ନିଷ୍ଠୁର ସମୟ
ଏମିତି କାହିଁକି ହୁଏ?
କେବେ କେବେ ....
ସମୟଟା ନିଷ୍ଠୁର ପାଲଟି ଯାଏ
କେବେ ସେ ଛୁରିଟିଏ ସାଜେ
ଆଉ ସେ ଧାରୁଆ ଛୁରିରେ..
କାଟୁଥାଏ ମନ ,ପ୍ରାଣ ଆତ୍ମା
ଆଉ ବାଣ୍ଟୁଥାଏ ଟିକ୍ ଟିକ୍ କରି ତ
କେବେ ସର୍ବଗ୍ରାସୀ ଅନଳ ରୂପେ
ଜାଳୁଥାଏ ତିଳ ତିଳ କରି।
କେବେ ପୁଣି ନିହାଣଟେ ସାଜି
ଟେଳାଏ ଵିଶ୍ଵାସର ଚନ୍ଦନରେ
ଲୁହ ଲହୁ ସିଞ୍ଚି ସିଞ୍ଚି
ବୋଳି ହୋଇଥିବା ଯେତେ
ସ୍ନେହ ପ୍ରେମ,ମାୟା ,ମୋହର
ଶକ୍ତ ପ୍ରଲେପକୁ
ଭାଙ୍ଗୁଥାଏ ଖଣ୍ଡ ଖଣ୍ଡ କରି
ଆଉ ଖୁସି ହୁଏ
ତା ଭିତରେ ସାଇତି ରଖିଥିବା
ଦୁର୍ଲ୍ଲଭ ମୁହୂର୍ତ୍ତକୁ ଖିନ୍ ଭିନ୍ କରି
କେଜାଣି ???
ବିନା ରକ୍ତର ଏ କ୍ଷତ ହେବକି ନା ଭରି?
ସହିବାକୁ ପଡେ ଏ ବଳବାନ୍ ସମୟକୁ ସତରେ!!!!!!
@ଉଷା
No comments:
Post a Comment