Friday 22 September 2023

ଓଡ଼ିଆ କବିତା "କାଠଗଡାରେ ବିଶ୍ୱାସ" / TRANSLATED ENGLISH POEM "ALAS! TRUST IS NOW REGRETTABLY DISTRUSTED."'


କାଠଗଡାରେ
ବିଶ୍ୱାସ

(କୁଞ୍ଜବିହାରୀ ରାଉତ)

 

ବିଶ୍ୱାସ, ବଂଧୁତା ଅସ୍ତିତ୍ବ ଭିତ୍ତିଭୂମି

ବିଶ୍ୱାସ ହିଁ ବଂଚିବାର ଭିତ୍ତି

ଆମ ଜୀବନର ଆଧାରଶୀଳା

ପୁଣି ବିଶ୍ୱାସ ଅସମ୍ଭବକୁ କରେ ସମ୍ଭବ I

 

ତେବେ ଆଜି କିଏ ବୋଳିଦେଇଛି

ବିଶ୍ୱାସ ରେ କଳଙ୍କ

ସୃଷ୍ଟି କରି ବିଶ୍ୱାସ ବସୁନ୍ଧରାରେ

ଭୟଙ୍କର ଭୂମିକମ୍ପ ?

 

ବିଶ୍ୱାସ ଥାଏ ବୋଲି

ଅବିଶ୍ୱାସ ସମ୍ଭବ ହୁଏ I

ସବୁଠି ଏବେ ଅବିଶ୍ୱାସ ହଳାହଳ ବିଷ

ବିଶ୍ୱାସ ଏକ ସ୍ୱୟଂସିଦ୍ଧ

ସ୍ୱୟଂ ପ୍ରତିଷ୍ଠା ସତ୍ୟ I

 

ସଂସାରରେ ବଡ ଔଷଧ - ହସ

ବଡ ସଂପତ୍ତି - ବୁଦ୍ଧି, ବଡ ଅସ୍ତ୍ର - ଧୈର୍ଯ୍ୟ,

ବଡସୁରକ୍ଷା ହେଉଛି ବିଶ୍ୱାସ;

ତେବେ ବିଶ୍ୱାସ ଆଜି ଠିଆ କାଠଗଡାରେ

ପାରିବାର, ବାଣିଜ୍ୟ, ରାଜନୀତି, ଚାକିରୀ

ସବୁଠାରେ ମ୍ରିୟମାଣ ଏବେ ବିଶ୍ୱାସ I

 

ବିଶ୍ୱାସ ଯେଉଁଠି ଟଳମଳ ସ୍ଥିତି

ସେଠାରେ ଆତ୍ମବିଶ୍ୱାସ ଆସିବ କେଉଁଠୁ ?

 

ପାରସ୍ପରିକ ବିଶ୍ୱାସ ରୁ ସୃଷ୍ଟି ହୁଏ ନିରୋଳା ହସ

ସେ ହସ ରେ ଥାଏ ଆତ୍ମିୟତା

କିନ୍ତୁ, ବିଶ୍ୱାସ ଆଜି ଦୂର ଦିଗବଳୟର

କେଉଁ ଏକ ବିଷ ବାଷ୍ପଘେରା କୁଝଟିକା,

ସେଇଥିପାଇଁ ବିଶ୍ୱାସର ହନନ ବୋଲି

ଧରିତ୍ରୀର ସୌନ୍ଦର୍ଯ୍ୟ ଆଜି ବିକୃତ

ଯୌଥ ପରିବାର ଆଜି ବିଘଟିତ;

ଆଜି ଭାଇ ଭାଇ ମଧ୍ୟରେ

ଭଉଣୀ ଭାଇ ମଧ୍ୟରେ

ବାପ ପୁଅ ମଧ୍ୟରେ

ବଂଧୁ ବଂଧୁ ମଧ୍ୟରେ ଦଣ୍ଡାୟମାନ ଏକ ଅପହଞ୍ଚ ଦୂରତ୍ୱ ……..

 

ହାୟ! ଆଜି କାଠଗଡାରେ ବିଶ୍ୱାସ I

ତେଣୁ, ଆସ ବଂଧୁ ଅବିଶ୍ଵାସର ବାସ୍ତିଲ ଦୁର୍ଗକୁ ଭାଙ୍ଗିଦେଇ

ବିଶ୍ୱାସର ଏକ ନୂତନ ଜୀବନର ହିଲ୍ଲୋଳରେ,

ଏକ ନବ ପ୍ରଭାତକୁ ଉତ୍କଣ୍ଠା ସହ ସ୍ଵାଗତ କରିବା.........

 

୧୪୮/, ହମିରପୁର, ରାଉରକେଲା:

ମୋ: ୯୦୯୦୦୯୦୨୨୫

 

 

ALAS! TRUST IS NOW REGRETTABLY DISTRUSTED.

 

Friendship and survival grow on the plinth of trust.

Life without trust, like bubbles, does perish and burst.

Trust is life’s strongest foundation stone,

It turns myths into realities with ease - a fact well-known.

 

Then, who has tainted and tarnished trust today

Being the unsolicited causes for the fatal earthquakes

Upon the beautiful realm of trust, do say?

 

Betrayal can survive and thrive

Because the loyal Ttrust remains ever alive.

The venom of betrayal is rampant everywhere,

While Trust Itself is a proven and eternal Truth, my dear.

 

Lo! Laughter is the Panacea on earth,

While Reason is the most valuable wealth.

The most useful weapon is Patience,

Whereas Trust is the safest shield and fence.

 

Regrettably, Trust is now most distrusted  

In the families, trades, politics and jobs;

Everywhere Trust is forced to be frustrated.

Where Trust is in a serious quandary,

Expecting self-confidence must be a reverie.

 

 Yes, from mutual trust pure laughter oozes, 

And from intimacy that laughter ejaculates. 

Trust is today a blurry haze, notwithstanding

Surrounded by vapour layers perniciously contaminating. 

 

The Earth is distorted and disgraced

For, Trust is butchered and defaced.

Joint families are today fragmented

An inaccessible distance is now erected

Among brothers and brothers

Among sisters and brothers

Among fathers and sons

And among friends and friends millions.

 

Alas! Trust is now most distrusted and betrayed,

So, let’s dear friends, demolish this Bastille Fort of distrust.

Let’s woo and greet a new dawn with full of enthusiasm

To restart a new life of Trust replete with ecstasy and vim.

 

Copyright: Dr. Shankar D Mishra, Sr. Lecturer in English, Bhubaneswar, Odisha, Bharat 05.10.2023


No comments:

Post a Comment