Thursday 12 October 2023

ଓଡ଼ିଆ କବିତା "କାଶତଣ୍ଡି" / TRANSLATED ENGLISH POEM "KASHATANDI"

 କାଶତଣ୍ଡି

କି ସୁନ୍ଦର ତୋର ରୂପ କାଶତଣ୍ଡି
ମନ ନେଇଯାଉ ମୋହି।
ଧବଳ ପୋଷାକ ପିନ୍ଧିକି ଧରଣୀ
ହେଉଛି ଆଜି ସଜେଇ। ପବନରେ ଯେବେ ନାଚୁଥାଉ ତୁହି
ସମୁଦ୍ରର ଢେଉ ଭଳି।
ତୋ ରୂପ ଦେଖ‌ିଲେ ହୁଏ ଇଚ୍ଛା ମୋର
ଧରନ୍ତିକି ତୋତେ ତୋଳି। ଶାରଦୀୟ ଦୁର୍ଗା ପୂଜା ରେ ତୁ ଆସୁ
ମାଆଙ୍କ ଦର୍ଶନ ଲାଗି।
ଶରତ ସରିଲେ ଫେରିଯାଉ ପୁଣି
ଧରାକୁ ବିଦାୟ ମାଗି।
ବର୍ଷ ପରେ ବର୍ଷ ଏମିତି ତୁ ଆସୁ
ଧରଣୀର ସଜ ପାଇଁ।
କର୍ତ୍ତବ୍ୟର ଶିକ୍ଷା ଦେଇ ଚାଲିଯାଉ
ମନୁଷ୍ୟ ମାନଙ୍କ ପାଇଁ।
~ କସ୍ତୁରୀ ଦାସ

No comments:

Post a Comment