Monday 17 April 2023

 ଓଡିଶା ନୁହଇଁ କେବଳ ପୁରୀ, କୋଣାର୍କ, ଭୁବନେଶ୍ୱର,
ରତ୍ନଗଭା ରାଇଜ ଏ ତିରିଶି ଜିଲ୍ଲାର ସମାହାର ।
ଆସନ୍ତି କେତେ ଯାଆନ୍ତି କେତେ ସୁନ୍ଦରତାର ବାସ୍ନା ବାରିବାକୁ,
ପୁଣି ପଛକୁ ଫେରି ଦେଖନ୍ତି ଏ ଓଡ଼ିଶାର ରୂପରେଖକୁ ।
ବୁଝିବାକୁ ହୁଏ କଷ୍ଟ ତାଙ୍କୁ ଏଇ ରାଇଜର ଭୂଗୋଳକୁ,
ଉତ୍ତରରେ ନୁହେଁ କି ଦକ୍ଷିଣରେ ନୁହେଁ
ଓଡିଶା ରହିଛି ପୂରୁବକୁ ||




ଇତିହାସରେ ନାଁ ଅଛି ଏଇ ରାଇଜର,


ତଥାପି ଅବହେଳିତ ଏ ରାଜ୍ୟ ଏବଂ ଗରିମା ଏହାର ।


ହୁଅନ୍ତୁ ସେ ଗୋପବନ୍ଧୁ କି ମଧୁ ବାରିଷ୍ଟର ,


ଉତ୍କଳ ଭୂମି ଏ ମାଟି ବୀରଙ୍କର ।




ଆଦିବାସୀ ରାଇଜ ବୋଲି ହୁଡ଼ି ପକାଉଛୁ କାହିଁ ,


ଆଦିମରୁ ଜାତ ତୁ ଆଦିବାସୀରୁ ତହିଁ ।


ଯାନିଯାତ ପରବ ଗୌରବ ସବୁକୁ ଆଦରି


ଓଡ଼ିଆଣୀ ପାଳେ କେତେ ଯାନିଯାତ


ପରଶେ ଖିରି ଆଉ ପୁରି।|

No comments:

Post a Comment