ଜୀବନ
**************
ଦେଖିଚ କି କାଇଁ ଘୃଣାଠୁ ଅଧିକ
ପଙ୍କିଳ ନାଳଟିଏ ,
ମନଭରି କେବେ ଖେଳିଚ କି ଥରେ
ସରାଗ ନଦୀର ସୁଏ ?
ମାପିଚ କି କେବେ ଗଭୀରତା କେତେ
କ୍ଷମାର ଶାନ୍ତ ସାଗରେ ,
ଅନୁଭବିଚ କି ସେଇ ମନଟିକୁ
ଦୁଃଖର ପାହାଡ଼ ତଳେ ?
କାନପାତି କେବେ ଶୁଣିଚ କି ତମେ
ବିରହୀ ଛାତି ଶବଦ ,
ଆକୁଳ କୋମଳ ହାତଟିଏ ନେଇ
ଛୁଇଁଚ କି କା' ଦରଦ ?
ଦୁଇପଦ ଗୀତ ଗାଇଛି କି ଓଠ
କାହା ଆଖି ନିଦ ପାଇଁ,
ଫେରିଚ କି କେବେ ଆବେଗରେ ବେଗେ
ଆତୁରେ ଲୋଡ଼ିବା ନେଇ ?
ଏତିକି କରିନ କାହାପାଇଁ ଯଦି
କେଉଁ ସୁଖ ଅଭିସାରେ ,
ଧନ -ଜୀବନକୁ ଲଗାଉଚ ବାଜି
ସମୟ ଚକ ତ ଘୁରେ ।
**************************
ଦୀପ୍ତି ଶତପଥୀ Deepti Satapathy
No comments:
Post a Comment