ଜନନୀ ଜଠରୁ ଜନମ ଲଭିତୁ ଯେବେ ରାବ ଦେଲୁ କୁଆଁ ଆଦର କରି ଯେ କୋଳ କରି ନେଲା ସେ ଏହି ମାଟି ମାଆ ମାଟିରୁ ଉତ୍ପନ୍ନ ମାଟିରେ ବିଲୀନ ମିଛରେ ଦେଖୁଛ ସରଗ ସପନ ମାଟି ଅଟେ ଯେଣୁ ବୈକୁଣ୍ଠ ସମାନ ମଥାରେ ଲଗାତୁ ସେ ପୂତ ଚନ୍ଦନ । ବନ୍ଦନ କରୁଛୁ ମନ୍ଦିରକୁ ଯାଇ ସେ ଦି ଦିଅଁ ବି ଏହି ମାଟି ଉପୁଜାଇ ଇଏ ତ ନ ଥିଲେ ସବୁହିଁ ଅସାର ମିଳିବକି କହ କାହାକୁ ଆହାର ?
ଅଲେଖ ନନ୍ଦୀ
ବସା ବାନ୍ଧିଅଛୁ ଯାହା ପରେ ତୁହି ସେହି ଏ ବସୁଧା ମାଟିରେ ଏ ଭୂଇଁ ଗଗନ ପବନ ଯା ସେବାରେ ରତ ତା ସେବାରୁ କିଆଁ ହେଉଛୁ ବିରତ ! ଏହି ତୋର ମାଟି ମାଆଠାରୁ ବଳୀ ସରଗ ଦେବତା କରନ୍ତି ବି କଳି ଥରୁଟେ ଜନମ ପାଇଁ ତା’ର କୋଳେ ଜନମ ଲଭନ୍ତି ଅତି ପୁଣ୍ୟ ବଳେ ସେହି ମାଟି ମାଆ କର ତୁ ବନ୍ଦନ ସଫଳ ହେବ ତୋ ଏ ମର୍ତ୍ତ୍ୟ ଜୀବନ ଜନମ ଲଭିବୁ ପୁଣି ତାର କୋଳେ ଏହାଠାରୁ ଭାଗ୍ୟ ନାହିଁ ମହୀ ତଳେ ।
ଶ୍ରୀରାମ ନଗର, ଭୁବନେଶ୍ୱର- ୨ পো.: ৩০০999808
No comments:
Post a Comment