Monday, 3 April 2023

ଓଡ଼ିଆ କବିତା "ଯାହାକୁ ଯିଏ ସୁନ୍ଦର" /TRANSLATED ENGLISH POEM "THE ADOBE OF BEAUTY "

 ଯାହାକୁ ଯିଏ ସୁନ୍ଦର
------------------------------
ତରଙ୍ଗିଣୀ ଶୋହେ ତରଙ୍ଗ ମାଳାରେ
     ପର୍ବତ କୋଳେ ନିର୍ଝର,
ଶ୍ୟାମ ଦୁର୍ବାଦଳ ଶାଟୀକା ପରାୟ
   ବସୁଧା ଅଙ୍ଗେ ସୁନ୍ଦର ।।
କେଦାରେ କେଦାରେ ପକ୍ଵସଶ୍ୟ ମାଳା
  ପାଦପେ ପଲ୍ଲବ ଶୋଭା,

ସରିତେ ସରୋଜ ପ୍ରଭାତ ମୁରୁଜ
  ପ୍ରକାଶଇ ବର୍ଣ୍ଣ ବିଭା
।।


ସାଗରକୁ ଶୋଭା ନୀଳ ବୀଚିମାଳା
   ସୈକତେ ସୁନ୍ଦର ଶୁକ୍ତି,
ଶାମୁକା ଶୋଭଇ ଧରିଥିଲେ ଅଙ୍କେ
ବିଭାମୟ ଶୁଭ୍ର ମୋତି ।।



ଯାମିନୀ ଗଗନେ କଳାନିଧି ଶୋଭା
     ଚିକିମିକି ତାରାମେଳେ,
ଦିବସେ ଚହଟ ଦିଶେ ରୁଚିମନ୍ତ
  ହରିହୟ ଉଇଁଥିଲେ ।।



ମୁଦିର ସୁନ୍ଦର ଦିଶେ ଶୋଭାକର
      ଉଇଁ ଶକ୍ରସରାସନ,

ବସନ୍ତେ ସୁନ୍ଦର କୁଞ୍ଜେ କଳକଣ୍ଠି
  ଗାଇଲେ ପଞ୍ଚମ ତାନ ।।

ଶ୍ରାବଣେ ସୁନ୍ଦର ଜଳଦର ଧାର
  ଦୁର୍ବାଦଳେ ଧୁନ୍ଦୁମାର,
ନାଲି ନାଲି ତାର ଯୁତକ କାନିଟି
  ପ୍ରଭାତେ ଦିଶେ ସୁନ୍ଦର ।।


ବ୍ରତତୀ ଅଙ୍ଗରେ ଶୋହେ ପୁଷ୍ପମାଳ
   ତୃଣ ଅଙ୍ଗେ ସେ ନିହାର,
ପ୍ରକୃତି ମାତାର ମଣ୍ଡଣୀ ସଭିଏଁ
  ଏକୁ ଆରେକ ସୁନ୍ଦର ।।

ଅଞ୍ଜଳି ଗିରି ..

।। ଯାହାକୁ ଯିଏ ସୁନ୍ଦର।।


ତରଙ୍ଗିଣୀ--ନଦୀ

ତରଙ୍ଗ --ଢେଉ

ନିର୍ଝର--ଝରଣା

ଦୂର୍ବାଦଳ--ଦୂବଘାସ

ଶାଟୀକା--ଶାଢ଼ୀ।

ଏଠାରେ କବୀ କହିଛନ୍ତି ପ୍ରକୃତି

ଶ୍ୟାମ-ଦୁର୍ବାଦଳ ରଙ୍ଗର ଶାଢ଼ୀ ପିନ୍ଧି

ଅପରୂପ ଶୋଭାକୁ ଧାରଣ କରିଛନ୍ତି

କେଦାରେ କେଦାରେ ପକ୍ବଶସ୍ୟ ମାଳା ଅର୍ଥାତ୍ କ୍ଷେତରେ କ୍ଷେତରେ

ପାଚ଼ିଲା ଶସ୍ୟର ସମ୍ଭାର।

ପାଦପେ --ବୃକ୍ଷ ମାନଙ୍କରେ

ପଲ୍ଲବ --ନଉଆ କଅଁଳିଥିବା ପତ୍ର।

ସରିତେ--ନଦୀ ଗୁଡିକରେ।

ପ୍ରଭାତ ମୁରୂଜ--ସକାଳେ ସୂର୍ଯ୍ୟ ଉଇଁବା ବେଳର ଦୃଶ୍ୟ।

ନୀଳ- ବିଚ଼ୀମାଳା --ନୀଳଢେଉ।

ସୈକତେ-- ସମୁଦ୍ର ବେଳାରେ ସ୍ତୁପୀକୃତ ବାଲୁକା ପ୍ରାନ୍ତର।

ଶୁକ୍ତି--ଶାମୁକା

ଯାମିନୀ--ରାତ୍ରୀ

କଳାନିଧି--ଚ଼ନ୍ଦ୍ର

ହରିହୟ--ସୂର୍ଯ୍ୟ

ମୁଦିର---ମେଘ

ଶୁକ୍ର ସରଆସନ-- ଇନ୍ଦ୍ରଧନୁ

କଳକଣ୍ଠି--ପକ୍ଷୀବିଶେଷ।କିନ୍ତୁ ଏଠାରେ କୋଇଲୀକୁ ବୁଝାଇବ।

ଜଳଦ--ମେଘ

ବ୍ରତତୀ--ଲଟା

ନିହାର-ଶିଶିର

ମଣ୍ଡଣୀ--ସାଜସଜ୍ଜା।

ଓଡ଼ିଆ କବିତା "ତୁମ ସ୍ମୃତି"/ TRANSLATED ENGLISH POEM "YOUR MEMORY"


ତୁମ ସ୍ମୃତି 

*******************

ତୁମ ସ୍ମୃତି କେବେ ନୀଳ ଉର୍ମିମାଳା
  ଛୁଇଁଯାଏ ମନ ତଟ,
ଉଦାସୀ ପ୍ରାଣରେ ଜଗାଇ ଚେତନା
   ସ୍ବପ୍ନ ସାଥେ କରେ ଭେଟ ।।


ସ୍ମୃତି କେବେ ତୁମ ସଂଜୁଆ ଆକାଶେ
 ଚିକମିକ ରୂପା ଜହ୍ନ ,
ତମାମ ରାତିଟା ଆଶାର ଜୋଛନା
ଭିଯାଏ ନହୁଲି ମନ ।।

ତୁମ ସ୍ମୃତି କେବେ ଭିଜା ଆଷାଢ଼ରେ
ମାଟି ଚନ୍ଦନର ବାସ୍ନା,
ଅଧିର ବିଭୋର କରେ ଏଇ ମନ
ଭୁଲାଏ ଦଗ୍ଧ   ଯାତନା ।।


ତୁମ ସ୍ମୃତି କେବେ ଉଜାଣି ଯମୁନା
ପ୍ରୀତି କୁଞ୍ଜେ ବଂଶୀ ସ୍ଵନ,
ବ୍ୟଥାତୁରା ପ୍ରାଣେ ଭରେ ଉନ୍ମାଦନା


କେବେ ତୁମ ସ୍ମୃତି ଫଗୁଣ ମଳୟ
କେବେ ହେମାଳିଆ ବାଆ ,
ଋତୁର ତାଡନା ବିରହ ଯାତନା
ଘୁଞ୍ଚାଏ ଜୀବନ ଆହା ।।


ସ୍ମୃତି କେବେ ତୁମ ପଳାସ ପାଖୁଡା
   ରଙ୍ଗୀନ ଅତୀତ କଥା,
ଆଶାର ଦୀପକ ଜଳାଇ ହୃଦୟେ
  ହରୁଥାଇ ଯେତେ ବ୍ୟଥା ।

ସ୍ମୃତି କେବେ ତମେ ଋତୁ ଅଭିସାର
    ବିରହୀ ପ୍ରାଣର ଗୀତି,
ଜୀବନ ପୃଷ୍ଠାରେ ଦୁଇଟି ଅକ୍ଷର
  ଉଜ୍ଜଳ ସୁରୁଜ ଭାତି ।।

Copyright: ଅଞ୍ଜଳି ଗିରି ।

ସ୍ମୃତି----ସ୍ମାରକଚି଼ହ୍ନ,ସ୍ମରଣ ଯୋଗ୍ୟ।
ଉର୍ମିମାଳା----ଢେଉ ମାଳା।
ତଟ---ତୀର ବା କୂଳ।
ଆଶାର ଜ୍ୟୋଛନା--ଆଶାର-କିରଣ 
ମାଟି ଚ଼ନ୍ଦନରବାସ୍ନା--ଆଷାଢ଼ର ପହିଲି ବର୍ଷାରେ ମାଟିରୁ ବାହାରୁଥିବାବିମୁଗ୍ଧ ବାସ୍ନା ।
ଅଧଈର--ଅଥୟ ।
ବିଭୋର--ବିହ୍ବଳ
ଯାତନା--କଷ୍ଟ, ଦୁଃଖ
ଉଜାଣି--ଓଲଟା
ବ୍ୟଥାତୁରା--କ୍ଳେଶଯୁକ୍ତ
ତାଡ଼ନା-- ଦଣ୍ଡ ବା କଷ୍ଟ।
ଆଶାର-ଦୀପ--ଆଶାରୂପୀ ଦୀପ
ଅଭିସାର--ନାୟକ/ନଆୟଇକଆଙ୍କର ସଂକେତସ୍ଥଳକୁ ଗମନ
ବଇରହଈ--ବଇଛଏଦ ପୀଡି଼ତ।
ଉନ୍ମାଦନା--ଅତ୍ୟଧିକ ଉତ୍ତେଜନା ବା
ଉଦ୍ଦୀପନା।
ନାୟକ/ନାୟିକାଙ୍କର
ବିରହୀ --ବିଛେଦପୀଡି଼ତ

YOUR MEMORY.....

Oh! The alluring and azure waves of your memory 
Sometimes gently and soothingly smooch my mind's shore,
Knock the door of my depressed, distressed and dejected heart
And spur the slumbering scruple to usher into a realm of dreams galore!

Oh! At darkling dusks, in the firmament of the western horizon
Your haunting memory is sometimes a shining silvery Moon;
The lights of sweet hopes fill my restive and rekindled mind
At the dawn of pubescence all night long with its seductive wind!

Oh! Your unforgettable and cherishable memory is sometimes
The aroma of the sandalwood emitted from the wetlands in June;
It relieves the heavy and burdened mind of all the pains
Ejaculating the perennial fountains of ecstasy and bliss soon!
  
Oh! Your memory like the transposing waves of the Yamuna
Reverberates in me and rejoices me with the 
fluted melody of love grove,
It heals my grieved and guillotined heart with the balms
Of excitement, enthusiasm and exuberance of a dancing Cherub!

Ah! Your memory is sometimes the verbal breeze of a Spring,
At other times, a cold, chilly wind of a dull and sombre winter,
A life devoid of charms of affinity and nectar of love pinches as a calamity
And strokes with strong amd unbearable blows of bereavement bitter!

Ah! Sometimes your memory, like the sordid hues of the Palash blooms,
Reminds me of the mirage like colourful petals of the past tales,
Still, it fails not to keep the optimistic flames
shimmering in the heart
And mitigates the melancholy and allays the furies of the merciless gales!

O Memory! You sometimes spontaneously step down my life's steps
As the seasons descend down the earth with treasure troves of mirth,
And, at other times, like a sad song of bereavement you haunt me,
Still like the shiny Sun, you adorn my life's another page, the Earth!

Copyright: Dr. Shankar D Mishra, Bhubaneswar, Odisha, India 07.04.2023

N.B. – The above poem is the English version of an original Odia poem “TUMA SMRUTI” composed by Anjali Giri, Kendrapara, Odisha.

Image credit: Google 

ବି. ଦ୍ର. :- ଯେଉଁ ଓଡ଼ିଆ କବି ମାନେ ସେମାନଙ୍କ ଓଡ଼ିଆ ରଚନା ର ଇଂଲିଶ ରୂପାନ୍ତର ଡ଼. ମିଶ୍ରଙ୍କ ଦ୍ୱାରା କରେଇବା ପାଇଁ ଇଛୁକ, ସେମାନେ ଏହି Whatsapp ନୁମ୍ବର ରେ ଯୋଗାଯୋଗ କରିପାରିବେ l (8249297412)

Please share this poem to your friends to enjoy reading it. Thank you. 🌹❤️❤️🙏

ଦୟାକରି ଏହି କବିତା ଟି ଆପଣଙ୍କ ସାଙ୍ଗ ମାନଙ୍କୁ share କରି ସେମାନଙ୍କୁ ମଧ୍ୟ ଏହାକୁ ପଢି ଉପଭୋଗ କରିବାକୁ ସୁଯୋଗ ଦିଅନ୍ତୁ l ଧନ୍ୟବାଦ 🙏❤️🌹🙏


Withe Gratitude, pasting the feedback,

A comment on the above poem by Syeda Shilpy Ahmed Mam in an International Facebook literary group.


A very beautiful meditation in a novel arrangement of words,,,,in the light of self-realization

 An incomparable expression with unique words.

Aesthetic Perception in the Light of Lived Performance Knowledge.

Incomparably beautiful sparks have been created in the composition with the stirring of very sweet words.

Blooming in deep thought with a combination of passions,,,expresses all the feelings of the heart

The internal organs spontaneously flow in a gentle stream of pure poetic juice.

In the light of realistic self-realization in combination with some classical words

The beautiful rhythm of sound to sound through artistic expression reveals the sweetness of the environment creation is a wonderful revelation.

Perfect word formation is highly commendable

Subtle interpretations reveal the depth of the poet's imagination.

 An intense thought provoking narrative in video promotion with passion.

The word is beautifully depicted in alphabetic ornamentation that radiates self-reliance,

Unparalleled display of rhetorical genius wrapped in verse.

Unique pronunciation of the word extraordinary thought.

Best wishes always and sincere congratulations. 🌺❤

ଓଡ଼ିଆ କବିତା "ବିବ୍ରତ ସୂର୍ଯ୍ୟାସ୍ତ" / TRANSLATED ENGLISH POEM "A DEMENTED SUNSET"

 


ବିବ୍ରତ ସୂର୍ଯ୍ୟାସ୍ତ 

ଆଜି ଏଇ ସୂର୍ଯ୍ୟାସ୍ତର
ଗୋଧୂଳି-ଲଗ୍ନରେ
ଏଇ ଗାଁ ଏଇ ମାଟି
ସବୁଠି ଶୁଭୁଛି ଗୋଟେ
କୋଳାହଳ-ବିକଟ ଚ଼ିତ୍କାର
ଦୋହଲି ଯାଉଛି ମେରୁ
ଅଚ଼ାନକ ଦୋହଲୁଛି
ନିଥର-ଇଥର ।।

କଣ ବା ହୋଇଛି ଏଠି
ଆଜି ଏଇ ସୂର୍ଯ୍ୟାସ୍ତ-ଲଗ୍ନରେ
ଅନ୍ଧକାର ଆସିବାକୁ
ଅଛି ଆଉ କେତେବା ମୁହୂର୍ତ୍ତ
ଏଇ ମୁହୂର୍ତ୍ତରେ କିଆଁ
ଏତେସବୁ ଅବାଞ୍ଛିତ ଦୃଶ୍ୟ
ବାଆ ନାହିଁ ନାହିଁ ବି ବତାସ
ଅଥଚ଼ ଉଦ୍ୟାନ ସାରା
ଫୁଲ ସବୁ ଅସ୍ଥିର-ଉଦାସ।।

କଣ ବା ହୋଇଛି ଏଠି 
କିଛିବିତ ହୁଏ ନାହିଁ ଜଣା
ଧୂଆଁ ରେ ଆଚ୍ଛାଦି ଯାଏ
ନିରୀହ ଏ ଆକାଶ-ପୃଥିବୀ
ଚି଼ହ୍ନା ଚି଼ହ୍ନା ମୁହଁ ସବୁ
ଲାଗେ କିଆଁ ଅଚ଼ିହ୍ନା ଅଚ଼ିହ୍ନା
ଅଚ଼ିହ୍ନା ଲାଗୁଛି ଏଠି
ପରିଚିତ ମାଟି ଓ ଆକାଶ
ଅଚ଼ିହ୍ନା ଅଚ଼ିହ୍ନା ପରି ଲାଗୁଛନ୍ତି
ଏଠାକାର ପ୍ରତିଟି ମଣିଷ ।।

କୈଳାଶ ଚନ୍ଦ୍ର ପାଢ଼ୀ, କୁମାର ପୁର। ଅନନ୍ତ ପୁର।
ବାସୁଦେବ ପୁର। ଭଦ୍ରକ ।

A DEMENTED SUNSET

Alas! Today, just before the dusk
The Sunset to the land of this village 
Has brought with it a deafening chaos!
Demented and disorderly cries blast the eardrums,
Anxious screams and apprehensive yells explode the airs
Shaking the peace and tranquility of the earth and the sky as well!

What has ruffled the usual serenity of today's sunset
Is in an inscrutable gorge of uncertainty!
The earth is about to put on her black velvety veils of respite,
But, what are these undesirable omens for at this instant?
There are neither breezes nor gales,
Still, what are the flowers in the gardens restless and sulky for?

The reasons are stll as elusive as happiness.
From the earth up to the eather
Mysterious and suffocating smokes engulf the pristine surroundings,
Why do the known facades seem as weird as aliens?
Why do the familiar soil and the sky appear uncanny?
And, why does each man pose as bizarrely as a scarecrow?

Copyright: Dr. Shankar D Mishra, Bhubaneswar, Odisha, India 03.04.2023


N.B. – The above poem is the English version of an original Odia poem “BIBRATA SURJYASTA / ବିବ୍ରତ ସୂର୍ଯ୍ୟାସ୍ତ” composed by Kailash Chandra Padhi, Bhadrak, Odisha.

Image credit: Google 

ବି. ଦ୍ର. :- ଯେଉଁ ଓଡ଼ିଆ କବି ମାନେ ସେମାନଙ୍କ ଓଡ଼ିଆ ରଚନା ର ଇଂଲିଶ ରୂପାନ୍ତର ଡ଼. ମିଶ୍ରଙ୍କ ଦ୍ୱାରା କରେଇବା ପାଇଁ ଇଛୁକ, ସେମାନେ ଏହି Whatsapp ନୁମ୍ବର ରେ ଯୋଗାଯୋଗ କରିପାରିବେ l (8249297412)

Please share this poem to your friends to enjoy reading it. Thank you. 🌹❤️❤️🙏

ଦୟାକରି ଏହି କବିତା ଟି ଆପଣଙ୍କ ସାଙ୍ଗ ମାନଙ୍କୁ share କରି ସେମାନଙ୍କୁ ମଧ୍ୟ ଏହାକୁ ପଢି ଉପଭୋଗ କରିବାକୁ ସୁଯୋଗ ଦିଅନ୍ତୁ l ଧନ୍ୟବାଦ 🙏❤️🌹🙏

Saturday, 1 April 2023

ଓଡ଼ିଆ କବିତା "ବନ୍ଦେ ଉତ୍କଳ ଜନନୀ " TRANSLATED ENGLISH STATE ANTHEM OF ODISHA "BANDE UTKAL JANANI - GLORY TO MOTHER UTKAL"
















BANDE UTKAL JANANI - GLORY TO MOTHER UTKAL 

O Mother Utkal!
I bow before you to worship you with humility and reverence,
Your charming, lustrous laughter takes after your sweet utterances!
O Mother! Mother! Mother!

Your divine being ever gets showered by the holy waters of the Bay of Bengal,
Your hallowed shore is garnished by the palm-tamal groves and plants floral,
Minds ever get energized by the vaporous breezes of your river banks celestial!
O Mother! Mother! Mother!

You're indeed a rich repository of everlasting Beauty and elegance,
Your eyes ever radiate the luminous rays of deep wisdom, philosophy and science,
The meditations of the Yogis and Rishis on your bosom glorifies your sacredness!
O Mother! Mother! Mother!

You have given birth to dauntless heroes and formidable Knights,
Enemies have been petrified by the swoosh of their swords in many bloody fights,
Your erudite children have endeared you to the world around with knowledge lights!
O Mother! Mother! Mother!

You've been adorned by the lush, luxuriant and dense forests,
The mountain ranges, like sapphire waves,
 ornament your face and bedeck your crests,
The sugary and dulcet chirrups of the birds
in your skies host the planetary Guests!
O Mother! Mother! Mother!

Oh! The Land of Utkal is ever embellished by the lofty temples appealing,
She is ever embroidered by their sculptures rich, vivacious and captivating,
And She is ever replenished with shrines and pilgrimages soul solacing!
O Mother! Mother! Mother!

Your glorious heritage has been eulogized by the great poets and sons unparalleled,
You are saluted with obeisance everywhere for your grandeur unprecedented,
Thus, you ever deserve to be venerated with heads bowed and hands folded,
O Mother! Mother! Mother!

Copyright: Dr. Shankar D Mishra, Bhubaneswar, Odisha, India 01.04.2023

N. B. The above translated English poem, currently the State Anthem of Odisha, was originally written in Odia by late Lakshmikanta Mohapatra in 1912.

The poet begs the deceased poet' s and Mother Utkal 's pardon in advance for any inadvertently committed errors or  transgressions in the translation of the patriotic poem. Any suggestion to improve the translation is warmly solicited. 🙏

Photo credit : WhatsApp Wish Message 
WhatsApp number : 08249297412

Dear Sir/Mam/ Friends, ବନ୍ଦେ ଉତ୍କଳ ଜନନୀ ସଂଗୀତ ର ଇଂଲିଶ ରୂପାନ୍ତର ଉପରେ ଆପଣଙ୍କ ପରି ଜଣେ ବିଦ୍ୱାନ ବ୍ୟକ୍ତିଙ୍କ ର ମତାମତ ଅପେକ୍ଷା ରେ l ଯଦି ସମ୍ଭବ କବିତା ଟି କୁ share କରିବେ l ଧନ୍ୟବାଦ 🌹🙏