Thursday 12 May 2022

ବାପା


ବାପା

ବାପା, ତୁମେ ଜୀବନ ବୃକ୍ଷ ର ବୀଜ

ତୁମେ ସନ୍ତାନ ର ଭାବ ବୁଝ

ତୁମେ ପୀଡା ନାଶ କାରି ଲେପ

ତୁମେ ଦୟା ର ଅଥଳ କୂପ!


ବାପା, ତୁମେ ସଫଳତା ଚାବିକାଠି

ତୁମେ ପିଲାଙ୍କ ସୁଖ ର ପାଣ୍ଠି

ତୁମେ ପାଖେ ଥିଲେ ଦୁଃଖ ଡରେ

ତୁମ ନାମେ ପୀଡା ସବୁ ହରେ!


ବାପା, ତୁମେ ହରି-ହର ଙ୍କ ସ୍ୱରୂପ

ତୁମେ ବୁଦ୍ଧଙ୍କର ଶାନ୍ତି ସ୍ତୁପ

ତୁମେ ସ୍ୱର୍ଗଠୁ ମହାନତର

ତୁମ ପାଦପଦ୍ମେ ଯୋଡ଼େ କର!



Copyright : Dr. Shankar D Mishra, Bhubaneswar, Odisha, India 

No comments:

Post a Comment