Thursday 27 April 2023

ଓଡ଼ିଆ କବିତା "ସେଇ କାଳୀ ଝିଅଟି!" / TRANSLATED ENGLISH POEM " THAT DARK COMPLEXIONED LASS"





ସେଇ କାଳୀ ଝିଅଟି
!

ସେଇ କାଳୀ ଝିଅଟି 
କାଳୀ ମାନେ ... ସେମିତି ତ୍ରିପଣ୍ଡ କାଳୀ ନୁହଁ 
ତାକୁ ଶାବନା ବି କୁହାଯାଇପାରେ 
ହେଇପାରେ, ସେ ଜମା କାଳୀ ନୁହଁ ସତରେ ...

ଯେ କେହି ବି କାଳୀ ଲାଗିପାରେ ଛାଇ ଅନ୍ଧାରରେ 
ସେ ବି ଦିଶୁଥାଇପାରେ ସେମିତି....
ଗୋଟେ ସଫେଦ ମନ ଏବଂ 
ନିର୍ମଳ ହୃଦୟ ସାଇତି ଥାଇପାରେ ନିଜ ଭିତରେ 
ସେ କାଳୀ ଝିଅଟି!

କାଳୀ ହେଲେ ବି 
ତା ଆଖିରେ ସଜ ଫୁଟା ଫୁଲର ଚମକ   
ଖୁବ୍ ଉଜ୍ଜ୍ବଳ ...
ବରଫ ଆଚ୍ଛାଦିତ ଦୁଇଟା ପର୍ବତଶୃଙ୍ଗ ପରି 
ଶୁଭ୍ର ଆଉ ବିନମ୍ର,
ତା ଆଖିରେ ଖୁନ୍ଦା ଅସରନ୍ତି ସ୍ଵପ୍ନର କମକୁଟ 
କାଞ୍ଚନଜଙ୍ଗାକୁ ଲଙ୍ଘିଯିବାର ଦମ୍ଭ ଅତୁଟ 
ଅନବରତ ଚଳଚଂଚଳ କଳ୍ପନାର ଜୁଆର !

ସେ ଚୁପ୍ ଥାଏ, ଅଥଚ 
ଲେଖୁଥାଏ ଗଳ୍ପ କି କବିତା ତା ଆଖି !
କେଜାଣି ତା ଆଖିରେ ସାଇତା 
କେତେ ଗଳ୍ପ, କେତେ କବିତା, କେତେ ସ୍ମୃତି
ଏଇନା ଆସି ଚୁପିଚୁପି କହିଯିବ ଯେମିତି !!

ଥାଇପାରେ ତା ଆଖିରେ ବି ନିଆଁ 
ଅବା ଶ୍ରାବଣର ବନ୍ୟା ....
ସମୁଦ୍ରେ ଅଭିମାନ 
ପ୍ରେମ ଆଉ ଲାଜର ଏକ ନିବିଡ଼ ଅରଣ୍ୟ,
ତା ଆଖିରେ କିନ୍ତୁ ଫୁଲଙ୍କ ଲହରୀ ବିନା 
ଆଉ କିଛି ସହଜେ ଦିଶେନା !

ସେଇ କାଳୀ ଝିଅଟିର ଓଠ ଦୁଇଟି 
ଖୁବ୍ ଗୋଲାପି ଗୋଲାପି 
ଈଷତ୍ ଫାଙ୍କ, ଦରଫୁଟା ଗୋଲାପ ପରି 
ପାଖୁଡ଼ାଏ ମିଠା ହସର ଢେଉ,
କହିବ କହିବ ହଉଥାଏ
ଅଥଚ କହେନା, 
କିଛି ନକହି ବି କେତେ କଥା ସେ କହିପାରେ,
ବେଳେବେଳେ ଅନର୍ଗଳ କହିଗଲା ପରେ ବି 
ଲାଗେ, ରହିଯାଇଛି କହିବାକୁ ଆହୁରି ପୁଳେ କଥା 
ଶୁଣିବାକୁ ଅଧୀର ଗୋଟେ ଅନ୍ତର ଅପେକ୍ଷାରେ  
ହୁଏତ ତା'ର ଏଇ ସାମୟିକ ନୀରବତା !

କାଳୀ ତ ଅଳ୍ପେ ବହୁତ ସମସ୍ତେ, 
ମୁହଁ ସଞ୍ଜ ପରେ ସବୁ କାଳୀ 
ଆକାଶ, ସମୁଦ୍ର, ପୃଥିବୀ, ଆଉ ସବୁ ଯେତେ..,
ଗୋରୀ ହେଲେ ବି 
ଆପେକ୍ଷିକ ଭାବେ ଜଣେ କାହାଠୁ ନା କାହାଠୁ 
ଟିକିଏ ଫିକା ହେଇପାରେ 
କଣ ଅଛି ଯେ ରଙ୍ଗରେ?

ସେ କାଳୀ ହେଉ କି ଶାବନା 
ହୃଦୟର ରଙ୍ଗ ତୋଫା ହେଲେ 
ଦେହର ରଙ୍ଗ ମାନେ ରଖେନା!

ସେ କାଳୀ ଝିଅଟିର 
ମନ ଖୁବ୍ ସ୍ଵଚ୍ଛ, ହୃଦୟ ବି 
ହସ ଭାରି ନିର୍ମଳ, ଶ୍ରଦ୍ଧା ବି 
ତା ସେନେହରେ 
ଆପଣାପଣର ପ୍ରଚୁର ବାସ୍ନା ରହିଛି
ହେଉ କାଳୀ, କଣ ଫରକ ପଡୁଛି?


Copyright: ଡ଼. ବିଭୁଦତ୍ତ ନାୟକ

THAT DARK COMPLEXIONED LASS
 
Oh! That dark complexioned lass……
Being ‘dark complexioned’ isn’t being as dark as ash buds.
That can be considered wheatish too.
It may not be untrue that she is not at all dark skinned…..!
 
It’s not at all an exaggeration
That all may appear dark in the absence of light.
She too may take after that hue….
The same dark complexioned lass may treasure
An unalloyed mind as well as a spotless heart in her!
 
Oh! Regardless of being dark skinned,
The lustre in her eyes resembles the shine of fresh blossoms…..
They are milky and modest like two snow clad peaks,
Her eyes shelter countless colourful and dazzling dreams
Enthused enough to surmount the summit of the Kanchenjunga
Yes, the tides of imaginations are ever nimble and agile….!
 
Notwithstanding that she maintains silence,
Her ever wakeful eyes keep inking either tales or verses!
Oh! To everyone’s utter surprise her ever nattering eyes
Treasure countless stories, numbers and memories….!
 
Her eyes may abound with ardent sparks of fury and wrath
Or be teemed with the floods of passions and intensity
Or be brimmed with the oceans of pride and vanity,
Still, grows there a leafy and dense forest of love and modesty
Nothing but the floral waves of aroma and purity is traced there..!
 
The lips of that dark complexioned lass are like pink roses,
Her lips, like the half bloomed buds,
With their wavy smiles seem like conversing a lot.
But, alas! They prefer to be silent,
Still, her silence can speak volumes.
Sometimes it seems much remains to be conveyed and heard
For an eager, restless and gaping listener
Even after her long and unrestrained oratory,
It may be her temporary interval of silence .....!
 
 
All appear dark a little, especially after twilight
Irrespective of the sky, the sea, the earth and the rest....
Even the fairest may lack fairness to some extent in some respects!
What's there, indeed, in the fair skin?
 
Where there is fairness of heart,
The colour of the skin little matters,
Whether it's dark or wheatish in colour....!
 
The mind of that dark complexioned lass
Is clean beyond limit, the heart too.
Her laughter is crystal clear
There is love in her affections
The fragrance of affinity and closeness generously smells.....
Then, what does it matter even if she is dark complexioned....?

Lass - a young girl
Numbers - poems

Copyright: Dr. Shankar D Mishra, Bhubaneswar, Odisha, India 27.04.2023
N.B. – The above poem is the English version of an original Odia poem “SEI KALI JHIATI” composed by Dr. Bibhudatta Nayak, Odisha.

ବି. ଦ୍ର. :- ଯେଉଁ ଓଡ଼ିଆ କବି ମାନେ ସେମାନଙ୍କ ଓଡ଼ିଆ ରଚନା ର ଇଂଲିଶ ରୂପାନ୍ତର ଡ଼. ମିଶ୍ରଙ୍କ ଦ୍ୱାରା କରେଇବା ପାଇଁ ଇଛୁକ, ସେମାନେ ଏହି Whatsapp ନୁମ୍ବର ରେ ଯୋଗାଯୋଗ କରିପାରିବେ l (8249297412)

Please share this poem to your friends to enjoy reading it. Thank you. 🌹❤️❤️🙏

ଦୟାକରି ଏହି କବିତା ଟି ଆପଣଙ୍କ Whatsapp ଓ Facebook ସାଙ୍ଗ ମାନଙ୍କୁ share କରି ସେମାନଙ୍କୁ ମଧ୍ୟ ଏହାକୁ ପଢି ଉପଭୋଗ କରିବାକୁ ସୁଯୋଗ ଦିଅନ୍ତୁ l ଧନ୍ୟବାଦ 🙏❤️🌹🙏

Image credit: Google 

3 comments:

  1. A wonderful rendition of the poem Dr. Mishra. The sweetness and fragrance of the poem has been well maintained. Thankful for this translation. 💐🙏

    ReplyDelete
  2. You too are thanked for enjoying the poem 🌹❤️❤️🙏

    ReplyDelete