Wednesday 5 April 2023

ଆକାଙ୍କ୍ଷୀତା ଆମ୍ମ୍ରପାଲୀ

 ଆକାଙ୍କ୍ଷୀତା ଆମ୍ମ୍ରପାଲୀ

ଜୀବନ ପୁସ୍ତକର

  ସବୁଯାକ ପୃଷ୍ଠା

      ଯେତେବେଳେ

      ‌ ଶୋଇଯିବେ,

ସେତେବେଳେ 

    ତୁମେ ଆସିବ

      କିଛି ଡାଫୋଡିଲ୍ ଧରି,

ତାହା ନିଶ୍ଚୟ ହେବ

   ମୋ ପାଇଁ

    ମହାର୍ଘ ସୁତୀର୍ଥ ସାନିଧ୍ୟ

       ପ୍ରଶାନ୍ତି ଆମ୍ରକୁଞ୍ଜ ର

            ନିର୍ଲିପ୍ତ କାମମୁକ୍ତ

                ଏକ ପରିବର୍ତ୍ତିତ

            ଆମ୍ରପାଲୀ ପରି।

ଜୀବନ ପୁସ୍ତକର

 ସବୁଯାକ ପୃଷ୍ଠା

 ଯେତେବେଳେ ଶୋଇଯିବେ

 ନିଃଶବ୍ଦ ନିସ୍ପନ୍ଦ ନିଷ୍ପ୍ରାଣ

   ନିର୍ଲିପ୍ତ ସ୍ଵାକ୍ଷର ବହନ କରି,

   ପ୍ରତିଭାତ ହେଉଥିବ

        ଅୟୁତ ଆଶାର ତୁମେ

      ପ୍ରତିସରଣ ର ପ୍ରତିବିମ୍ବିତ

          ଏକ ରୂପାନ୍ତରିତ

         ‌ ଆକାଙ୍କ୍ଷୀତା

             ଆମ୍ରପାଲୀ ପରି🌻🌻🌻🌻🌻🌻🌻

No comments:

Post a Comment