Monday 4 September 2023

ଓଡ଼ିଆ କବିତା "ଆମ ଏହି ମନ ବହିବା ପବନ"/ TRANSLATED ENGLISH POEM "OUR MIND IS THE BLOWING WIND."

 ଆମ ଏହି ମନ ବହିବା ପବନ
ଆମ ଏହି ମନ ବହିବା ପବନ
ପରି ସଦାବେଳେ ଧାଉଁଛି
ଟିକକ ଭିତରେ ସାରା ଜଗତରେ
ବୁଲି ଆସିବାକୁ ଚାହୁଁଛି ।

Our mind like the restless wind
Does ceaselessly blow forever,
To roam across the globe
In an instant, it's incredibly eager.


ପାପ, ଲୋଭ, ଗର୍ବ ହିଂସା ଆଦି ସର୍ବ
ମନକୁ ଆୟତ୍ତ କରୁଛି
ପର ଶିରି ଦେଖି ଜଳିଯାଏ ଆଖି 
ବଞ୍ଚି ଥାଉଁ ଥାଉଁ ମରୁଛି ॥

Our susceptible minds are ever trapped
By sin, avarice, pride and violence,
We are burnt alive by our green eyes
That can never digest others' success.

ଏହିସବୁ ଅରି  ମଣିଷକୁ ଧରି 
ପାପ ସାଗରରେ ଛାଜୁଛି
 ନିର୍ଦୟ ନିଷ୍ଠୁର ଦୁଷ୍କର୍ମ ପାପକୁ 
ମନ ପୋଖରୀରେ ମାବୁଛି ॥
ପ୍ରାଣୀ ଜଗତର ଶ୍ରେଷ୍ଠ ଅବତାର
ଆଗରି ମଣିଷ ଏ ଜାତି
ଖଟାଇ ବିଜ୍ଞାନ ବଢ଼ାଉଛି ଧନ
କମାଇ ଦେଉଛି ସେ ତାତି ॥
ଯେତେକ ଦୁଷ୍କର୍ମ ସବୁ ପାପ କର୍ମ
ପୋଛିଦେଲେ ଏହି ମନରୁ
ସତ୍ୟ ଶାନ୍ତି ମୈତ୍ରୀ ଢାଳିଦେବେ ଧାତ୍ରୀ
ସୁବୁଦ୍ଧି ଆସିବ ଜ୍ଞାନରୁ ॥
କୋଟି ନେତ୍ର ଧରି ଦେଖୁଛନ୍ତି ହରି
ମଣିଷର ସବୁ କାମକୁ
ବାଛି ବାଛି ଭଲ କରି ତାଙ୍କୁ ଗେହୁ
ନେଇଯିବେ ତାଙ୍କ ଧାମକୁ ॥

No comments:

Post a Comment