Friday 10 May 2024

 2:05


Odia Poet Pradip Bisw...


Just now


ବାପା ଚାଲିଗଲେ


ବାପା ଚାଲିଗଲେ ଉଜୁଡ଼ି ପଡ଼େ ସତେ ଯେପରି ମୁଣ୍ଡ ଉପରର ଛାତ ଖଣ୍ଡକ । ହେଉ ସେ ବଜ୍ର ହେଉ କି ବତାସ ହେ କିଏ ଜାଣେ କେତେବେଳେ ଏବେ ଖସିପଡ଼ିବ ଅଚାନକ ଠିକ୍ ନିଜର ମୁଣ୍ଡ ଉପରେ ।


ବାପା ଚାଲିଗଲେ ଗାଢ଼ ନୀଳ ଦିଶେ ଆକାଶ ସବୁ ଶୂନ୍ୟ ଶୂନ୍ୟ... ବଢ଼ିଯାଏ ନିର୍ଜନତ ନିଜ ଭିତରର ଏକାକୀତ୍ଵ । କିଏ ଆଉ ขง ପଚାରିବାକୁ ଖାଇବା ଆଗରୁ ପୁଅର ଖାଇବା କିମ୍ବା ଶୋଇବା ଆଗରୁ ପୁଅର ଘରକୁ ଫେରିବା କଥା ।

ବେକ ଥୋଇ ଦେବ କିଏ ? କିଏ ଅଛି ତାଙ୍କ ଛଡ଼ା ଈଶ୍ଵରଙ୍କ ନିକଟରେ ପାତିଦେବ ହାତ ନେଇ ଯିବାକୁ ପୁଅର ଦୁଃଖ ସବୁ ନିଜପାଇଁ ? ବାପା ଚାଲିଗଲେ ଯେତେ ଉତ୍ତୋଳିତ ଅସ୍ତ୍ରସବୁ ଉହୁଙ୍କି ଆସରି ମୁଣ୍ଡ ଉପରକୁ କିଏ ବା ଆଉ ଥାଏ ପାତିଦେବାକୁ ନିଜ ଛାତିର ଢାଲ.... କେହି କୁଆଡ଼େ ନ ଥାଆନ୍ତି ଆଉ । 000

4824


:


ବାପା ଚାଲିଗଲେ ଅଦୃଷ୍ଟର ହାଣ ମୁହଁରେ

No comments:

Post a Comment