Wednesday 26 April 2023

ଓଡ଼ିଆ କବିତା "ଆସ, ବଂଚିବାର କଳା ଶିଖିବା" / TRANSLATED ENGLISH POEM "LET'S LEARN THE ART OF LIVING."

 

ଆସ, ବଂଚିବାର କଳା ଶିଖିବା l
କୁଞ୍ଜବିହାରୀ ରାଉତ 
***********************
ଜୀବନ କେବେ ବି ସମତଳ ରାସ୍ତା ନୁହେଁ କି
ଗୋଲାପର ଶଯ୍ୟା
ଜୀବନକୁ ଜିଇବାକୁ ହେଲେ, 
ଓଗାଳିବ ବାଧାବିଘ୍ନର ବାଘ
ରାତିରେ ଫୁଟିଥିବା ଫୁଲ ଜାଣିନଥାଏ
ରାତି ପାହିଲେ ସେ ମନ୍ଦିରକୁ ଯିବ ନା ମଶାଣିକୁ ଯିବ
ତଥାପି ସେ ସୁଗନ୍ଧ ବାଣ୍ଟି ଚାଲିଥାଏ, ଏ ସମାଜରେ l


ଏ ସଂସାରରେ ସବୁ ମଣିଷ ମରନ୍ତି
ମାତ୍ର ସବୁ ମଣିଷ ବଂଚିବା ଜାଣନ୍ତି ନାହିଁ 
ଜୀବନ ଜିଇବା ବଡକଥା ନୁହେଁ 
ଠିକଣା ଢଙ୍ଗରେ ଜିଇବା ବଡକଥା


ଗଣିତ କେବେ ଶିଖାଇନି
 ଜୀବନେ ସୁଖ ଯୋଗ କିପରି କରିବାକୁ ହୁଏ
ଦୁଃଖ କିପରି ବିୟୋଗ କରାଯାଏ
ତେବେ ଶିଖାଇଛି,
ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି
ଜୀବନ ଅଛି ମାନେ ସମସ୍ୟା ଅଛି
ସମସ୍ୟା ଅଛି ମାନେ ସମାଧାନ ଅଛି .....


ସାହିତ୍ୟ କହିଛି,
ଜୀବନ ତୁମକୁ କାନ୍ଦିବା ପାଇଁ ଶହେ କାରଣ ଦେଖାଇବ
ତୁମେ ତାକୁ ହସିବା ପାଇଁ 
ଶହେ ଏକ କାରଣ ଦେଖାଇ ପାରିଲେ
ତୁମେ ଜିତିଯିବ।

ପରାଜୟ ପାଇଁ ନୁହେଁ  ଜନ୍ମ ମଣିଷର
ତେବେ ବଂଧୁ, ଆସ ଜୀବନ ସଂଗୀତ ଗାଇବା
ନହୋଇ ଅଧିର
"ସତରେ କି ଦୁର୍ମୁଲ୍ୟ ଏ ମାନବ ଜୀବନ!
ଆସ ଆମେ ମରିବା ପରେ ବି ବଞ୍ଚିବାର କଳା ଶିଖିବା......!"
***********************
୧୪୮/୫, ହମିରପୁର, ରାଉରକେଲା:୩
ମୋ: ୯୦୯୦୦୯୦୨୨୫

LET'S LEARN THE ART OF LIVING.

Life is never either an even highway
Or a cosy couch made of the soft roses.......!
To live is to be obstructed by the obstacle leopards,
The nocturnal blooms are never aware of their diurnal destinations - either temples or crematoria,
Notwithstanding, they keep showering their fragrance in the society........!

Needles to say that all men pass away in this mortal world,
However, all of them aren't blessed with the art of living......!
Existing like matters and living like mature human beings are diametrically two different arts......!

Arithmetics never teaches us how to add happiness to life,
Neither does it inculcate the tricks to subtract life's sorrows,
Still, it has taught -
There is a solution for each problem,
Life and hardship are complementary to each other,
Where there is a problem, there is a solution too......!

Literature advocates -
Life has in its store hundred reasons to make you cry,
Still, you can be a triumphant in life Provided you have to treasure hundred and one ways to make life joyous.......!

To succumb to defeat is not the ultimate goal of human birth,
Then, let's patiently and calmly sing a psalm of life, dear friends:
"Human life is, indeed, invaluable,
Hence, let's all learn the art of living even after death....."

Copyright: Dr. Shankar D Mishra, Bhubaneswar, Odisha, India 26.04.2023


N.B. – The above poem is the English version of an original Odia poem " ଆସ, ବଂଚିବାର କଳା ଶିଖିବା" / ASA BANCHIBARA KALA SHIKHIBA" written by  Kunjabihari Rout, a well-known journalist, poet and organizer, Rourkela, Odisha.

ବି. ଦ୍ର. :- ଯେଉଁ ଓଡ଼ିଆ କବି ମାନେ ସେମାନଙ୍କ ଓଡ଼ିଆ ରଚନା ର ଇଂଲିଶ ରୂପାନ୍ତର ଡ଼. ମିଶ୍ରଙ୍କ ଦ୍ୱାରା କରେଇବା ପାଇଁ ଇଛୁକ, ସେମାନେ ଏହି Whatsapp ନୁମ୍ବର ରେ ଯୋଗାଯୋଗ କରିପାରିବେ l (8249297412)

Please share this poem to your friends to enjoy reading it. Thank you. 🌹❤️❤️🙏

ଦୟାକରି ଏହି କବିତା ଟି ଆପଣଙ୍କ Whatsapp ଓ Facebook ସାଙ୍ଗ ମାନଙ୍କୁ share କରି ସେମାନଙ୍କୁ ମଧ୍ୟ ଏହାକୁ ପଢି ଉପଭୋଗ କରିବାକୁ ସୁଯୋଗ ଦିଅନ୍ତୁ l ଧନ୍ୟବାଦ 🙏❤️🌹🙏

Image credit: Google 

4 comments:

  1. The Transleted one is more touchy. Fantastic transformation 👌👌👌

    ReplyDelete
    Replies
    1. ଧନ୍ୟବାଦ 🌹❤️🙏🙏

      Delete
    2. JAYAKRISHNA PRADHAN27 April 2023 at 19:06

      Excellent and valuable observation of life with a optimistic way, thanks sir.

      Delete
  2. ଧନ୍ୟବାଦ କୈଳାଶ ଚନ୍ଦ୍ର ପାଢ଼ୀ Sir ଆପଣଙ୍କ ବହୁ ମୂଲ୍ୟ ମତାମତ ପାଇଁ:

    "କବିତାଟି ସୁନ୍ଦର ଓ ମାର୍ମିକ।ଜୀବନବାଦ ଉପରେ ପର୍ଯ୍ୟବେସିତ।
    ଏହାର ଇଂରାଜୀ ଅନୁବାଦଟି ଆହୁରି
    ହୃଦୟସ୍ପର୍ଶୀ ଓ ପ୍ରେରଣାପ୍ରଦ।ପ୍ରତ୍ୟେକ କବିତାରଶବ୍ଦରେ ଦୁଇଟି
    ରୂପଥାଏ। ଆକ୍ଷରିକ ଓ ଅନ୍ୟଟି କ୍ଷାରିକ,ଅଥବା କାୟିକ ଓ ଅନ୍ୟଟି ମାୟିକ।ଏ ସବୁ ଦୃଷ୍ଟିରୁ ତୁଳନା କଲେ ଆପଣଙ୍କର ଅନୁବାଦ କବିତାଟି ଅକ୍ଷର ପର୍ଯ୍ୟାୟରେ ଆସିବ।ଯାହା ପାଠକ ପ୍ରାଣରେ
    କୌଣସି ସଂଶୟ ସୃଷ୍ଟିନକରି କବିତାର ଆଭିମୁଖ୍ୟ ସ୍ପଷ୍ଟ ହୋଇ ଉଠିଛି। ବହୁତ୍ ବହୁତ୍ ଧନ୍ୟବାଦ୍ ସାର୍।🙏"🌹🙏🙏

    ReplyDelete