Saturday 13 January 2024

ଓଡ଼ିଆ କବିତା "ତ୍ରିରଙ୍ଗା" / TRANSLATED ENGLISH POEM "TRIRANGA: THE TRI-COLOUR"

 ତ୍ରିରଙ୍ଗା

ତିନି ରଙ୍ଗରେ ରଙ୍ଗେଇ ହୋଇ 
ଉଡ଼ଇ ଫରଫର, 
ଜାଣିଛ ଯଦି ନାମଟି କୁହ 
ମିଳିବ ପୁରସ୍କାର।

ଭାରତ ମାତା ଗରବ ସେହି 
ଜାତିର ଅଟେ ଟେକ, 
ନାଆଁଟି ତା’ର ତିନି ଅକ୍ଷର 
ଭାବିକି ଥରେ ଦେଖ।

ବୀର ସହିଦ ଦେହେ ଘୋଡାଇ 
ଲଭଇ ଗଉରବ, 
ଜାତୀୟ ନେତ ଅଟେ ଆମରି 
ଉଡ଼ଇ ଛୁଇଁ ନଭ।

ନାରଙ୍ଗୀ ଧଳା ସବୁଜ 
ମଧେ ଅଶୋକ ଚକ୍ର,
ସାହସ ଶକ୍ତି ଶାନ୍ତି ସମୃଦ୍ଧି 
ଅଟଇ ଯା’  ପ୍ରତୀକ।

ଭିନ୍ନତା ମଧ୍ୟେ ଏକତା ବାର୍ତ୍ତା 
ଗାଏ ବୀରତ୍ଵ ଗାଥା, 
ବନ୍ଦେ ମାତରଂ ଜନତା ଗାଏ 
ନୂଆଁଇ ପାଦେ ମଥା।

କହି ପାରିବ ନାମଟି ଯଦି 
ସଚ୍ଚା ଭାରତ ଶିଶୁ,
ତା' ନାମ ଗାଇ ତା ଟେକ ପାଇଁ  
ମାଟିରେ ଦେହ ମିଶୁ।

No comments:

Post a Comment