Friday 28 April 2023

ଓଡ଼ିଆ କବିତା "କେମିତି ଅଛ?" / TRANSLATED ENGLISH POEM "HOW ARE YOU?"


କେମିତି ଅଛ?

                                                        

କେମିତି ଅଛି ????

ଏ ଏକ ବିରାଟ ପ୍ରଶ୍ନ 

କି ଉତ୍ତର ଦେବି !

ଜୀଇଁଛି ବୋଲି ତ ଜାଣିଛି 

କିନ୍ତୁ କେମିତି କହିବି 

ମୁଁ କେମିତି ଅଛି??


ଲାଗେ

ଅଛି ଏକ ଅଗନା ଅଗନି ବନସ୍ତରେ ...

ବାଘର ଗର୍ଜନ ଏଠି

 ବିକଟାଳ ହେଣ୍ଟାଳ ରଡି 

  ଲାଗେ ମହା ଵିପଦ କି ଆସୁଛି ମାଡି

 ବିଷାକ୍ତ ସର୍ପ ର ଫଁ ଫଁ ଶବ୍ଦ

 ତାରି ଭିତରେ ଅବିରାମ ନିରବତାରେ 

ଖୋଜୁଛି ଏ ଯାତ୍ରା ର  ଅନ୍ତିମ ସ୍ଥଳ 

ଛାତି ଥର ଥର ଵଢେନା ପାଦ।


କେମିତି ଅଛି !!

କେବେ କେବେ ଲାଗେ

ତରଣୀ  ଉପରେ ଯାଉଛି ଭାସି  

ଥଳକୂଳ ପାଉ ନଥିବା ବଢିଲା ନ‌ଈ...

ଅକାତ କାତ ପାଣି

ନାହିଁ ଆହୁଲା ,

ଜାଣେନା ଜୀବନ ଟା 

 ନଦୀ ପରି କେଣେ ଯାଉଛି  ବହି।


 ପୁଣି ମନେହୁଏ ...

ଏବେ ଏବେ ଭୁମିକମ୍ପକୁ ସାମ୍ନା କରୁଥିବା 

ତୁର୍କୀର ମଣିଷଟାଏ  ପରି 

ମୁଁ ଵହୁତଳ ପ୍ରାସାଦ ଭିତରେ ଥାଇ 

ଧୀରେ ଧୀରେ ମାଟି ଭିତରକୁ 

ଧସେଇ ପଶୁଛି ଯେ ପଶୁଛି ..

ଚାରିପଟେ ଵହଳ  ଅନ୍ଧାର 

  ଶୁଭୁଚି କେବଳ

ହୃଦୟଫଟା ବିକଳ ଚିତ୍କାର!!!


ପଚାରିଲ ଯଦି କେମିତି ଅଛି...

ଭାବୁଛି ନିଶ୍ଚିନ୍ତରେ କହିଦେବି..

ସେ ହେଉପଛେ ଅଗନା ଅଗନି ବନସ୍ତ

ଅବା ଅକାତ କାତ ଜଳରେ ଭାସିଯାଇଥିବା ତରଣୀ

 ଅଥବା ଭୂମିକମ୍ପର ତାଡ଼ନାରେ ମାଟିଗାମୀ 

 ଜୀବନଟିଏ ତ ମୁଁ!

 ଜୀଇଁ ଚାଲିଛି କେବଳ....

  ଜୀବନ ତ ଅଛି 

କହିପାରିବିନି କେମିତି ଅଛି...


ତୁମେ ଯଦି ମୋର ଆପଣାର....

ପାରୁଛ ଯଦି, କହିଦିଅ ମୋତେ

ସତରେ ମୁଁ କେମିତି ଅଛି !!!!


@Usha Satpathy

Request to listen my recitation 🌹

No comments:

Post a Comment