କୋଣାର୍କ
##########
ଜ୍ୟୋତ୍ସ୍ନା ସୂତାର, କେନ୍ଦ୍ରାପଡ଼ା
####################
ଶୁଣି ଥିଲି ଦିନେ
ଚନ୍ଦ୍ରଭାଗା କୋଳେ
ଫୁଟିଛି କୃଷ୍ଣ କମଳ,
ଇତିହାସ ପୃଷ୍ଠା ରେ
ଦେଖିଲି ଲିଖିତ
କଳା ପାଗୋଡା ତା ନାମ।
ସେହି ସୈକତ ଶଯ୍ୟା
କମଳାଙ୍ଗ ଚର୍ଯ୍ୟା
ବିକସିତ ନାନା ରଙ୍ଗେ,
ସ୍ବଦେଶୀ ବିଦେଶୀ
ଭ୍ରମରରେ ବେଷ୍ଟି
ଖୁସି ବାଣ୍ଟେ ଅନୁରାଗେ।
କିନ୍ତୁ ତା'ର ଗାତ୍ରେ
ଦେଖିଛ କି ପାତ୍ରେ
କେଉଁ ଅଭିଲିପି ଅଭିସାର,
ବିଦଗ୍ଧ ପରାଣ
ତପ୍ତ ବାୟୁରେ
ପରିପୁଷ୍ଟ ଅଙ୍ଗ ତା'ର।
ବିରହ ବେଦନା
ବିଧୁର ଗାଥାରେ
ଯହିଁ ଶିଳ୍ପୀର ହସ୍ତାକ୍ଷର,
ଚାତକୀ ମାତାର
ଆକୁଳ ପରାଣେ
ତହିଁ ନିଥର ଗଳ୍ପ ସମ୍ଭାର।
ନବୀନ ବାଳିକା
ଚାତୁରୀ ପ୍ରେମିକା
ସ୍ମୃତି ଫୁଲ ଉପବନ,
ଶିଳ୍ପୀ ତୋଳିଛି
ସପନେ ସଜାଇ
ଗୋପନର ଇଛାମାନ ।
ଅରୁଣ ଉଦୟେ
କମଳ ହସଇ
ନିଶାମୁଖୁ ଝୁରେ ନିତି,
ଶିଳା ପଦ୍ମ ଟିଏ
ହସୁଥାଏ ସିନା
ପିନ୍ଧି ତୃଷ୍ଣାର ପରିପାଟୀ।
କେତେ ଯେ ବସନ୍ତ
ହଜାଇ ଦେଇଛି
ମଳୟରେ ଜଳି ଜଳି,
କେତେ ଯେ ସମ୍ପର୍କ
ମିଳାଇ ଯାଇଛି
ଗାଁ ଠୁଁ ଦୂରରେ ରହି।
ହେ କୋଣାର୍କ ତୁମେ
ଭଗ୍ନଶିଳା ଆଜି
ମଗ୍ନ ମାଟିରେ ନଗ୍ନ ମାନବିକତା,
ଉତ୍କଳର ତୁମେ
ଉତ୍କର୍ଷ ଐତିହ୍ୟ
ତୁମ ଦେହେ ତାର ସକଳ ଗାଥା।
#####################
x
##########
ଜ୍ୟୋତ୍ସ୍ନା ସୂତାର, କେନ୍ଦ୍ରାପଡ଼ା
####################
ଶୁଣି ଥିଲି ଦିନେ
ଚନ୍ଦ୍ରଭାଗା କୋଳେ
ଫୁଟିଛି କୃଷ୍ଣ କମଳ,
ଇତିହାସ ପୃଷ୍ଠା ରେ
ଦେଖିଲି ଲିଖିତ
କଳା ପାଗୋଡା ତା ନାମ।
ସେହି ସୈକତ ଶଯ୍ୟା
କମଳାଙ୍ଗ ଚର୍ଯ୍ୟା
ବିକସିତ ନାନା ରଙ୍ଗେ,
ସ୍ବଦେଶୀ ବିଦେଶୀ
ଭ୍ରମରରେ ବେଷ୍ଟି
ଖୁସି ବାଣ୍ଟେ ଅନୁରାଗେ।
କିନ୍ତୁ ତା'ର ଗାତ୍ରେ
ଦେଖିଛ କି ପାତ୍ରେ
କେଉଁ ଅଭିଲିପି ଅଭିସାର,
ବିଦଗ୍ଧ ପରାଣ
ତପ୍ତ ବାୟୁରେ
ପରିପୁଷ୍ଟ ଅଙ୍ଗ ତା'ର।
ବିରହ ବେଦନା
ବିଧୁର ଗାଥାରେ
ଯହିଁ ଶିଳ୍ପୀର ହସ୍ତାକ୍ଷର,
ଚାତକୀ ମାତାର
ଆକୁଳ ପରାଣେ
ତହିଁ ନିଥର ଗଳ୍ପ ସମ୍ଭାର।
ନବୀନ ବାଳିକା
ଚାତୁରୀ ପ୍ରେମିକା
ସ୍ମୃତି ଫୁଲ ଉପବନ,
ଶିଳ୍ପୀ ତୋଳିଛି
ସପନେ ସଜାଇ
ଗୋପନର ଇଛାମାନ ।
ଅରୁଣ ଉଦୟେ
କମଳ ହସଇ
ନିଶାମୁଖୁ ଝୁରେ ନିତି,
ଶିଳା ପଦ୍ମ ଟିଏ
ହସୁଥାଏ ସିନା
ପିନ୍ଧି ତୃଷ୍ଣାର ପରିପାଟୀ।
କେତେ ଯେ ବସନ୍ତ
ହଜାଇ ଦେଇଛି
ମଳୟରେ ଜଳି ଜଳି,
କେତେ ଯେ ସମ୍ପର୍କ
ମିଳାଇ ଯାଇଛି
ଗାଁ ଠୁଁ ଦୂରରେ ରହି।
ହେ କୋଣାର୍କ ତୁମେ
ଭଗ୍ନଶିଳା ଆଜି
ମଗ୍ନ ମାଟିରେ ନଗ୍ନ ମାନବିକତା,
ଉତ୍କଳର ତୁମେ
ଉତ୍କର୍ଷ ଐତିହ୍ୟ
ତୁମ ଦେହେ ତାର ସକଳ ଗାଥା।
#####################
x
No comments:
Post a Comment