ଜୀବନ ନୁହେଁ ଏକ ଖେଳଘର
ଜୀବନଟା କେବେ ଅମା ଅନ୍ଧକାର
କେବେ ବା ପୁନେଁଇ ଜହ୍ନ,
ଅସରା ଦୁଃଖରେ ହଜିଯାଏ କେବେ
ପୁଣି ଇନ୍ଦ୍ରଧନୁର ସ୍ୱପ୍ନ।
ଜୀବନ ଥିଲେ ତ ଯନ୍ତ୍ରଣା ଅଛି
ଅଛି ଅସୀମିତ ସୁଖ
ଜୀଇଁ ପାରିବାର କଳା କଉଶଳ
ଅଛି ତୁମ ହାତ ପାଖ।
ବାଧା ପ୍ରତିବନ୍ଧ ଅଛି ଏ ଜୀବନେ
ଅଛି ଘାତ ପ୍ରତିଘାତ,
ଡରିଗଲେ ତୁମେ ହାରିଯିବ ନିଶ୍ଚେ
ହସିବ ଏଇ ଜଗତ।
ନିଜ ହାତେ ନିଜ କଣ୍ଟାକୁ ଫୋପାଡି
ରକ୍ତାକ୍ତ ହୋଇ କି ଚାଲ
ଆତ୍ମବିଶ୍ୱାସର ବଳ ତ ଅମାପ
ସଂକଳ୍ପର ଗତି ଭଲ ।
ଧୋକା,ପ୍ରତାରଣା ଅବିଶ୍ଵାସ ଭରା
ସଂପର୍କେ ନ ଯାଅ ଡରି
ଏକା ଆସି ପୁଣି ଏକାତ ଫେରିବ
ଚାହଁନା ପଛକୁ ଫେରି।
ଆୟୁଶ ଅଛି ତ ବଞ୍ଚି ବାକୁ ହେବ
ଅଛି ଆଉ ଯେତେ ପଥ,
ଦୃଢ ମନୋବଳ ଏକା ସାଥୀତୋର
ଜିତିବାର ବାଜି ରଖ।
ସମସ୍ୟା ଅଛି ତ ସମାଧାନ ଅଛି
କାହିଁକି କରୁଛ ଦୁଃଖ,
ଆଜି କଥା ପୁଣି କାଲିକୁ ତ ନାହିଁ
ଜୀବନ ଦି ଦିନ ବାଟ।
ଦୁଃଖ ପରେ ସୁଖ ଆସିବ ନିଶ୍ଚିତ
ସୁଖ ପରେ ପୁଣି ଦୁଃଖ,
ଘୁରି ବୁଲେ ସିନା ମାୟା ମୋହ ଭରା
ଏହି ତ ଜୀବନ ଚକ।
ଖୁସୀରେ ଟିକିଏ ରହିବାକୁ ହେଲେ
ହସିକି ଜୀଇଁବା ଶିଖ,
ପରକୁ ଆପଣା ହତାଶେ ସାନ୍ତ୍ୱନା
ଦୁଃଖୀ ପ୍ରାଣେ ଟିକେ ସୁଖ।
ବୃଥା ଅପମାନ କଟୁକ୍ତି ବଚନ
ଦୃଷ୍ଟିରୁ ଫେରାଇ ଆଣ,
ଶରୀରକୁ ବାଧେ ଆତ୍ମାକୁ ତ ନୁହେଁ
ଦୁନିଆ କି ତୋ ନିଜ ସ୍ଥାନ?
ଯେଉଁଠୁ ଆସିଛୁ ଫେରିବୁ ସେଠାକୁ
ଏହା ଚିରନ୍ତନ ସତ୍ୟ,
ଜୀବନଟା ଏଠି ଖେଳଘର ନୁହେଁ
ବୁଝ ତାର ମୂଲ୍ଯବୋଧ।
କର୍ମେ ଅଧିକାର ନୁହେଁ ଫଳାଫଳ
ଯଦି ଏହା ମନେ ଥିବ,
କିଛି କଷ୍ଟ ବାଧା ଛୁଇଁବନି ତନୁ
ମୃତ୍ୟୁକୁ ବି ଜିତିଯିବ।
ପ୍ରଭୁଙ୍କର ଦାନ ଅଟେ ତ ମହାନ
ଶ୍ରେଷ୍ଠ ଜନ୍ମ ତ ମଣିଷ,
ନୁହେଁ ଖେଳଘର ବହୁ ପୂଣ୍ୟଫଳ
ବଳେ ପାଇଛୁ ଅବଶ୍ଯ।
ତେଣୁ ଏ ଜୀବନ ସାର୍ଥକ କରିବା
ବୁଦ୍ଧି ବିବେକ ଖଟାଇ,
ଶରଣ ରକ୍ଷଣ ଚକ୍ର ଘୋଡାଇଣ
ଅଛନ୍ତି ବାହୁ ବଢାଇ।
ଶ୍ରେଷ୍ଠ ଏ ଜୀବନ ବିଭୁ ମହାଦାନ
କେବେ ବି ହାରିବା ନାହିଁ।
ଆସୁ ଯେତେ ବାଧା ବନ୍ଧନ ପଛକେ
ଚାଲିବା ଏଡାଇ ଦେଇ।
ଜୀବନଟା କେବେ ଅମା ଅନ୍ଧକାର
କେବେ ବା ପୁନେଁଇ ଜହ୍ନ,
ଅସରା ଦୁଃଖରେ ହଜିଯାଏ କେବେ
ପୁଣି ଇନ୍ଦ୍ରଧନୁର ସ୍ୱପ୍ନ।
ଜୀବନ ଥିଲେ ତ ଯନ୍ତ୍ରଣା ଅଛି
ଅଛି ଅସୀମିତ ସୁଖ
ଜୀଇଁ ପାରିବାର କଳା କଉଶଳ
ଅଛି ତୁମ ହାତ ପାଖ।
ବାଧା ପ୍ରତିବନ୍ଧ ଅଛି ଏ ଜୀବନେ
ଅଛି ଘାତ ପ୍ରତିଘାତ,
ଡରିଗଲେ ତୁମେ ହାରିଯିବ ନିଶ୍ଚେ
ହସିବ ଏଇ ଜଗତ।
ନିଜ ହାତେ ନିଜ କଣ୍ଟାକୁ ଫୋପାଡି
ରକ୍ତାକ୍ତ ହୋଇ କି ଚାଲ
ଆତ୍ମବିଶ୍ୱାସର ବଳ ତ ଅମାପ
ସଂକଳ୍ପର ଗତି ଭଲ ।
ଧୋକା,ପ୍ରତାରଣା ଅବିଶ୍ଵାସ ଭରା
ସଂପର୍କେ ନ ଯାଅ ଡରି
ଏକା ଆସି ପୁଣି ଏକାତ ଫେରିବ
ଚାହଁନା ପଛକୁ ଫେରି।
ଆୟୁଶ ଅଛି ତ ବଞ୍ଚି ବାକୁ ହେବ
ଅଛି ଆଉ ଯେତେ ପଥ,
ଦୃଢ ମନୋବଳ ଏକା ସାଥୀତୋର
ଜିତିବାର ବାଜି ରଖ।
ସମସ୍ୟା ଅଛି ତ ସମାଧାନ ଅଛି
କାହିଁକି କରୁଛ ଦୁଃଖ,
ଆଜି କଥା ପୁଣି କାଲିକୁ ତ ନାହିଁ
ଜୀବନ ଦି ଦିନ ବାଟ।
ଦୁଃଖ ପରେ ସୁଖ ଆସିବ ନିଶ୍ଚିତ
ସୁଖ ପରେ ପୁଣି ଦୁଃଖ,
ଘୁରି ବୁଲେ ସିନା ମାୟା ମୋହ ଭରା
ଏହି ତ ଜୀବନ ଚକ।
ଖୁସୀରେ ଟିକିଏ ରହିବାକୁ ହେଲେ
ହସିକି ଜୀଇଁବା ଶିଖ,
ପରକୁ ଆପଣା ହତାଶେ ସାନ୍ତ୍ୱନା
ଦୁଃଖୀ ପ୍ରାଣେ ଟିକେ ସୁଖ।
ବୃଥା ଅପମାନ କଟୁକ୍ତି ବଚନ
ଦୃଷ୍ଟିରୁ ଫେରାଇ ଆଣ,
ଶରୀରକୁ ବାଧେ ଆତ୍ମାକୁ ତ ନୁହେଁ
ଦୁନିଆ କି ତୋ ନିଜ ସ୍ଥାନ?
ଯେଉଁଠୁ ଆସିଛୁ ଫେରିବୁ ସେଠାକୁ
ଏହା ଚିରନ୍ତନ ସତ୍ୟ,
ଜୀବନଟା ଏଠି ଖେଳଘର ନୁହେଁ
ବୁଝ ତାର ମୂଲ୍ଯବୋଧ।
କର୍ମେ ଅଧିକାର ନୁହେଁ ଫଳାଫଳ
ଯଦି ଏହା ମନେ ଥିବ,
କିଛି କଷ୍ଟ ବାଧା ଛୁଇଁବନି ତନୁ
ମୃତ୍ୟୁକୁ ବି ଜିତିଯିବ।
ପ୍ରଭୁଙ୍କର ଦାନ ଅଟେ ତ ମହାନ
ଶ୍ରେଷ୍ଠ ଜନ୍ମ ତ ମଣିଷ,
ନୁହେଁ ଖେଳଘର ବହୁ ପୂଣ୍ୟଫଳ
ବଳେ ପାଇଛୁ ଅବଶ୍ଯ।
ତେଣୁ ଏ ଜୀବନ ସାର୍ଥକ କରିବା
ବୁଦ୍ଧି ବିବେକ ଖଟାଇ,
ଶରଣ ରକ୍ଷଣ ଚକ୍ର ଘୋଡାଇଣ
ଅଛନ୍ତି ବାହୁ ବଢାଇ।
ଶ୍ରେଷ୍ଠ ଏ ଜୀବନ ବିଭୁ ମହାଦାନ
କେବେ ବି ହାରିବା ନାହିଁ।
ଆସୁ ଯେତେ ବାଧା ବନ୍ଧନ ପଛକେ
ଚାଲିବା ଏଡାଇ ଦେଇ।
ବିବାସିନୀ ପଟ୍ଟନାୟକ
କାଳୁପଡାଘାଟ
ଖୋର୍ଦ୍ଧା
No comments:
Post a Comment