Monday 3 April 2023

ଓଡ଼ିଆ କବିତା "ବିବ୍ରତ ସୂର୍ଯ୍ୟାସ୍ତ" / TRANSLATED ENGLISH POEM "A DEMENTED SUNSET"

 


ବିବ୍ରତ ସୂର୍ଯ୍ୟାସ୍ତ 

ଆଜି ଏଇ ସୂର୍ଯ୍ୟାସ୍ତର
ଗୋଧୂଳି-ଲଗ୍ନରେ
ଏଇ ଗାଁ ଏଇ ମାଟି
ସବୁଠି ଶୁଭୁଛି ଗୋଟେ
କୋଳାହଳ-ବିକଟ ଚ଼ିତ୍କାର
ଦୋହଲି ଯାଉଛି ମେରୁ
ଅଚ଼ାନକ ଦୋହଲୁଛି
ନିଥର-ଇଥର ।।

କଣ ବା ହୋଇଛି ଏଠି
ଆଜି ଏଇ ସୂର୍ଯ୍ୟାସ୍ତ-ଲଗ୍ନରେ
ଅନ୍ଧକାର ଆସିବାକୁ
ଅଛି ଆଉ କେତେବା ମୁହୂର୍ତ୍ତ
ଏଇ ମୁହୂର୍ତ୍ତରେ କିଆଁ
ଏତେସବୁ ଅବାଞ୍ଛିତ ଦୃଶ୍ୟ
ବାଆ ନାହିଁ ନାହିଁ ବି ବତାସ
ଅଥଚ଼ ଉଦ୍ୟାନ ସାରା
ଫୁଲ ସବୁ ଅସ୍ଥିର-ଉଦାସ।।

କଣ ବା ହୋଇଛି ଏଠି 
କିଛିବିତ ହୁଏ ନାହିଁ ଜଣା
ଧୂଆଁ ରେ ଆଚ୍ଛାଦି ଯାଏ
ନିରୀହ ଏ ଆକାଶ-ପୃଥିବୀ
ଚି଼ହ୍ନା ଚି଼ହ୍ନା ମୁହଁ ସବୁ
ଲାଗେ କିଆଁ ଅଚ଼ିହ୍ନା ଅଚ଼ିହ୍ନା
ଅଚ଼ିହ୍ନା ଲାଗୁଛି ଏଠି
ପରିଚିତ ମାଟି ଓ ଆକାଶ
ଅଚ଼ିହ୍ନା ଅଚ଼ିହ୍ନା ପରି ଲାଗୁଛନ୍ତି
ଏଠାକାର ପ୍ରତିଟି ମଣିଷ ।।

କୈଳାଶ ଚନ୍ଦ୍ର ପାଢ଼ୀ, କୁମାର ପୁର। ଅନନ୍ତ ପୁର।
ବାସୁଦେବ ପୁର। ଭଦ୍ରକ ।

A DEMENTED SUNSET

Alas! Today, just before the dusk
The Sunset to the land of this village 
Has brought with it a deafening chaos!
Demented and disorderly cries blast the eardrums,
Anxious screams and apprehensive yells explode the airs
Shaking the peace and tranquility of the earth and the sky as well!

What has ruffled the usual serenity of today's sunset
Is in an inscrutable gorge of uncertainty!
The earth is about to put on her black velvety veils of respite,
But, what are these undesirable omens for at this instant?
There are neither breezes nor gales,
Still, what are the flowers in the gardens restless and sulky for?

The reasons are stll as elusive as happiness.
From the earth up to the eather
Mysterious and suffocating smokes engulf the pristine surroundings,
Why do the known facades seem as weird as aliens?
Why do the familiar soil and the sky appear uncanny?
And, why does each man pose as bizarrely as a scarecrow?

Copyright: Dr. Shankar D Mishra, Bhubaneswar, Odisha, India 03.04.2023


N.B. – The above poem is the English version of an original Odia poem “BIBRATA SURJYASTA / ବିବ୍ରତ ସୂର୍ଯ୍ୟାସ୍ତ” composed by Kailash Chandra Padhi, Bhadrak, Odisha.

Image credit: Google 

ବି. ଦ୍ର. :- ଯେଉଁ ଓଡ଼ିଆ କବି ମାନେ ସେମାନଙ୍କ ଓଡ଼ିଆ ରଚନା ର ଇଂଲିଶ ରୂପାନ୍ତର ଡ଼. ମିଶ୍ରଙ୍କ ଦ୍ୱାରା କରେଇବା ପାଇଁ ଇଛୁକ, ସେମାନେ ଏହି Whatsapp ନୁମ୍ବର ରେ ଯୋଗାଯୋଗ କରିପାରିବେ l (8249297412)

Please share this poem to your friends to enjoy reading it. Thank you. 🌹❤️❤️🙏

ଦୟାକରି ଏହି କବିତା ଟି ଆପଣଙ୍କ ସାଙ୍ଗ ମାନଙ୍କୁ share କରି ସେମାନଙ୍କୁ ମଧ୍ୟ ଏହାକୁ ପଢି ଉପଭୋଗ କରିବାକୁ ସୁଯୋଗ ଦିଅନ୍ତୁ l ଧନ୍ୟବାଦ 🙏❤️🌹🙏

2 comments:

  1. ଭଲ ହୋଇଛି ଲେଖାଟି ଧନ୍ୟବାଦ ।

    ReplyDelete