Monday 24 April 2023

ଅକ୍ଷୟ ତୃତୀୟା" ସମ୍ବନ୍ଧୀୟ କିଛି ଜଣା ଓ ଅଜଣା କଥା :-

 


ଅକ୍ଷୟ ତୃତୀୟା" ସମ୍ବନ୍ଧୀୟ କିଛି ଜଣା ଓ ଅଜଣା କଥା :-

===================


        *ଅକ୍ଷୟ ତୃତୀୟା*

        **************


            ଏହା ଏକ ମହାନ୍ ପୂଣ୍ୟ ମୟ ତିଥି। କାରଣ👇


   ୧-ଏହି ଦିନ ଗଙ୍ଗାମାତାଙ୍କର ଧରାବତରଣ ହୋଇଥିଲା।

   ୨- ଏହା ମହର୍ଷି ପରଶୁରାମଙ୍କର ଜନ୍ମ ଦିବସ ଅଟେ।

   ୩- ମା ଅନ୍ନପୂର୍ଣ୍ଣା ମଧ୍ୟ ଏହିଦିନ ପ୍ରକଟ ହୋଇଥିଲେ।

   ୪-କୁରୁସଭା ସ୍ଥଳରେ ଦ୍ରୌପଦୀଙ୍କୁ କୋଟିବସ୍ତ୍ର ପ୍ରଦାନ କରି ଲଜ୍ଜା ନିବାରଣ କରିଥିଲେ ଶ୍ରୀକୃଷ୍ଣ ଏହିଦିନ।

   ୫- ଶ୍ରେଷ୍ଠ ବନ୍ଧୁତ୍ବର ପ୍ରତୀକ, କୃଷ୍ଣ ସୁଦାମାଙ୍କର ମିଳନ ମଧ୍ୟ ଏହି ଦିନ ସଂଘଟିତ ହୋଇଥିଲା।

   ୬- ଦେବ କୃପା ଲଭି, କୁବେରଙ୍କୁ ମଧ୍ୟ ସମସ୍ତ ଧନ ଦୌଲତର ଚାବି ପ୍ରାପ୍ତ ହୋଇଥିଲା ଏହି ଦିନ।

   ୭- ସତ୍ୟ ଏବଂତ୍ରେତୟା ଯୁଗର ପ୍ରାରମ୍ଭ ହୋଇଥିଲା ଏହି ମହାନ ଦିନରେ।

   ୮-ବ୍ରହ୍ମାଙ୍କର ପୁତ୍ର ଅକ୍ଷୟ କୁମାରଙ୍କ ଜନ୍ମ ଏହିଦିନ ହୋଇଥିଲା।

   ୯- ପୂର୍ବରୁ ବନ୍ଦ ରହିଥିବା ପ୍ରସିଦ୍ଧ ବଦ୍ରିନାଥ ଧାମର ଦ୍ବାରଫିଟା ବା ଫାଟକ ଆଜି ହିଁ ଖୋଲିଥାଏ।

   ୧୦- ବୃନ୍ଦାବନ ଧାମର ପ୍ରସିଦ୍ଧ ବାଙ୍କେ ବିହାରୀ ମନ୍ଦିର, ବର୍ଷର କେବଳ ଏହିଦିନ ଶ୍ରୀ ବିଗ୍ରହ ଚରଣର ଦର୍ଶନ ହୋଇଥାଏ, ଅନ୍ୟଥା ବର୍ଷସାରା ତାଙ୍କୁ ବସ୍ତୁ ରେ ଢ଼ାଙ୍କି ରଖାଯାଏ।

   ୧୧- ଏହିଦିନ ମହାଭାରତ ଯୁଦ୍ଧ ସମାପ୍ତ ହୋଇଥିଲା।

   ୧୨- ଅକ୍ଷୟ ତୃତୀୟା ସ୍ବୟଂ ସିଦ୍ଧ, ପୂଣ୍ୟ ତିଥିଟିଏ, ଯେଉଁ ଦିନ ଯେକୌଣସି ମାଙ୍ଗଳିକ କାର୍ଯ୍ୟ କରାଯାଇ ପାରେ।

   ୧୩- ଅସହ୍ୟ ଗରମରୁ ରକ୍ଷା ପାଇବା ପାଇଁ ଶ୍ରୀକ୍ଷେତ୍ରରେ ନରେନ୍ଦ୍ର ପୋଖରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚାପ ଖେଳ ଦୃଶ୍ୟ, ଭକ୍ତ ଜନଙ୍କର ପରମ ସୌଭାଗ୍ୟ।ରଥ ଅନୁକୂଳ ର ପ୍ରଥମ ଦିନ।

   ୧୪- ରାଜା ଜନକ ଏହିଦିନ ହଳ ଚଷି ଜାନକୀ ଙ୍କୁ କନ୍ୟା ରୂପେ ପ୍ରାପ୍ତ ହୋଇଥିଲେ। ତେଣୁ କୃଷି ଅନୁକୂଳ ପାଇଁ ସର୍ବଶ୍ରେଷ୍ଠ ଦିନଟିଏ।

   ୧୫- ମହାକାବ୍ୟ ଗୀତ ଗୋବିନ୍ଦ ର ସ୍ରଷ୍ଟା ଭକ୍ତ ଜୟଦେବ ଙ୍କର ଜନ୍ମ ତିଥି ଏ ଦିନ।

   ୧୬- କୃଷି, ଗୃହ ନିର୍ମାଣ କାର୍ଯ୍ୟ, ବିବାହ, ବ୍ରତ, ଯଜ୍ଞ ତଥା ପ୍ରତ୍ୟେକ ମଙ୍ଗଳମୟ କାର୍ଯ୍ୟର ଶୁଭାରମ୍ଭ ପାଇଁ ଏହି ଦିନଟି ସର୍ବୋତ୍ତମ।


 N.B: ଏକ Whatsapp ବନ୍ଧୁଙ୍କ ଠାରୁ ପ୍ରାପ୍ତ message 

No comments:

Post a Comment