Wednesday 26 April 2023

ଓଡ଼ିଆ କବିତା "ସୃଷ୍ଟିରେ ଆଣେ ସ୍ଥିରତା" / TRANSLATED ENGLISH POEM "BRINGS STABILITY IN THE WORLD."

 ।। ସୃଷ୍ଟିରେ ଆଣେ ସ୍ଥିରତା ।।

        **********************

               କୈଳାସ ଚ଼ନ୍ଦ୍ର ପାଢ଼ୀ ।


ସୂର୍ଯ୍ୟଙ୍କୁ ଗ୍ରାସିବା ପ୍ରାତଃ-କୁହୂଡ଼ିର

         ହାସ୍ୟାଷ୍ପଦ ଅପଚ଼େଷ୍ଟା,

ନିନ୍ଦିତ ହୁଅଇ ସେହି ଏକା ସିନା

         କର୍ମେ ଯାର ନାହିଁ ନିଷ୍ଠା ।


ପୂତ-ଅଭିଳାଷ ଆଣିଥାଏ ଯଶ

         ଶତ ବାଧା ବିଘ୍ନ ସତ୍ତ୍ବେ,

ଧ୍ରୁବତାରା ସମ ଜ୍ୟୋତି-ପ୍ରକଟାଏ

         ବିଶାଳକାୟ ଏ ମର୍ତ୍ତ୍ୟେ ।


ପ୍ରପଞ୍ଚ ଭାବନା ବିନଷ୍ଟ କରଇ

         ଅନୁକୂଳ ପରିସ୍ଥିତି,

ପ୍ରତିକୂଳ ସ୍ଥିତି ଉପୁଜାଇ ଥାଏ

        ସଂଚାର କରାଇ ଭୀତି ।


ବିଶ୍ବାସର-ପଙ୍କୁ ଫୁଟି କମଳିନୀ

          ଦେବକାର୍ଯ୍ୟେ ଲୋଡା଼ହୁଏ,

ଅବିଶ୍ବାସ ଭରା ମହାକାଳ ଫଳ

          ବର୍ଜ୍ୟବସ୍ତୁ ହୋଇ ରହେ ।


ସାଧନା ବଳରେ ସାଁବାଳୁଆଟି

          ଦିବ୍ୟରୂପ ଲଭିଥାଏ,

ଅକର୍ମାକୋଢି଼ଯେ ପରଦ୍ରବ୍ୟ ଲୋଭୀ

          ସୃଷ୍ଟିକୁ ବିଗାଡି ଥାଏ ।


କାୟ,ମନ,ବାକ୍ୟେ ସମତା ରହିଲେ

          ସୃଷ୍ଟିରେ ଆସେ ସ୍ଥିରତା,

ଏ ତିନିରୁ ଏକ ବ୍ୟତିକ୍ରମ ହେଲେ

          ଦେଖା ଦିଅଇ କ୍ରୁରତା ।


ବିନା ମେଘେ ବଜ୍ର- ପାତ ରଚ଼ିଥାଏ

           ଅଜ୍ଞାନୀ ମୂଢ଼ ଅଧମ,

ସ୍ବର୍ଗକୁ ନର୍କରେ ପରିଣତ କରି

           ପୁରାଏ ତା ମନସ୍କାମ ।

         ******************

କୁମାର ପୁର। ଅନନ୍ତ ପୁର।

ବାସୁଦେବପୁର।ଭଦ୍ରକ।

""""""""""""""""""""""""""""""""""""

No comments:

Post a Comment