Friday, 6 October 2023

odia kabita "ଶରତର ଆଗମନ" / TRANSLATED ENGLISH POEM "UPON AUTUMN'S ARRIVAL"

 
ଶରତର ଆଗମନ
          ବାସନ୍ତୀ ଲତା ଜେନା
 
ଶରତ ଆଣିଛି ମରତର ଶୋଭା
       ସ୍ୱର୍ଗର ସୁଷମା ନେଇ
ଚଉଦିଗ ହସେ ଶୋଭା ପରକାଶେ
        ମଧୁର ମୂର୍ଚ୍ଛନା ଦେଇ    l୧l
UPON AUTUMN’S ARRIVAL
 
Lo! At last, Autumn has descended on Earth
Accompanied with the Beauty of heaven;
Smiles bloom on the branches of each direction
Rains everywhere sweet exultation and lavish mirth.
 
 
ପ୍ରକୃତିର ଶୋଭା ଭାସ୍ୱର ଦିଶଇ
         ତରୁ ଲତା ବନ ଭୂଇଁ
ନିର୍ମଳ ଆକାଶେ ଧଳା ମେଘ ଖେଳେ
       ବନେ ମୟୂର ନାଚଇ       l୨l
Nature scales the peak of Her elegance;
Trees, creepers and dales greenery enhance.
Snowy clouds play in the clear sky in joyance
Peacocks in the jubilant jungles do dance.
 
 
ନୀଳ ଆକାଶକୁ ସବୁଜ ଧରିତ୍ରୀ
      ସଙ୍ଗମରେ ଉତ୍ଫୁଲିତ
ଶରତ ଜ୍ୟୋଛନl ନିର୍ମଳ ଗଗନେ
       ଚନ୍ଦ୍ର କିରଣରେ ସ୍ନାତ      l୩l
 
 
ଶରତ ସାଜିଛି ନବ ବଧୂ ଆଜି
      ରୂପସୀ ତରୁଣୀ ସିଏ
ଶେଫାଳୀ ଫୁଲରେ ସଜେଇ ହୋଇଛି
         ଚନ୍ଦ୍ର ତାରା ସୁଖ ଦିଏ     l୪l
ସରସୀର ଜଳ ନିର୍ମଳ ଦିଶଇ
        ଫୁଟିଛି ପଦୁଅଁ କଇଁ
ସୂର୍ଯ୍ୟ ଚନ୍ଦ୍ରଙ୍କର ପ୍ରେମର ପରଶ
       ଅଙ୍ଗେ ଖେଳେ ଦେହ ଛୁଇଁ  l୫l
ହଂସ ହଂସ ରାଳୀ କଳରବ କରେ
          ନୂପୁର କଙ୍କଣ ପିନ୍ଧି
ନୀଳ ଜଳ ରାଶି ସ୍ୱଚ୍ଛତା ପରଶେ
       ଶରତ ପ୍ରେମରେ ବନ୍ଦୀ      l୬l

ନଦୀ ପଠା ଧାରେ କାଶତଣ୍ଡୀ ଝୁଲେ
       ମାତାଙ୍କ ସ୍ୱାଗତ ପାଇଁ
ଦେବୀ ଦଶ ଭୁଜା ମହିଷା ମର୍ଦ୍ଦିନୀ
        ଆସନ୍ତି ଧରା ଓହ୍ଲାଇ      l୭l

ଟଗର ମାଳତୀ ଶେଫାଳି ହସନ୍ତି
        ଅପାର ଜିତାକୁ ନେଇ
ସକlଳ ଶିଶିର ରମଣୀୟ ଦିଶେ
        ମୁକ୍ତାର ଝଲକ ଦେଇ      l୮l
ନୀଳକାଶ ଦିଶେ ମେଘ ମୁକ୍ତ ହୋଇ
         ଶୁଭ୍ର ଜ୍ୟୋତ୍ସ୍ନା ସୁଖ ଦିଏ
କିଶୋର କିଶୋରୀ ଜ୍ୟୋତ୍ସ୍ନାରେ ଭିଜନ୍ତି
         ପ୍ରୀତି ଅର୍ଘ୍ୟ ବଢ଼ା ଯାଏ   l୯l

ଗଣେଶ ଚତୁର୍ଥୀ ଜନ୍ମାଷ୍ଟମୀ ପଡେ
          ଖୁଦୁରୁକୁଣି ପାର୍ବଣ
ଜହ୍ନି ଫୁଲ ଓଷା ସୁନିଆ ଆସଇ
         ଶରତେ ହୁଏ ପାଳନ     l୧୦l
 
କ୍ଷେତରେ କ୍ଷେତରେ ଶସ୍ୟ ପାଚି ଉଠେ
          ସୁବର୍ଣ୍ଣ ରୂପକୁ ନେଇ
ଶରତର ଶୋଭା ଅତି ରମଣୀୟ
        ତୁଳନା ତାହାର ନାହିଁ    l୧୧l
 
ଗାନ୍ଧିନଗର, ନବରଙ୍ଗପୁର  l

No comments:

Post a Comment