Saturday 23 March 2024

ଓଡ଼ିଆ କବିତା "ପଥ" / TRANSLATED ENGLISH POEM "THOROUGHFARE"

 ପଥ


ଖାଲଢିପ,କଣ୍ଟକମୟ ଅବା ସର୍ପିଳ

ସହସ୍ର ସହସ୍ର ଯୋଜନ

ଲମ୍ବିଛି ଏ ଅସରନ୍ତି ପଥ.....।

THOROUGHFARE


ଏନ୍ତୁଡ଼ିଶାଳରୁ ମଶାଣି ପରିଯ୍ୟନ୍ତ

ଚିରସାଥୀଟିଏ ସେ ସଭିଙ୍କର,

କେତେ କ୍ଷତାକ୍ତ,

କେତେ ଲହୁଲୁହାଣ,

କେତେ ଯେ କ୍ଲାନ୍ତ ଚାଲିବାର ସ୍ବାଦ......।

ପୁଣି ସହିବାକୁ ହୁଏ

କେତେକେତେ ଘାତପ୍ରତିଘାତ।

ହାତରେ ଅସଲି ଠିକଣା ଧରି

ଚାଲିବାକୁ ହୁଏ ସେହି

ଅସରନ୍ତି ପଥରେ,,

ବେଧଡକ ଭାବେ ସେଇମିତି

ପଡ଼ିରହିଛି ପଥ !

ନା ତା'ର ଭୟ ଥାଏ

ବୈଶାଖର ରୌଦ୍ରତାପ,

ପୌଷମାଘର ହାଡଥରା ଜାଡ 

ଅବା ବରଷାର ବାରିଧାରାକୁ.....।

ସେ'ତ ଏକଦମ୍ ଫୁଙ୍ଗୁଳା ହୋଇ ପଡିରହିଥାଏ,

ବରଂ ସଯମୀ ହୋଇ

ଦୁଃଖସୁଖକୁ ଆପଣାଇ

ସଜାଡି ନେଉ ନିଜକୁ

ତା'ଉପରେ ପାଦ ଥାପି ଚାଲିଲାବେଳେ।।

💥💥💥💥

                  

        ✨ମୁଁ ଏକ ଗନ୍ଧହୀନ କାଶତଣ୍ଡୀ ଫୁଲ

  


ମୁଁ ଏକ ଗନ୍ଧହୀନ କାଶତଣ୍ଡୀ ଫୁଲ ,,,,,,,,,,

ନୁହେଁ ମୁଁ ମଲ୍ଲୀ

କି ରଜନୀଗନ୍ଧା

ମେଞ୍ଚାଏ ମେଞ୍ଚାଏ ସୁରଭି ବାଣ୍ଟୁଥିବି

ତୁମ ଅଗଣାରେ।❤️


ନୁହେଁ ମୁଁ ଫୁଲର ଗଜରା

କାହା ଗଭାମଣ୍ଡି

ପ୍ରୀତିର ପରଶ ସାଉଁଟୁଥିବି।🌹


ନୁହେଁ ବି 

ହେନା ଯୂଇ ଜାଇ,

ପ୍ରେମିକ ଭ୍ରମରଟା ଚୁମୁଥିବ ମୋ ଦେହରୁ

ଯେତେ ଯେତେ ମିଠାପଣ ସବୁ।💕


ମୁଁ ବି ଶୋଭାମଣ୍ଡନ କରି ନଥାଏ

କାହା ଫୁଲଦାନୀ ଅବା

ବାଲକୋନୀ ଛାତ,

ମୋତେ କେହି ଆଦରେ ଯତ୍ନକରି

ବଢାଇ ନଥାଏ,

ମୁଁ ଆସେ ଶରତର ନଦୀପଠାରେ

ଶାରଦୀୟ ଅଭିସାରିକା ହୋଇ,,,❤️


ଏଠି ପବନ ବି ଗୀତଗାଏ

ମୋ ଦେହରେ ନେସିହୋଇ,

କାନେଇ କାନେଇ ଶୁଣେ ମୋର

ମନ୍ତ୍ରମୁଗ୍ଧା ପ୍ରତିଟି ସ୍ପନ୍ଦନକୁ ,,,✨🌷

 

ମୁକ୍ତା ପରି ଝଟକୁଥିବା ମୋ ଶୁଭ୍ରଦେହେ

ନଜର ପଡିଗଲେ କା'ର

ସେ ବିଭୋର ହୋଇଯାଏ,,

ଆପେ ଆପେ ହୃଦୟ ତନ୍ତ୍ର ତା'ର ମହକି ଉଠେ

ଭୁରୁ ଭୁରୁ ପାର୍ବଣ ବାସ୍ନାରେ,,,,

ସହସ୍ରମୁଖା ହୋଇଯାଏ କବିର ଲେଖନୀ,,,🖋️❤️


ମୁଁ ସିନା

ଏହି ଆଞ୍ଜୁଳା ଆଞ୍ଜୁଳା

ସତେଜ ସ୍ନେହକୁ ଜାବୁଡ଼ି ଧରିପାରେନା

ହେଲେ ସତକହୁଛି

ମୋ ଦେହକୁ ଛୁଇଁ ପାରେନା 

କାହାମନର ଟିକେ ଆବିଳତା,,,,,❤️


ପାବନ ଋତୁରେ ଆସେ

ଦେବୀ ଦରଶନ ଅନ୍ତେ

ବାହୁଡିଯାଏ ପାବନ ଭାବନା ନେଇ,,,,।🌹🌹

            ❤️❤️❤️

                            ଖୁଲଣା ନାୟକ (ଆଚାର୍ଯ୍ୟା)

                     ସ.ଶି.ବି.ମ. ଦୀପଶିଖା, କଣିହାଁ


      ସ୍ବପ୍ନ ତୁମେ ବିଶ୍ବାସଘାତକ

      ମିଛ ନୁହେଁ

      ମୋ ପାଇଁ ଏହା 

      ନିରାଟ ସତ୍ୟ।☀️

      ତୁମେ ଆସ ଅନ୍ଧକାର ରାତ୍ରୀର

      ନିର୍ଜନ ପ୍ରହରେ ପାଦ ଚିପି ଚିପି ।

     କେଡେ ବାଗରେ ଧସେଇ ପଶିଥାଅ

     ମୋ ହୃଦତନ୍ତ୍ରୀର

     ନିବୁଜ କୋଠରୀ ଭିତରକୁ।

     ମୋ ଇଲାକାର ଅଧୀଶ୍ଵର ସାଜି

     ଖୁବ୍ ନିକଟରେ

     ହାତପାହାନ୍ତାରେ ବସ।

     ଗାଇ ଶୁଣାଅ ସ୍ବଚ୍ଛନ୍ଦ ଝରଣାଟି ପରି,

     ଅଜାଡ଼ି ଦିଅ ସରଗର ସୁଖ,

     ଜାବୁଡ଼ି ଧର ତୁମ ବିଶାଳ ଛାତିରେ

     ଜୁଡୁବୁଡୁ କରିଦିଅ ମୋ ତନୁମନକୁ,,,,

     ବତୁରାଇ ଦିଅ ଏ ଶୁଖିଲା ମାଟିପିଣ୍ଡକୁ 

     ଅଦିନିଆ ବର୍ଷା ହୋଇ .....

     କିନ୍ତୁ 

     ମୁହୂର୍ତ୍ତେ ପାଇବା ଆନନ୍ଦ ଠାରୁ

     ହରାଇବା ଯନ୍ତ୍ରଣା ବଳି ପଡ଼ିଥାଏ ☀️☀️

     ତୁମ ଘାତପ୍ରତିଘାତ

     ସହିବା ପାଇଁ ମୋର ଆଉ

     ଇଚ୍ଛା ବି ନାହିଁ,,,

     ଆଜିକାଲି ତୁମକୁ

     ଖୁବ୍ ଡର ଲାଗୁଛି,

     ଚେତନ ଅବା ଅବଚେତନରେ

     ଆଉ ଚାହିଁ ରହୁନି ତୁମ

     ଆସିବା ପଥକୁ,,,

     ଶୂନ୍ୟ ଲାଗୁଛି

     ଭାରି ଉଦାସ ଉଦାସ ଲାଗୁଛି

     ତୁମେ ବର୍ଷିଲାବେଳେ

     ମୋ ଭିତରେ ଆଉ ବାହାରେ,,,

     ତୁମେ ଆସିଲେ 

     ମାଟିରୁ ଆଉ ମହକ ଉଠୁନି,

     ମୋ ମନ ଅଗଣାରେ ପ୍ରସ୍ଫୁଟିତ ହେଉନାହିଁ

     ହେନା କି ଶେଫାଳି।🌷🌼

     ସତରେ ସ୍ବପ୍ନ !

     ଖୁବ୍ ଭଲ ହେବ ତୁମେ ଲୁଚିଗଲେ

     ପାହାଡ଼ ଶିଖରେ ଅବା

     ପରସ୍ତ ପରସ୍ତ ମେଘ ଉହାଡରେ।

     ତୁମେ ଆସ ନାହିଁ

     କାରଣ ତୁମ ବାସ୍ତବତାରେ 

     କିଛି ବି ଅସ୍ତିତ୍ବ ନାହିଁ।

         ☀️💥☀️ ଖୁଲଣା ନାୟକ (ଆଚାର୍ଯ୍ୟା)

                       ସ.ଶି.ବି.ମ.ଦୀପଶିଖା, କଣିହାଁ


No comments:

Post a Comment