Thursday 18 March 2021

ଓଡ଼ିଆ କବିତା, ହେ ମୋ ପ୍ରିୟେ

 


ହେ ମୋ ପ୍ରିୟେ!


ହେ ମୋ ପ୍ରିୟେ,

ତୁମ ହୃଦୟର ସ୍ପନ୍ଦନ

ତୁମ ସ୍ନେହ ଭରା ବନ୍ଧନ

ତୁମ ମିଠା କଥା ଚନ୍ଦନ,

ମୋ ଜୀବନ ବ୍ୟୋମ ର ଇନ୍ଧନ!


ହେ ମୋ ପ୍ରିୟେ,

ତୁମ ପ୍ରେମ ଭରା ସପନ

ତୁମ ମଧୁ ବର୍ଷା ଚୁମ୍ବନ

ତୁମ ଅନାବିଳ ଅର୍ପଣ,

ମୋ ଜୀବନେ ନେଇ ଆସେ ବାର ମାସି ଫଗୁଣ!


ହେ ମୋ ପ୍ରିୟେ,

ତୁମ ମିଠା ପରସ ରେ ଖୁସି ମୋର ଗୁଣନ

ତୁମ ବିନା ଜୀବନ ରେ ଆନନ୍ଦ ମୋ ଫେଡ଼ାଣ

ତୁମ ବକ୍ଷ୍ୟା ମୃ ତେ, ସତେ କ୍ଷୟୁଧା ମୋର ହରଣ,

 ତୁମ କୋଳ ସ୍ୱର୍ଗୁ ମିଳେ ସର୍ବକ୍ଳେଶ ନିଦାନ!


ହେ ମୋ ପ୍ରିୟେ,,

ତୁମର ପ୍ରଶଂସା ପାଇଁ ଶବ୍ଦ ମୋର ସ୍ୱଳ୍ପ

ସଭିଏଁ ପଢନ୍ତୁ ତୁମ ପ୍ରେମାନନ୍ଦ ଗଳ୍ପ!


Copyright: ଶଙ୍କର ଡି ମିଶ୍ର  18.03.2021


No comments:

Post a Comment