ମୁଁ ଗୋଟେ ଶିଡି ହୋଇ ଛିଡା ହେଇଛି
କାହିଁ କେଉଁ କାଳରୁ
ମୋ ଉପରେ ଚଢି
ସେମାନେ ଯାଇଛନ୍ତି ଉପରକୁ
ଆଉ ଫେରି ନାହାନ୍ତି
ଏ ବାଟରେ
ମୁଁ ଛିଡା ହେଇଥାଏ
ସେମାନଂକ ବାଟକୁ ଅନାଇ ।
ହୁଏତ ମୋଭଳି
ଆଉ କେଉଁ ଶିଡି
ପୁଣି ଲୋଡା ହେଇଥିବ
ସେମାନଂକ ଯାତ୍ରାପଥରେ
ଗୋଟିଏ ଶିଡିରୁ
ଆଉ ଏକ ଶିଡିକୁ ଡେଇଁବା
ହେଇ ଆସିଛି
ସେମାନଂକ ଅଭ୍ଯାସ।
ଶିଡିର ନଥାଏ ପ୍ରାଣ
ନଥାଏ ହୃଦୟ
ନଥାଏ ଆବେଗ
ନଥାଏ କିଛି ପ୍ରତ୍ଯାଶା
ସେମାନେ ବୁଝି ସାରିଥାନ୍ତି
ଏକଥା ଭଲ ଭାବେ
ତେଣୁ ଶିଡି ଚଢିଲା ବେଳେ
ନଥାଏ ସାମାନ୍ଯ ଅନୁଶୋଚନା ।
ଯୁଦ୍ଧ ଶେଷରେ
ବେଲାଳସେନ ପରି
ଶିଡି ସାକ୍ଷୀ ରହିଥାଏ
ସେମାନଂକ ଉପରକୁ ଉଠିବାର
ଉତ୍ତୁଂଗ ଅଭିଳାଷର
ସେମାନେ ହୁଏତ ଜାଣନ୍ତି ନାହିଁ
ତଳକୁ ଫେରିବାକୁ ହେବ
ସେମାନଂକୁ ଦିନେ
ସେଦିନ ଖୋଜାପଡିବ
ପୁଣି ଗୋଟେ ଶିଡି।
# ୩୮୮/ଏ, ଲେନ ୪, ରୋଡ ୩
ଜଗନ୍ନାଥ ବିହାର, ବରମୁଣ୍ଡା
ଭୁବନେଶ୍ବର ୭୫୧୦୦୩
A LADDER
Since time immemorial, like a benign ladder
I’ve been standing discarded here.
Oh! A great many climbers have used me
So that they could effortlessly scale the acme;
But, alas! None of them have looked me back ever,
While I’ve still been awaiting them
Like a caring and benevolent benefactor.
On their paths to glory, success and grandeur,
Many more such ladders as I am,
Might have been artfully used by them;
Lo! They’re used to leaping from one ladder to another.
While using the ladder, they misconstrue sine fail
That a ladder lacks life and a heart as well,
It’s without either any feelings or expectations,
Thus, they’re devoid of both empathy and compunctions!
At the end of a war, like the unsung warrior Belarsen
A mute and omniscient witness is the ladder
To their mercurial rise and unbridled aspiration;
Alas! They may’ve forgotten they’ve to descend again
When there will be a dire need of another human ladder.
Copyright: Dr. Shankar D Mishra, Sr. Lecturer in English,
Bhubaneswar, Odisha, Bharat
Image courtesy: alamy
N. B. - The poet of the Odia poem is a retired I. A. S officer.
Please share this poem. Thank you.
No comments:
Post a Comment