ଆମେରିକାରୁ ବାପାଙ୍କୁ ପୁଅ ପଠେଇ ଥିବା ଚିଠି ଟିଏ......
ପୂଜନୀୟ ବାପା,
ମୋର ପ୍ରଣାମ ନେବେ I ଆଜି ସୁଦୂର ଆମେରିକାରୁ ଥାଇ ଏ ଚିଠି ଲେଖୁଛି I କିଛି କଥା ତୁମକୁ ସାମ୍ନାରେ କହିବାର ସାହସ ନାହିଁ I ସେଥିପାଇଁ ଚିଠି ଟିଏ ଲେଖୁଛି, କ୍ଷମା କରିଦେବେ I
ଆଜି ସକାଳୁ ସକାଳୁ ଆମ ଓଡିଶାର ଗୋଟେ ପ୍ରସିଦ୍ଧ ଖବର କାଗଜରୁ ଜାଣିବାକୁ ପାଇଲି ଯେ ତୁମେ ତୁମର ସବୁ ସ୍ଥାବର ଅସ୍ଥାବର ସମ୍ପତି ଗୋଟେ ଵୃଦ୍ଧାଶ୍ରମକୁ ଦାନରେ ଦେବା ପାଇଁ ଇଛାପତ୍ର କରି ଦେଇଛ I ସେ ଖବର କାଗଜର ସୂତ୍ର ଅନୁସାରେ ତୁମର ଗୋଟେ ବୋଲି ପୁଅ ତୁମର ଦେଖା ଚାହଁI ନ କରିବାରୁ ତୁମେ ଏମିତି ଏକ ପଦକ୍ଷେପ ନେଇଚ I
ବାପା , ଅIପଣଙ୍କର ଏଇ ଗୋଟେ ନିଷ୍ପତି ଯୋଗୁଁ ସମାଜର ଆଖିରେ ଆଜି ମୁଁ ଗୋଟେ କୁଳାଙ୍ଗାର , ଅପଦାର୍ଥ , ସ୍ୱାର୍ଥପର ପୁଅ I ହେଲେ ଆଜି ମୁଁ ନିଜ କୁ ନିଜେ ପ୍ରଶ୍ନ କରୁଛି, ମୋର ଏ ପରିସ୍ଥିତି ପାଇଁ ଦାୟୀ କିଏ ? ବାପା ତୁମେ ନୁହଁତ ?
ମୋ ବାପା, ମୋ ପାଇଁ ଭଗବାନ I
ଭଗବାନ କେବେ କଣ ଭୁଲ କରି ପାରନ୍ତି?
ନା , କେବେ ନୁହେଁ?
ତେବେ ଭୁଲ ରହିଲା କଉଠି ?
ମୋ ଅବସ୍ଥା ଆଜି ଏମିତି କାହିଁକି ହେଲା ? ଜୀବନରେ ବାପା ଆପଣଙ୍କ କଥାକୁ ବେଦର ଗାର ମାନି ମୁଁ ଚଳିଆସିଛି I ତେବେ ଆଜି କଉଠି ଭୁଲ ରହିଗଲା ?
ବାପା , ମୋର ନର୍ସରୀ ଶ୍ରେଣୀ ଠାରୁ ଆରମ୍ଭ କରି ହେତୁ ହେଲା ଦିନ ଯାଏ ଅIପଣଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପାଠ ପଢି ଆସିଛି I ମୋର ମନେ ଅଛି ପଞ୍ଚମ ଶ୍ରେଣୀ ବୃତି ପରୀକ୍ଷାରେ ଆମ ଜିଲାରେ ମୁଁ ଦ୍ୱିତୀୟ ସ୍ଥାନ ଅଧିକାର କରି ବୃତି ପାଇବା ପାଇଁ ମନୋନୀତ ହୋଇଥିଲିI କିନ୍ତୁ ସେଦିନ ଆପଣ ଖୁସି ହେଇ ନଥିଲେ I ସ୍କୁଲରୁ ଫେରିଲା ବେଳେ ମୋତେ ପ୍ରଶ୍ନ ଟିଏ ପଚାରିଥିଲେ I ଚନ୍ଦ୍ରରେ ପାଦ ଦେଇଥିବା ପ୍ରଥମ ବ୍ୟକି କିଏ? ମୁଁ ତତ୍କ୍ଷଣାତ ଉତର ଦେଇଥିଲି, ନୀଳ ଆର୍ମଷ୍ଟ୍ରଙ୍ଗI କିଛି ସମୟ ପରେ ପଚାରିଲେ ଚନ୍ଦ୍ରରେ ପାଦ ଦେଇଥିବା ଦୁତୀୟ ବ୍ୟକ୍ତି ନାମ କଣ ? ମୁଁ କହିପାରିନଥିଲି I ଆପଣ କହିଥିଲେ କେହିବି ଦ୍ୱିତୀୟ ବ୍ୟକ୍ତିର ନାମ ମନେ ରଖନ୍ତିନି I ସମସ୍ତେ ପ୍ରଥମକୁ ମନେ ରଖନ୍ତି I ଜୀବନରେ ସବୁ ବେଳେ ପ୍ରଥମ ହେବI ପାଇଁ ଚେଷ୍ଟା କର I
ସେହି ଦିନ ଠୁ ମୁଁ ପ୍ରଥମ ହେବା ପାଇଁ ଧାଇଁ ଚାଲିଛି I ସେଇଟା କଣ ମୋର ଭୁଲ?
ଯେଉଁ ବୟସରେ ମୋ ସାଙ୍ଗ ମାନେ ଖେଳ କୁଦରେ ମାତିଥାନ୍ତି, ମୁଁ ସେ ବୟସରେ ପାଠ ପଢ଼ୁଥିଲି, କାରଣ ଦ୍ୱିତୀୟ ହେବାର ଭୟ ମୋ ମୁଣ୍ଡରେ ଥିଲା I
ଷଷ୍ଠ ଶ୍ରେଣୀରୁ ମୋତେ ଆପଣ ଆଇଆଇଟି(IIT) କେମିତି ପଢ଼ିବି ସେଥିପାଇଁ ମୋତେ ଫିଟିଯି (FIITJEE) ଭଳି କୋଚିଂ କ୍ଲାସରେ ଆଡ଼ମିସନ କରିଦେଲେ I ବାର ବର୍ଷ ବୟସରେ ଆପଣ ମୋତେ ଇଂଜିନିୟର କରିବା ପାଇଁ ଏକ ପ୍ରକାର ମନସ୍ଥ କରିସାରିଥିଲେ I କେବେବି ଜାଣିବାକୁ ଚେଷ୍ଟା କରି ନଥିଲେ ମୋର ପସନ୍ଦ କଣ I ମୁଁ କେତେ ସୁନ୍ଦର ଗପ ସବୁ ଲେଖୁଥିଲି I ମୁଁ ଲେଖିଥିବା ରଚନାକୁ ଆମ ଓଡ଼ିଆ ସାର ସବୁ ପିଲାଙ୍କୁ ପଢି ଶୁଣାଉଥିଲେ I ହେଲେ ଅIପଣଙ୍କ ନଜରରେ କେବଳ ବିଜ୍ଞାନ ଆଉ ଗଣିତ ହିଁ ଜରୁରୀ ପାଠ ଥିଲା, ଓଡ଼ିଆ ଇତିହାସ ଚିତ୍ରIଙ୍କନ ଆଦି କେବଳ କାମଚଳା ପାଠ I
ମୁଁ ଅIପଣଙ୍କ ଇଛା ମୁତାବକ ଦଶମରେ କୃତିତ୍ୱ ସହକାରେ ପ୍ରଥମ ଶ୍ରେଣୀରେ ପାସ କଲି I ସବୁ ପିଲା ମାନଙ୍କ ପରି ମୋରବି କଲେଜ ଜୀବନରେ କିଛି ସ୍ୱାଧୀନତା ମିଳିବ ବୋଲି ଆଶା କରିଥିଲି I କିନ୍ତୁ ଆପଣ ମୋତେ କଲେଜ ହିଁ ପଠାଇଲେ ନାହିଁ I ସୁଦୂର ରାଜସ୍ଥାନର କୋଟI ସହରରେ କୋଚିଂ ପାଇଁ ପଠେଇ ଦେଲେ I ନାମକୁ ମାତ୍ର ଗୋଟେ କଲେଜରେ କେବଳ ପରୀକ୍ଷା ଦେଇଥିଲି ଯୁକ୍ତ ଦୁଇ ପାସ ହେବI ପାଇଁ I ମୁଁ ବି ଆଜ୍ଞାଧୀନ ପୁତ୍ର ଭାବେ କିଛି ଆପତ୍ତି କରିନଥିଲି I ଅIପଣଂକ ଆଶା ଅନୁସାରେ ପ୍ରଥମ ଚେଷ୍ଟାରେ ଆଇଆଇଟି (IIT) ପଢିବା ପାଇଁ ଚୟନ ହେଇଗଲି I ମୋର କଠିନ ପରିଶ୍ରମ ଆଉ ଆପଣଙ୍କ ଆଶୀର୍ବାଦରୁ ଆଇ ଆଇ ଟି (IIT)ରେ ପ୍ରଥମ ହେଇ ଆମେରିକା ର ନାସା (NASA) ରେ ଚାକିରୀ ପାଇଗଲି I
ବାପା ଆପଣ କେତେ ଖୁସି ହେଇନଥିଲେ ସେଦିନ I ଆମ ଗାଁ ଯାକର ଲୋକଙ୍କୁ ଭୋଜି ଦେଇଥିଲେ , କାରଣ ଆପଣଂକ ପୁଅ ନାସାରେ ଚାକିରୀ ପାଇଛି I ଅIପଣଙ୍କର ବହୁତ ଦିନ ର ସ୍ବପ୍ନ ପୁରଣ ହୋଇଛି I
ପିଲାଟି ଦିନରୁ ଆପଣ ମୋତେ ଗୋଟେ ପାଠପଢା ମେସିନ ବନେଇ ଦେଲେ I ମୋ ମନରେ ସାମାଜିକ ଚଳଣି ଅପେକ୍ଷା ଗଣିତର ସୂକ୍ଷ୍ମା ତି ସୁକ୍ଷ୍ମ ସମୀକରଣ ର ସମାଧାନ ସବୁ ଭର୍ତି କରାଇଦେଲେ I ଆପଣ ସ୍ବପ୍ନ କୁ ସାକାର କରିବାକୁ ଯାଇ ମୁଁ ଏତେ ଉଚ୍ଚ ପହଂଚି ଯାଇଛି ଯେ ତଳକୁ ଆସିବା ପାଇଁ ସମୟ ହିଁ ନାହିଁ I
ଜାଣିଛ ବାପା, ଆପଣ ସବୁଠୁ ଖୁସି ହେବା କଥା ଯେ ମୁଁ ମହାକାଶଚାରି ଭାବେ ଯିବା ପାଇଁ ମନୋନୀତ ହେଇଚି I ଏକ ହଜାର ରୁ ଅଧିକ ପ୍ରାଥୀଙ୍କୁ ପଛରେ ପକାଇ ମୁଁ ଆଜିବି ପ୍ରଥମ ହେଇଚି I କିନ୍ତୁ ପ୍ରଥମ ଥର ପାଇଁ ଆପଣ ଖୁସି ନୁହନ୍ତି I କାରଣ ମୁଁ ଏବେ ଆଉ ଆପଣଂକୁ ସମୟ ଦେଇପାରୁନି I ଆଜି ପରିଣତ ବୟସରେ ନିଜକୁ ଅସୁରକ୍ଷିତ ମନେକରୁଛନ୍ତି I ମୁଁ ଜାଣେ ଆପଣଂକ ଅସୁସ୍ଥତା , ମାଆ ର ମୃତ୍ୟୁ ପରେ ଅIପଣଙ୍କ ନିଃସଙ୍ଗତା I ଆପଣ ଚାହାନ୍ତି ପୁଅ ପାଖରେ ରୁହନ୍ତୁ , ନିଜ ଗାଁ ରେ I ଆପଣ କିନ୍ତୁ ନିଜ ଗାଁ ଛାଡି ବିଦେଶରେ ରହିବାକୁ ନାରାଜ I ଆପଣ ଏବେ ହୃଦୟଙ୍ଗମ କରୁଥିବେ ଯେ ଏତେ ପରିଶ୍ରମ କରି ଯେଉଁ ସଫଳତାର ଶିଖରରେ ପହଂଚିବା ପାଇଁ ମୋତେ ଜୀବନ ଯାକ ପ୍ରେରଣା ଦେଇ ଆସୁଥିଲେ, ସେଇ ସଫଳତା ଆଜି ଆପଣ ଆଉ ମୋ ଭିତରେ ପାଚେରୀ ହେଇ ଛିଡା ହେଇଚି I
ପିଲା ଦିନର ଖେଳକୁଦ, ସାଙ୍ଗସାଥି ଙ୍କ ସହ ମଉଜମଜଲିସ ର ଅନୁଭୂତି କେବଳ ପାଠ ପଢା ପାଇଁ ହରେଇଛି I କିଶୋର ଅବସ୍ଥା ରେ କଲେଜ ଜୀବନ ବି ପାଠ ପାଇଁ ଦେଖି ପାରିଲିନି Iଏବେ ସେ ପାଠ ପଢାର ଫଳ କଣ ? ମୋର ଉଚ୍ଚ ସଫଳତା , ଆଉ ଆପଣ ମୋ ମଧ୍ୟ ରେ ବହୁତ ଦୂରତ୍ଵ I
ବାପା, ମୁଁ ଆପଣଂକ ପୁଅ I ଆଜି ଯାଏ ଆପଣଙ୍କ କଥା କୁ ମାନି ଚାଲିଥିଲି I ଆଜି ବି ମାନିବି I ଆପଣ ମୋ ଉପରେ ଅଭିମାନ କରି ସବୁ ସମ୍ପତି ଵୃଦ୍ଧାଶ୍ରମକୁ ଦାନ କରି ଦେଇଛନ୍ତି I ମୁଁ ଏହାକୁ ସ୍ୱାଗତ କରୁଛି I ବାପା, ମୁଁ ବି ତ ଅIପଣଙ୍କ ସମ୍ପତି I ସତ କହିବାକୁ ଗଲେ ପରୋକ୍ଷରେ ଆପଣ ମୋତେ ବି ଵୃଦ୍ଧାଶ୍ରମକୁ ଦାନ କରି ଦେଇଛନ୍ତି I ତେଣୁ ମୁଁ ମଧ୍ୟ ସବୁ କିଛି ତ୍ୟାଗ କରି ମୋ ନିଜ ଦେଶକୁ ଫେରିବାର ନିଷ୍ପତି ନେଇସାରିଛି I ମୋର ସବୁ ସମ୍ପତିକୁ ଆପଣଙ୍କ ଵୃଦ୍ଧାଶ୍ରମକୁ ଦାନ କରି ଆପଣଂକ ପାଖେ ପାଖେ ରହିବି I ଜୀବନରେ ପ୍ରଥମ ହେବା ପାଇଁ ବହୁତ ଧାଇଁ ସାରିଲିଣି I ଏବେ ମୁଁ ପୁରା କ୍ଲାନ୍ତ I ଆଉ ଉଡିବାକୁ ଇଛା ନାହିଁ I ଯେତେଦିନ ପାରିବି ଅIପଣଙ୍କ ସେବା କରିବି I
କାରଣ, ମୋ ବାପା, ମୋ ଚଳନ୍ତି ଭଗବାନ I ଅIପଣଙ୍କ ସେବା ହିଁ ମୋର ପ୍ରଥମ କର୍ତବ୍ୟ I
ଇତି
ଆପଣଂକ ଆଜ୍ଞାଧୀନ ପୁଅ
ଦୟାକରି ଚିଠି ଟିକୁ ଯଥେଷ୍ଟ ପରିମାଣରେ Share କରନ୍ତୁ!
ଧନ୍ୟବାଦ
🙏🙏🙏🙏🙏
Courtesy: ଏକ Whatsapp ବନ୍ଧୁଙ୍କ ନିକଟରୁ ପ୍ରାପ୍ତ ମେସେଜ
No comments:
Post a Comment