Friday 28 April 2023

ଓଡ଼ିଆ କବିତା "ମଧୁବାବୁ ତୁମେ ଫେରିଆସ" / TRANSLATED ENGLISH POEM "DO RETURN, O MADHU BABU!"

 *ମଧୁବାବୁ ତୁମେ ଫେରିଆସ*


ଯେଉଁ ବିଖଣ୍ଡିତ ଅଂଚଳକୁ ଯୋଡି

      କଲ ଉତ୍କଳ ପ୍ରଦେଶ

ଖୋଜିଲେ ମିଳେନା କେଉଁଠାରେ କାହିଁ

        ତାହାର ପୂରୁବ ଯଶ....


ପ୍ରତି ରକ୍ତ ବିନ୍ଦୁ ଢାଳିଦେଇ ତୁମେ

     ଗଢିଲ ଯାହାକୁ ହାତେ

ସେ ଓଡ଼ିଆ ପୁଅ ପ୍ରଧାବିତ ଆଜି

    ଦୂର ପାଶ୍ଚାତ୍ୟ ଜଗତେ.....


ଜାଗ୍ରତ କରିଲ ଓଡ଼ିଆଙ୍କୁ ଡେଇଁ

    ଜାତି-ପ୍ରାଣ-ସିନ୍ଧୁନୀରେ

କେତେଯେ ଜୀବନ ଭାସୁଅଛି ଆଜି

    ସ୍ୱାର୍ଥ-ପରାଣ-ରୁଧିରେ....


ମନ୍ତ୍ରୀପଦ ତୁମେ ତ୍ୟାଗ କରିଥିଲ

   ନିଃସ୍ୱାର୍ଥ ଭାବକୁ ନେଇ

ସେବା ନାମେ ଆଜି ମନ୍ତ୍ରୀପଦ ପାଇଁ

    ନେତା ମାନେ ହାଇଁପାଇଁ....


ଆଉ ଏକ ମଧୁବାବୁଙ୍କୁ ଖୋଜୁଛି

    ଉତ୍କଳ ଜନନୀ ଆଜି

ଫେରାଇଦେବାକୁ ତା'ହାତ ମୁଠାରେ

     ହୃତ ଗଉରବ ରାଜି......


ସମାଧି ଭିତରୁ ଫେରିଆସ ଥରେ

    ହେ ଉତ୍କଳ ଗଉରବ

ଗଢିଦେଇଯାଅ ନିଜ ହାତେ ପୁଣି

    ତାହାର ପୂର୍ଣାବୟବ......


ଆଜିର ଦିବସେ ନୀତିଶିକ୍ଷା ଦେଉ

    ତୁମ ନିଃସ୍ୱାର୍ଥ ଜୀବନ

ଦୀକ୍ଷିତ ହେଉ ହେ ତୁମରି ଆଦର୍ଶେ

    ଉତ୍କଳର ସ୍ୱାଭିମାନ.....


ଭାରତୀ ରଥ(ଶିକ୍ଷୟିତ୍ରୀ)

ରଗଡି, ବାଙ୍କୀ, କଟକ

No comments:

Post a Comment