*ପୁନେଇଁ ଜହ୍ନ*
ବରଷକେ ଥରେ ସଜବାଜ ନେଇ
ଆସିଛି କୁମାର ପୁନେଇଁ
ଶିଉଳି ଲଗା ଏ କୁଆଁରୀ ମନଟା
ହୁଏ ଯେ କେତେ ଫୁଲେଇ....
ଶରତ ଇନ୍ଦୁରେ ପ୍ରେମିକ ପାଖକୁ
ଲୁଚି ଲୁଚି ଲେଖେ ଚିଠି
ଓଠର ଭାଷା ଓ ମନର କଥାକୁ
ଲେଖିଦିଏ ହାତ କାଟି....
ଲାଜେ ଲାଜେ ଦେଖ ଜହ୍ନ ଆଲୁଅରେ
ନଦୀ, ପୋଖରୀକୁ ଚଳେ
ଖୋଲି ତା' ଓଢଣୀ କୁଳ ଭୁଆସୁଣୀ
ଅଳସ ଦେହ ପଖାଳେ.....
କାଶତଣ୍ଡୀ ମାଳେ ଲାଜେଇ ପ୍ରେମିକା
ଚୋରା ପ୍ରେମ ଦିଏ ବାଢ଼ି
ଦେଖି ଦେବ କାଳେ ଫୁଲେଇ ଜହ୍ନଟା
ସରମରେ ଯାଏ ସଢ଼ି.....
ଫୁଲେଇ ନୁହେଁ ସେ ପୁନେଇଁ ଜହ୍ନଟା
ବାଣ୍ଟି ଚାଲି ଥାଏ ଖୁସି
ନିଜ ଦାଗ ଭୁଲି ସାରା ଦୁନିଆକୁ
ଦିଏ ଯେ ହସ ପରଷି....
ଭାରତୀ ରଥ
ରଗଡି, ବାଙ୍କୀ, କଟକ.
No comments:
Post a Comment