Monday 3 April 2023

ଓଡ଼ିଆ କବିତା "ଜୀବନ" / TRANSLATED ENGLISH POEM "LIFE"




ଜୀବନ

ଜୀବନର ଅସରନ୍ତି ରଙ୍ଗ
ଆଉ, ଅସରନ୍ତି ଢଙ୍ଗ
କାହା ପାଖରେ କେମିତି ........?


ଦେଖିଲି, ଶିଶୁଟିଏ ହସୁଥିଲା ଖିଲିଖିଲି
ମନଜିଣା......ମନକିଣା ......ହସ......
ପଚାରିଲି - ଜୀବନଟା କ'ଣ
ତୋ' ହସ ପରି........?
କହିଲା......ନା ତ.......
ଜୀବନ ତ ଗୋଟେ ଝିଲିମିଲି କାଚର କଣ୍ଢେଇ
ସବୁବେଳେ ଚିକମିକ୍......ସୁନ୍ଦର......
କିନ୍ତୁ, ହେଲେ ଟିକେ ଆନମନା......
ତଳେ ପଡି ହୋଇଯାଏ ଚୂନା........
ଏକଦମ୍....... କାଚର ଟୁକୁରା.......।


ଦେଖିଲି ମୁଁ ଯୁବା ଏକ
ଭାସୁଥିଲେ ତାରୁଣ୍ୟ ସ୍ରୋତରେ.....
କଥାକୁହା.....ସ୍ଵପ୍ନଝରା ଆଖି ଦେଖି
ପଚାରିଲି ଜୀବନଟା କ'ଣ.......
ତୁମ ସ୍ଵପ୍ନ ପରି ସବୁଜ.....ସତେଜ......?


କହିଲା ନା......ତ.......
ଜୀବନ ତ ଦେହର ସଉଦା.......
ମିଳିଯାଏ ଗାଆଁରେ ଗଣ୍ଡାରେ.......
ସହର ଓ ବଜାରର......
ଅଙ୍କାବଙ୍କା ଅନ୍ଧାରି ଗଳିରେ........।


ବୃଦ୍ଧ ଜଣେ ଚାଲୁଥିଲେ ଥରଥର ହୋଇ,
ପଚାରିଲି........ ଦେଖିଛକି.........
ଜୀବନକୁ କେବେ........
କେମିତି ସେ ଦେଖିବାକୁ.....ପାରିବକି କହି,
ଉତ୍ତରିଲେ କମ୍ପିତ ଅଧରେ........
ଜୀବନଟା ବହନ୍ତା ନଈଟେ........
ବହିଚାଲେ ଆଗକୁ..... ଆଗକୁ.......
ଭେଟିବାକୁ ମୃତ୍ୟୁ ସାଗରକୁ.........।

ଜୀବନଟା ଅବୁଝା ଲାଗିଲା......
ସତରେ.....ଜୀବନଟା.....ଚପଳତା.......
ବୟସର କାମନା ବାସନା.......
ଅବା......ବାର୍ଦ୍ଧକ୍ୟ ଯନ୍ତ୍ରଣା......?

ଶେଷରେ.....ଦେଖାହେଲା........
ଫୁଲ ବଗିଚାର ମାଳିଟିଏ........
ବୁଝାଇଦେଲା ପ୍ରାଞ୍ଜଳ ଭାବେ.........
ଜୀବନର ମାନେ କିଛି ନୁହେଁ.....ଫୁଲଟିଏ......
ଯିଏ.....ଜନ୍ମ ନିଏ ସକାଳେ.........
କଅଁଳ ପାଖୁଡା ମେଲି 
ହସୁଥାଏ ସାରା ଦିନ.........
ଝରିଯାଏ ସଞ୍ଜ ନଇଁଗଲେ...........।

             ◆ ◆ ◆

 Copyright: ନିଶିକାନ୍ତ କହଲସିଂହ, ଲୋକିପୁର, ଗଡ଼ମାଣତୀର, ଖୋର୍ଦ୍ଧା-୭୫୨୦୬୨ ମୋ : ୯୯୩୭୯୫୩୫୨୬


LIFE 

Life, every second, everywhere........

Like a chameleon changes its countless hues

And like a kaleidoscope confuses with its enigmatic patterns........!


I happened to come upon a child laughing heartily..........

Yes, its heavenly laughter won my heart in no time........

Then, I dared to ask, "Does life resemble your laughter?"

Replied it promptly in the negative.......

And impressed upon me with its own unique concept........

"Life is a dazzling toy of glass........

It always temptingly shines......

But, a little absentmindedness instantly steals its glitters.......

And smashes it into countless meaningless pieces.......!"


Then, I stumbled upon a young man

Drifting in the sportive juvenile currents....

Glancing at his whispering and dreaming eyes, asked I eagerly,

"Is life as verdant and unwilted as your dreams?"

Replied he in the negative,

And impressed upon me with his own concept,

Life is a mundane business.......

It's found in the countries, towns and cities.....

And is stretched into the dark, shrubby alleys......!


An old man was found trudging trembling.......

Asked him I, "Can you say whether you've ever seen life?"

Replied he in a quivering and faltering tone,

"Life is a flowing river...

It keeps moving along ceaselessly to meet the sea of death.......!"


Life still seemed unintelligible.......

Does it really symbolize a child's fickleness.....?

Does it exclusively stand for youthful lust and carnality....?

Or, does it typify the senile infirmities, helplessness and distress.....?

At last, a gardener was confronted......

Upon my query, he inculcated clearly,

Life embodies nothing but a flower,

That blooms unfolding its petals in the morning......

Smiling elated the whole day long......

And falls off its stem unnoticed as the dusk makes room for the night......!

Copyright: Dr. Shankar D Mishra, Bhubaneswar, Odisha, India

03.04.2023

N.B. – The above poem is the English version of an original Odia poem “JEEBANA/ ଜୀବନ ” composed by Nishikant Kahalsingh, Khorda, Odisha.


Image credit: Google 

ବି. ଦ୍ର. :- ଯେଉଁ ଓଡ଼ିଆ କବି ମାନେ ସେମାନଙ୍କ ଓଡ଼ିଆ ରଚନା ର ଇଂଲିଶ ରୂପାନ୍ତର ଡ଼. ମିଶ୍ରଙ୍କ ଦ୍ୱାରା କରେଇବା ପାଇଁ ଇଛୁକ, ସେମାନେ ଏହି Whatsapp ନୁମ୍ବର ରେ ଯୋଗାଯୋଗ କରିପାରିବେ l (8249297412)

Please share this poem to your friends to enjoy reading it. Thank you. 🌹❤️❤️🙏

ଦୟାକରି ଏହି କବିତା ଟି ଆପଣଙ୍କ ସାଙ୍ଗ ମାନଙ୍କୁ share କରି ସେମାନଙ୍କୁ ମଧ୍ୟ ଏହାକୁ ପଢି ଉପଭୋଗ କରିବାକୁ ସୁଯୋଗ ଦିଅନ୍ତୁ l ଧନ୍ୟବାଦ 🙏❤️🌹🙏

No comments:

Post a Comment