Tuesday, 31 October 2023
HOW TO MAKE ALKALINE WATER AT HOME & WHAT ARE ITS BENEFITS?
Monday, 16 October 2023
ଓଡ଼ିଆ କବିତା "ଝଙ୍କାର" TRANSLATED ENGLISH POEM "JHANKAR"
ଉକ୍ତକବି
ରାମଚନ୍ଦ୍ର ସାହୁ କରିଷ୍ଠ ଶିକ୍ଷାବିତ ଓ
-- ର
ମୋ’ମନର୍ ଜାଗା ତୁମରି ପରଖ - ମୋ’ ପ୍ରାସର ତନ୍ତ୍ରୀ ର ଏପାଳ - - -
ଦ୍ରୁମେ ଦୂର ଜ୍ଞାନ-ଜ୍ୟୋତି,
ଶୁଣିଥାଅ। ମନପାତି ne
ଅଉ କର ତୁମେ ମୋ ହୃଦୟ-ବେସ୍
ତୁମେ ଗାଁ ଆଲୌକ ନିଜେ । ।
ଅଳିକ ଏ ମୋର ଆର୍ଥିନ-ଶର୍ଟ୍ରେ ତୁମେ ଓ ବୃଦ୍ଧି କର ସନ
– ମୋ ଶ୍ରାବ ସୁଖର ତୁମେ ତ ପ୍ରେ
ଆଦର୍ଶ - ଜୀବନ ଗଠନରେ ତୃଟମେ ହୃଦୃଢ଼ କରିବ
କଳାର ମୁଁ ଏକ ପୂଜାଚ୍ ରେ ପ୍ରଶ୍ନ ତୁମେ ମୋର୍ କଳାକାର୍,
। ଏତିକି ମିନତି ତର ଶ୍ରୀପୟରେ ଲେଖନୀ ମୋ ବୃତ୍ତିରେ ୫"
ଓଡ଼ିଆ କବିତା "ଭବିଷ୍ୟ ଅନ୍ଧାର ଦିଶେ"/ TRANSLATED ENGLISH POEM "FUTURE APPEARS DARK."
ଭବିଷ୍ୟ ଅନ୍ଧାର ଦିଶେ
****************
ବାଟରେ ଦେଖିକି ବାଟୋଇ ଭାଇକୁ
ଗଛଟେ ଡାକିଲା ଆ '
ଟାଇଁ ଟାଇଁ ଖରା କୁଆଡ଼େ ଯାଉଛୁ
ତଳେ ମୋର ବସି ଯା '।
ବିଞ୍ଚି ଦେବି ତୋତେ ପତର ପଙ୍ଖାରେ
ଡାଳ ଥୋଇ ଦେବ ଛାଇ,
ସେଇ ଛାଇ ତଳେ ଢୁଳେଇ ପଡ଼ିବୁ
ମାରି ଦେଇ ଟିକେ ହାଇ।
ଜୀବନଟା ସାରା ଏକ ଗୋଡ଼େ ଠିଆ
କରୁ ଥାଇ ଉପକାର,
ମଣିଷ ଜାତିଟା ବୁଝୁନି କାହିଁକି
କାଟି କରେ ଘର ଦ୍ବାର।
ଟାଙ୍ଗିଆ ଦେହରେ ମୋ ଡାଳ ଲଗାଇ
ବେଣ୍ଟକୁ ସଜାଡ଼ି ଆଣେ,
କାଳ କାରଖାନା ବସାଇ କିପରି
ନିଜ ଗୋଡ଼ ନିଜେ ହାଣେ।
ପାଟି ମୋ ଫିଟୁନି କହିବି କାହାକୁ
କେବଳ ନୀରବ ଦ୍ରଷ୍ଟା,
ମନ ମୋ ବୁଝୁନି ମଣିଷ ଜାତିକୁ
ଗଢ଼ିଥିଲେ କିଆଁ ସ୍ରଷ୍ଟା।
ଦେଇ ଦେଇ ତା'ରେ ଥକି ପଡ଼ିଲିଣି
ଫୁଲ ଫଳ ଡାଳ ପତ୍ର,
ମରିବା ପର୍ଯ୍ୟନ୍ତ ଶୁଝୁଥିବି ଋଣ
ମଣିଷ ଯେଣୁ ମୋ ମିତ୍ର।
ମଣିଷ ହୋଇ ସେ ଅମଣିଷ ପରି
ଗାଉଛି ରସର୍ କେଲି,
ଏତେ ପାଠ ପଢ଼ି ଜାଣୁନି କେମିତି
ଭବିଷ୍ୟ ଅନ୍ଧାର ବୋଲି ।
ମହା ପ୍ରଳୟ ଯେ ଆଗକୁ ଆସୁଛି
ଦିଶୁ ଅଛି ଜଳ ଜଳ,
ରକ୍ଷା କରିବାକୁ କେହିତ ନ ଥିବେ
ରହିବନି ଥଳ କୂଳ।
ଉଜୁଡ଼ିଲେ ଗଛ ଉଜୁଡ଼ିବ ବଂଶ
ଉଜୁଡ଼ିବ ସ୍ବର୍ଗ ପୂରି,
ବେଳହୁଁ ସଜାଗ ନୋହିଲେ ଭୋଗିବ
ନିଜ କୁଳ ବଂଶ ଧରି।
****************************
ଡକ୍ଟର ଚପଳା ପଣ୍ଡା, ଶିକ୍ଷୟିତ୍ରୀ
(ବୃତ୍ତି ନିବୃତ୍ତ), ଖୋର୍ଦ୍ଧା.
୯୪୩୭୪୨୧୮୧୬.
Friday, 13 October 2023
ଓଡ଼ିଆ କବିତା "କାଫେର୍_ସ୍ୱପ୍ନ"
କାଫେର୍_ସ୍ୱପ୍ନ
ପାରିବ ଯଦି ଆସ
ଯିବା ଥରେ କେବେ ଇଉଫ୍ରେଟିସ୍ ନଦୀ କୂଳ,
ତେଲ୍ ଆଭିଭ୍'ର ରକ୍ତରଞ୍ଜିତ ମାଟି, ଏବେ ଯେଉଁଠି
ଅଗଣିତ ଇହୁଦୀଙ୍କ ନିଥର ଦେହ ଅସୁମାରୀ ସ୍ୱପ୍ନର ଇଚ୍ଛାରେ ଅନ୍ତହୀନ ନିଦ ଶୋଇପଡିଛନ୍ତି, ସେଠାରୁ ବେଶି ଦୂର ନୁହେଁ
ମାତ୍ର ହଜାରେ ମାଇଲ ଦୂରରେ ଅଛି
ବେବିଲୋନ୍ ସହର ।
ଯେଉଁ ମାଟି ପାଣି ପବନ ଗାଏ
ଲକ୍ଷ୍ୟ ଲକ୍ଷ୍ୟ ମାତୃଭୂମି-ବାସନ୍ଦ ଯୀଉସ୍ ଙ୍କ
ଅବରୂଦ୍ଧ କଣ୍ଠର ସମବେତ ଗୀତ...
"ହେ ମୋ ପବିତ୍ର ଜନ୍ମଭୂମି, ଦେଖ ମୋ ଆଖିରେ
ଲେଖା ଅଛି/ ତୁମ ପାଇଁ ଦିନେ ନା ଦିନେ ମୁଁ
ମୃତ୍ୟୁ ଲଭିବାର ପ୍ରତିଜ୍ଞା କରିଛି...।"
ଯେଉଁ ମାଟି ମନେପକାଇଦିଏ
ୟିଚେକ୍ ରବିନ୍'ର କଥା,,
ଆଜୀବନ ନିଜ ଲୁହକୁ ପିଉ ପିଉ
ସୁଦୂର ଜିଆନ୍ ପର୍ବତର ଶିଖରକୁ ଚାହିଁ
ପ୍ରାଣ ପ୍ରିୟା ନାସେର୍ ପାଇଁ ଯିଏ ନିଜ ମନରେ ଗଢ଼ିଥିଲା
ଗୋଟିଏ ଭୟ ମୁକ୍ତ ନୀଳ ଆକାଶର ସ୍ୱପ୍ନ ।
କ୍ଵଚିତ ଶୋଉଥିବା କାଫେର୍
ସବୁଥର ଚିହିଁକିପଡ଼ି ଉଠିଯାଏ ନିଦରୁ
ତା' ଆଖିରେ ନାଚିଉଠେ ଧ୍ୱସ୍ତ ବିଧ୍ୱସ୍ତ
ସିନେଗୋଗ୍ !
ସେ କାନ୍ଦେ...
ଖଣ୍ଡିତ ଜର୍ଜର ୟାହୱେର କରୁଣ ଚିତ୍କାରରେ,
ସେ କାନ୍ଦେ...
ଅବଗୁଣ୍ଠିତ ଅଶେରାହର ତୁହାକୁ ତୁହା କ୍ରନ୍ଦନରେ,
ସେ କାନ୍ଦେ...
ସିନାଇ ପାହାଡ଼ର ବିୟୋଗରେ ।
ଆକାଶରେ ଭୀଷଣ ବାରୁଦ
ଷଡ଼ଯନ୍ତ୍ରର ପୈଶାଚିକ ଧୂଆଁରେ ରୁନ୍ଧିହେଉଛି ନିରୀହ ମଣିଷ,
ଯେରୁଜେଲମ୍ ଭିତରେ ବସି ନିରୁପାୟ ଈଶ୍ୱର
ଦିଶୁଥିଲେ ଖୁବ ତ୍ରସ୍ତ !
ସଭିଏଁ ବ୍ୟସ୍ତ ଥିଲେ ଶବ ବୁହାରେ, ଯଦିଓ ଏହା ଥିଲା
ସେମାନଙ୍କର ପ୍ରିୟ ପ୍ରାର୍ଥନାର ବେଳ ।
ଗାଜାପଟ୍ଟିରୁ ଆସୁଛି ଧର୍ଷିତା ନାସେର୍'ର ବିଖଣ୍ଡିତ ଦେହ,
ସକାଳେ ଧ୍ୱସ୍ତ ବିଧ୍ୱସ୍ତ ସ୍ତୁପ ତଳେ ଖୁବ ବିଳମ୍ବ ପର୍ଯ୍ୟନ୍ତ ଶୋଇରହି
ୟିଚେକ୍ ରବିନ୍ ଦେଖୁଛି ତା' ଭାଗ ମାଟିର ମିଛ କାମନା,
କାଫେର୍ ସ୍ଵପ୍ନ ।
#ଜ୍ଞାନେନ୍ଦ୍ର..✍️
କାଫେର= ବିଧର୍ମୀ
ଇଉଫ୍ରେଟସ୍ ନଦୀ କୂଳରେ ତଏଲଇଭଇବ ସହରରେ ଆଗରୁ ଅନେକ ଇହୁଦୀଙ୍କୁ ମୁସଲମାନମାନେ କାଫେର ବୋଲି କହି ହତ୍ୟା କରିଥିଲେ। ଏହା ଐତିହାସିକ ତଥ୍ୟ ଆଧାରିତ। ତେଲିଭିବ ସହରରେ ଗଣ ହତ୍ୟା ପରେ ସେମାନେ ଵେଵିଲୋନ ସହର ଦେଇ ସେମାନେ ବିଶ୍ବର ଅନ୍ୟ ଦେଶରେ ଶରଣାର୍ଥୀ ହୋଇଥିଲେ
ସିନେଗୋଗ =ସିନାଇ ପାହାଡ଼ ତଳେ ଥିବା ସହର
ସମଗ୍ର ଇସ୍ରାଏଲକୁ ମହମ୍ମଦଙ୍କ ସେନା ରକ୍ତ ରଞ୍ଜିତ କରିଥିଲେ।
ଇତିହାସ ଆଧାରିତ ତଥ୍ୟ ଉପରେ ଏହି କବିତାଟି ଲେଖାଯାଇଛି
ଇତିହାସର ତଥ୍ୟ ନଜାଣିଲେ ଏହି କବିତାଟି ବୁଝିବା କଷ୍ଟକର। ଇହୁଦୀ ଓ ମୁସଲମାନଙ୍କ ମଧ୍ୟରେ ହୋଇଥିବା ସଂଘର୍ଷର କାହାଣୀ ଏଥିରେ ସନ୍ନିବେଶିତ ହୋଇଛି
FOOD TIPS COLLECTED FROM GOOGLE
You must be well-versed with probiotic foods and how they support the digestive system. Probiotics are living bacteria that thrive inside our gastrointestinal tract. These are called good bacteria and can be sourced externally through the cultures of fermented dairy products like yoghurt, cheese and sour cream. Probiotics are living microorganisms that need to be fed to remain active. Prebiotics - a close but lesser-known companion of probiotics - are food for probiotics. Prebiotics are non-living indigestible plant fibres that are used up by the good bacteria in the colon to survive. To sum up, if you are consciously consuming probiotic foods for a healthy gut, it is also important to include prebiotic-rich foods in your diet.
The easier way to do so is to simply take store-bought supplements. But, our conscience will always suggest eating prebiotic-dense foods to do the job naturally. There are many foods around us that contain a good amount of prebiotic fibre. All fibrous foods, for instance, are rich in prebiotic content. (Also Read: How Prebiotic Foods Can Help In Weight Loss?)
NDTV FoodEng
Select Languages
हिंदी | Hindi
Search Recipes
HEALTH
Diabetes
Healthy Living
Yoga Benefits
Weight Loss
Fitness Tips
Quick Tips
Cholesterol Control
Heart Health
Ayurvedic Tips
More
Women's Health
Editor Picks
How To Make Condensed Milk In 5 Minutes
How To Make Condensed Milk In 5 Minutes
Never Put Hot Food In The Fridge. Here's Why.
Never Put Hot Food In The Fridge. Here's Why.
15 Incredible Benefits of Guava Leaf Tea
15 Incredible Benefits of Guava Leaf Tea
7 Amazing Hair Growth Food You Should Be Eating Daily
7 Amazing Hair Growth Food You Should Be Eating Daily
Struggling With Upper Belly Fat? 10 Pointers To Lose Weight And The Bulge
Struggling With Upper Belly Fat? 10 Pointers To Lose Weight And The Bulge
8 Ways To Use Baking Soda For The Most Common Skin Problems
8 Ways To Use Baking Soda For The Most Common Skin Problems
The Ultimate Sugar Guide: 7 Types Of Sugar You Need To Know
The Ultimate Sugar Guide: 7 Types Of Sugar You Need To Know
13 Incredible Chamomile Tea Benefits
13 Incredible Chamomile Tea Benefits
7 Day Detox Diet Plan | Gear Up For The Festive Season
7 Day Detox Diet Plan | Gear Up For The Festive Season
Instant vs Brewed Coffee. Which Is The Better Pick?
Instant vs Brewed Coffee. Which Is The Better Pick?
HomeWeight Loss Prebiotics For Weight Loss: How Prebiotic Fibre Can Help You In Reducing Body Fat
Prebiotics For Weight Loss: How Prebiotic Fibre Can Help You In Reducing Body FatADVERTISEMENT
NDTV Food DeskUpdated: February 22, 2019 15:27 IST
Prebiotics For Weight Loss: How Prebiotic Fibre Can Help You In Reducing Body Fat
HighlightsPrebiotic foods provide nourishment to gut bacteriaPrebiotic foods have been known to reduce intestinal fatGarlic, onion, leeks etc., are some examples of prebiotic foods
When it comes to losing weight, the bacteria in the stomach play a very important role. Additionally, foods that promote the growth of good bacteria in the gut can improve overall health by regulating hormones and by extension, mood. There are two categories of foods which are responsible for boosting populations of healthy bacteria in the gut - probiotics and prebiotics. A sufficiently large body of research has concluded that including both these types of foods in your diet can be beneficial for you, particularly when it comes to promoting weight management. Probiotics are foods that fight to enhance the colonies of good bacteria in your gut, while prebiotics provide the ideal environment so that the existent bacteria are able to derive nourishment to survive.Prebiotics are said to be non-digestible carbohydrates, which are used up by the gut microbiota and are usually present in foods that are rich in fibre. Both probiotic foods and prebiotics complement each other and help the good bacteria to flourish in your gut. They stay in the gut much longer than probiotics, as they are not digested by the gastrointestinal tract. Several studies have concluded that they play a more significant role in weight loss than probiotics. Let's look at how exactly prebiotics help in weight loss and how you can include more prebiotics in your daily diet.Also Read: Dopamine Diet For Weight Loss: A Diet That Promises To Make You Happy While Shedding Kilos!
by TaboolaSponsored Links
Neuropathy (Nerve Pain)? Do This Now!
Neuropathy
Prebiotics For Weight LossA healthy and diverse microbiome is the key to maintaining a healthy metabolism, and hence, gaining control over your weight. According to a Harvard University blog, gut bacteria facilitate weight loss by taking an active part in our digestion process and the nature of the bacteria in your gut determines how well or poorly the food is absorbed in your body. The role of gut bacteria in weight loss isn't very well established but some studies have indeed found a link between the two. Some experts have argued that prebiotics are even better than probiotics in promoting weight that you can include in your daily weight loss diet include onions, garlic, asparagus, leeks, artichokes, bananas etc. Consult your nutritionist to understand prebiotics better and for effective tips to include them in your diet.
EATURES
Food News
Cooking Tips
Opinions
World Cuisine
Food & Drinks
Festivals
Restaurant Review
Facts
Best Recipes
Editor Picks
How To Make Condensed Milk In 5 Minutes
How To Make Condensed Milk In 5 Minutes
Never Put Hot Food In The Fridge. Here's Why.
Never Put Hot Food In The Fridge. Here's Why.
15 Incredible Benefits of Guava Leaf Tea
15 Incredible Benefits of Guava Leaf Tea
7 Amazing Hair Growth Food You Should Be Eating Daily
7 Amazing Hair Growth Food You Should Be Eating Daily
Struggling With Upper Belly Fat? 10 Pointers To Lose Weight And The Bulge
Struggling With Upper Belly Fat? 10 Pointers To Lose Weight And The Bulge
8 Ways To Use Baking Soda For The Most Common Skin Problems
8 Ways To Use Baking Soda For The Most Common Skin Problems
The Ultimate Sugar Guide: 7 Types Of Sugar You Need To Know
The Ultimate Sugar Guide: 7 Types Of Sugar You Need To Know
13 Incredible Chamomile Tea Benefits
13 Incredible Chamomile Tea Benefits
7 Day Detox Diet Plan | Gear Up For The Festive Season
7 Day Detox Diet Plan | Gear Up For The Festive Season
Instant vs Brewed Coffee. Which Is The Better Pick?
Instant vs Brewed Coffee. Which Is The Better Pick?
HomeLists 11 Best Healthy Recipes | Easy Healthy Recipes
11 Best Healthy Recipes | Easy Healthy RecipesADVERTISEMENT
Healthy food doesn't have to be dull and neither does it have to be complex. And to prove this to you, we've got a wide range of surprisingly delicious tips and wholesome recipes.NDTV FoodUpdated: July 29, 2022 17:23 ISTRead Time:6 min
11 Best Healthy Recipes | Easy Healthy Recipes
Healthy recipes that you can prepare at home.HighlightsHealthy food doesn't have to be boring.Here we bring you a list of 11 of our best healthy recipes.Take a look.
Best Healthy Recipes- Healthy food doesn't have to be dull and neither does it have to be complex. And to prove this to you, we've got a wide range of surprisingly delicious tips and wholesome recipes. The kind that any out and proud foodie will love.(10 Best Healthy Breakfast Recipes)But first, we will have to ask you to turn your back on all the junk-food cravings. As David Kesler puts it rightly in his book 'The End of Overeating'- "A sense of powerlessness is a big obstacle to success. You need to develop a sense of your own capacity for control." You need to put a stop to untimely cravings, especially those that desire salt, fat and sugar.
Thursday, 12 October 2023
ଓଡ଼ିଆ କବିତା "କାଶତଣ୍ଡି" / TRANSLATED ENGLISH POEM "KASHATANDI"
କି ସୁନ୍ଦର ତୋର ରୂପ କାଶତଣ୍ଡି
ମନ ନେଇଯାଉ ମୋହି।
ଧବଳ ପୋଷାକ ପିନ୍ଧିକି ଧରଣୀ
ହେଉଛି ଆଜି ସଜେଇ। ପବନରେ ଯେବେ ନାଚୁଥାଉ ତୁହି
ସମୁଦ୍ରର ଢେଉ ଭଳି।
ତୋ ରୂପ ଦେଖିଲେ ହୁଏ ଇଚ୍ଛା ମୋର
ଧରନ୍ତିକି ତୋତେ ତୋଳି। ଶାରଦୀୟ ଦୁର୍ଗା ପୂଜା ରେ ତୁ ଆସୁ
ମାଆଙ୍କ ଦର୍ଶନ ଲାଗି।
ଶରତ ସରିଲେ ଫେରିଯାଉ ପୁଣି
ଧରାକୁ ବିଦାୟ ମାଗି।
ବର୍ଷ ପରେ ବର୍ଷ ଏମିତି ତୁ ଆସୁ
ଧରଣୀର ସଜ ପାଇଁ।
କର୍ତ୍ତବ୍ୟର ଶିକ୍ଷା ଦେଇ ଚାଲିଯାଉ
ମନୁଷ୍ୟ ମାନଙ୍କ ପାଇଁ।
~ କସ୍ତୁରୀ ଦାସ
Tuesday, 10 October 2023
ଓଡ଼ିଆ କବିତା 'ବାପା" / TRANSLATED ENGLISH POEM "PAPA"
ବାପା
ରୋଜାଲିନ୍ ଜେନା
ବାପା, ସତରେ ତୁମେ କେତେ କଠୋର!
ଚାଲୁ ଚାଲୁ ପଡିଲାବେଳେ
ଯେତେବେଳେ
ବୋଉ ଉଠାଇ ନିଏ
ଧୂଳି ଝାଡିଦିଏ,
ତୁମେ କୁହ, “ଛାଡ ତାକୁ
ନିଜ ପାଦେ ତାକୁ ଚାଲି ଶିଖିବାକୁ ଦେ।”
ବାପା, ସତରେ
ତୁମେ କେତେ
କଠୋର!
ନଖାଇବାକୁ ଜିଦି
କଲାବେଳେ
ବୋଉର ମାଡ,
ଗାଳି, ଗପ,
ଗୀତ,
କାହାଣୀ ସହ
ଖୋଇବାର ପ୍ରଚେଷ୍ଟାରେ
ତୁମେ ବିରକ୍ତି
ପ୍ରକାଶ କର
ବୋଉ ଉପରେ
ଓ ତାକୁ
କୁହ,
“ତାକୁ ନିଜ ହାତରେ ଖାଇବା ଶିଖିବାକୁ ଦେ।”
ବାପା, ସତରେ
ତୁମେ କେତେ
କଠୋର!
ଗାଡି ଶିଖିବାକୁ
ଡ଼ରିଲା ବେଳେ,
ବୋଉର ପଣତରେ
ଲୁଚିଲା ବେଳେ
ତୁମେ ନାଲିଆଖି
ଦେଖାଇ ମୋତେ
ଟାଣି ନିଅ
ଓ ମୋତେ ଗାଡିରେ
ବସାଇ
ମୁଁ ପଡିଯିବା
ଭୟରେ ପାଖେ
ପାଖେ ଜଗିଥାଅ
ଓ ବୋଉକୁ
କହ, “ସେ
ଝିଅ ନୁହଁ, ସେ ମୋ
ପୁଅ।”
ବାପା, ସତରେ
ତୁମେ କେତେ
କଠୋର!
ମୁଁ ହାଟ
ବଜାରକୁ ଯିବାପାଇଁ
ଲାଜରେ
ମନା କଲାବେଳେ
ବୋଉ ପାଶେ
ଗୁହାରି କଲାବେଳେ
ତୁମେ କିନ୍ତୁ
କିଛି ନଶୁଣି
ବାଧ୍ୟ କରି
ଏକାକୀ ପଠାଇଲା
ବେଳେ
ବୋଉର ବାରଣରେ
ତୁମେ ରାଗିକି
କୁହ,
“ତାକୁ ଦୁନିଆ ଦେଖିବାକୁ ଦେ।”
ବାପା, ସତରେ
ତୁମେ କେତେ
କଠୋର!
ମୁଁ ଶାଶୁଘର
ଯିବାବେଳେ
ଅଭିମାନଭରା ହୃଦୟରେ
ନକାନ୍ଦି ତୁମ
ଆଡକୁ ନଚାହିଁ
ବିଦାୟ ନେଲାବେଳେ,
ତୁମେ ତ
ଆଖି ଛଳ
ଛଳ କରି
ଦଉଡି ଆସିଥିଲ
ମୋ ପଛରେ
ତୁମେ ତ
ଢ଼ାଳିଥିଲ ଲୁହ
କେତେ
ମୋ ଅଜଣାତରେ,
ତେବେ କାହିଁକି
ଅଟକାଇଲନି
ଯିବାକୁ ଶାଶୂଘର
ତୁମକୁ ପରକରି
ଯିବାକୁ ଦୂରେ?
ବାପା ସତରେ ତୁମେ କେତେ କଠୋର!
ଯାଜପୁର, ଓଡିଶା ମୋ: ୮୯୧୭୩୫୯୮୮୦
PAPA
Papa, really, how hard-hearted you are!
Because
when Mother lifts me and dusts me with care
As soon
as I fall down wobbling on the earth’s soiled floor,
Like a
thunder you, dictate her, “Do instantly release her hand
And let her learn to balance on her own feet and stand!”
Papa,
indeed, how hard-hearted you are!
Because
to no avail, when mother’s ploys like beating,
Reprimanding,
storytelling or singing fail and falter
To win
over my obstinacy and see me smoothly eating,
You deeply
get angry with her, and resenting
You command
her, “Let her learn to eat with her hand, my dear!’
Papa,
certainly, how hard-hearted you are!
Because
while mine starting to ride much scared and afraid
And hiding
safely beneath the dupatta of Mother,
You do
relentlessly pull me losing your temper,
And at
all costs you let me, on the bike, be securely seated
And like
a vigilant guide, you keep following me every second
And counsel
Mama, “She is not my lass; she is to me a lad rare.”
Papa,
undoubtedly, how hard-hearted you are!
Because
when I consciously hesitate to go to markets
And beg
mercy and support of Mother,
You willingly
turn a deaf ear to my appeals and entreats
Indignantly
oppose Mama’s pampering me, and reluctance,
And advise her, “To see the world let her have a chance!"
Papa,
undeniably, how hard-hearted you are!
Because
while I was going to my father-in-law’s house
Without
either shedding tears or at you a quick glance
Out of
my discontents and disgruntlements;
You rushed
after me with flooded eyes, and a heart pure,
Your unobtrusive
torrential tears did inundate me and souse;
Then why
didn’t you stop me from departing to my mother-in-law’s house?
Why
didn’t you prevent me from estranging myself from you?
Why
didn’t you block my path that I couldn’t go too far from you?
Papa, unquestionably, how blissfully hard-hearted you are!
Copyright:
Dr. Shankar d Mishra, Sr. Lecturer in English, Bhubaneswar, Odisha, Bharat. 10.10.2023
Saturday, 7 October 2023
ଓଡ଼ିଆ କବିତା "ଆସ ଗଢ଼ିବା ଏକ ନୂଆ ପୃଥିଵୀ" / TRANSLATED ENGLISH POEM " LET'S BUILD A NEW WORLD."
ଆସ ଗଢ଼ିବା ଏକ ନୂଆ ପୃଥିବୀ
କେତେ
ଦିନ
ଆଉ
ଶବ୍ଦରେ
ଶବ୍ଦରେ
ଗଢ଼ିବା,
ଭାଷାରେ,
ଭାଷଣରେ
ସଜାଡିବା
ଆଉ
ସ୍ୱପ୍ନରେ ସ୍ୱପ୍ନରେ ସଜେଇବା
ଏ
ପୃଥିବୀକୁ ?
ଆସ,
ଆମେ
ବାସ୍ତବରେ ସଜାଡ଼ିବା
ଓ
ସଜେଇବା
ଏହାକୁ
ସମସ୍ତେ
ତ୍ରିଦେବ ସାଜି।
LET’S BUILD A NEW WORLD.
How long will we keep building this
world with words hollow,
Will continue to mend and furnish it
up with our rhetorics shallow
And design and embellish it in our
dreams fallow?
Let’s all as Tridev fashion and
devise it in reality my beings fellow!
ଏମିତି
ଏକ
ନୂଆ
ପୃଥିବୀଟିଏ ଗଢ଼ିବା
ଯେଉଁଠି
ନଥିବ
ଦୁଃଖ,
ଦାରିଦ୍ର୍ୟ, ଦୁର୍ଦ୍ଦଶା, ଦୁର୍ବିପାକ,
ପରିତାପ,
ପ୍ରତାରଣା, ହତ୍ୟା,
ଆତ୍ମହତ୍ୟା ଓ ଆପଣାପର।
ଅକାଳରେ
ଝରିପଡୁନବ ଏକ
ନିରୀହ
ନାରୀ
ଅବା
କେଉଁ
ଏକ
ପୁରୁଷ
ପୁଅର
ଜୀବନ
ସବୁଠାରେ ବିଫଳ
ହେବା
ପରେ
-
ପ୍ରେମରେ, ପଦପଦବୀ
ପରିଚାଳନାରେ,
ଅବା
ପରିବାର
ସୁରୁଖୁରୁରେ ଚଳାଇବାରେ;
ସବୁ
ବଦନାମକୁ ମୁଣ୍ଡରେ ମୁଣ୍ଡେଇ ଚାଷୀଟିଏ ଋଣ
ପରିତୋଷ
କରିନପାରିବାର ଭୟରେ।
Hark! We’ll build such a novel world
of beauty
As will be free from woes, poverty,
misery, calamity,
Remorse, deceit, murder, suicide and
discriminations.
Let not there a lady be forced to
end her play prematurely
Or a man be tempted to die young
after failure everywhere –
In love, in handling his positions and
duties with due flair,
Or maintaining his beloved family
smoothly and comfortably;
Or a farmer, unable to pay debts,
and shoulder humiliations!
ରାସ୍ତାକଡ଼ରେ, କେଉଁ
ଗହଳିଆ
ବୁଦାମୂଳେ, ଅବା
ଅଳିଆଗଦାରେ
ଗଡୁନଥିବ ନିଷ୍ପାପ ଶିଶୁଟିଏ ପିତାମାତାଙ୍କର ଅଭାବୀପଣର ଅଭିଶାପକୁ ମୁଣ୍ଡେଇ;
ନୀରବତାର ନିବୁଜ
କୋଠରୀରୁ ଉଙ୍କିମାରି ଖୋଜୁନଥିବେ ବୃଦ୍ଧ
ପିତାମାତା,
ପୁଅବୋହୂ ଓ
ନାତି
ନାତୁଣୀଙ୍କର ଗହଳ
ଚହଳ
ସଂସାର।
Let not there an innocent infant be
lying in the thick bushes
Or rotting in the stinking and
reeking dumping yard
Carrying curses of parental penury
and indigence;
Let not there the old parents be peeking
from the cells of silence
The busy and crowded world of the
sons, daughter in laws and grand children.
ନଥୁବ
ଯେଉଁଠି
ବ୍ୟଭିଚାର, ବେଶ୍ୟାବୃତି,
ନାରୀ
ନିର୍ଯ୍ୟାତନା, ପୁରୁଷ
ଯାତନା,
ବାଦବିବାଦ ଭାଇଭାଇରେ, ସାହି
ପଡ଼ିଶାରେ,
ସୀମା
ବିବାଦ
ପ୍ରଦେଶ
ଆଉ
ପ୍ରଦେଶର, ଦେଶ
ବିଦେଶର,
ଭୟ
ନଥିବ
ମାଓବାଦ,
ସନ୍ତ୍ରାସବାଦ ଆଉ
ଆତଙ୍କବାଦର।
ମାନସୀ
ପାତ୍ର
(ଏସିପି),
ୟୁନିଟ-୬, ଭୁବନେଶ୍ଵର