Friday 6 October 2023

odia kabita "ଶରତର ଆଗମନ" / TRANSLATED ENGLISH POEM "UPON AUTUMN'S ARRIVAL"

 
ଶରତର ଆଗମନ
          ବାସନ୍ତୀ ଲତା ଜେନା
 
ଶରତ ଆଣିଛି ମରତର ଶୋଭା
       ସ୍ୱର୍ଗର ସୁଷମା ନେଇ
ଚଉଦିଗ ହସେ ଶୋଭା ପରକାଶେ
        ମଧୁର ମୂର୍ଚ୍ଛନା ଦେଇ    ll
UPON AUTUMN’S ARRIVAL
 
Lo! At last, Autumn has descended on Earth
Accompanied with the Beauty of heaven;
Smiles bloom on the branches of each direction
Rains everywhere sweet exultation and lavish mirth.
 
 
ପ୍ରକୃତିର ଶୋଭା ଭାସ୍ୱର ଦିଶଇ
         ତରୁ ଲତା ବନ ଭୂଇଁ
ନିର୍ମଳ ଆକାଶେ ଧଳା ମେଘ ଖେଳେ
       ବନେ ମୟୂର ନାଚଇ       ll
Nature scales the peak of Her elegance;
Trees, creepers and dales greenery enhance.
Snowy clouds play in the clear sky in joyance
Peacocks in the jubilant jungles do dance.
 
 
ନୀଳ ଆକାଶକୁ ସବୁଜ ଧରିତ୍ରୀ
      ସଙ୍ଗମରେ ଉତ୍ଫୁଲିତ
ଶରତ ଜ୍ୟୋଛନl ନିର୍ମଳ ଗଗନେ
       ଚନ୍ଦ୍ର କିରଣରେ ସ୍ନାତ      ll
 
 
ଶରତ ସାଜିଛି ନବ ବଧୂ ଆଜି
      ରୂପସୀ ତରୁଣୀ ସିଏ
ଶେଫାଳୀ ଫୁଲରେ ସଜେଇ ହୋଇଛି
         ଚନ୍ଦ୍ର ତାରା ସୁଖ ଦିଏ     ll
ସରସୀର ଜଳ ନିର୍ମଳ ଦିଶଇ
        ଫୁଟିଛି ପଦୁଅଁ କଇଁ
ସୂର୍ଯ୍ୟ ଚନ୍ଦ୍ରଙ୍କର ପ୍ରେମର ପରଶ
       ଅଙ୍ଗେ ଖେଳେ ଦେହ ଛୁଇଁ  ll
ହଂସ ହଂସ ରାଳୀ କଳରବ କରେ
          ନୂପୁର କଙ୍କଣ ପିନ୍ଧି
ନୀଳ ଜଳ ରାଶି ସ୍ୱଚ୍ଛତା ପରଶେ
       ଶରତ ପ୍ରେମରେ ବନ୍ଦୀ      ll

ନଦୀ ପଠା ଧାରେ କାଶତଣ୍ଡୀ ଝୁଲେ
       ମାତାଙ୍କ ସ୍ୱାଗତ ପାଇଁ
ଦେବୀ ଦଶ ଭୁଜା ମହିଷା ମର୍ଦ୍ଦିନୀ
        ଆସନ୍ତି ଧରା ଓହ୍ଲାଇ      ll

ଟଗର ମାଳତୀ ଶେଫାଳି ହସନ୍ତି
        ଅପାର ଜିତାକୁ ନେଇ
ସକl ଶିଶିର ରମଣୀୟ ଦିଶେ
        ମୁକ୍ତାର ଝଲକ ଦେଇ      ll
ନୀଳକାଶ ଦିଶେ ମେଘ ମୁକ୍ତ ହୋଇ
         ଶୁଭ୍ର ଜ୍ୟୋତ୍ସ୍ନା ସୁଖ ଦିଏ
କିଶୋର କିଶୋରୀ ଜ୍ୟୋତ୍ସ୍ନାରେ ଭିଜନ୍ତି
         ପ୍ରୀତି ଅର୍ଘ୍ୟ ବଢ଼ା ଯାଏ   ll

ଗଣେଶ ଚତୁର୍ଥୀ ଜନ୍ମାଷ୍ଟମୀ ପଡେ
          ଖୁଦୁରୁକୁଣି ପାର୍ବଣ
ଜହ୍ନି ଫୁଲ ଓଷା ସୁନିଆ ଆସଇ
         ଶରତେ ହୁଏ ପାଳନ     l୧୦l
 
କ୍ଷେତରେ କ୍ଷେତରେ ଶସ୍ୟ ପାଚି ଉଠେ
          ସୁବର୍ଣ୍ଣ ରୂପକୁ ନେଇ
ଶରତର ଶୋଭା ଅତି ରମଣୀୟ
        ତୁଳନା ତାହାର ନାହିଁ    l୧୧l
 
ଗାନ୍ଧିନଗର, ନବରଙ୍ଗପୁର  l

No comments:

Post a Comment