Tuesday 25 April 2023

ଓଡିଆ କବିତା "ନନ୍ଦ ରାଜାର ଟିକି ପିଲାଟି" / TRANSLATED ENGLISH POEM " THE LITTLE SON OF KING NANDA"

 କବିତାର ଶୀର୍ଷକ

ନନ୍ଦ ରାଜାର ଟିକି ପିଲାଟି

🌹🌹🌹🌹🌹🌹🌹

ହୃଦୟ କନ୍ଦର ସଚ୍ଚିଦାନନ୍ଦ ମୋ
ନଟବର ଶ୍ୟାମଘନ
ମୋହନ ମୂରତି କଦମ୍ବ ମୂଳିଆ
ମୋ ପ୍ରାଣ ହୃଦ ଚନ୍ଦନ
ଆହେ ନବଘନ ଶ୍ରୀ ବଂଶୀ ବଦନ
ଗୋପ ର ଉଦିଆ ଚାନ୍ଦ
ନନ୍ଦ ଯଶୋଦା ଙ୍କ କୋଳ ମଣ୍ଡି ଦେଇ
ହୋଇଲ କଳା ଗୋବିନ୍ଦ
ଜନ୍ମ ହୋଇ କଲ ଅସୁର ନିଧନ
ବାଲ୍ୟାବସ୍ଥାରୁ ହେ ଛଳେ
ପୁତନା, ସକଟା, ବକାସୁର ଆଦି
ଦଳି ଦେଲ ପାଦ ତଳେ
ପାଟି ଖୋଲିଦେଲ ମାଟି ତୁଣ୍ଡେ ଭରି
ଯଶୋଦା ମାତ ତାଟକା
ବିଶ୍ଵ ବ୍ରହ୍ମାଣ୍ଡ କୁ ତୁଣ୍ଡେ ଦେଖି ମାତା
ଆଶ୍ଚର୍ଯ୍ୟ ଚକିତ ଶଙ୍କା
ଇନ୍ଦ୍ର ଦର୍ପ ଚୂର୍ଣ୍ଟ ଗର୍ବ ଭାଙ୍ଗିଦେଲ
ଭାବ ବିନୋଦିଆ ହରି
କନିଷ୍ଠ ଅଙ୍ଗୁଷ୍ଠି ଗିରି ଗୋବର୍ଦ୍ଧନ
ଧରି ଆହେ ଗିରିଧାରୀ
ନଟୁ ଚୋରି କରି ଶ୍ରୀରାଧା ଙ୍କୁ ପ୍ରେମ
ବନ୍ଧନେ ବାନ୍ଧି ଠାକୁର
ମନ ଚୋରି ପ୍ରେମେ ଆଲିଙ୍ଗନ କଲ
ରାଧାରାଣୀ ଚିତ୍ତ ଚୋର
କିଏ କହେ ତୁମେ ଟିକି ପିଲା ବୋଲି
ତୁଣ୍ଡରେ କୋଟି ବ୍ରହ୍ମାଣ୍ଡ
ସେ ଟିକି ଚରଣେ ମଥା ସଦା ପାତେ
ନାମ ଭଜୁ ଥାଉ ତୁଣ୍ଡ
ସାର୍ଥକ ହେବ ମୋ ପିଣ୍ଡ
ବିଳାସିନୀ ପୃଷ୍ଟି
ଭୁବନ ଢେଙ୍କାନାଳ

No comments:

Post a Comment