY OUT…..

 

The Hand said,

“Do use me daily on missions noble

So that everywhere you can win the battle.”

The foot said,

“Do use me on games at dawn and dusk merrily

So that diseases will fear to frighten you untimely.”

 

The ear said,

“Do listen to what’s only good and useful

And never say ‘No’ to make the most like a fool.”

The mouth said,

“Do ever speak in the just and dignified ways 

Let pure drinks and healthy diets make your days.”

 

The eye said,

“Let me be utilized to see what’s beautifully good,

Else I’ll lose my cool remember you should.”

The brain said,

“Let me ever be used to think high and virtuous

Lest out of grief, woes and aches you should cry.”

The stomach said,

“Do ever eat nutritious food for my health,

For unhygienic ones will pain and pester you till death.”

The mind said,

“If you lead me guided by Conscience and Scruple,

You’ll never confront in life difficulty and trouble.”


Hark! If we obey and carry out what our body says,

We'd then expect to live a sound life nights and days.

Image Courtesy : The rightful owner

Copyright: Dr. Shankar D Mishra, Sr. Lecturer in English, Bhubaneswar, Odisha, Bharat
Please share this poem to your friends. Thank you. 🌹🙏

No comments:

Post a Comment