Tuesday 25 April 2023

ଓଡ଼ିଆ କବିତା "ଭ୍ରାନ୍ତ ପଥିକ" /TRANSLATED POEM "WAYWARD WAYFARERS"

 ।। ଭ୍ରାନ୍ତ ପଥିକ ।।
        *****************
                  କୈଳାସ ଚ଼ନ୍ଦ୍ର ପାଢ଼ୀ।
ହେ ଭ୍ରାନ୍ତ ପଥିକ ! 
କି କାରଣେ ହୁଅ ପଥ ବଣା ?
ଅଗମ୍ୟ ଜଟିଳ ପଥ
ଜାଣି କିବା ହେଉଛ ଅଜଣା ??
କିବା ତୁମ ନୟନ-ଅୟନେ
ଅଦୃଶ୍ୟରେ ଥାଇ କିଏ
ମାୟାର-ଅଞ୍ଜନ ବୋଳି
       ଆଖିଥାଉଁ କରିଦେଲା କଣା???
ତୁମେ କି ପାରୁନ ଦେଖି
ଚ଼ତୁର୍ଦ୍ଦିଗେ ଖାଲି କଣ୍ଟାଝଣ୍ଟା
           ବଣ ଆଉ ପାହାଡ଼-ପର୍ବତ,
ତୁମେ କି ପାରୁନି ଶୁଣି
ସେ ପଥରେ ହିଂସ୍ର ଆଉ ବିଷଧରଙ୍କର
ବିକଟ ଚିତ୍କାର ଆଉ
ଫୁ..ଫୁ..କାର ଧ୍ବନି
         ପ୍ରତିକ୍ଷଣେ ହୁଏ ନିନାଦିତ ।।
ଯଦିବା ଚାଲିବ ତୁମେ
ଜୀବନର ଆଶା ନେଇ
ସେ ସବୁକୁ ଖାତିର ନକରି
           ସହିବହୁ ଦୁଃଖ ଓ ଯନ୍ତ୍ରଣା,
ତଥାପି ବି ହାରିଯିବ
ବନ୍ଦୀ ହେବ ମହାକାଳ-ପାଶେ
ନ ପାଇବ ଜୀବନର
            ଶେଷ ଇପ୍ ସିତ ଠିକଣା ।।
ତେଣୁ ତୁମେ ହେ ଭ୍ରାନ୍ତ ପଥିକ!
ଏବେ ବି ସମୟ ଅଛି
ଯଥାଶୀଘ୍ର ଫେରିଆସ
ସେ ଦୁର୍ଗମ ପଥୁଁ
ଯିବାଆମେ ଭିନ୍ନ ଏକ ପଥେ,
          ଲୟରଖି ନନ୍ଦିଘୋଷ ରଥେ।।
          ********************
କୁମାର ପୁର।ଅନନ୍ତ ପୁର।
ବାସୁଦେବ ପୁର।ଭଦ୍ରକ ।
"""""""""""""""""""""""""'''''''''''"""""

No comments:

Post a Comment